ରାମ ବନ ବାସ
ରାମ ବନ ବାସ
ଏହା ଆମ ହିନ୍ଦୁ ଧର୍ମର ଗ୍ରନ୍ଥ ରାମାୟଣ ରୁ ଆସିଅଛି।ରାମ ଚନ୍ଦ୍ର ଏକଦା ଗୁରୁ ବିସ୍ଵାମିତ୍ର ଙ୍କ ସହ ଯାଇ ତାରକା କୁ ନିଧନ କଲେ।
ଖରଧୁଷଣ କୁ ମଧ୍ୟ ନିଧନ କଲେ।ପରେ ପରେ ଜନକ ପୁରୀ ଯାଇ ଶିବ ଧନୁ ଭାଙ୍ଗି ସୀତା ଙ୍କୁ ବରଣ କଲେ।
ଥରେ ଦଶରଥ ଦେଖିଲେ ତାଙ୍କ କାନ ପାଖରେ ଥିବା କେଶ ଧଳା ହୋଇ ଗଲାଣି।ସେ ନିଜ ବର୍ଦ୍ଧକ୍ଯ ବୟସ କୁ ଅନୁଭବ କରି ରାମ ଙ୍କ ରାଜ୍ୟାଭିଷେକ କରିବାକୁ ଇଚ୍ଛା କଲେ।ସେ ରାମ ଙ୍କ ପାଇଁ ସବୁ ଆୟୋଜନ କଲେ।ଏହି ସମୟ ରେ ରାବଣ ନିଧନ ପାଇଁଦେବତା ମାନେ ସରସ୍ବତୀ ଙ୍କୁ ପ୍ରେରଣ କଲେ। ମା ସରସ୍ବତୀ ଦୁଷ୍ଟ ମନ୍ଥରା ର ଜିହ୍ଵା ରେ ବସି ତାର ବୁଦ୍ଧି କୁ ପରିବର୍ତନ କଲେ।
ସେ କୈକେଇଙ୍କୁ କହି ତାଙ୍କ ଭିତରେ କ୍ରୋଧ ଜାଗ୍ରତ କଲେ।କୈକେଇ କୋପ ଭବନ ରେ ଅଭିମାନ କରି ସବୁ କିଛି ତ୍ୟାଗ କରି ତଳେ ଶୋଇଲେ।ରାଜା ଦଶରଥ ଏ କଥା ଜାଣି ତାଙ୍କ ସ୍ତ୍ରୀ ପାଇଁ କାମ ଜାଗ୍ରତ ହେଲା।ସେ ଅଭିମାନ ର କାରଣ ପଚାରିଲେ,ରାଣୀ କୈକେଇପୂର୍ବରୁ ପାଇଥିବା ବରକୁ ମାଗିଲେ।ଗୋଟିଏ ବରରେ ଭରତ ରାଜା ହେବ।ଦ୍ଵିତୀୟ ବରରେ ରାମ ଚଉଦ ବରଷ ବନବାସ ଯିବେ।ରାଜା ଦଶରଥ ଏ ବର କଥା ଶୁଣି ମୁର୍ଚ୍ଛିତ ହୋଇଗଲେ।ପରେ ସେ ରାଣୀ କୈକେଇଙ୍କୁ ଅନେକ ଗାଳି ଦେଲେ।ଶେଷରେ ପ୍ରଭୁ ରାମ ସବୁ ଘଟଣାକୁ ବୁଝି ପିତୃ ସତ୍ୟ ପାଇଁ ବନବାସକୁ ଗଲେ।ରାମ ଙ୍କ ସହ ଅନୁଜ ଲକ୍ଷ୍ମଣ ଓ ସୀତା ମଧ୍ୟ ଗଲେ।ସମଗ୍ର ଅବଧ ପୁର ସେ ଦିନ କାନ୍ଦି ଉଠିଲା।ପ୍ରଭୁ ସବୁ କିଛି ଛାଡି ସୁମନ୍ତ୍ର ଙ୍କ ସହ ଗଲେ।ପ୍ରଥମ ରାତି ପ୍ରଭୁ ଶୃଙ୍ଗବେରପୁରରେ ନିଶାଦ୍ ରାଜ ଗୁହ୍ୟକ ଙ୍କପାଖରେ ରହିଲେ।ପରେ ଭକ୍ତ କୈବର୍ତ୍ତ ପ୍ରଭୁ ପାଇ ନିଜ ଅଭିଳାଷକୁ ପୁର୍ଣ କଲେ।ସେ ପ୍ରଭୁ ଙ୍କ ପାଦ କୁ ଗଙ୍ଗା ଜଳ ରେ ଧୋଇ ଦେଲେ।ପ୍ରଭୁ ରାମ ତାଙ୍କ ପତିତପାବନ ନାମ ସେଠି ରଖିଲେ। ତାପରେ ପ୍ରଭୁ ରାମ ଚିତ୍ରକୁଟ ରେ ଆସ୍ରମ କରି କିଛି ଦିନ ଅବସ୍ଥାନ କଲେ।ପ୍ରଭୁ ରାମ ବନବାସ ସମୟ ରେ ଆମ ଓଡିଶାର ମଧ୍ୟ ଅନେକ ସ୍ଥାନକୁ ଆସିଛନ୍ତି।
