STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ରଜ ଆଜି ଓ କାଲି

ରଜ ଆଜି ଓ କାଲି

2 mins
197

 

ରଜଟାରେ ପନିକି ପକେଇ ଡାଲମା, ବେସର ଆଉ ଶାଗ ପାଇଁ ପରିବା କାଟୁ କାଟୁ କଟିଗଲା ହାତଟା ତ ଲୁହ ଆସିଗଲା ଆଖିରେ । ମନେ ପଡୁଥିଲା ପିଲାଦିନ କଥା, ରଜରେ କିଛି କରେଇ ଦିଏନି ବୋଉ । ସେଥର ରଜରେ ନକହି ଆମ୍ବ କାଟି ଖାଉ ଖାଉ କଟିଯାଇଥିଲା ହାତ ଯେ ବୋଉ ଦଉଡି ଆସି ଡାକ ପକେଇଥିଲା ବାପାଙ୍କୁ ଭାଇ ଭଉଣୀମାନଙ୍କୁ । କିଏ ଡେଟଲ, କିଏ ବେଟାଡାଇନ କିଏ ତୁଳା କିଏ ବ୍ୟାଣ୍ଡେଜ ଧରି ଦଉଡି ଆସିଥିଲେ । ଆମ ସମୟ ରଜ ସତରେ କେଡେ ଲୋଭନୀୟ, ମନୋମୁଗ୍ଧକର ଥିଲା ଆଉ ଆଜିକାଲି ଖାଲି କୁକୁଡ଼ା ଛେଳି ପଦା ଛି ଛି.... ସେ ସଂସ୍କୃତି ଭାଇଚାରା, ଦିଆନିଆ, ପୁଅ ମାନଙ୍କର ତାସ ବାଗୁଡ଼ି ଖେଳ, ବାଉଁଶ ଦୋଳି ସାତ ସପନ ଆଜି ! କେହି କାହା ପିଠିରେ ପଡ଼ିବାକୁ ନାରାଜ । ମଣିଷ ଠୁ ମଣିଷ କେତେ ଦୂରରେ । ସହଜେ ଛୋଟ ସଂସାର ଯେ ପିଲାଏ ବଡ଼ ହୋଇଗଲା ପରେ କିଏ ଆଉ ଅଛି ପାଖରେ ? 

  ଆରେ ଆରେ ହାତରୁ ରକ୍ତ ଭାସିଯାଉଛି, କଣ ବସି ଭାବୁଛ ? ଆଜି ବିଶ୍ୱ ରକ୍ତ ଦିବସରେ ମୁଁ ରକ୍ତ ଦାନ କରି ଆସିଲି ଆଉ ତୁମେ ହେଲେ ଦାନ କରିବାକୁ ଯାଇଥାନ୍ତ ଏଠି ଅକାରଣରେ ରକ୍ତ ନଷ୍ଟ କଲ ... ହଉ ହଉ କହି ହାତ ବ୍ୟାଣ୍ଡେଜ କରିଦେଇ ସ୍ୱାମୀ ଯେବେ କହିଥିଲେ ଆଉ ମଟନ କି ଚିକେନ ଆଡ଼େ ଯାଇନି ତ ମୁଁ ଖୁସିରେ କହୁଥିଲି ଭଲ କରିଛ, ରକ୍ତ ଦାନ ଦିବସରେ ଧରଣୀ ମାଆ ଦେହରେ ପଶୁପକ୍ଷୀ ମାରି ରକ୍ତ ପକାଇବା କଣ ଉଚିତ? 

   ପିଲା ଦୁହେଁ ବି ଫୋନ କରୁଥିଲେ ସେମାନେ ବି ନିରାମିଷ ଭୋଜନ ସହ ନାନା ପିଠାପଣା କରି ନିଜେ ଓ ସାହିପଡିଶାରେ ଦିଆନିଆ ହୋଇଛନ୍ତି ଆଉ ଖିଲି ପାନ ସହ ରକ୍ତ ଦାନ କରି କୋଉ ଅଜଣା ମୁର୍ମୁଷର ଜୀବନ ପରୋକ୍ଷରେ ବଂଚେଇବା ପ୍ରଚେଷ୍ଟା କରିଛନ୍ତି ତ ଖୁବ ଖୁସି ଲାଗିଥିଲା । ହଜିଥିବା ପିଲାଦିନ ପୁଣି ମିଳିଗଲା ଭାବି ରଜ ମଉଜ ଖୁବ ଖୁସିରେ ସାହିର ପିଲାମାନଙ୍କ ସହ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ପିଠା ମିଠା ସହ କ୍ଷୀରି ପୁରିର ନିଆରା ମଜାରେ ରଜ ମଉଜ କରିଥିଲୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama