Dr Jharana Satapathy

Inspirational

4.5  

Dr Jharana Satapathy

Inspirational

ରେବତୀ ଓ ଜେଜେମା

ରେବତୀ ଓ ଜେଜେମା

5 mins
513


ଆରେ ରେବତୀ ଆରେ ରେବତୀ ....

କୁଆଡେ ଗଲା ପିଲାଟା କେଜାଣି ! କେତେ ଡାକ ଛାଡିଲାଣି ପିଲାଟା ପୁରା ଵିଗିଡି ଗଲା। ନା କାହା କଥା ଶୁଣୁଛି, ପଢିବାରେ ନା ଗନ୍ଧ ଧରୁଛି! କେତେ ବୁଝାଇବି ତାକୁ! ଆଉ କି କାମ କି ତାର ଲୁଚିକି ଯାଇ କୋଉଠି ବାଟି ଖେଳୁଥିବ ନଚେତ୍ ଗାଁ ପୋଖରୀରେ ବୁଡ ମାରୁଥିବ। ଏମିତି ତା ପଛେ ପଛେ ହୋଇ ଥକି ପଡିଲିଣି ସିନା ପିଲାଟିର ଟିକେ ବୁଦ୍ଧି ସୁଦ୍ଧି ଆସିଲାନି ହେ ଭଗବାନ କଣ ଆଉ କରିବି କିଛି ଜଣାପଡୁନି। ହାତରେ ଟଙ୍କା ଯଦି ମିଳିଗଲା ବୁଲିବୁଲି ଚକଲେଟ ଖାଇ ପଇସା ତକ ସାରି ଦେବ। ଯେଉଁ ଗୁଣ ଧରିଲାଣି ପାଠସାଠ ନ ପଢିଲେ ଖାଲି ଭିକ ମାଗିଵା ଛଡା ଆଉ କିଛି ହେବ ନାହିଁ। ବାପା ଦେଶ ସେବା କଲାବେଳେ ପୁଅ ହେବ ବାଳୁଙ୍ଗା !


କଣ ହେଲା କି ଵୁଢୀ ଏତେ ଚିଲାଉଛୁ କାହିଁକି ? 


ସତରେ ଵୁଢୀ ଯେଉଁ ଦିନ ଘର ଛାଡି ପଳେଇବି ତୁ ଜାଣିଵୁ ତା ପରର କଥା। 


ଯେଉଁ ନାମଟି ମତେ ଦେଉଛୁ ତାହାବି ଗୋଟେ ଝିଅ ପିଲା ନାମ। ଖାଲି ରେବତୀ ରେବତୀ ହେଉଥା। ମୋ ସାଙ୍ଗସାଥିମାନେ ମତେ କେତେ ଟାହିଟାପରା କରୁଛନ୍ତି 

ହେଟି ରେବତୀ, ଯାଆ ତୋ ଜେଜେ ମାଆ ଡାକ ଛାଡିଲାଣି। ପାଠ ପଢିବୁ। ତୁଣ୍ଡରେ ତୋ ଜେଜେ ମାଆର ଖାଲି ଗୋଟିଏ କଥା ଆରେ ରେବତୀ ପାଠ ପଢିବୁ ଆସେ ।


ଏ ବୁଢି ଜାଣିଛୁ ଖେଳିବା ସମୟରେ ମୋ ସାଙ୍ଗମାନେ କେତେ ଟାହିଟାପରା କରି କହନ୍ତି ଫକିରମୋହନ ସେନାପତିଙ୍କ ରେବତୀ ଗଳ୍ପର ରେବତୀର ଜେଜେମା ଡାକ ପକାଇଲା ଭଳି ନିତି ତତେ, ତୋ ଜେଜେମା ଡାକ ଛାଡୁଛନ୍ତି। 


