STORYMIRROR

Trushna Das

Drama Classics Inspirational

5  

Trushna Das

Drama Classics Inspirational

ରେବତୀ

ରେବତୀ

2 mins
536

ଉନ୍ନବିଂଶ ଶତାବ୍ଦୀର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ରେବତୀର। ସେ ଆଠ ବର୍ଷର ଝିଅଟି। ଭଗବତ ଗୀତାର ପଂକ୍ତି ଗାଇବା ସହ ସେ ଭଲ ଗୀତ ଗାଉଥାଏ ଓ ଭଲ ନାଚୁ ଥାଏ।ରେବତୀ ବହୁତ ବୁଦ୍ଧିମତି ଝିଅ। 


ରେବତୀର ପାଠ ପଢିବାରେ ବହୁତ ଆଗ୍ରହ। କିନ୍ତୁ ସେ ସମୟରେ ଝିଅ ପୁଅ ଭିତରେ ଭେଦ ଭାବ କରା ଯାଉଥିଲା।ଝିଅମାନଙ୍କ ଭାଗ୍ୟରେ ପାଠ ପଢିବା ନ ଥିଲା। କିନ୍ତୁ ରେବତୀର ବାପା ରଘୁନାଥ ପୁରୁଣାକାଳିଆ ଲୋକ ହେଲେ ମଧ୍ୟ ଝିଅମାନଙ୍କ ପାଠ ପଢାର ମହତ୍ତ୍ୱ ବୁଝିଥିଲେ।ସେ ଝିଅ ରେବତୀକୁ ପାଠ ପଢାଇବା ପାଇଁ ଗାଁର ବିଦ୍ୟାଳୟରେ ନାମ ଲେଖାଇଲେ। 


ରେବତୀର ପାଠ ପଢିବାକୁ ନେଇ ତାର ଜେଜେବାପା ଆଉ ସାଇ ପଡିଶାମାନେ ପ୍ରତିବାଦ କରିଛନ୍ତି। କିନ୍ତୁ ପିତା ରଘୁନାଥ ବୁଝାଇ କହିଛନ୍ତି ଝିଅ ହେଲେ ପାଠଇ ପରିବାର ହେବ ଶିକ୍ଷିତ, ପରିବାର ହେଲେ ଶିକ୍ଷିତ ଦେଶ ହେବ ଶିକ୍ଷିତ, ଦେଶ ହେବ ଉନ୍ନତ। ସମସ୍ତେ ରଘୁନାଥଙ୍କ କଥା ଶୁଣି ଚୁପ ହୋଇ ଗଲେ। କିନ୍ତୁ ମନରୁ ଏ କଥା ଗ୍ରହଣ କରି ପାରୁ ନଥିଲେ। 


ରେବତୀ ବିଦ୍ୟାଳୟ ଯିବା ଆରମ୍ଭ କଲା। ଲୋକମାନେ ରେବତୀର ପଛ ପଟେ ତାର ପାଠ ପଢିବାକୁ ନେଇ ବହୁତ କଥା କହୁଥିଲେ। 


କିନ୍ତୁ କିଛି ବର୍ଷ ପରେ ଦେଖିଲେ ରଘୁନାଥ ନାନା ପ୍ରକାରର ନୂତନ ଉପାୟ କୌଶଳ ବ୍ୟବହାର କରି ତାଙ୍କର ବ୍ୟବସାୟକୁ ବଢାଇ ଚାଲିଛନ୍ତି।ରଘୁନାଥଙ୍କୁ ଯେତେବେଳେ ସମସ୍ତେ ପଚାରିଲେ ଯେ ସେ ଏତେ ସୁନ୍ଦର ଉପାୟ କେଉଁଠାରୁ ପାଉଛନ୍ତି, ସେତେବେଳେ ସେ କହିଲେ ତାଙ୍କ ଶିକ୍ଷିତ ଝିଅ ତାଙ୍କୁ ସବୁ ନୂଆ ନୂଆ ଉପାୟ ଦେଉଛି ବ୍ୟବସାୟ କରିବା ପାଇଁ। ଏହା ଶୁଣି ଗାଁର ଲୋକମାନେ ଝିଅମାନଙ୍କ ପାଠ ପଢିବାର ମୂଲ୍ୟ ବୁଝିଛନ୍ତି। ଆସ୍ତେ ଆସ୍ତେ ଜଣେ ଜଣେ ହୋଇ ନିଜ ଝିଅଙ୍କୁ ପାଠ ପଢିବା ପାଇଁ ପଠାଇଛନ୍ତି।


ଶେଷରେ ରେବତୀର ଗାଁରେ ସମସ୍ତେ ଆସ୍ତେ ଆସ୍ତେ ଶିକ୍ଷିତ ହେବାରେ ଲାଗିଛନ୍ତି।ଏବେ ରେବତୀ ନିଜେ ସେଇ ଗାଁର ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଉଛି। 


ହଠାତ୍ ଗାଁରେ ମହାମାରୀ ରୋଗ ବ୍ୟାପିବାରେ ଲାଗିଲା। ରେବତୀ ନିଜ ବୁଦ୍ଧି ବଳରେ ସହରରୁ ଡାକ୍ତରଙ୍କୁ ଆଣି ଲୋକଙ୍କ ଚିକିତ୍ସା କରାଇ ବହୁ ଧନ ଜୀବନ କ୍ଷତିରୁ ବଞ୍ଚାଇଲା। ସରକାରଙ୍କୁ ଦରଖାସ୍ତ ଦେଇ ଗାଁରେ ପାନୀୟ ଜଳ ପାଇଁ ନଳ କୂପ ବସାଇବା ବ୍ୟବସ୍ଥା କରାଇଲା। 


ଗାଁର ଲୋକମାନେ ରଘୁନାଥ ଓ ରେବତୀଙ୍କ ପ୍ରଶଂସା କରୁଛନ୍ତି।ଏବେ ସେମାନେ ଝିଅମାନଙ୍କର ଶିକ୍ଷାର ମହତ୍ତ୍ୱ ବୁଝି ଯାଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଝିଅ ହେଲେ ପାଠଇ ଦେଶ ଯିବ ଆଗଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama