STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ରାକ୍ଷୀ

ରାକ୍ଷୀ

1 min
39

ତୋର କଣ ଝଡେଇବାକୁ ବଜାରରେ ଭଳିକି ଭଳି ରାକ୍ଷୀ ଦୋକାନ। କେତେପ୍ରକାର ରାକ୍ଷୀ।ଧାନ କି ଗହମ ଦାନାକୁ ସଜେଇ ଫୁଲ ବା ବିନାୟକ ଙ୍କ ରୂପପରି, ପୁଣି ରଙ୍ଗୀନ ଜରିରେ ପାନପତ୍ର ତାର ମଝିରେ ତୀର ଚିହ୍ନ। ନାଲି ରେଶମୀ ରିବନ ଉପରେ ତାରା ପରି ଝଟକୁଥିବା କାଚ ବା ରୂପା ପରି ଝିକିମିକି କାଗଜ। ସୋଲକୁ ରଂଗଦେଇ ପଦ୍ମ ଫୁଲ ପରି ସେଥିରେ ରେଶମୀ ଡୋରି।ଶ୍ରୀୟା ବୁଲି ଦେଖୁଥିଲା। ମନେମନେ ଭାବୁଥିଲା ଭାଇପାଇଁ ଏମିତି ରାକ୍ଷୀ ନେବି ଯେମିତି ସମସ୍ତେ ଅନେଇଥିବେ।ଦେଖୁଥିବେ ରାକ୍ଷୀର ଗଢଣକୁ।

ପାଞ୍ଚ ୬ଟି ଦୋକାନ ବୁଲିଲା ପରେବି ତାର ମନ ପସନ୍ଦର ରାକ୍ଷୀ ଟେଇ ମିଳୁନି। ଏତିକି ବେଳେ ଅନୁରାଧା ଦେଖାହେଲା।ସିଏବି ତାର ଭାଇ ପେଇଁ ରାକ୍ଷୀ କିଣୁଛି। ଦେଖି ପଚାରିଲା କେମିତି ତୋ ରାକ୍ଷୀ ଦେଖେଇଲୁ?ଅନୁରାଧା ନିଜ ଭେନିଟ ବ୍ୟାଗର ଚେନ ଖୋଳଦେଖି ଦେଖି ଦେଖେଇଲା। ଶ୍ରୀୟା ଦେଖି ବାହା ବୋଲି କହିଲା।ଝିଅ ମାନଙ୍କର ପ୍ରକୃତି ଅନ୍ୟର ଶାଢ଼ୀ, ଶଙ୍ଖା ବା କୌଣସି ଉପକରଣ ଦେଖିଲାପରେ ଖୁସି ହୁଅନ୍ତି ପ୍ରଶଂସା କରନ୍ତି ବି। ଅନୁରାଧା ପଚାରିଲା କେମିତି ହୋଇଛି?ଶ୍ରୀୟା କହିଲା ବହୁତ ସୁନ୍ଦର। କେତେ ଦାମ ନେଇଥିବ କହିଲୁ?ଅନୁରାଧା ପଚାରିଲା। କେତେ? ଶ୍ରୀୟା ପ୍ରଶ୍ନ କରିବା ପୂର୍ବରୁ ଅନୁରାଧ କହିଲା ପାଞ୍ଚଶହ ମୁଦ୍ରା ମାତ୍ର।ରାକ୍ଷୀର ମୂଲ୍ୟ ଶୁଣି ଶ୍ରୀୟା ନୀରବ ରହିଲା।ତାର ମନଟା  ଫିକା ପଡିଗଲା।ଅନୁରାଧା କହିଲା, କଣ ହେଲା, ଡ଼ରିଗଲୁ କି ତୁୁୁ ତ ଏତିକିରେ ଛାନିଆ ଲୋକ ପରା ହଜାରେ ୨ହଜାରରେ ରାକ୍ଷୀ କିଣୁଛନ୍ତି। ଶ୍ରୀୟା ପଚାରିଲା କାହାକୁ ପିନ୍ଧେଇବୁ, ଅନୁୁରାଧା କହିଲା, କାହାକୁ କହିିଲୁ? ତୋ ବୟ ,ଦୁଇଜଣ ହସିଲେ।ଅନୁରାଧା କହିିଲା, ତା'ଠାରୁ ପାଞ୍ଚହଜାର ଆଣିବି।


ଶ୍ରୀୟା କହିିଲା କଣ ପାଇଁ ?ଅରେ ବୋକୀ , ଏଇଟା ଆମର ପରା ପ୍ରଫିଟ। ବର୍ଷକର ପ୍ରେମର ମୂୂଲ୍ୟ ଆଦାୟ ,ମାନେ ବକ୍ସିସ । ଶ୍ରୀୟା ନୀରବ ରହିିଲା, ମନେ ମନେ ଘୃଣା କଲା ଅନୁରାଧା ଠାରୁ ବିିଦାୟ ନେଇ ଆଗକୁ ବଢ଼଼ିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational