STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ରାତିର ରଙ୍ଗ

ରାତିର ରଙ୍ଗ

2 mins
144

  ପକ୍ଷୀମାନଙ୍କ ପାଇଁ ଝରକା ସେପାଖରେ, ଚାଉଳ ମୁଠାଏ ବୁଣି ଦେଇ, କପରେ ପାଣି ରଖୁ ରଖୁ, ନଜର ପଡଗଲା,ଝରକା ସେପାଖରେ ଠିଆ ମାଆ କୁକୁର ସହ ପଂଝାଏ ସରିକି ଛୁଆ, ଆଉ ଶୀତରେ ଥର ଥର ସେମାନେ, କଣ କରିବି, ପୁରୁଣା ପା ପୋଛାଟିଏ ଆଣି ପକାଇଲି ଦୁଆର ଖୋଲି, ଆଉ ପୁଣି ରୁଟି ଦିପଟ ଧରି ଆସିଲା ବେଳକୁ ପାପୋଛ ଟିରେ ଶୀତ ଥର ଥର ମାଆ ପିଲା କୁକୁର ମାନେ କୁଙ୍କୁରି କାଙ୍କରି ହୋଇ ଶୋଇ କୁଁ କୁଉଁ ହେଉଛନ୍ତି, ତ ଅଖା ଖଣ୍ଡେ ଆଣି ପକାଇଦେଲି, ରୁଟି ପକାଇ, ଖାଇ ପିଇ ଶୋଇବାକୁ ଯାଉଛି, ପୁଣି କୁକୁର ଛୁଆ ଗୁଡ଼ାଙ୍କର କୁୁଁ କୁଂ ରେ ନିଦ ହେଲାନି ।

ତଳକୁ ଚାହେଁ ତ, ପାଗଳ ଟିଏ କୋଉଠୁ ଆସି କୁକୁର ମାନଙ୍କ ପାଖରୁ ଅଖା ଭିଡ଼ି ନେଇ ଶୋଇଛି, ଭାରି ଦୁଃଖ ହେଲା ମନ, ଆହା କୋଉ ଜନ୍ମର କୋଉ ପ୍ରାରବ୍ଧ କର୍ମଫଳ ଭୋଗୁଛି ମଣିଷ ଜନ୍ମ ପାଇ। ଦିନେ ତ କାହା କୋଳରେ ଜନ୍ମ ନେଇଥିବ, କେତେ ଦୁଃଖ କଷ୍ଟ ଭିତରେ ବଢ଼ିଥିବ , ବିଚରା, ତଥାପି ନିଦ ହେଲାନି, ଗୋଟେ ପଲିଥିନ ରେ ଚୁଡ଼ା ଭଜା ଆଉ ମିକ୍ସଚର୍ ମିଶାଇ ପାଗଳ ଆଡ଼କୁ ଉପରୁ ପକାଇଲି, ସେ ଗୋଟେଇ ନେଲା ଆଉ ପାଟିରେ ଦେବା ପୂର୍ବରୁ କୁକୁର ଓ ତା ଛୁଆମାନେ, ପଲିଥିନ ଭିଡ଼ି ନେଇଥିଲେ, ପ୍ରତିବାଦ ନଥିଲା ପାଗଳର। ପୁଣି ପ୍ଲାଷ୍ଟିକ ବୋତଲରେ ପାଣି ଭରି ଉପରୁ ପକେଇଲି ଅନ୍ତତ, ପାଣିଟୋପେ ପିଦେବ ଲୋକଟା ଏ ଶୀତ ଥର ଥର ରାତିରେ।

ସକାଳୁ ଚାହିଁଲି ତଳକୁ, ପୁରୁଣା ପାପୋଛାଟାକୁ ଷଣ୍ଢ ମୁଣ୍ଡରେ କେଞ୍ଚି, ଉପର ତଳ କରୁଥିଲା, ଅଖା ଉପରେ କୁକୁର ଓ ଛୁଆଗୁଡ଼ା ଜାକିଜୁକି ଶୀତ ଥର ଥର ରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିଲେ। ଆଉ ଯାହାକୁ ମୋ ଆଖି ଖୋଜୁଥିଲା ସେ ନଥିଲା ସେଠି। କାମ କରିବାକୁ ଆସୁଥିବା କାମବାଲି , ମାଳତୀ ନଜର ମୋ ଉପରେ ପଡ଼ିବାରୁ, ପଚାରୁଥିଲା, ମା, ଅଖା ଟି ପଡ଼ିଯାଇଛି ନେଇଯିବି, ତ କିଛି ନକହି ମୁଁ କେବଳ ମୁଣ୍ଡ ହଲେଇ ନାହିଁ ନାହିଁ କହୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama