ଶ୍ରୀମାନ ମାଡୁଆ

Fantasy

2  

ଶ୍ରୀମାନ ମାଡୁଆ

Fantasy

ମୁଁ କିଛି ଭୁଲ କହିଲି କି?

ମୁଁ କିଛି ଭୁଲ କହିଲି କି?

1 min
179


ଗତକାଲି ଅଫିସରେ ଥିବା ସମୟରେ ପତ୍ନୀଙ୍କ ଫୋନ ଆସିଲା । ପଚାରିଲେ ' କଣ କରୁଛ, ଏବେ ଘରକୁ ଆସିପାରିବ' । ମୁଁ କହିଲି- କାହିଁକି, ଏବେ ପିଲାମାନେ କଣ ଘରେ ନାହାଁନ୍ତି କି ? ଫାଙ୍କା? ମୋ କଥା ଶୁଣି ପତ୍ନୀ କହିଲେ- 'ଉଁ ବୟସ ଆହୁରି ଗଜରୁଛି । ଶୁଣ ରୋଷେଇ ଅଧା ହୋଇଛି ଏଣେ ଗ୍ୟାସ ସରିବା ଭଳି ଲାଗୁଛି । ଆମ ସେ ପୁରୁଣା ଏଲେକ୍ଟ୍ରିକ ଚୁଲା ଟା କୋଉଠି ଅଛି ? ଟିକେ ଆସି ଦେଖିଯାଆନ୍ତ ନାହିଁ ଚୁଲା ଟା ଠିକ ଅଛି କି ନାହିଁ ।" ମୁଁ କହିଲି ଶୁଣ ଚୁଲା ଟାକୁ ଫ୍ରିଜ ପାଖରେ ଦେଖିଥିଲି । ତାକୁ ଆଣି ପ୍ରଥମେ ଏଲେକ୍ଟ୍ରିକ ପ୍ଲକ୍ ରେ ଲଗେଇ ଲାଇନ ଚାଲୁ କରିବ । ତାପରେ ପ୍ୟାନ୍ ଉପରେ ଟିପ ମାରି ଦେଖିବ ଯଦି ହାତକୁ ଉଷୁମ ଲାଗୁଛି ତେବେ ଚୁଲା ଠିକ ଅଛି । ଯଦି ଟିପ ପ୍ୟାନ୍ ରେ ଅଠା ଭଳି ଲାଖି ରୁହେ ଓ ହାତ ଝିମଝିମ କରି ଦେହ ଥରି ଯାଏ ତେବେ ଜାଣିବ ଚୁଲା ଖରାପ ଅଛି । ଏତିକି କହିଛି ସେପଟୁ ପତ୍ନୀ ରାଗରେ ଫୋନ କାଟିଦେଲେ । 

ମୁଁ କଣ କିଛି ଭୁଲ କହିଦେଲି କି? ଏଲେକ୍ଟ୍ରିକ ଚୁଲା ଠିକ ଅଛି କି ଖରାପ ଜାଣିବାର ଆଉ କିଛି ଉପାୟ ଅଛି କି ? 

ଆଜିକାଲି କଣ ହେଉଛି କେଜାଣି ଭଲ କହିଲେ ଲୋକେ ମୋତେ ଖରାପ ଭାବୁଛନ୍ତି । ଭାଈ କିଏ ଜଣେ ଭଲ ଜ୍ୟୋତିଷଙ୍କୁ ଜାଣିଛ କି ? ଟିକେ କହିବେ ।ଏ ୨୦୨୦ରେ ମୋ ରାଶିକୁ କାହିଁ କିଛିବି ଶୁଝୁନି ।


Rate this content
Log in

Similar oriya story from Fantasy