Trushna Das

Drama Tragedy Crime

4.3  

Trushna Das

Drama Tragedy Crime

ରାଣୀ:2 ଧନ୍ୟବାଦ ଯାହା କଲ ଭଲ କଲ

ରାଣୀ:2 ଧନ୍ୟବାଦ ଯାହା କଲ ଭଲ କଲ

8 mins
159


ବିବାହ ଦିନ ରାଣୀ ଗୋଟିଏ ଲାଲ ଓ ସବୁଜ ରଙ୍ଗର ବନାରସୀ ଶାଢୀ ପିନ୍ଧି ବୋହୂ ରୂପରେ ସଜ ହୋଇ ଯେତେବେଳେ ବେଦୀକୁ ଆସିଲେ, ବିବେକ ତାଙ୍କୁ ଚାହିଁ ରହିଗଲେ। ଯେମିତି ରାଣୀ ଗୋଲାପ ପାଖୁଡାରୁ ଫୁଟି ବାହାରୁଛନ୍ତି। ରୀତି ନୀତି ଅନୁଯାୟୀ ବିବାହ ହେଲା। ରାଣୀ ବହୁତ ଖୁସି। ବିବେକ ଖୁସି ଥିଲେ ବି ମନ ତାଙ୍କର ଟିକେ ଊଣା। କାରଣ ସେ ଚାହୁଁଥିଲେ ଗୋଟିଏ ଧନୀ ଘରର ଆଧୁନିକ ଝିଅ। ତଥାପି ମନକୁ ବୁଝାଇ ଦେଲେ। 


ତାପରେ ମିଳନ ରାତି ଆସିଲା ବାହାଘର ଆଗରୁ ହୋଇ ସାରିଥିଲେ ମଧ୍ୟ ତାହା ନିଶା ଅବସ୍ଥାରେ ହୋଇ ଥିଲା ନା। ପ୍ରକୃତ ମିଳନ ଏହି ଦିନ ହେବ। ରାଣୀ ଗୋଟିଏ ପୁରା ଲାଲ ରଙ୍ଗର ଶାଢ଼ୀ ପିନ୍ଧି ବିବେକଙ୍କୁ ଅପେକ୍ଷା କରି ବସିଥାଆନ୍ତି। ବିବେକ ନିଜ ମନକୁ ବୁଝାଇ କୋଠରୀକୁ ଆସିଲେ କାରଣ ସେ ରାଣୀଙ୍କୁ କେବେ ଭଲ ପାଇ ନ ଥିଲେ କେବଳ ରାଣୀ ରୂପ ଯୌବନରେ ଆକର୍ଷିତ ଥିଲେ। କୋଠରୀକୁ ଆସି ରାଣୀଙ୍କୁ ଦେଖି ପୁରା ଆକର୍ଷିତ ହୋଇ ଗଲେ ପୁଣି ବାପାଙ୍କ ସର୍ତ୍ତ ବି ତ ପୂରଣ କରିବାକୁ ଅଛି। ସେପଟେ ରାଣୀ ଜଣେ ଭଲ ସ୍ତ୍ରୀ ଭାବରେ ସ୍ୱାମୀ ବବି (ବିବେକ) ଙ୍କୁ କ୍ଷୀର ଗ୍ଲାସ୍ ଦେଇ ମୁଣ୍ଡିଆ ମାରି ନିଜକୁ ପ୍ରେମରେ ସମର୍ପଣ କଲେ ବିବେକଙ୍କ ପାଖରେ। ପ୍ରେମ ଓ ଆକର୍ଷଣର ହେଲା ମିଳନ। ତାପର ଦିନ ସକାଳୁ ଉଠି ନ

ନୀତି ନିୟମ ଅନୁସାରେ ସବୁ ହେଲା। ରାଣୀ ଓ ବିବେକ ମନ୍ଦିର ଗଲେ ପୂଜା ପାଇଁ। ବିବେକ ମନେ ମନେ ଭାବିଲା ରାଣୀଙ୍କ ସହ ବୋଧେ ଭଲରେ ସେ ରହି ପାରିବେ ରାଣୀ ଏତେ ସୁନ୍ଦର, ଆଉ କଣ ବା ଦରକାର। 


