ରଜ
ରଜ
ନାନୀ ନାନୀ କହି ପୁତୁଲ ରୁମକୁ ଆସି ମିଟୁଲ ଦେଖିଲା । ନାନୀ ଫୋନରେ ତା ସାଙ୍ଗ ମାନଙ୍କୁ ଆସନ୍ତା କାଲି ରଜ ପାଇଁ ନିମନ୍ତ୍ରଣ କରୁଛି । ଆଉ ବାପାଙ୍କୁ ବି ଫୋନ କରି ମଟନ, ମାଛ, କଙ୍କଡା ଇତ୍ୟାଦି କେତେ କଥା ଆଣିବାକୁ ବରାଦ କରୁଛି । ମିଟୁଲର ଶୁଖି ଯାଇଥିବା ମୁଁହକୁ ଦେଖି ନାନୀ ପୁତୁଲକୁ କହିଲା, ତୁ କାହିଁ ମନଦୁଃଖ କରୁଛୁ ଝିଅମାନଙ୍କର ରଜରେ କଣ ଖାଲି ମଜ୍ଜା, ପୁଅମାନଙ୍କର କଣ ନାହିଁ? ଭାବୁଛୁ କି ଦୋଳି, ବାଗୁଡ଼ି, ତାସ ଖେଳି ତୁମେ ବି ତ ସବୁ ମଜ୍ଜା ନେବ ନା, ହଁ ଯେ ନାନୀ ମୁଁ ଆଉ ଗୋଟେ କଥା ଭାବୁଥିଲି... କି କଥା କହୁନୁ । ନାଇଁ ଆମ ଗୋସେଇଁ ମାଆ କାଲି ସଂଜରେ ତାଙ୍କ ବେଳେ କେମିତି ରଜ ପାଳନ ହୁଏ କହୁଥିଲା, ତ ସେଇସବୁ ପୁରୁଣା ଦିନ କେତେ ଭଲ ଥିଲା ଭାବୁଥିଲି ଆମ ସମୟ ତ ବେଶୀ ମଜ୍ଜା ତୁ କାଇଁ ଚିନ୍ତା କରୁଛୁ ଯେ, ନାହିଁ ନାନୀ ଆମ ସମୟ ଜମା ଭଲ ନୁହେଁ, କାହିଁକି କିରେ ମିଟୁଲ?
ଜେଜେ ମାଆ କହୁଥିଲା, ତାଙ୍କ ସମୟରେ ରଜରେ କଟା ବଟା ହେବନି ବୋଲି ଆଗୁଆ ସବୁ ଗୁଣ୍ଡ ହୋଇ ରୁହେ । କାଳେ ମାଟି ମାଆକୁ ବାଧା ହେବ । ଏଇ ଭାବନାରେ ସବୁ ଆଗୁଆ ହୋଇ ରଖାଯାଇଥାଏ ଝିଅ ବୋହୁଙ୍କୁ ମାଟିମାଆ ବା ଧରଣୀ ରାଣୀଙ୍କ ପ୍ରତୀକ ମନେ କରି ସେ ତିନିଦିନ କିଛି କାମ କରିବାକୁ ଦିଆଯାଏନି । କେବଳ ପାନ ଭାଙ୍ଗି ସାହିର ପ୍ରତ୍ୟକ ଘରେ ପ୍ରତ୍ୟକ ଝିଅ ନାନା ଜାତିର ପିଠାପଣା ଖାଆନ୍ତି, ଖୁଆନ୍ତି, ଫଳମୂଳ ମଧ୍ୟ ସାମିଲ ହୁଏ । ବସୁମତୀ ମାଆକୁ କଷ୍ଟ ହେବ କାଳେ ତ ଖାଲି ପାଦରେ ନଚାଲି ଗୁଆ ଖୋଳପା ଲଗେଇ ଚାଲନ୍ତି । ପରମ୍ପରା, ଭାଇଚାରା ସୁଦୃଢ ହୁଏ ସନ୍ଧ୍ୟା ପୁର୍ବରୁ ଭାତ ଖାଇ ରାତିକୁ ଅନେକ ରକମର ସୁସ୍ୱାଦୁ ପିଠା କ୍ଷୀରି, ମକର ଚାଉଳ, ବିଭିର୍ଣ୍ଣ ଲଡ଼ୁ ପୁରି ଇତ୍ୟାଦି ଖାଇ, ରଜଦୋଳି ଖେଳି ଗୀତ ନାଚ ପୁଚି ଖେଳି ମଜ୍ଜା ନିଅନ୍ତି, ହେଲେ ଏଵେ?
ହଁ ଏଵେ ତ ସବୁ ସେମିତି ଚାଲିଛି, ନାଇଁ ନାନୀ ଏଵେ ରଜରେ ଧରଣୀ ରାଣୀ ଉପରେ ଖାଲି ରକ୍ତ । ଦେଖୁନୁ କାଲିଠୁ ଖାଲି ଛେଳି ହଣା,କୁକୁଡ଼ା ମୋଡା, ସେମାନେ କଣ ଯିବ ନୁଁହନ୍ତି ତାଙ୍କର କଥା କହିବାର ଶକ୍ତି ନାହିଁ ବୋଲି ମଣିଷ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ମାରି ଖାଇବା କଣ ଭଲ?? ପୁତୁଲ ଟିକେ ଚିନ୍ତାରେ ପଡି କହିଲା, ହେଲେ ସମସ୍ତେ ତ କାଲି ରଜରେ ଖାଇବେ ମଟନ ଚିକେନ, ହଁ ଯେ ନାନୀ, ମଟନ ଚିକେନକୁ ଛାଡି କଣ ଭଲ ଖାଦ୍ୟ ନାହିଁ । ତାପରେ ତୁ ଜାଣିଛୁ ବାପା ବୋଉକୁ କହୁଥିଲେ ମଟନ କାଲି ଆକାଶ ଛୁଆଁ ଦର ହେବ ତ ଆମ ଛେଳି ମାଣିକକୁ ବିକିଦେଇ ସେଇ ପଇସାରେ ମଟନ ନେଇଆସିବା ଯେ ଝିଅ ପୁଅଙ୍କର ସାଙ୍ଗ ଆଉ ଅତିଥି ଅଭ୍ୟାଗତ ସବୁ ଆପାୟିତ ହେବେ ତୁ କହିଲୁ ନାନୀ ଆମ ମାଣିକକୁ ଯିଏ ନବ ସିଏ କଣ ତାକୁ ବଂଚିବାକୁ ଛାଡ଼ିଦେବ? ଏମିତି କେତେ ନିରୀହ ପଶୁ କାଲି ମରଣ ମୁଁହକୁ ଗଲେ ମଣିଷ ଆନନ୍ଦରେ ରଜ ମଉଜ କରିବ ଥରେ ଭାବିଲ ପଶୁଗୁଡ଼ା ବଂଶବୃଦ୍ଧି ହେଲେ ଯଦି ଅସୁବିଧା ତ ସେଥିପାଇଁ କିଛି ପଦକ୍ଷେପ ନେବା ଉଚିତ । ତାଛଡା ସେମାନେ ବୁଢ଼ା ହୋଇ ମଲେ ତାଙ୍କୁ ବି ମଣିଷଙ୍କ ଭଳି ଦାହ କଲେ କ୍ଷତି କଣ ? ତାଙ୍କୁ ମାରି ମଉଜ କରିବାରେ କି ଆନନ୍ଦ ନାନୀ?
ନାନୀ ଆଖିରେ ଲୁହ । କିଛି ଗୋଟେ କରିବାକୁ ହେବ ତ ପ୍ରଥମେ ସବୁ ସାଙ୍ଗଙ୍କୁ ଫୋନ କରି ବୁଝାଇଲେ ଭାଇ ଭଉଣୀ । ବାପା ମାଆଙ୍କୁ ମାଛ ଚୁଙ୍ଗୁଡ଼ି ବ୍ୟତୀତ ବା ବିନା ଆମିଷରେ ପିଠା ମିଠା ଖଜା ପୁରି, ଲଡ଼ୁ, ଗଜା ପ୍ରସ୍ତୁତି ପାଇଁ ବରାଦ କଲେ ସଭିଏଁ ଗାଁ ସାରା ସମସ୍ତେ ଏକ ମେଳି ହେଲେ ଏକ ହସ୍ତରେ ସିନା ତାଳି ବାଜିବନି ସଭିଏଁ ମିଶିଗଲେ ସବୁ ସମ୍ଭବ ତ ସମସ୍ତଙ୍କ କାନେ କାନେ ସମ୍ବେଦନଶୀଳ କଥା ହୃଦୟ ଆନ୍ଦୋଳିତ କଲା ତ ରଜ ମଉଜ ହେବ କିନ୍ତୁ ବିନା ପଶୁରକ୍ତରେ ।
ତା ପରଦିନ ମାନେ ଆଜି ରଜରେ ଘରୁ ଘରୁ ଗୁଆଘିଅ, ନଡ଼ିଆ, ଗୁଡ଼, ପିଠା ଛଣା, ଡାଲମା ଛୁଙ୍କର ମହମହ ବାସ୍ନା ସହ ରଜଦୋଳି କଟମଟ କରୁଥିଲା, ଗାଈ ଛେଳିକୁକୁଡ଼ାଙ୍କ ପାଇଁ ମଧ୍ୟ ତାଙ୍କ ନିମିତ୍ତ ଖାଦ୍ୟ ପ୍ରସ୍ତୁତି ହୋଇଥିଲା । ପ୍ରତିଟି ହୃଦୟରୁ ସତେ ଯେମିତି ଓଁ କାର ଧ୍ୱନୀ ଶୁଭୁଥିଲା ଆଉ ପୁତୁଲ ମିଟୁଲଙ୍କ ବୁଢୀମା କହୁଥିଲା ରାମରାଜ୍ୟ ଫେରିବାକୁ ଅଳପ ବାକି ଜୁଆର ପରେ ଭଟ୍ଟା ଓ ଭଟ୍ଟା ପରେ ଜୁଆର, ଏହା ତ ସଂସାର ନିୟମ । ସବୁ ଶୁଣି ସାଧୁ ମଉସା କହିଲେ ଯା ହେଉ ସବୁ ପିଲା ଯଦି ପୁତୁଲ ମିଟୁଲ ଭଳି ହେବେ ରଜର ସେଇ ପୁରୁଣା ମଉଜ ନିଶ୍ଚୟ ଫେରିବ, ବୁଢୀ ମା ପାନ ଭାଙ୍ଗି ସାଧୁମଉସାଙ୍କ ହାତକୁ ବଢ଼େଇ ହସୁଥିଲା ଖିଲିଖିଲି l
