କ୍ୟାମେରା ଆଗରେ ଥିବା ଝିଅର ରିଏଲ ଲାଇଫ ଫୋଟୋ ନୁହେଁ ବରଂ ରିଲ ଲାଇଫ ଫଟୋ ସୁଟିଂ ଚାଲିଥିିଲା. ସିନେମାଟି ନୂଆ ଏବଂ ହିରୋ ହିରୋଇନ ଓ ଅନ୍ୟାନ୍ୟ କଳାକାର ସବୁ ନୂଆ ନୂଆ. କାହାଣୀଟି ବି ନୂଆ କଥାବସ୍ତୁକୁ ନେଇ ଥିଲା. ପ୍ରେମରେ ଧୋକା ଖାଇଲା ପରେ ହିରୋଇନ ବାହା ହେବାକୁ ରାଜି ହୋଇଛି ଆଉ ବାପାଙ୍କ ପସନ୍ଦର ଦୋଭେଇ ବରକୁ ବାହା ହେବାକୁ ରାଜି ହୋଇଯାଇଛି କେବଳ ଧୋକା ଯୋଗୁଁ. ହିରୋ ବା ନାୟକ ଆଗରୁ ବିବାହିତ ଜାଣିବା ପରେ ହିରୋଇନ ଲିଜ଼ା ଧୋକା ଖାଇ ବାପାଙ୍କ ପସନ୍ଦରେ ଯାହାକୁ ଆଗରୁ ନଦେଖି ନଶୁଣି ବାହା ହେଉଛି ସେ ସେଇ ଯୁବକ ଯିଏ କି ଲିଜା ସହ ପ୍ରେମରେ ଅନ୍ଧ ହୋଇଯାଇଥିଲା. ଏବେ ନିଜ ପ୍ରେମିକ ବିପତ୍ନୀକ ଜାଣିବା ଯଦିଓ ହିରୋଇନ ଲିଜା ପାଇଁ ଗୋଟେ ଟ୍ଵିଷ୍ଟ ଥିଲା କିନ୍ତୁ ବପତ୍ନୀକ ହିରୋର ଗୋଟେ ଛୁଆ ଅଛି ଏକଥା ତା ପାଇଁ ଦ୍ୱିତୀୟ ଟ୍ଵିଷ୍ଟ ଥିଲେ ବି ଲିଜା ଭୂମିକାରେ ଅଭିନୟ କରୁଥିବା ଦୀପ୍ତି ସେଦିନ ବିଳାପ କରୁଥିଲା. ସାବତ ଝିଅକୁ ନିଜ ଝିଅ ଭାବି ଯେତେ ଯାହା କଲେ ମଧ୍ୟ ସେ କେଵେ ନିଜର ହୋଇପାରିବନି କହି ଦଉଡି ପଳାଉଥିଲା . ପ୍ରଯୋଜକ ଛାନିଆଁ. ନିର୍ଦେଶକଙ୍କ ମୁଣ୍ଡ ଗୋଳମାଳିଆ. ଆଉ ସ୍ପଟ ବୟ, ଲାଇଟମ୍ୟାନମାନେ ସ୍ତବ୍ଧ ଚକିତ ହୋଇ ଠିଆ ହୋଇ ରହିଥିଲା ବେଳେ କ୍ୟାମେରାମ୍ୟାନ ତାଙ୍କ ଆଗରେ ଥିବା ଦୀପ୍ତି ଓରଫ ଲିଜାକୁ ଧରିବାକୁ କସରତ କରୁଥିଲେ ଏବଂ ଧରିନେଇ କହୁଥିଲେ ଆଛା ଝିଅ ତମେ!କାହାଣୀରେ ଏମିତି କେତେ କେତେ ଟ୍ଵିଷ୍ଟକୁ ସାବଲୀଳ କରିବା ଧର୍ମକୁ ନନିଭେଇ ଦଉଡି ଚାଲିଗଲେ ଆମ ସମସ୍ତଙ୍କ ଦାନାପାଣି ବୁଡ଼ିଯିବ ଯେ ମ୍ୟାଡାମ.
କରୁଣ ଆଖିରେ ଦୀପ୍ତି କ୍ୟାମେରାମ୍ୟାନ ମୁହଁକୁ ଚାହିଁ କହିଲା ମୁଁ ଜାଣେ ସେ ଛୋଟ ଝିଅ କେବେବି ମତେ ମାନେ ତା ସାବତ ମାକୁ ଗ୍ରହଣ କରିବ ନାହିଁ. କାହିଁକି କରିବ ନାହିଁ କୁହନ୍ତୁ!ଆଦର ସ୍ନେହ ଯତ୍ନ ତଥା ମମତା ବଳରେ ନିଜର କରେଇବା ସାବତ ମାଆ ପାଇଁ ଗୋଟେ ଚ୍ୟାଲେଞ୍ଜ. ସେ ଚ୍ୟାଲେଞ୍ଜରେ ସଫଳତା ଆଣିଦେଲେ ତ ଏ ସିନେମା ଚାଲିବ. ପ୍ରେଖ୍ୟାଳୟରୁ ପ୍ରେଖ୍ୟାଳୟ ଘୁରି ବୁଲିବ. ଯେତେ ଗାଳି ଦେବେ ଦର୍ଶକ ସେତେ ତାଳି ମିଳିଗଲା ବୁଝିବାକୁ ହେବ ମ୍ୟାଡାମ, ଚାଲନ୍ତୁ. ଦୀପ୍ତି କହିଚାଲିଥିଲା ସେଇ ବିଗତ ଦିନର କାହାଣୀ ଯାହା ତା ଜୀବନର ମୋଡ଼ ବଦଳେଇ ଦେଇଥିଲା.
ପିଲାଦିନେ ବାପାଙ୍କ ସଙ୍ଗେ ବାଇକରେ ବସି ମାମୁଁ ଘର ଗଲାବେଳେ ସେ ଜାଣିନଥିଲା ବାପା ତାକୁ ଗୋଟେ ବର୍ଷ ପାଇଁ ମାଠୁ ଅଲଗା କରିବାକୁ ମାମୁଁ ଘରେ ଛାଡ଼ିଦେବାକୁ ନେଉଛନ୍ତି. ମାଆ କୋଳକୁ ତା ନୂଆ ଭାଇ ଆସିଲେ ସେ କାହିଁକି ମାଆ ପାଖରେ ରସିପାରିବନି ବୋଲି ବୁଝିବା ବୟସ ନହେବା ପୂର୍ବରୁ ଆଈ,ଅଜା, ମାମୁଁ, ମାଇଁ ତାକୁ ଯେତେ ଗେଲବସର କଲେ ମଧ୍ୟ ସେ ତା ମାଆ ପାଖକୁ ଫରରିଯିବାକୁ ଚାହୁଁ ଥିଲା କେବଳ. ଦିନେ ସେ ଫେରିଲା ସତ ହେଲେ ମାଆ ଜାଗାରେ ଆଉଜଣେ ସ୍ତ୍ରୀ ଲୋକ ତା ଛୋଟ ଭାଇକୁ ଧରି ହାତେ ଓଢ଼ଣା ଟାଣି କାହିଁକି ବସିଥିଲା ବୋଲି ତା ମନ ବିଦ୍ରୋହ କଲା. ମାକୁ ଏଘର ସେଘର, ଦାଣ୍ଡରୁ ଦୁଆର ଏବଂ ଗଛରୁ ପତର ଖୋଜୁଥିଲା ଯେତେବେଳେ ଶୁଣିଥିଲା ମାଆ ଟିକି ଭାଇକୁ ଜନ୍ମ ଦେଉ ଦେଉ ଆକାଶର ତାରା ହୋଇଯାଇଛି. ସବୁ ମିଛ କହି ସେ ଯେବେ ଏତେ ବଡ଼ ପାଟି କଲା ବେଳେ ଟିକି ଭାଇ ଉଠିପଡିବ, ସୁନାଝିଅ କହି କୋଳକୁ ନେଉଥିବା ନୂଆ ମାଆକୁ ସେ ଛାଟି ଦେଇଥିଲା. ସେହି ଦିନରୁ ନୂଆମାଆ ସହିତ ତାର କେତେ ଆଶାର ଆଲୋକ ପରି ଟିକି ଭାଇ ପ୍ରତି ମଧ୍ୟ ସ୍ନେହ ମମତା ବଦଳରେ ଖାଲି ରାଗ ଓ ଅଭିମାନ ଆସିଥିଲା. ସାଙ୍ଗମାନେ ବୁଝେଇ ଶୁଝେଇ ସେ ଆଜି ହିରୋଇନ ହୋଇଛି ବୋଲି ତାରି ନିଜ ଜୀଵନ କାହାଣୀର ନାୟିକା ନିଜେ ହେବ ଏକଥାକୁ ଯେମିତି ଗ୍ରହଣ କରିପାରୁନଥିଲା କି ସେହି ସାବତ ଛୋଟ ଝିଅ କେବେବି ତାର ନିଜର ହେବନି ବୋଲି କହି କାନ୍ଦୁଥିଲା ତ କ୍ୟାମେରାମ୍ୟାନ କହିଥିଲେ ଏହା ରିଏଲ ନୁହେଁ,ରିଲ ମ୍ୟାଡାମ. ଶୁନ୍ୟ ମନ ଶୁନ୍ୟ ହୃଦୟ ନେଇ ଦିପ୍ତି ଅସହାୟ ହୋଇ କିଛି ଭାବି ଚାଲିଥିଲା ବେଳେ କ୍ୟାମେରାମ୍ୟାନ ଅଜିତ କହୁଥିଲେ ନିଜର ନିଶ୍ଚୟ ହେବ ମ୍ୟାଡାମ କାରଣ ମୁଁ ନିଜେ ହିଁ ଏହାର ଉଦାହରଣ. ଉଠି ଠିଆ ହେଲା ଦୀପ୍ତି. ଏଣିକି ଲିଜା ଭୂମିକାରେ ଅଭିନୟ କରିବାରେ କୁଣ୍ଠା ନଥିଲା ଦୀପ୍ତିର.ସିନେମା ସରିବା ପୂର୍ବରୁ ଅଜିତ ସହିତ ଦୀପ୍ତିର ଖୁବ ଧୁମଧାମରେ ବିବାହ ହୋଇସାରିଥିଲା.