କିଛି ଦିନ ପରେ ବିବେକଙ୍କର ଜଣେ ସାଙ୍ଗର ବିବାହ ହେଲା। ରାଣୀ ଓ ବିବେକ ସେଠାକୁ ବୁଲାବୁଲି କରିବା ପାଇଁ ଗଲେ। ବିବେକ ଦେଖିଲେ ତାଙ୍କ ସାଙ୍ଗମାନଙ୍କ ସ୍ତ୍ରୀମାନେ ଛୋଟ ଛୋଟ ଡ୍ରେସ ପିନ୍ଧିଛନ୍ତି। ସେ ବି ଚାହିଁଲେ ଯେ ରାଣୀ ସେମିତି ପିନ୍ଧି ତାଙ୍କ ସାଙ୍ଗମାନଙ୍କ ସାମନାରେ ବୁଲନ୍ତୁ ହେଲେ ରାଣୀ ବିବେକଙ୍କୁ କହିଲେ ତୁମେ ମୁଁ ଏକୁଟିଆ ଥିବା ସମୟରେ ତୁମେ ଯାହା ଦେବ ମୁଁ ପିନ୍ଧିବି ହେଲେ ଆଉ କାହା ଆଗରେ ନୁହେଁ।ତାପରେ ବିବେକ ନ ଥିବା ସାଙ୍ଗରେ ବିବେକଙ୍କର ଜଣେ ସାଙ୍ଗ ରାଣୀ ସହ ଖରାପ ବ୍ୟବହାର କରିବାରୁ ରାଣୀ ତାକୁ ଚାପୁଡା ମାରିଲେ । ବିବେକ ଆସିଲାରୁ ତାଙ୍କ ସାଙ୍ଗମାନେ ରାଣୀ ଜଣେ ଗାଉଁଲି ଝିଅ ମଜା ବୁଝନ୍ତି ନାହିଁ.... ଓଲଟି ତାଙ୍କ ସାଙ୍ଗକୁ ମାରିଲେ । କେମିତି ବବି ରହିବ କହି ତାଙ୍କୁ ପରିହାସ କରିବାରୁ ବିବେକ ରାଗି ଯାଇ ରାଣୀ କଥା ନ ଶୁଣି ଗୋଟିଏ ଚାପୁଡା ମାରିଲେ। 


ତାପରେ ରାଣୀକୁ ଧରି ଘରକୁ ପଳାଇ ଆସିଲେ। ରାଣୀ ସହ ରାସ୍ତା ଯାକ କଥା ବି ହେଲେ ନାହିଁ।ରାତିରେ ମଦ ପିଇ ଆସି ମାଆ ସୁମିତ୍ରାଙ୍କୁ ସବୁ କହିଲେ, କଣ ପାଇଁ ସେ ରାଣୀକୁ ବାହା ହେଲେ ଏବଂ ସହରରେ ଯାହା ହେଲା ତାପରେ ମାଆ ପାଖରେ କାନ୍ଦି କହିଲେ ଏ ମଫସଲର ଝିଅ ସହ ମୁଁ ରହି ପାରିବି ନାହିଁ। 


ମାଆ ସୁମିତ୍ରା ଦେବୀ ବିବେକ ସହ ମିଶି ରାଣୀଙ୍କୁ ମାଆ କରି କେମିତି ସବୁ ସମ୍ପତ୍ତି ପାଇବେ ତାହାର ଯୋଜନା କଲେ। 


ରାତି ହେଲାଣି.... ରାଣୀ ବବିଙ୍କୁ ଅପେକ୍ଷା କରିଛନ୍ତି। 


ବିବେକ ନିଶା ଅବସ୍ଥାରେ ଗଲେ ଏବଂ କହିଲେ ରାଣୀ ମୋତେ ରାଗିଛ, ମୋତେ କ୍ଷମା କରି ଦିଅ.... ମୋର ସାଙ୍ଗମାନେ ମୋତେ ଇଆଡୁ ସିଆଡୁ କହିଲେ ରାଗରେ ହାତ ଉଠିଗଲା। 


ରାଣୀ ଅଭିମାନ ସ୍ୱରରେ ଛାଡ ସେ କଥା, ତୁମ ପାଇଁ ତୁମ ସାଙ୍ଗ ବଡ। 


ବିବେକ ଗେହ୍ଲେଇ ହେଇ କି ରାଣୀଙ୍କ ପାଖକୁ ଗଲେ ଏବଂ କହିଲେ ରାଣୀ ଆମ ବାହାଘରକୁ ଚାରି ପାଞ୍ଚ ମାସ ହେଲାଣି..... ମୋତେ ବାପା ଡାକ ଶୁଣିବାକୁ ଇଚ୍ଛା ହେଲାଣି। କାଲି ଆମେ ଡାକ୍ତର ପାଖକୁ ଯିବା ଏବଂ ଛୁଆ ପାଇଁ ଔଷଧ ଆଣି ଖାଇବା। ଏ କଥା ଶୁଣି ରାଣୀ ରାଗ ଛାଡି ବବି ଆଡକୁ ଚାହିଁ ମୁରୁକି ହସିଲେ।


ତାପର ଦିନ ସକାଳୁ ବିବେକ ଓ ରାଣୀ ମିଶି ଡାକ୍ତରଙ୍କ ପାଖକୁ ଗଲେ..... ଡାକ୍ତର ସେ ଦୁହିଁଙ୍କୁ ତିନି ମାସର ଔଷଧ ଦେଲେ। ଦୁହେଁ ଏକ ନୂଆ ଉତ୍କଣ୍ଠା ସହ ଔଷଧ ନେଲେ। 


ପ୍ରଥମ ଦୁଇ ମାସ ଔଷଧ ନେଲା ପରେ ମଧ୍ୟ ରାଣୀ ଗର୍ଭବତୀ ହେଲେ ନାହିଁ। ଏଥିରେ ବିବେକ ବିରକ୍ତ ହୋଇ ଦିନେ ରାଗି ଯାଇ କହିଲେ ରାଣୀ ତୋ ପରି ଝିଅ ମୁଁ ଦେଖି ନାହିଁ ତୁ ବୋଧେ.. ସେଇଆ.... ଖରାପ ଶବ୍ଦ ବ୍ୟବହାର କଲେ, ରାଣୀଙ୍କୁ ବହୁତ ବାଧିଲା ଯେ ସ୍ୱାମୀ ହୋଇ ସେ ଖରାପ ଶବ୍ଦ ବବି କେମିତି ବ୍ୟବହାର କଲେ ପୁଣି ପ୍ରଥମ ଥର ତୁ ତା କହିଲେ। 


ରାଣୀ ମୁହଁ ଶୁଖାଇ ରହି ଥାଆନ୍ତି। ବିବେକ ରାଣୀ ସହ ଭଲ କି କଥା ଆଉ ହେଉ ନ ଥାଆନ୍ତି କେବଳ ବାପାଙ୍କ ସର୍ତ୍ତ ପୂରଣ କରିବାକୁ ଯାଇ ରାଣୀଙ୍କ ସହ ମିଶୁ ଥାଆନ୍ତି କାରଣ ରାଣୀଙ୍କୁ ସେ ଭଲ ପାଉ ନ ଥିଲେ । ରାଣୀଙ୍କ ଠାରୁ ସନ୍ତାନ ପାଇବା ତାଙ୍କ ପାଇଁ ବାଧ୍ୟତାମୂଳକ ଥିଲା ନ ହେଲେ ସେ କିଛି ବି ସମ୍ପତ୍ତି ପାଇବେ ନାହିଁ। 


କିଛି ଦିନ ହେଲା ରାଣୀଙ୍କ ଶୁଖିଲା ମୁହଁ ଦେଖି ଦିନବନ୍ଧୁ ଚିନ୍ତିତ ରହିବାକୁ ଲାଗିଲେ। ଫଳରେ ହଠାତ୍ ତାଙ୍କର ହାର୍ଟ ଆଟାକ୍ ହେଲା ଏବଂ ତାଙ୍କୁ ପାରାଲିସିସ୍ ହୋଇ ଗଲା। ଏବେ ଶାଶୁ ସୁମିତ୍ରା ଓ ବିବେକ ରାଣୀଙ୍କୁ ବହୁତ ଖରାପ ବ୍ୟବହାର କରିବାକୁ ଲାଗିଲେ। ପୁଣି ରାତି ହେଲେ ବିବେକ ରାଣୀଙ୍କୁ ପାଖକୁ ନେଇ ଗେହ୍ଲ କରି ମିଶନ୍ତି। ରାଣୀ ବି ଆଶ୍ଚର୍ଯ୍ୟ ଯେ ବବିଙ୍କ କଣ ହୋଇଛି.... ସେ ଏମିତି ବ୍ୟବହାର..... କେତେବେଳେ ବହୁତ ଭଲ ପାଆନ୍ତି ତ ପୁଣି କେତେବେଳେ ରାଗି କି ଗରଗର ହେଉଛନ୍ତି। 


ଏମିତି ପାଖାପାଖି ଆଉ ଦେଢ ମାସ ବିତିଗଲା। ବିବେକ ଖୁସି ଖବର ପାଇଲେ ରାଣୀ ଗର୍ଭବତୀ ଅଛନ୍ତି। ଖୁସି ଖବର ପାଇ ରାଣୀଙ୍କୁ ଆସି ବହୁତ ଗେହ୍ଲ କଲେ। ରାଣୀ ବି ବହୁତ ଖୁସି। ହେଲେ ରାଣୀ ମନରେ ସେ ଖରାପ ଶବ୍ଦ ଏବେ ବି ଦୁଃଖ ଦେଉଛି ଯେ ତାଙ୍କ ସ୍ୱାମୀ ସେ ଶବ୍ଦ ବ୍ୟବହାର କଲେ ପୁଣି ସେଥିପାଇଁ ସେ ରାଣୀଙ୍କୁ sorry ବି କହିଲେ ନାହିଁ। 


ତା ପର ଠାରୁ ବିବେକ ପ୍ରତିଦିନ ସକାଳୁ ବ୍ୟସ୍ତ ଅଛନ୍ତି କହି ଘରୁ ବାହାରି ଯାଆନ୍ତି ଏବଂ ରାତିରେ ମଦ ପିଇ ଫେରନ୍ତି। ରାଣୀ ସହ ଆଉ କଥାବର୍ତ୍ତା ବି ଠିକ୍ କି କଲେ ନାହିଁ। ସବୁବେଳେ ରାଣୀଙ୍କ ଠାରୁ ଦୂରେଇ କି ରହିଲେ। 


ରାଣୀ ବବି (ବିବେକ)ଙ୍କ ସହ ଅତୀତର ସ୍ନେହ ଭରା ସମ୍ପର୍କକୁ ମନେ ପକାଇ ଝୁରି ହେଉ ଥାଆନ୍ତି। ସେପଟେ ଶାଶୁଙ୍କ ଅତ୍ୟାଚାର ବଢିବାକୁ ଲାଗିଲା ଆଉ ଶଶୁର ଦିନବନ୍ଧୁ ତ ପାରାଲିସିସ୍ ରେ.... ବିଚାରୀ କାନ୍ଦି କାନ୍ଦି ଦିନ ଅତିବାହିତ କରୁଥାଆନ୍ତି। 


ସେପଟେ ବିବେକ ସହରର ଗୋଟିଏ ଧନୀ ଘରର ଝିଅ ଭୂମି ସହ ପ୍ରେମରେ ପଡିଗଲେଣି। ରାଣୀ କିନ୍ତୁ ଜାଣି ନ ଥାଆନ୍ତି। 


ଏମିତି ନଅ ମାସ ବିତିଗଲା। ରାଣୀଙ୍କ ଗୋଟିଏ ସୁନ୍ଦର ପୁତ୍ର ଜନ୍ମ ହେଲା। ତାର ନାମ ବୀର ରଖା ହେଲା। 


ବିବେକ ବହୁତ ଖୁସି କାରଣ ବାପାଙ୍କ ସର୍ତ୍ତ ପୂରଣ ହେଲା। ଏବେ ସମ୍ପତ୍ତି ଦଲିଲ ଅନୁଯାୟୀ ସମସ୍ତଙ୍କ ନାମରେ କାନୁନ୍ ହେବ।ବିବେକ ଏବେ ଯାଏଁ ନିଜ ଛୁଆକୁ ଧରି ନାହାଁନ୍ତି ଭଲ ପାଇ ନାହାଁନ୍ତି। ରାଣୀ ମନେ ମନେ ଦୁଃଖି ହେଉଥାଆନ୍ତି।


ସବୁ ସରକାରୀ କାମ ସରୁ ସରୁ ତିନି ମାସ ହୋଇଗଲା। ତିନି ମାସ ପରେ ଦଲିଲ ଅନୁଯାୟୀ ସମ୍ପତ୍ତି ସମସ୍ତଙ୍କ ଭାଗକୁ ଗଲା। 


ସୁମିତ୍ରା ଓ ବିବେକ ରାଣୀଙ୍କୁ ମାରିବାର ଯୋଜନା କରିବାରେ ବ୍ୟସ୍ତ ଥାଆନ୍ତି।କିନ୍ତୁ ରାଣୀ ଏ ବିଷୟରେ ଟିକେ ବି ଜାଣି ନ ଥାଆନ୍ତି। 


ଦିନେ ହଠାତ୍ ରାଣୀ ବବି ଓ ଭୂମିଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇ ବହୁତ କାନ୍ଦିବାକୁ ଲାଗିଲେ ଏବଂ ବବିଙ୍କୁ ଡାକି ଅଭିମାନ ମାରି ବହୁତ କଥା କହି ନିଜ ମାଆ ଘରକୁ ପଳାଇଲେ। 


ମାଆ ଘରେ ରାଣୀ ପୁଅ ବୀରକୁ ନେଇ ବସି ଥାଆନ୍ତି,ବିଚାରୀ କଣ ଅବା କରିବେ କେହି ତ ନାହାଁନ୍ତି। 


ବହୁତ ରାତି ହୋଇଗଲା ଘରେ ଆଲୁଅ ନାହିଁ। ମହମବତୀ ଜଳାଇ ରାଣୀ ପୁଅକୁ ଧରି କାନ୍ଦି କାନ୍ଦି ଶୋଇ ଥାଆନ୍ତି। ହଠାତ୍ କବାଟ ନକ୍ ଶବ୍ଦ ଶୁଣି ଖୋଲି ଦେଖିଲେ ଯେ ବିବେକ ମଦ ପିଇ ଆସିଛନ୍ତି ହାତରେ ଗୋଟିଏ ସରକାରୀ କାଗଜ। ରାଣୀଙ୍କୁ ଧରାଇଲେ। ରାଣୀ ପଢି ଜାଣିଲେ ଯେ ତାଙ୍କ ଶଶୁରଙ୍କ ସମ୍ପତ୍ତିକୁ ନେଇ ଦଲିଲ। ଏବେ ରାଣୀ ସବୁ ବୁଝି ଗଲେ। ବିବେକ ନିଶାରେ ନିଜର ସବୁ ସୀମା ପାର କରି ସାରି ଥାଆନ୍ତି। ରାଣୀଙ୍କୁ ନିଜର ପ୍ରକୃତ ରୂପ ଦେଖାଇଲେ ଯେ ସେ କେବେ ବି ରାଣୀଙ୍କୁ ଭଲ ପାଇ ନ ଥିଲେ କେବଳ ସମ୍ପତ୍ତି ପାଇଁ ଅଭିନୟ।ତାପରେ ବିବେକ ରାଣୀଙ୍କ ଅଶୀଳ ଫୋଟୋ ଉଠାଇବାରୁ ଆରମ୍ଭ କରି ସବୁ କଥା କହି ହା ହା ମାରି ହସିବାକୁ ଲାଗିଲେ। 


ପ୍ରକୃତ କଥା ଶୁଣି ରାଣୀଙ୍କ ଆଖିରୁ ଲୁହ ଝର ଝର ହୋଇ ବସିଗଲା.... ଏତେ ମିଛ..... ଏତେ ଅଭିନୟ। 


ରାଣୀ ବିବେକଙ୍କୁ ଧିକ୍କାର କରିବାକୁ  ଲାଗିଲେ। ଠିକ ସେତିକିବେଳକୁ ବିବେକ ରାଗି ଯାଇ ରାଣୀଙ୍କୁ ଠେଲାପେଲା କଲେ। ରାଣୀଙ୍କୁ ଠେଲି ଦେଇ ରାଣୀଙ୍କ ଉପରେ ଚଢିଯାଇ ତାଙ୍କ ପାଟିକୁ ଗୋଟିଏ ହାତରେ ବନ୍ଦ କରି ଆଉ ଗୋଟିଏ ହାତରେ ତାଙ୍କ ବେକକୁ ଚିପି ମାରିବାକୁ ଚେଷ୍ଟା କଲେ।


ଠିକ ସେତେବେଳକୁ ଘରେ ଗରମ ଲାଗିବାରୁ ବିବେକ ଦେଖିଲେ ଠେଲାପେଲାରେ କିରୋସିନି ଢାଳି ଯାଇଛି ଏବଂ ମହମବତୀ ପଡି ନିଆଁ ଲାଗି ଯାଇଛି ଚାରି ଆଡେ। ବିବେକ ରାଣୀଙ୍କୁ ସେମିତି ଛାଡି ଘରୁ ପଳାଇବାକୁ ବାହାରିଲେ। ହେଲେ ମଦ ନିଶାରେ ଯାଇ ନ ପାରି ପଡି ଗଲେ ଏବଂ ଉଠି ଆଉ ପାରିଲେ ନାହିଁ। 


ରାଣୀ ଉଠି ଆଗ ପୁଅ ବୀରକୁ ଧରି ବାହାରକୁ ପଳାଇଲେ। 


ବିବେକ ଭାବିଲେ ଆଉ ତାଙ୍କ ବଞ୍ଚିବାର ଉପାୟ ନାହିଁ। ଆଖି ବନ୍ଦ କରି ଦେଲେ। 


ସେତେବେଳକୁ ସେ ରାଣୀଙ୍କ ପାଟି ଶୁଣିଲେ ବବି ଉଠ.... ଉଠି ଯାଅ ନିଆଁ ଲାଗିଛି, ସେ ଦେଖିଲେ ରାଣୀ ବୀରକୁ ଗଛ ମୂଳରେ ଛାଡି ଦେଇ ଦଉଡ଼ି ତାଙ୍କ ପାଖକୁ ଆସୁଛନ୍ତି। 