ପ୍ରଭୁ ରାମ ପଞ୍ଚବଟି ବନ କୁ ଯିବା ପରେ ଅସୁର ମାନେ ଆସିଥିଲେ।ସୁର୍ପନେଖା ପ୍ରଭୁ ରାମ ଙ୍କୁ ରୂପବତି ହୋଇ ବିବାହ କରିବାକୁ ଆସିଥିଲା।କିନ୍ତୁ ପ୍ରଭୁ ମନା କରି ଦେଲେ ଓ ଲକ୍ଷ୍ମଣ ଙ୍କ ପାଖକୁ ପଠାଇଲେ।ପରେ ପ୍ରଭୁଙ୍କ ନିର୍ଦେଶ ରେ ଲକ୍ଷ୍ମଣ ନାସା କର୍ଣ କୁ ତାର କାଟି ଦେଲେ।
ସେ ଏହାର ପ୍ରତିଷୋଧ ନେବା ପାଇଁ ତା ଭାଇ ରାବଣ କୁ ପଠାଇଲା।ରାବଣ ଯୋଗୀ ବେଶ ହୋଇ ଆସିଲେ।ମରିଚ ସୁବର୍ଣ ମୃଗ ହୋଇ ଆସ୍ରମ ଚାରିପଟେ ଘୁରିବୁଲିଲେ।
ସୀତା ଙ୍କ ଅନୁରୋଧରେ ରାମ ସେହି
ମୃଗକୁ ଆଣିବାକୁ ଗଲେ।ସେ ମାୟାବି
ହେ ଲକ୍ଷ୍ମଣ ବୋଲି ଡାକ ଦେଲା ପରେ ସୀତା ଙ୍କ ଅନୁରୋଧରେ ତିନି ଗାର ଟାଣି ଲକ୍ଷ୍ମଣ ନିଜ ଭାଇ ଙ୍କ ପାଖକୁ ଗଲେ।ଏହାର ସୁଯୋଗ ନେଇ ରାବଣ ସୀତା ଙ୍କୁ ନେଇ ଆକାଶ ମାର୍ଗ ରେ ନେଉଥିବା ସମୟ ରେ ଜଟାୟୂ ପ୍ରତିବାଦ କରିବାରୁ ସେ ତାର. ଡେଣା କୁ କାଟି ଦେଇ ଥିଲ।ପରେ ପ୍ରଭୁ ଜଟାୟୂ ପାଖରେ ପହଚିଂସୀତା ଙ୍କ ଖବର ପାଇଲେ।ପରେ ସଵାରୀ ଠାରୁ କୋଳି ଖାଇ ସେ ଭକ୍ତ ହନୁମାନ୍ ଙ୍କ ସହ ଭେଟ ହେଲେ।ବାଳି କୁ ବିନାଶ କରି ସୁଗ୍ରିମ
ସହାୟତା ରେ ସେତୁ ବନ୍ଧ କରି ଲଙ୍କା କୁ ଯାଇ ଅନେକ ରାକ୍ଷସ କୁ ମାରିରାବଣ କୁ ନିଧନ କରି ସୀତା ଙ୍କୁ ଉଦ୍ଧାର କଲେ।
ତେବେ ପ୍ରଭୁ ରାମ ଙ୍କ ବନବାସ ହିଁ ରାମ ଙ୍କ ଜୀବନ ରେ ଏକ ମହାନଘଟଣା।ପ୍ରଭୁ ବନବାସ କାଳରେ ଅନେକ ଭକ୍ତଙ୍କୁ ଉଦ୍ଧାର କରିଛନ୍ତି।
ରାମାୟଣ ରେ ବନବାସ ସମୟ ଯେତିକି ଦୁଃଖ ମୟ ଥିଲା।ସେତିକି ସଂଘର୍ଷ ପୁର୍ଣ ଥିଲା।