ଖାଲି ଏତିକି, ସେ ଵୁଢୀ ଡାକ ଛାଡୁଥିଲା "ଲୋ ରେବତୀ-ଲୋ ରେବୀ-ଲୋ ନିଆଁ-ଲୋ ଚୁଲି। ତୁ ଡାକ ଛାଡୁଛୁ ଆଲୋ ରେବତୀ - ପାଠ ପଢ-ପାଠ ପଢ-ନ ହେଲେ ହେଵୁ ବାଳୁଙ୍ଗା । 


ଏତିକି ଭଲ ହୋଇଛି ମୋ ନାଆ ଶେଷକୁ କାନ୍ତ ଲାଗିଛି। 


ଆରେ ଲଫଙ୍ଗା ରେଵତୀ କାନ୍ତ କିଏ ଜାଣିଛୁ ସ୍ବୟଂ ଵଳଭଦ୍ର।


ଆଲୋ ବୁଢୀ ତୁ ସେ ରେବତିର ଜେଜେମା ଭଳି ହେଲୁନୁ। ପାଠ ପଢିବାପାଇଁ ମନା କରିଥାନ୍ତୁ। ମୁଁ ଖେଳନ୍ତି, ବୁଲନ୍ତି କେତେ ମଜ୍ଜାମଜଲିସ୍ କରିଥାନ୍ତି । କି ପାଠ ଦୁଇ ଅକ୍ଷର ଜାଣିଛୁ ଯେ ମତେ ଯାହା ସାଧୁଛୁ। 


ହଁ ରେ ବାଳୁଙ୍ଗା ଟୋକା ରେବତି ଭଳି ନାତୁଣିଟେ ମୋର ଥାଆନ୍ତା କି ! ମୁଁ ତାଠୁ କେତେ ପାଠ ଵୁଝିଥାନ୍ତି। ପାଠ ପଢାରେ ତାକୁ କେତେ ସରଧା। ମତେ ସେ କେତେ ଶିକ୍ଷଣୀୟ କଥା କହନ୍ତା। ଆଖିକୁ ସିନା ଦିଶୁନି। କିନ୍ତୁ ଜ୍ଞାନ ଆହୋରଣ ପାଇଁ ବୟସ କଣ ?


ପାଠସାଠ ନ ପଢି ଖାଲି ବାତରାଛତରା ହେବୁ। ରହିଥା ତୋ ଡାଡି ଆସିଲେ ତୋ ଵିଷୟ ସଵୁ କହିଵି ! ଆଜି ପର୍ଯ୍ୟନ୍ତ ତୋ ଡାଡି ମତେ ଦିନେ ହେଲେ ଜଵାଵ ସୁଆଲ ଦେଇନି ତୁ ତାରି ପୁଅ ହୋଇ କେତେ ଜଵାଵ ଦେଉଛୁ ! ଆରେ କେତେ ରାଗ ତୋ ନାକ ଆଗରେ। ତୋ ଡାଡି ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ହେବା ଦିନରାତି ଦେଶ ସେବାରେ ଵ୍ୟସ୍ତ। ତୁ ଏକଥା ନିଜେ ଵୁଝିଵା ଏବଂ ଜାଣିବା କଥା। ମମିର କଥାମାନି ରହିବା ଦରକାର। 


ସତକୁ ସତ ରେବତୀର ଜେଜେମା ସକାଳ ଧୂପ ଦେଇ ପ୍ରତିଦିନ ନାତି ପାଖକୁ ଆସି ଯାଆନ୍ତି । ପାକୁଆ ପାଟିରେ ପାନ ଖିଲେ ଯାକି ଡାକ ପକାନ୍ତି ଆରେ ରେଵତୀ କୁଆଡେ ଗଲୁ ପାଠ ପଢୁଛୁ ନା ନାହିଁ !