ରାଣୀ ବୀରଙ୍କୁ ଉଠାଇ ସେଠାରୁ ବାହାରି ପଳାଇବାକୁ ଚେଷ୍ଟା କରୁଥାଆନ୍ତି.... ହଠାତ୍ ଗୋଟିଏ ଅଧା ଜଳା କାଠ ଖସି ପଡୁ ଥିବା ଦେଖି ରାଣୀ ବବି କହି.... ବିବେକଙ୍କୁ ବାହାରକୁ ଠେଲି ଦେଲେ ଏବଂ ନିଜେ ତଳେ ପଡି ଗଲେ।ତାଙ୍କ ଗୋଡ ଉପରେ ସେ ଜଳନ୍ତା କାଠ ପଡିଗଲା ଏବଂ ଚିତ୍କାର କରି ଅଚେତ ହୋଇଗଲେ। 


ରାଣୀଙ୍କ ଚେତା ଆସିଲା ବେଳକୁ ସେ ଦେଖିଲେ ସେ ହସ୍ପିଟାଲରେ ଅଛନ୍ତି।ତାଙ୍କ ଗୋଡ ଜଳି ଯାଇଛି ଭୀଷଣ କଷ୍ଟ। ତଥାପି ସେ ନର୍ସଙ୍କୁ ଡାକି ନିଜ ପୁଅ ବୀର କଥା ପଚାରି ଜାଣିଲେ ଯେ ବୀର ତା ବାପା ବିବେକଙ୍କ ପାଖରେ ଅଛି। ରାଣୀ ଭୟଭୀତ ହୋଇ ଗଲେ କାଳେ ବିବେକ ନିଜ ସ୍ୱାର୍ଥ ପାଇଁ ବୀରକୁ କିଛି କରିବେ ନାହିଁ ତ। 


ଠିକ ସେତିକିବେଳକୁ ରାଣୀ ଦେଖିଲେ ବୀରକୁ ନେଇ ବିବେକ ଆସିଲେ ଏବଂ କିଛି ସମୟ ପାଇଁ ବୀରକୁ ରାଣୀଙ୍କ ପାଖରେ ଛାଡିଲେ ଓ ବାହାରକୁ ପଳାଇଲେ। ନିଜ ଖରାପ କର୍ମକୁ ନେଇ ନିଜକୁ ଧିକ୍କାର କରୁଥିଲେ ବିବେକ ଆଉ ରାଣୀ ସହ କଥା ହେବା ପାଇଁ ତାଙ୍କର ମୁହଁ ନାହିଁ। ବାହାରେ ଛିଡା ହୋଇ ସେ କାନ୍ଦୁ ଥାଆନ୍ତି ଏବଂ ପ୍ରାୟଶ୍ଚିତ କରିବାକୁ ସ୍ଥିର କଲେ। 


ପୋଲିସଙ୍କୁ ରାଣୀ କହିଲେ ଯେ ଦୁର୍ଘଟଣା ଯୋଗୁଁ ଏମିତି ହୋଇଛି ହେଲେ କହିଲେ ନାହିଁ ଯେ ବିବେକ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ବୋଲି। 


ବିବେକ ଡାକ୍ତରଙ୍କୁ କହିଲେ ରାଣୀଙ୍କ ଚିକିତ୍ସାରେ ଯେମିତି କିଛି ଅଭାବ ନ ରୁହେ। ବୀର ଖାଲି ମାଆ କ୍ଷୀର ପିଉ ଥିବାରୁ ପୁଅକୁ ନେଇ ବିବେକ ହସ୍ପିଟାଲରେ ରହିଲେ। 


ରାଣୀଙ୍କ କଷ୍ଟ ବିବେକ ସହି ପାରୁ ନ ଥାଆନ୍ତି। ସେ ମନେ ମନେ ଭାବୁ ଥାନ୍ତି ଯେ ରାଣୀ କେତେ ଭଲ ଏତେ ସବୁ ହେଲା ପରେ ବି ନିଜ ଜୀବନକୁ ବିପଦରେ ପକାଇ ତାଙ୍କୁ ବଞ୍ଚାଇଲେ ଆଉ ନିଜେ ସେ ଗୋଟିଏ ପଶୁ ଠାରୁ ବି ହୀନ।ସେ ମନେ ମନେ ରାଣୀଙ୍କୁ କ୍ଷମା ମାଗି ରାଣୀଙ୍କ ଘର ସହ ସଂସାର କରିବାକୁ ସ୍ଥିର କରିଥାଆନ୍ତି। 


