Dr Jharana Satapathy

Inspirational

3  

Dr Jharana Satapathy

Inspirational

ରେଳ ଯାତ୍ରୀଙ୍କ ସଚେତନତା

ରେଳ ଯାତ୍ରୀଙ୍କ ସଚେତନତା

2 mins
793


ଚାରି ପାଞ୍ଚ ଦିନ ତଳେ ଏକ ବାହାଘରର ଭୋଜିରେ ଯୋଗଦାନ କରି ବ୍ରହ୍ମପୁରରୁ ଭୁବନେଶ୍ବର ଫେରୁଥିଲୁ ।ଟ୍ରେନରେ ରିଟଣ୍ଣ ଟିକଟ ହୋଇଥାଏ ।ଟ୍ରେନଟି ଭାରି ଭିଡଥାଏ ।କିନ୍ତୁ ଆମେ ରିଜେରଭେସନ କରିବା ଲାଗି ଆମକୁ ସିଟ୍ ମିଳିଯାଇଥିଲା ।ଆମେ ଆମର ହେଣ୍ଡ୍ ବ୍ୟାଗ ଏବଂ ଲୁଗା ପଟାଥିବା ଟ୍ରଲି ବ୍ୟାଗକୁ ଉପର ବର୍ଥରେ ଥିବା ସିଟ୍ ଉପରେ ରଖି ଦୁହେଁ ତଳ ସିଟ୍ ରେ ବସିଥିଲୁ ।

କିନ୍ତୁ ଆମକୁ ଜଣାନଥାଏ କେହି ଜଣେ ଆମର ପିଛାକରୁଥାଏ !

ଚାେର ମନତ ସବୁବେଳେ ଗଣ୍ଠିଲିରେ। ଆମେ ଟ୍ରେନ ବଗିରେ ଥିବା ଦୁଇଟି ସିଇନ୍ଗେଲ ସିଟ୍ ରେ ବସିଥିଲୁ । କିନ୍ତୁ ଆମେ ଜାଣିନଥିଲୁ ସେହି ଚୋର ଆମ ଡାହାଣ ପଟ ପାଖ ସିଟ୍ ରେ ବସିଥାଏ। ଚାରିପାଞ୍ଚଜଣ ଭଦ୍ରବ୍ୟକ୍ତି ପିଲାଛୁଆକୁ ଧରି ମଧ୍ୟ ବସିଥାନ୍ତି। ସେମାନଙ୍କ ଭିତରୁ ଇଏ (ଚୋର) ଭଦ୍ରବ୍ୟକ୍ତି ସାଜି ବସିଥାଏ ।ଦେଖିବାକୁ ଵହୁତ ସାଧା ସିଧା ।ଧଳା ସାର୍ଟ ଏବଂ ଧଳା ପ୍ୟାଣ୍ଟ ପିନ୍ଧିଥାଏ ।ଦେଖିଲେ କେହିବି ଜାଣିପାରିବ ନାହିଁ ସେ ଏକ ଚୋର ହୋଇଥାଏ ବୋଲି !

ଖୋର୍ଧା ଷ୍ଟେସନ ନିକଟରେ ଟ୍ରେନଟି କିଛି ସମୟ ଅଟକିଥିବା ବେଳେ ସେ ବସିଥିବା ସିଟ୍ ର ଉପର ବର୍ଥରେ ଚଢି ମୋ ସିଟ୍ ର ଉପରେ ଥିବା ଆଟାଚିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରି ନିଜେ ଚୁପ୍ ସେ ବସିଥାଏ ।ମୋତେ ଏକଥା ଜଣା ନଥାଏ ।ମୁଁ ଝରକା ପଟେ ଚାହଁରହିଥାଏ। ହଟାତ୍ ମୋ ନଜର ତା ଉପରେ ପଡିଲା ।ମୁଁ ଭାବୁଥାଏ ଏ ଲୋକଟି ଏଇଠେ ବସିଥିଲା ଉପର ବର୍ଥକୁ ଗଲା କିପରି ? ଟ୍ରେନଟି ଖୋର୍ଧା ଷ୍ଟେସନ ଛାଡିବାକ୍ଷଣି ଉପରୁ ଓହ୍ଲାଇ ଅନ୍ୟତ୍ର ସିଫ୍ଟ କରିଥିବା ମୋ ଆଟାଚିକୁ ନେଇ ଓହ୍ଲାଇଯାଇଥିଲା ।

ମୁଁ ବହୁ ସମୟ ଧରି ଏ ଘଟଣା ଜାଣିନଥିଲି ।ମୋ ମିଷ୍ଟେର ମଧ୍ୟ ମୋ ପାଖରେ ଥିଲେ ।ସିଏ ମଧ୍ୟ ଏ କଥା ଜାଣିପାରିନଥିଲେ । ମତେ ଟିକେ ସନ୍ଦେହ ହେବାରୁ ମୁଁ କିଛି ସମୟ ପରେ ମୁଁ ବସିଥିବା ସିଟ୍ ର ଉପର ବର୍ଥକୁ ଚାହିଁ ଦେଖିଲାବେଳେ ମୋ ସାମାନ ଚୋରି ହୋଇଯାଇଥିଲା ।ସେଥିରେ ଦାମିକା ଜିନିଷ ଥିଲା ।ଟଙ୍କା ମଧ୍ୟ ରଖିଥିଲୁ ।ଦିନବେଳେ ଆଖିସାମନାରେ ଏପରି ଲୁଟ ! ଭଦ୍ରବ୍ୟକ୍ତି ରୂପେ ଆସି ବିଭିନ୍ନ ଉପାୟରେ ଲୁଟ କରନ୍ତି ।

ମୁଁ ପରେ ପାଖ ସିଟ୍ ରେ ବସିଥିବା ବହୁ ଜଣକୁ ପଚାରିଥିଲି ।କିନ୍ତୁ କେହି କିଛି ଜାଣିନିବୋଲି କହିଥିଲେ ।ମୁଁ ମନ ଦୁଃଖରେ ଘରକୁ ଫେରିଥିଲି ।ଟିକେ ଖାମଖଆଲି ପାଇଁ ଏଇ ଘଟଣା ଘଟିଥିଲା।ଆମେ ଯଦି ଆମର ସମସ୍ତ ଜିନିଷକୁ ପାଖରେ ରଖିଥାନ୍ତୁ ତାହାହେଲେ ଏପରି ଘଟଣା ଘଟିନଥାନ୍ତା ।

ମୋର ସମସ୍ତ ଯାତ୍ରୀମାନଙ୍କୁ ଅନୁରୋଧ ଟ୍ରେନରେ ଯାତ୍ରା କରିବା ସମୟରେ ନିଜ ନିଜ ଜିନିଷକୁ ନିଜ ପାଖରେ ଜାଗ୍ରତରେ ରଖନ୍ତୁ ଏବଂ ସୁରକ୍ଷାରେ ଯାତ୍ରା କରନ୍ତୁ । ନିଜ ସୁରକ୍ଷା ନିଜେ ହିଁ ନିଅନ୍ତୁ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Inspirational