Madhu mita

Inspirational

3.1  

Madhu mita

Inspirational

ରେଜରଭେସନ୍

ରେଜରଭେସନ୍

2 mins
187



"ଯା ହେଉ ବାବା ଶେଷରେ ଟ୍ରେନ ଛାଡ଼ିବା ଆଗରୁ ମଣିଷ ଆସି ପହଁଚିଗଲା…"ଟ୍ରେନ ଭିତରେ ନିଜ ରିଜର୍ଭ ହୋଇଥିବା ସିଟ ଉପରେ ବସି ଶାନ୍ତିରେ ଟିକେ ନିଃଶ୍ୱାସ ମାରିଲା ଦେବ।ନୂଆ ନୂଆ ଚାକିରି ଜଏନ କରିଥାଏ ସେ ଭୁବନେଶ୍ଵରରେ।କେତେ କଷ୍ଟ ଆଜିକାଲି ଚାକିରୀ ପାଇବା ସତେ।ତଥାପି ମନ ପସନ୍ଦିଆ ଚାକିରୀ ଖଣ୍ଡେ ସେ ପାଇ ଯାଇଥିଲା ଗତ ଛଅ ମାସ ତଳେ। ଘରେ ସମସ୍ତେ ଖୁସି। ସମସ୍ତେ ମାନେ ବୁଢ଼ୀ ବିଧବା ମା ଆଉ ସାନଭାଇ ।ଏତେ ଦିନକେ ଯାଇ ଛୁଟି ମିଳିଲା।


ବସିଲା ପରେ ଟିକେ ନିଃଶ୍ୱାସ ନେଇଛି କି ନାହିଁ ଜଣେ ସୁନ୍ଦରୀ ତରୁଣୀ ଧଇଁ ସଇଁ ହୋଇ ଆସି ତା ପାଖରେ ହଠାତ୍ ବସି ପଡ଼ି କହିଲେ ମୋତେ ଆପଣଙ୍କ ସିଟରେ ବସିବାକୁ ଦେବେ ପ୍ଲିଜ୍…ମୋର ରେଜର୍ଭେଶନ ନାହିଁ ।


ଏମିତିକା ଅଫର୍ କିଏ କଣ ହାତ ଛଡା କରେ? ଦେବ ଖୁସିରେ ହଁ ଭରିଲା। ତରୁଣୀ ଜଣକ ଅତି ସହଜରେ ନିଜ ଲଗେଜ୍ ରଖିଦେଇ ତାକୁ ଘୁଞ୍ଚିଯିବାକୁ କହି ଝରକା ପାଖରେ ବସି ପଡିଲା।ଦେବ କିଛି ପଚାରିବା ଆଗରୁ ସେ ନିଜ ଆଖି ପଲକ ବନ୍ଦ କରି ରହି ଯାଇଥିଲା।ବୋଧେ ଇୟରଫୋନରେ ଗୀତ ଶୁଣୁଥିଲା।ଦେବ ମନେ ମାନେ କଳ୍ପନା କରୁଥିଲା ତରୁଣୀ ଜଣକ ଯଦି ତା ସହ ବନ୍ଧୁତା କରିବ ଆଉ ସେ ବନ୍ଧୁତା ପ୍ରେମ ହେଇଯିବ ଆଉ ତା ପରେ ସେ ତରୁଣୀ ତା ଜୀବନସାଥୀ ହୋଇଯିବ ତା ହେଲେ କେତେ ଭଲ ହେବ..!!


ହଠାତ୍ ଆଗ ବର୍ଥରୁ ଟିଟି ଆସିବା ଦେଖି ଝିଅଟି କହିଲା…"ଇଫ୍ ୟୁ ଡୋଣ୍ଟ ମାଇଣ୍ଡ ତା ହେଲେ ଆମେ କପୂଲ୍ ବୋଲି କହି ପାରିବା କି? ମୁଁ ବିନା ରେଜରଭେଶନରେ ବସିଛି ନା…"। ତା କଥା ଶୁଣୁ ଶୁଣୁ ଦେବ ଚଟ୍ କରି ହଁ କରିଦେଲା।ମିଛି ମିଛିକା ହେଉ ପଛେ ସେ ତା ସ୍ବପ୍ନ ନାୟିକାର ନାୟକ ହେବ !