ରାଣୀ ଶୋଇ ଥିବା ସମୟରେ ବିବେକ ତାଙ୍କ ପାଖକୁ ଯାଇ ବହୁତ କାନ୍ଦନ୍ତି କିନ୍ତୁ ଚାହିଁ ଥିବା ସମୟରେ ରାଣୀଙ୍କ ସାମନାକୁ ସାହାସ କରି ଯାଆନ୍ତି ନାହିଁ। 


ବାପା ଦିନବନ୍ଧୁ ପାରାଲିସିସ୍ ରେ ଥିଲେ ମଧ୍ୟ ନିଜ ମନ କଥା ଯାଇ କାନ୍ଦି କାନ୍ଦି ସବୁ କହୁ ଥାଆନ୍ତି କାରଣ ମାଆ ସୁମିତ୍ରା ରାଣୀଙ୍କୁ ଏତେ ଘୃଣା କରନ୍ତି ଯେ ସେ ଆଉ ବିବେକଙ୍କ ଅବସ୍ଥା ବୁଝୁ ନାହାଁନ୍ତି। 


ରାଣୀ ଜାଣନ୍ତି ଯେ ବିବେକ ବୀର ସହ ହସ୍ପିଟାଲରେ ଅଛନ୍ତି ହେଲେ ଭାବନ୍ତି ଏଇଟା ବି ତାଙ୍କ ଅଭିନୟ ! ନିଜ କୁକର୍ମକୁ ସମସ୍ତଙ୍କ ଆଗରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। 


ବିବେକ ଭୂମିଙ୍କୁ ଫୋନ କରି ସବୁ କହିଲେ ଏବଂ କହିଲେ ଭୂମିଙ୍କୁ ବିବାହ କରିବେ ନାହିଁ ବୋଲି ମନା କଲେ। 


ରାଣୀଙ୍କୁ ପୁରା ଠିକ ହେବାକୁ ଚାରି ମାସ ଲାଗିଗଲା। ଆଉ ଦେହରେ କ୍ଷତର ଚିହ୍ନ ତ ନାହିଁ କିନ୍ତୁ ଧକାରେ ହୃଦୟ ପୁରା ଭାଙ୍ଗି ଯାଇଛି ରାଣୀଙ୍କ। 


ବିବେକ ରାଣୀ ଠିକ ହେଲା ପରେ ତାଙ୍କୁ ଘରକୁ ନେଇ ଗଲେ। ରାଣୀଙ୍କ ପାଇଁ ବିବେକ ଘର ପୁରା ସଜାଇଛନ୍ତି ଏବଂ ଭାବିଛନ୍ତି ଘରେ ପହଞ୍ଚି ରାଣୀଙ୍କୁ ସେ କ୍ଷମା ମାଗିବେ।ଘରେ ରାଣୀ ପହଞ୍ଚି ଘରକୁ ଦେଖି ଆଶ୍ଚର୍ଯ୍ୟ। ହେଲେ ଭାଗ୍ୟକୁ ଠିକ ସେହି ସମୟରେ ଶାଶୁ ସୁମିତ୍ରା ଦେବୀଙ୍କ ଯୋଜନା ଅନୁଯାୟୀ ଭୂମି ଆସି ପହଞ୍ଚିଲେ। 


ଭୂମିଙ୍କୁ ଦେଖି ରାଣୀଙ୍କ ଆଖି ଛଳ ଛଳ ହୋଇଗଲା। ବିବେକ ରାଣୀଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲେ। ହେଲେ ରାଣୀ କିଛି ନ ଶୁଣି ବୀରକୁ ନେଇ କବାଟ ବନ୍ଦ କରି ରହିଲେ। 


ବିବେକ ଭାବିଲେ ଠିକ ଅଛି ସକାଳୁ ସେ ରାଣୀଙ୍କୁ କ୍ଷମା ମାଗିବେ। ତାପରେ ସେ ଭୂମିଙ୍କୁ ରାଗି ଗାଳି କରି କହିଲେ ତୁମେ କାହିଁକି ଆସିଲ, ମାନୁଛି ମୁଁ ଭୂଲ କରିଛି ସେଥିପାଇଁ କ୍ଷମା ବି ତ ମାଗିଲି ତୁମକୁ ଦୟାକରି ତୁମେ ମୋ ଜୀବନରୁ ପଳାଅ। 


