STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ରିପୋର୍ଟର

ରିପୋର୍ଟର

2 mins
897

 ବାପା ମାଆଙ୍କର ଇଚ୍ଛା ଝିଅ ଶିକ୍ଷକ ଅବା ଡାକ୍ତର ଟିଏ ହେଉ, ମାତ୍ର ଅନୁଭାର ଇଚ୍ଛା ରିପୋର୍ଟର ଟିଏ ହୋଇ ଜ୍ଞାନର ମଶାଲ ଜାଳିବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସଙ୍ଗେ, ସରକାର ଓ ଜନତା ମଧ୍ୟରେ ସୁଦୀର୍ଘ ଓ ସଫଳ ଯୋଗସୂତ୍ର ରକ୍ଷା କରିବା. ଏସବୁ ସତ୍ୱେ ଭଗବାନଙ୍କ ଶରଣା ପର୍ଣ୍ଣ ହୋଇ ଆଶୀର୍ବାଦ ନପାଇଲେ ଯେ କୌଣସି କାର୍ଯ୍ୟରେ ଫଳପ୍ରସୂ ହେବା ସମ୍ଭବ ହୁଏ ନାହିଁ ବୋଲି ସେ ବୁଝିଥିଲା ନୁହେଁ, ଗଭୀରଭଵେ ହୃଦୟଙ୍ଗମ ବି କରିଥିଲା.

ପିଲା ଦିନେ ଭିକାରୀ ଶ୍ରେଣୀ ର ଲୋକ, ଗରୀବ ଅସହାୟ ରୋଗୀ, ବିଶେଷ କରି କୁଷ୍ଠ ରୋଗୀ ଙ୍କୁ ଦେଖିଲେ ତା ଅନ୍ତର ଫାଟି ପଡେ, କୁସଂସ୍କାର ପୂର୍ଣ୍ଣ ମନ୍ତବ୍ୟ, ପୂର୍ବଜନ୍ମ ବା ପ୍ରାରବ୍ଧ କର୍ମଫଳ ଭୋଗିବାକୁ, ଏମିତି ଦଣ୍ଡ ମିଳେ ବୋଲି ଶୁଣିଲେ ତା ମନରେ ଦୁଇଟି ପ୍ରତିକ୍ରିୟା ସୃଷ୍ଟି ହୁଏ, ଏକରେ ସେ ଭାଵେ ହୁଏତ ଲୋକଙ୍କୁ ପାପ କାର୍ଯ୍ୟ ରୁ ନିବୃତ୍ତ କରାଇବା ପାଇଁ ପୂର୍ବଜଙ୍କର, ପରପିଢ଼ିଙ୍କୁ ଏପରି ଧାରଣା ଦେବା ସୁସଂଗତ, ଆଉ ଦ୍ଵିତୀୟରେ,ଉପଚାର ନଥିବା ଆଉ ସେମାନେ ବେଘର ହୋଇ ମନ୍ଦିର ଚତୁର୍ପାଶ୍ୱ ରେ ଅଯଥା "ଭିକ୍ଷା ଦେହୀଂ "ର ବୁକୁଫଟା ଚିତ୍କାର ଦେବାର ଦୃଶ୍ୟ ରେ ବିଗଳିତ ଅନୁଭାର ହୃଦୟ,କଥା ବୁଝିଛନ୍ତି ନିଶ୍ଚୟ ଠାକୁର , ଆଉ ଫଳ ସ୍ୱରୂପ ଆଜି ଭିକାରୀ, ଅସହାୟ ମାନଙ୍କ ପାଇଁ ""ଆହାର""ଯୋଜନା, ତଥା କୁଷ୍ଠରୋଗୀ ମାନଙ୍କୁ ଥଇଥାନର ବ୍ୟବସ୍ଥା ଏବଂ ପୁରୀ ,ବଡ଼ମନ୍ଦିରଠୁ ଆରମ୍ଭ ସୌନ୍ଦର୍ଯ୍ୟକରଣର ସୁଫଳ ସହ ଅନ୍ୟ ମନ୍ଦିରଗୁଡିକୁ ସୌନ୍ଦର୍ଯ୍ୟ କରଣ ସହ ସାମିଲ କରିବା ଲକ୍ଷ ସବୁ, କଣ ସରକାର ଓ ଜନତା ତଥା ସର୍ବନିୟନ୍ତାଙ୍କ ମିଳିତ ସହଯୋଗ ର ସଫଳ ରୂପାୟନ ନୁହେଁ କି ? କିଛି ପରିମାଣ ରେ ଆଶ୍ବସ୍ତି ଅନୁଭବ କରେ ଅନୁଭା, କିନ୍ତୁ କିଛି ସ୍ୱାର୍ଥନେସି ଲୋକଙ୍କ ପାଇଁ ଏସବୁର ସଫଳ ରୂପାୟନ ମଧ୍ୟ ସାକାର ହୁଏନି, ଯେମିତିକି, ପାଞ୍ଚ ଟଙ୍କା ବଦଳେ, ସୁସ୍ଥ, ନିରୋଗୀ ତଥା ଧନଵାନ ଲୋକ ବି ଆହାର ଯୋଜନାରେ ଫାଇଦା ଉଠାଏ, ଗରୀବ,ଖଟିଖିଆ, ଦୁଃଖି, ଭିକାରୀ, ଅସୁସ୍ଥଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟରେ ଭାଗ ବସେଇ, ଆଉ ଏଥିପାଇଁ ମାନବିକତା, କୁଶିକ୍ଷା, ଅଜ୍ଞାନତା, ସ୍ୱାର୍ଥପରତା, ହୀନମାନ୍ୟତା ଭଳି ଦୁର୍ଗୁଣ ଗୁଡିକ ସମ୍ପୂର୍ଣ୍ଣ ଦାୟୀ ବୋଲି ଅନୁଭାର ବିଶ୍ୱାସ l