ମନେ ମନେ ଵୁଢୀ ଉପରେ ଗୁଣୁଗୁଣୁ ହୋଇ ଗାଳି ଦେଉଥାଏ ନାତିଆ ରେବତୀ। ସକାଳ ପୂଜା ସାରି ଉଠିଲା କ୍ଷଣି ଏ ଵୁଢୀର ତୁଣ୍ଡରେ ଖାଲି ଗୋଟିଏ ନାମ। ପାଠ ପଢେ। ରାମ ନାମ ଟିକେ ଜପିଲେ ଏ ଵୁଢୀ ଟିକେ ମୁକ୍ତି ପାଇଥାନ୍ତା । ଖାଲି ପାଠପଢେ। ଆରମ୍ଭ କରିଦେବ ଏ ବୁଢୀ ପଢେ ଆଉ ପଢେ। ଅଙ୍କ କଷେ । ଖାଲି ରାଉରାଉ କାଉକାଉ । 


ପାଠ ପଢିବାଠୁ ଅଧିକ କଷ୍ଟ ଆଉ କିଛି ଦୁନିଆରେ କିଛି ନାହିଁ ଜାଣିନି ଵୋଧେ ଏ ବୁଢୀ ! ପାଠ ପଢିଥିଲେ ସିନା ଜାଣିଥାନ୍ତା ! କି ରାମାୟଣ, ମହାଭାରତ ବହି ଖଣ୍ଡେ ଧରୁଛି ତାକୁ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଗାଇ ଚାଲୁଛି। ଏ ଵୁଢୀର ତ ପୁରାଣ ପଢା ପାଟିରେ ଘର କମ୍ପେ ଆଉ କଣ ପାଠ ପଢିବ ମଣିଷ !


ରେବତୀର ଏଭଳି କଥା ଶୁଣି ତା ଜେଜେମା ଵାଡି ଠୁକୁ ଠୁକୁ କରି ଅଣ୍ଟା ନଇଁ ନଇଁ ପଢା ରୁମ ଭିତରକୁ ଯାଇ ନାତିକୁ ଵୁଝାଇ କହିଲେ ଦେଖ ରେବତୀ ତୁ କଣ ଜାଣିଵୁ ଏ ବୟସରେ ମଧ୍ୟ ପାଠପଢିବାରେ ମତେ କେତେ ଆଗ୍ରହ ଅଛି !


ହସରେ ଉଡାଇ ରେବତୀ କହିଲା ହେ ହେ ଇଏ ପୁଣି ପାଠ ! ଖାଲି ରାମାୟଣ ମହାଭାରତ ଗାନ । କାଇଁ ମୋ ଇଂରାଜୀ ବହିରୁ ଦୁଇ ଧାଡି ଶୁଣାଇଲୁ ତାହାହେଲେ ଜାଣିବି ତୁ କେତେ ପାଠ ପଢିଛୁ। ନେଏ ଇଂରାଜୀ ବହିରୁ ଦୁଇ ଧାଡି ନୁହଁ ଖାଲି ଗୋଟିଏ ଶବ୍ଦ ଶୁଣାଇଲୁ ତୋ ଇଂରାଜୀ ଦକ୍ଷତା କେତେ ଜଣାପଡିଵ !


---"ଚଷମାଟିକୁ ମୁହଁରେ ଲଗାଇ ପାକୁଆ ପାଟିରେ ତାଳି ମାରି ଆକ୍ଟିଙ୍ଗ୍ କରି ଜେଜେମା ଠିଆ ହୋଇ ଏତେବଡ ପାଟିରେ ପଢି ଶୁଣାଇଲେ ଯେ ତାଙ୍କୁ ଦେଖିକରି ରେଵତୀ ପାଟି ଆଁ କରି ଛିଡା ହୋଇରହିଲା କିଛି ସମୟ clap your hands clap your hands listen to the music and clap your hands।


ତୁ କଣ ଭାବିଛୁ ନା ମତେ ମୁଁ ପାଠସାଠ ନ ପଢି ଗୋଟେ ମୂର୍ଖ ଅପାଣ୍ଡୁକ ବୋଲି !