ତାପରେ ବିବେକ ବାପାଙ୍କ ପାଖକୁ ଯାଇ କାନ୍ଦି ସବୁ କହୁ କହୁ ଶୋଇ ପଡିଛନ୍ତି। ଆଖି ଖୋଲିଲା ବେଳକୁ ସକାଳ ନଅଟା। ପାଖରେ ରାଣୀଙ୍କ ଗୋଟିଏ ଲିଖିତ ଚିଠି ପଡିଛି। 


ଚିଠି ଦେଖି ବିବେକ ଦଉଡି ରାଣୀଙ୍କ କୋଠରୀକୁ ଗଲେ। ଦେଖିଲେ ଯେ କୋଠରୀରେ ରାଣୀ କି ବୀର କେହି ନାହାଁନ୍ତି। ଖଟ ଉପରେ ରାଣୀ ପିନ୍ଧୁଥିବା ସିନ୍ଦୁର ଫରୁଆ, ମଙ୍ଗଳସୂତ୍ର, ଶଙ୍ଖା, କତୁରୀ ପଡିଛି। 


ବିବେକ ରାଣୀ କହି ଚିଠିଟି ଖୋଲିଲେ। ଚିଠି ଖୋଲିଲା ବେଳକୁ ସମ୍ପତ୍ତିର ଦଲିଲ ପାଇଲେ, ଯେ ରାଣୀ ନିଜ ନାମରେ ଥିବା ସମ୍ପତ୍ତିକୁ ବିବେକଙ୍କ ନାମରେ କରି ଦେଇଛନ୍ତି। ଡିଭର୍ସରେ ହସ୍ତାକ୍ଷର କରି ଦେଇଛନ୍ତି। 


ଚିଠିରେ ଲେଖିଛନ୍ତି ବହୁତ ବହୁତ ଧନ୍ୟବାଦ ବିବେକ ଯାହା କଲ ଭଲ କଲ। ବବି ଡାକିବାର ଆଉ ମୋର ଆଉ ଅଧିକାର ନାହିଁ, ମୁଁ ତୁମକୁ ଏ ବନ୍ଧନରୁ ମୁକ୍ତି କଲି। ଯିବା ସମୟରେ ମୁଁ 200000ଟଙ୍କା ଧାରରେ ନେଇ ଯାଉଛି ମୋ ପୁଅ ବୀର ପାଇଁ। କିନ୍ତୁ ମୁଁ ଖୁବ ଶୀଘ୍ର ତୁମ ପାଖକୁ ଟଙ୍କା ପଠାଇ ଦେବି ସୁଧ ସହ। ଆଉ ଏ ଜୀବନରେ ତୁମ ସହ ମୋର କି ମୋ ପୁଅର କେବେ ବି ଦେଖା ହେବ ନାହିଁ ତୁମେ ସିନା ଛଳନା କରିଥିଲ ହେଲେ ମୁଁ ପରା ତୁମକୁ ସତ ପ୍ରେମ କରିଥିଲି ତୁମ ଖୁସି ପାଇଁ ମୁଁ ତୁମକୁ ଏ ବାଧ୍ୟତାମୂଳକ ବନ୍ଧନରୁ ମୁକ୍ତି କଲି ତୁମେ ଭୂମିଙ୍କୁ ବିବାହ କରି ଖୁସିରେ ରୁହ କାରଣ ବିନା ପ୍ରେମରେ ସମ୍ପର୍କଟି ବୋଝ ପରି ଲାଗେ. ମୋ ବିଶ୍ୱାସ ଓ ହୃଦୟ ଭାଙ୍ଗି ଥିବାରୁ ବହୁତ ବହୁତ ଧନ୍ୟବାଦ....ଯାହା କଲ ଭଲ କଲ। Goodbye ବିବେକ ସାର। 


ବିବେକ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ଚାରିଆଡେ ଖୋଜାଖୋଜି କଲେ ହେଲେ ରାଣୀ ଆଉ ବୀରଙ୍କୁ ଖୋଜି ପାଇଲେ ନାହିଁ। କାନ୍ଦି କାନ୍ଦି ପ୍ରାୟଶ୍ଚିତ କରି ଏକା ରହିବା ଛଡା ତାଙ୍କ ପାଖରେ ଆଉ କିଛି ବାଟ ନାହିଁ।


ଆଶା କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥିବ..... ଯଦି ଭଲ ଲାଗିଥିବ ପରବର୍ତ୍ତୀ ଅଧ୍ୟାୟଟିକୁ ନିଶ୍ଚୟ ପଢିବେ।


Rate this content
Log in

Similar oriya story from Drama