ଟିଟି ଆସୁ ଆସୁ ଝିଅଟା ଆରମ୍ଭ କରିଦେଲା…"ତମକୁ ଆଉ ପାରି ହେବନି ବୁଝିଲ।ମୁଁ ଟିକେ ମୋ ମା ଘରକୁ ଏକା ଯାଉଛି ସେତକ ବି କରେଇ ଦେଲନି।ପଛେ ପଛେ ଆସିଗଲ।"ଆଉ କେହି କିଛି ବୁଝିବା ଆଗରୁ ଟିଟି ପାଖକୁ ଯାଇ କାନ୍ଦି ପକେଇ କହିଲା "ଅଙ୍କଲ. ଦେଖନ୍ତୁ ତ।ବାହା ହେଲା ପରଠୁ ମାସେ ହେଲା ମୁଁ ଆମ ଘରକୁ ଯାଇନି।ଆଉ ଏବେ ଗଲା ବେଳକୁ ଇୟେ ମୋ ପଛରେ ପଳେଇ ଆସିଛନ୍ତି।କହିଲେ ଦେଖିଗୋଟିଏ ଝିଅ କଣ ତା ବାପ ଘରକୁ ଏକା ଯାଇ ପାରିବନି ? ମୋ ଉପରେ ଏମିତି କଡା ନଜର ରଖି ହଇରାଣ କରିବା କଣ ଠିକ୍? ମୋ ଜାଗାରେ ଆପଣଙ୍କ ଝିଅ ଥିଲେ ଆପଣ କଣ ୟାଙ୍କୁ ଗାଡିରୁ ଓହ୍ଲେଇ ଯିବାକୁ କୁହନ୍ତେନି ?"ଆଉ ଏତେ ସୁନ୍ଦର ବୁଝେଇ ସୁଝେଇ କହିଲା ଯେ ଟିଟି ଦେବକୁ ଟ୍ରେନରୁ ଓହ୍ଲେଇ ଯିବାକୁ କହିଲେ।ଅନ୍ୟ ଯାତ୍ରୀମାନେ ମଧ୍ୟ କହିଲେ ସେ ଓହ୍ଲେଇ ଯାଉ ଆଉ ତା ପତ୍ନୀକୁ ଏକା କିଛି ସମୟ ସ୍ଵାଧୀନ ଭାବେ ଛାଡ଼ୁ।ଅଗତ୍ୟା ଦେବ ନିଜ ଲଗେଜ ନେଇ ପର ଷ୍ଟେସନରେ ଓହ୍ଲାଇବାକୁ ବାଧ୍ୟ ହେଲା। ଟ୍ରେନ ଛାଡ଼ିଲା ବେଳେ ତରୁଣୀ ଜଣକ ଝରକା ପାଖରୁ କହୁଥିଲେ…"ମୋତେ ହଇରାଣ କରିବାକୁ ମୋ ଟିକେଟ ନେଇ ଚିରିଦେଲ।ହେଲେ ଏଠି କେହି ମୂର୍ଖ ନୁହନ୍ତି।ମୋର ଅସୁବିଧା ହେବନି କିଛି ଦେଖିବ !"


ଦେବ ଦେଖିଲା ଟିଟି ଅନୁତ୍ର ଚେକିଂ ପାଇଁ ଆଗେଇ ଗଲାବେଳେ ଝିଅଟି ପୁରା ରିଜର୍ଭଡ୍ 0ସିଟ ଉପରେ ଆରାମରେ ବସି ଟ୍ରେନ ଯାତ୍ରାର ମଜା ଉଠାଉଥିଲା !


Rate this content
Log in

Similar oriya story from Inspirational