ଶ୍ରୀମାନ ମାଡୁଆ

Comedy Tragedy

4  

ଶ୍ରୀମାନ ମାଡୁଆ

Comedy Tragedy

ଆକ୍ସିଡେଣ୍ଟ

ଆକ୍ସିଡେଣ୍ଟ

2 mins
121



ଅନେକ ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ପ୍ରାୟ ୧୩ କି ୧୪ ବର୍ଷ ହୋଇଥିବ । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଂଚିଲି । 

ମୋ ଅବସ୍ଥା ଦେଖି ପତ୍ନୀ କହିଲେ ଏମିତି ଅବସ୍ଥା କେମିତି ହେଲା ? କୋଉଠି ମାଡ଼ ଖାଇ ଆସିଛକି ? ମୋର ସମସ୍ତ କଥା ତାଙ୍କୁ ଚୁମ୍ବକରେ ବୁଝେଇଦେଲି । ମୋ କଥା ଶୁଣି କହିଲେ କେତେ ଥର କହିଲିଣି ରାସ୍ତାରେ ଗଲାବେଳେ ସାମ୍ନାକୁ ଦେଖି ଚାଲ । କିନ୍ତୁ ତୁମେତ ସବୁ ବେଳେ ଏପଟ ସେପଟ ଦେଖୁଥିବ । ଆଉ ଯଦି କିଏ ସୁନ୍ଦରିଆ ସ୍କୁଟିବାଲି ସାଇଡ଼ରେ ପାସ କଲା ତମେତ ବୁଲି ବୁଲି ଚାହୁଁଥିବ । ମୋତେ ଯାହା ଲଗୁଛି ସେଇଆ ହେଇଥିବ । ଆଉ ଏଥିରେ ତୁମର ଆକ୍ସିଡେଣ୍ଟ ହେବନି କଣ ଗାଁ ବାଲାଙ୍କ ହେବ । ମୁଁ ବିରକ୍ତ ହେଇ କହିଲି ଆଗ ଟିକେ ଡେଟଲରେ ପୋଛି ମଲମ ଲାଗେଇବ ନା ବସିକି ଇନକ୍ୱାରୀ କରୁଥିବା । 

---ନାହିଁ ଇନକ୍ୱାରୀ କରିବି କାହିଁକି ତୁମେ ସେଠି ରାସ୍ତାରେ ପୋଡାମୁହିଁ ମାନଙ୍କୁ ଦେଖି ମୁଣ୍ଡ ଫଟେଇ ଆସିବ । ଆଉ ଘରେ ଆସି ଆମ ଉପରେ ଝଡେଇ ହେବ । ହଉ ଦେଖେଇଲ କୋଉଠି କଣ ହେଇଛି । ଖଣ୍ଡିଆକୁ ଦେଖି ଫେଁକରି ହସିଦେଇ କହିଲେ- 'ହୁଁ ଏତିକି ଟିକେ ଆଁଚୁଡ଼ି ହୋଇଛି, ଏଇଥିପାଇଁ ଏତେ ଚିଲାଉଥିଲ । ଶୁଣ ମୋ ଭାଈର ନା ଦିନେ ଫୁଟବଲ ଖେଳୁଥିଲା ବେଳେ ବଲ ବାଜି ମୁଣ୍ଡ ଦି ଫାଳ ହେଇଗଲା । ହାତରେ ଅଧା ଖପୁରୀଟା ଧରି ଚାଲି ଚାଲି ଆସି ଘରେ ହାଜ଼ର । ପଚାରିଲାରୁ ହସିକି କହିଲା ନାହିଁ ସେମିତି କିଛି ହେଇନି ଖାଲି ଖପୁରୀଟା ଯାହା ଦି ଫାଳ ହେଇଯାଇଛି । ଏବେ ଯୋଡି ଦେଉଛି। ତମର ଯଦି ସେମିତିକା ହୋଇଥା'ନ୍ତା ନା ତମେତ ଏମିତି ଚିଲାଉଥାନ୍ତ ଯେ ପୁରା ସହର ଯାକର ଲୋକ ରୁଣ୍ଡ ହୋଇସାରନ୍ତେଣୀ ।" ମୋ ମୁଣ୍ଡ ସେପଟେ ବିନ୍ଧା ହଉଚି ଆଉ ଆମ ଘରଣୀ ଏଠି ପ୍ରବଚନ ଦେଉଛନ୍ତି । ମୁଁ ହାତଯୋଡି ଶ୍ରୀମତୀଙ୍କୁ କହିଲି ଦେଖ ତୁମ ଭାଈ ହେଲେ ଜଣେ ଯୁଗଜନ୍ମା । ହଜ଼ାର ବର୍ଷ ବ୍ୟବଧାନରେ ଗୋଟିଏ ଏ ଧରା ପୃଷ୍ଠକୁ ଆସିଛନ୍ତି । ତୁମ ବାପା ହେଲେ ପୃଥିବୀର ସବୁଠୁ ବଡ଼ ବିଦ୍ୱାନ ବ୍ୟକ୍ତି । ତୁମ ମା ହେଲେ ସବୁଠୁ ବଡ଼ ଧାର୍ମିକ , ସନ୍ତାନ ବତ୍ସଳ ସ୍ନେହୀ ମହିଳା । ତୁମ ବାପଘର ଗାଈ ବାଛୁରୀ ମଣିଷ ଓଗେର ସବୁ ମହାନ ।ଆମେ ତ ହେଲୁ ଛାର ମଣିଷ । ସେ ମହାମାନବଙ୍କ ମହାନତା ବୁଝି ପାରିବୁ ନାହିଁ । ଯଦି ଫାଷ୍ଟଏଡ଼ ବକ୍ସଟା ଟିକେ ଦେଇପାରନ୍ତ ତେବେ ଏ ଅକୀଞ୍ଚନ ପ୍ରତି ବଡ଼ ଦୟା ହୁଅନ୍ତା ।

---ତୁମର ଏମିତିକା କଥା ପାଇଁ ନା ତୁମେ କଷ୍ଟ ପାଉଛ । କାହିଁ ଆଉ କାହାର ତ ଏମିତି ହେଉନି ଖାଲି ତୁମର କାହିଁକି ହେଉଛି, ବୁଝିପାରୁନ ।ପିଲାମାନେ ବଡ଼ ହେଲେଣି ସୁଧୁରିଯାଅ ।




Rate this content
Log in

Similar oriya story from Comedy