ମନରେ ଯାହା ଇଛା ଥିଲେ ବି ଆଗରେ ଯଦି ପ୍ରତିବନ୍ଧକ ଲାଗିଗଲା ତାହା ଅବଶୋଷ ହୋଇ ରହିଯାଏ। ମଣିଷ ଜୀବନରେ ସବୁ ଲକ୍ଷ୍ୟ ପୂଣ୍ଣ ହେବ ବୋଲି କିଛି ମାନେ ନଥାଏ। ବେଳେ ବେଳେ କିଛି ପ୍ରତିବନ୍ଧକ ବାଧା ଉପୁଜୁଥାଏ। ଵେଳେଵେଳେ ପାରିପାଶ୍ବିକ ପରିବେଶ ଏବଂ ପରିସ୍ଥିତି ମଧ୍ୟ ସାଥି ଦିଏନି। ଏଥିପାଇଁ ନିଜକୁ ଅଧର୍ଯ୍ୟ ହୋଇ ଭାଙ୍ଗି ପଡିଲେ ହେବ ନାହିଁ। ସବୁ ପ୍ରକାର ପରିସ୍ଥିତିର ସାମନା କରିବାକୁ ପଡେ ଜୀବନରେ।ତାକୁ ଦୃଢତାର ସହ ମୁକାବିଲା କରିବାକୁ ପଡିବ। 


ଶୁଣିବୁ ମୋ କଥା ଆ ମୋ ପାଖରେ ବସେ ବହିର ବାସ୍ନା ଆଜି ବି ମତେ ପାଗଳ କରେ । 


ଆରେ ବାପା ଶୁଣେ ରେବତୀ ସେ ଯୁଗରେ ପାଠ ପଢିବାପାଇଁ ମାଇଲ ମାଇଲ ଦୂର ଖାଲି ପାଦରେ ଯିବାକୁ ପଡୁଥିଲା। ନା ପିନ୍ଧିବା ପାଇଁ ହଳେ ଚପଲ ଥିଲା ଗୋଟିଏ ହଳ ଜାମାରୁ ଦୁଇହଳ ନଥିଲା। ପୁରୁଣା ବେଗଟିକୁ କାନ୍ଧରେ ଝୁଲାଇ ସିଲେଟ ଗୋଟିଏ ତାହା ସହ ଖଡି ଖଣ୍ଡିଏ ଧରି ସ୍କୁଲକୁ ଯାଉଥିଲି ଅତି ଆଗ୍ରହ ସହକାରେ । ତୋ ମମି ଯେଉଁ ବେଗରେ ପରିବା ଆଣୁଛି ସେହି ପ୍ରକାର ବେଗ ଥାଏ ମୋର ସ୍କୁଲ ବେଗ। ମୋ ବୋଉ ମତେ ଯାହାଦିଏ ତାହା ଖାଉଥିଲୁ। ଭଲ ପାଠପଢୁଥିଲୁ। ସେତେବେଳେ ଏମିତି ଘରେ ଲାଇଟ୍ ନ ଥିଲା ଡିବିର ସହାୟତାରେ ପାଠ ପଢୁଥିଲି। ସାହି ବସ୍ଥିରେ ଲାଗିଥିବା ଲାଇଟ୍ ଆଲୁଅରେ ପଢାପଢି କରୁଥିଲି। ରାତିରେ ସେହି ଆଲୁଅଟିକୁ ଅପେକ୍ଷା କରିବାକୁ ପଡୁଥିଲ। ଯେହେତୁ ଘରେ ଲାଇଟ୍ ନଥାଏ। ସେହି ଆଲୁଅତକ ଘରେ ପଶିଗଲେ କି ଆନନ୍ଦଲାଗେ। ସେଥିରେ ସବୁକାମ ଚଳିଯାଏ।