ଆଜି ଠିକ ସେମିତି ଅଠେଇଶୀ ବର୍ଷର ପାଗଳ ପୁଅ ତାଲା ପଡି ବର୍ଷ ବର୍ଷ ଧରି ବନ୍ଦୀ ରହିଥିବା ଦୃଶ୍ୟରେ ଅନୁଭାର ବିଗଳିତ ହୃଦୟରେ ନୀରବ ଅଶ୍ରୁ, ପରିବାରର ଦାରିଦ୍ର୍ୟ, ଅସହାୟତା, ଅନ୍ଧବିଶ୍ୱାସ, ଅସାମାଜିକତା, ତଥା କୁଶିକ୍ଷାର ବଶବର୍ତ୍ତୀ ପରିବାର, ସମାଜ, ସରକାର ଓ ସେହି ବିଶ୍ଵନିୟନ୍ତା, ସମସ୍ତେ ଦାୟୀ , ଏହିଭଳି ହୃଦୟ ବିଦାରକ ଘଟଣା ପାଇଁ ସମପରିମାଣରେ ସଭିଙ୍କ, ସହଭାଗିତା ନୁହେଁ କି? ରିପୋର୍ଟ ପ୍ରକାଶ ପାଇଲା ପରେ, ଶହ ଶହ ସଂଖ୍ୟାରେ ରାଜନେତା, ମିଡ଼ିଆ, ସବୁ ତତ୍ପରତା ଦେଖାଇଲେ, ବେଡି ହଟିଲା, ଯୁବକକୁ ମାନସିକ ଅନଗ୍ରସର ତାଲିକାଭୁକ୍ତ କରାଇ, ଆଶୁ ଚିକିତ୍ସା ଯୋଗାଇ ଦିଆଗଲା ସତ ହେଲେ, ଏମିତି ଅନେକ ଅନେକ ଘଟଣା ଆସୁନି ଲୋକ ଲୋଚନକୁ, ଜ୍ଞାତ ଓ ଅଜ୍ଞାତ ଅବସ୍ଥାରେ ଧନ ଜୀବନ ଆଜି ଭୁଲୁଣ୍ଠିତ, ଏଥିପାଇଁ ଯୋଗସୂତ୍ର ରକ୍ଷା କରିବାକୁ ଅନୁଭା ଭଳି ଅନେକ ବୁଦ୍ଧିଜୀବୀ ଆଗେଇ ଆସିବା ଦରକାର, ଅନ୍ୟମନସ୍କ ଭାବେ ଅନୁଭା ମା ଜ୍ଞାନଦାତ୍ରୀ ସରସ୍ବତୀଙ୍କୁ ମନକଥା ସବୁ ଜଣେଇ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract