FEW HOURS LEFT! Exclusive FREE session on RIG VEDA for you, Register now!
FEW HOURS LEFT! Exclusive FREE session on RIG VEDA for you, Register now!

ଶ୍ରୀମାନ ମାଡୁଆ

Comedy


3  

ଶ୍ରୀମାନ ମାଡୁଆ

Comedy


WRONG NUMBER

WRONG NUMBER

3 mins 536 3 mins 536


ଆଜି valentine day ସକାଳୁ ଚଇନି ଚିକଣ ହୋଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ ।ପିଲା ଜଳଖିଆ କରିବେ ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା । ଯାହାକୁହ ଘରଣୀ ମାନଙ୍କ ଦୌଡ଼ ଘର ଦୁଆରମୁହଁକୁ । ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କଣ ନା ବ୍ରେଡ଼ ନେଇକି ଆସିବ । 


ଆଗ ଛକ ପାଖରେ ଛିଡା ହୋଇଛି ଏତିକି ବେଳେ ଏକ ଅଜଣା ଫୋନରୁ କଲ ଆସିଲା ।

---"ହ୍ୟାଲୋ ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଜି ଆସିବେନି । ସେ ବହୁତ ଖରାପ ପିଲା । ତୁମେ ଫସିଯିବ । ଜମାରୁ ତା ସହ ସମ୍ପର୍କ ରଖନି ।"

--- ହ୍ୟାଲୋ ତୁମେ କିଏ କହୁଛ?

--- ମୁଁ ତା ସାଂଗ । ଆପଣ ଭଲ ଲୋକ । କିଛି ଜାଣିନାହାଁନ୍ତି । ତେଣୁ ଭାବିଲି ସବୁ କଥା ଆପଣଙ୍କୁ ଜଣେଇ ଦେବି ।

--- ନା ନା ସେ ବହୁତ ଭଲ । ମୋ ସହ ତ ସବୁବେଳେ ଭଲ କଥା ହୁଏ । କେମିତି ମାନିବି ସେ ଖରାପ । ମୁଁ ତାକୁ ବହୁତ ଭଲ ପାଏ ।

-- ଆଛା ଏମିତି କଥା ତାହା ହେଲେ । ମୁଁ ବେବିନା ,ତୁମ ସ୍ତ୍ରୀ । ଅନେକ ଦିନ ହେଲାଣି ତୁମ ଚାଲି ଚଳଣି ଉପରେ ମୋର ସନ୍ଧେହ ଥିଲା । ସେଇଥିପାଇଁ ମୋବାଇଲ ରେ ନୂଆ sim ଆଣି voice changer ଡାଉନଲୋଡ଼ କରିଥିଲି । କେତେ ଦିନ ହେଲାଣି ଏ ଯାତ୍ରା ଚାଲିଛି । ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।

-- ହ୍ୟାଲୋ ହ୍ୟାଲୋ ଟିକେ ଶୁଣ । ଆରେ ମୁଁ ମଜାରେ.... ହ୍ୟାଲୋ ହ୍ୟାଲୋ

ସେପଟୁ ଫୋନ କଟିଗଲା 

ଭାରି ଚିନ୍ତାରେ ଏବେ ରାଜନ ପଡିଲା । କରିବ କଣ । ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ କଣ ହେବ କେଜାଣି 

କିଛି ସମୟ ପରେ ପୁଣି ଥରେ ଫୋନ ରେ କଲ ଆସିଲା ।

-- ହ୍ୟାଲୋ କିଏ ରାଜନ

-- ହାଁ ରାଜନ କହୁଛି 

-- ତୁମେ କଣ ସତରେ ରୁବିନା କୁ ଭଲ ପାଉଛ ।

ରାଜନ ଭାବିଲା ବେବିନା ବୋଧେ ପୁଣି ଥରେ voice change କରି କଥା ହେଉଛି

-- ରୁବିନା କିଏ ମୁଁ ଜାଣିନି 

-- ସତରେ ଜାଣିନ?

-- ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ।  

-- ତୁମେ ଅବିକା ସେଇ ଛକ ପାଖ ମୋଡ଼ ରେ ଛିଡା ହୋଇଛ ନା । ଯଦି ରୁବିନା କୁ ଭଲ ପାଉନ ତେବେ ସେଠି କାହିଁକି ଅପେକ୍ଷା କରିଛ ।

-- ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ ମୁଁ ମୋ ସ୍ତ୍ରୀ କୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରିବନି ।

ସେପଟୁ କାନ୍ଦ କାନ୍ଦ ସ୍ୱରରେ କହିଲା ଏବେ ମୁଁ ଜାଣିଲି ତୁମେ ମୋତେ ଜମାରୁ ଭଲ ପାଉନ । ଖାଲି ଟାଇମ ପାସ କରୁଛ । ତୁମ ଭଳି ଧୋକା ବାଜ ଲୋକ ମୁଁ ଦେଖିନି । ମୁଁ ରୁବିନା କହୁଥିଲି । ମୋର ତୁମ ପ୍ରେମ ପ୍ରତି ସନ୍ଦେହ ଥିଲା । ସେଥିପାଇଁ voice change କରି ତୁମକୁ ପରୀକ୍ଷା କରୁଥିଲି ।

-- ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ । କଥା କଣ କି କିଛି ସମୟ ଆଗରୁ ମୋ ସେଇ ମୋଟୀ ଗେଡି ଅସୁନ୍ଦରୀ ସ୍ତ୍ରୀ ଫୋନ କରିଥିଲା । ଭାବିଲି ବୋଧେ ସେ ଆଉ ଥରେ ପୁଣି ଫୋନ କଲା । ବିଶ୍ୱାସ କର ମା ରାଣ ମୁଁ କେବଳ ତୁମକୁ ଭଲ ପାଏ ।

--- ଆଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ,ଗେଡି ଅସୁନ୍ଦରୀ ସ୍ତ୍ରୀ । ପ୍ରଥମେ ଜମାରୁ ବିଶ୍ୱାସ ହେଲାନି । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କରିବା ଭଲ ନୁହେଁ । ତେଣୁ ସତ ଜାଣିବାକୁ ଆଉ ଥରେ ଫୋନ କଲି । ହଉ ଏବେ ଘରକୁ ଆସିବ ନା ମୁଁ ନିଜେ ଯାଇ ସେଇ ଛକ ପାଖରେ ପହଂଚିବି ।


 *ନୀତିବାଣୀ:* ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଭାଇ ମାନେ ଜମାରୁ ବିଚଳିତ ହୁଅନି ଟିକେ ସତର୍କ ରହିଲେ ହାପି ଭାଲେଣ୍ଟାଇନ ନଚେତ ଖୋଦ ଭଗବାନ ବି ପିଠିରେ ପଡିବେନି ।


Rate this content
Log in

More oriya story from ଶ୍ରୀମାନ ମାଡୁଆ

Similar oriya story from Comedy