ଶ୍ରୀମାନ ମାଡୁଆ

Fantasy

2  

ଶ୍ରୀମାନ ମାଡୁଆ

Fantasy

*ରାଶି ଫଳ*

*ରାଶି ଫଳ*

1 min
2.7K



ମୁଁ କି ଦୋଷ କରିଥିଲି ଏ ନିଆଁଗିଳା ରାଶିଫଳ ବାଲାଙ୍କ ଶଳା ମୋ ସୁଖର ସଂସାରରେ ନିଆଁ ଲଗେଇଦେଲେ । ଏଇ ଦିନେ କି ଦୁଇ ଦିନ ତଳର କଥା, ରାଶିଫଳ ରେ ଲେଖା ଥିଲା ମୋ ରାଶିରେ କାଳେ ଦୁଇଟା ବାହା ଯୋଗ ଅଛି । ଏହାକୁ ପଢି ଆମ୍ଭର ପ୍ରିୟ ଉଆନ୍ ଏଣ୍ଡ ଓନଲି ଘରଣୀ କହିଲେ ମୋ ମୁଣ୍ଡ ଛୁଇଁ କହିଲ ଏ ରାଶି ଫଳ କଥା ସତ ହବନି ତ । ମୁଁ କହିଲି ଏ ବାଜେ ରାଶି ଫଳ କଥାରେ ତୁମ ମୁଣ୍ଡ କାହିଁକି ଛୁଇଁବି । ମୋ କଥା ଶୁଣି ମୋ ନାକ କାନ୍ଦେଣି କହିଲେ ମୋତେ ଆଗ ବିଷ ଦେଇଦିଅ ତାପରେ ତୁମର ଯାହା ଇଛା ତାହା କର । ମୁଁ ଏ ସବୁ ଦେଖିପାରିବିନି । କେମିତି ବୁଝେଇବି ଏ ଅବୁଝା ଲୋକକୁ ଏଇ ବାଡିପଡା ମିଛୁଆ ରାଶିଫଳ ଵାଲା ଙ୍କ କଥା । ଯେତେବେଳେ ମୋ ବାହାଘର ବୟସ ସେତେବେଳେ ଏବେ ବିବାହ ଯୋଗ ନାହିଁ ଲେଖୁଥିଲେ । ତାକୁ ପଢି ମୁଁ କେମିତି ଦୁଃଖ ରେ ମୋ ପୋଡା ଭାଗ୍ୟକୁ ନିନ୍ଦି ନିନ୍ଦି ଦିନ କାଟିଛି ସେଇଟା ମୁଁ ଜାଣିଛି । ଆଉ ଆଜି ଏ ବୁଢା ବୟସରେ ଲେଖୁଛନ୍ତି ଦ୍ଵିତୀୟ ବିବାହ ଯୋଗ ଅଛି । ଏବେ ଯଦି ପତ୍ନୀ ପାଖରେ ଅଛନ୍ତି ତେବେ ମୁଣ୍ଡ କୁଣ୍ଡେଇ ଘରୁ ବାହାରକୁ ଯିବାକୁ ଡର ଲାଗିଲାଣି । ଘରୁ ବାହାରିଲା ବେଳେ ଅଯଥା ଟେନସନ କାହାକୁ ଭଲ ଲାଗେ । ଇହାପ ଏ ରାଶିଫଳ ଵାଲା ଙ୍କ ଚଉଦ ପୁରୁଷ ନର୍କରେ ପଡନ୍ତୁ । ସଠିକ ସମୟରେ ସଠିକ ଗଣନା ଏମାନଙ୍କ ଜାତକରେ ନାହିଁ ।



Rate this content
Log in

Similar oriya story from Fantasy