ଦିନେ ଜାଣିବାକୁ ପାଇଲି ତୋ ଜେଜେ ଘର ତରଫରୁ ମୋ ବାହାଘର ପାଇଁ ପ୍ରସ୍ତାବ ଆସିଲା। ମୁଁ ଜିଦି ଧରି ବସିଲି ପାଠପଢିବି କିନ୍ତୁ ତୋ ଜେଜେ ଘର ଲୋକ ଶୀଘ୍ର ବିବାହ କରିବାକୁ ଚାହୁଁଥିଲେ। କାହିଁକି ନା ତୋ ଜେଜେଙ୍କ ବାପାଙ୍କ ଦେହ ଭିଷଣ ଖରାପ ଥିଲା। ସେମାନେ ଘର କାମ କରିବାକୁ ଏକ ଘରୋଇ ବହୁ ଖୋଜୁ ଥିଲେ। ଫଳରେ ଅତି ଶୀଘ୍ର ତୋ ଜେଜେ ସହ ମୋର ବାହାଘର ହୋଇଗଲା। ପାଠପଢି ନିଜ ଗୋଡରେ ନିଜେ ଠିଆ ହୋଇ ରହିବାଟା ମନରେ ଅବଶୋଷ ରହିଗଲା। କେତେ ସ୍ବପ୍ନଦେଖିଥିଲି ବହୁତ ପାଠପଢିବି ଏକ ସ୍କୁଲରେ ମାଷ୍ଟ୍ରାଣି ହେବି। ଖାଲି ମନ କଥା ମନରେ ହିଁ ରହିଗଲା।


ଯେତେବେଳେ ଜୀବନରେ ରଖିଥିବା ଲକ୍ଷ୍ୟସବୁ ପୂର୍ଣ୍ଣ ହୋଇପାରେ ନାହିଁ ତାହା ଅବଶୋଷ ହୋଇ ରହିଯାଏ।


ତୋ ଜେଜେ ଘରେ ପାଦ ଦେଇ ଶୁଣିବାକୁ ପାଇଲି ସମସ୍ତଙ୍କ ଠାରୁ ଟାହି ଟାପରା ଏକ ମାଷ୍ଟ୍ରର ଝିଅ ଏ ଘରକୁ ଆସିଛି ଇଏ ପୁଣି ମାଷ୍ଟ୍ରାଣି ହେବ ! ଘରକାମ କିଏ କରିବ? କିନ୍ତୁ ମୁଁ କାହା କଥାକୁ କର୍ଣ୍ଣପାତ କଲି ନାହିଁ। ଘରର ସବୁ କାମ ଧନ୍ଧା ସରିଲାପରେ ଲୁଚିଛପି ଯାଇ ଡିବି ଆଲୁଅରେ ପାଠପଢେ।


ତାହା ସହ ପୁରାଣ,ବେଦ,ରାମାୟଣ,ମହାଭାରତ,ଗିତା ଏସବୁ ପଢେ।

ନିଜ ଜୀବନକୁ ସମସ୍ତଙ୍କ ପାଇଁ ଉତ୍ସଗିତ କରି ସେଠାରୁ ହିଁ ଆନନ୍ଦ ଲାଭକଲି । କିନ୍ତୁ ଆଉ ଏକ ଅବଶୋଷ ରହିଗଲା ଜୀବନ ଯୁଦ୍ଧରେ ହାରିଗଲି ତୋ ଜେଜେ ଯେତେବେଳେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ।


ଏବେବି ମନରୁ ବହୁ ଅବଶୋଷ ଯାଇନି। ସତରେ ବହୁ କୁଟୁମ୍ବ ବହୁପାପି। ସମସ୍ତଙ୍କ ଚିନ୍ତା ଘାରୁଛି। ତୋ ଚିନ୍ତା ସବୁଠୁ ଅଧିକ ହୋଇଯାଉଛି ଏ ବୟସରେ । ଠାକୁରଙ୍କୁ ଡାକୁଛି ଖାଲି ତୁ କେମିତି ଭଲ ମଣିଷଟିଏ ହେବୁ।


ବୁଢୀମାଆର କଥା ଗୁଡାକ ତାର ମର୍ମରେ ଭେଦୁଥିଲା। ରେବତୀ ଅନୁଭବ କରୁଥିଲା ବୁଢୀମାଆଟା ମୂର୍ଖ ହେଲେ କଣ ହେଲା ଠିକ୍ କଥା କହୁଛି।


Rate this content
Log in

Similar oriya story from Inspirational