Sunanda Mohanty

Abstract Tragedy Action

3  

Sunanda Mohanty

Abstract Tragedy Action

ରାକ୍ଷୀ ଭିଜୁଥିଲା ଆଖି ଲୁହରେ

ରାକ୍ଷୀ ଭିଜୁଥିଲା ଆଖି ଲୁହରେ

2 mins
150



ଘରଗୁଡିକ ଲଗାଲଗି, ଉପରେ ରୁହନ୍ତି ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ ଓ ପିଲାମାନେ, ଏପଟକୁ, ଅର୍ଥାତ ବାମ ପଟକୁ ତିନୋଟି ପରିବାର, ସେପଟକୁ ଅର୍ଥାତ ଡାହାଣ ପଟକୁ ଦୁଇଟି ପରିବାର, ବାଡ଼ିପଟ ଖୋଲି ଦେଲେ, ଜୟପୁର ରେଡ଼ିଓ ଷ୍ଟେସନ ସହ ଆଖିରେ ପଡେ କିଛି ପ୍ରାକୃତିକ ଦୃଶ୍ୟାବଳୀ, ଜାଗାଟି ଅତ୍ୟନ୍ତ ମନୋହର ହୋଇଥିଲା ବେଳେ ପଟ୍ଟନାୟକ ବାବୁ ରହୁନଥିବାରୁ, ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ଧରି ଏକୁଟିଆ ହୁସିଆର ରେ ଚଳନ୍ତି l

   ସବାଶେଷ ପଟ ଘରଟିରେ ଦୁଇଜଣ ଯୁବ ଡ୍ରାଇଭର ରୁହନ୍ତି ଆଉ ସେମାନେ ବହୁତ ଭଲ, ତେଣୁ ତାଙ୍କ ହାତରେ ବେଳେ ବେଳେ କିଛି ସଉଦା ପତ୍ର ଅବା ଦରକାରୀ ଜିନିଷ ମଗେଇଥାନ୍ତି ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ, ଆଉ ପିଲାମାନେ ମଧ୍ୟ ସେ ଦୁହିଁଙ୍କୁ ଅଙ୍କଲ ଅଙ୍କଲ ଡାକି ମିଶନ୍ତି, ପଟ୍ଟନାୟକ ବାବୁ ଓଡ଼ିଶାର ତ ସେ ଦୁହେଁ ଆନ୍ଧ୍ର ର, ହେଲେ କେଡେ ପବିତ୍ର ସମ୍ପର୍କ ସେମାନଙ୍କ ଭିତରେ ? 

   ସେଦିନ ରାକ୍ଷୀ ପୂର୍ଣ୍ଣମୀ ଥାଏ ତ କେତେ କ'ଣ ପିଠାପଣା କରି ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ ସେଇ ଆନ୍ଧ୍ରର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଆନ୍ତି ତ ସେ ଦୁହେଁ ନଥାନ୍ତି, ଆଉ ମନଦୁଃଖରେ ପଟ୍ଟନାୟକବାବୁଙ୍କ ସ୍ତ୍ରୀ ରାତି ଯାଏଁ ଅପେକ୍ଷା କରି ମଧ୍ୟ ସେ ଦୁହେଁ ଫେରିନଥିଲେ, ରାକ୍ଷୀ ଦୁଇଟି ସେମିତି ପଡିରହିଥାଏ, ଫ୍ରୀଜ଼ ଉପରେ l

   ତା ଦୁଇଦିନ ପରେ ସମସ୍ତେ ଫୁସୁରୁ ଫୁସୁରୁ ଯେ ଡାହାଣ ପଟ ରମାକାନ୍ତବାବୁଙ୍କ ନିଖୋଜ ଛୋଟ ପୁଅ କୁ ସେହି ଆନ୍ଧ୍ରର ଦୁଇ ଯୁବକ ନିଶ୍ଚୟ ନେଇଯାଇଛନ୍ତି, ମାଆ ବାପା ଦୁଇଟା ଭାଙ୍ଗି ପଡିଛନ୍ତି, ପୋଲିସ ଥରକୁ ଥର ଆସି ଜେରା କରୁଛି ପ୍ରତ୍ୟେକ ପଡୋଶୀଙ୍କୁ ତ ସେଦିନ ପଟ୍ଟନାୟକବାବୁଙ୍କ ଘରେ ଫ୍ରିଜ ଉପରେ ରାକ୍ଷୀ ଦୁଇଟି ଦେଖି ଯେବେ ପଚାରିଲେ, ଏହା କାହାପାଇଁ ତ ସବୁ ସତ ସତ କହିଥିଲେ ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ, ଆଉ ତାଙ୍କ ଅଲକ୍ଷରେ ସମସ୍ତଙ୍କ ଆକ୍ରୋଶ ର ଶୀକାର ହେବା ସହ ପୋଲିସ ବି ସନ୍ଦିଗ୍ଧ ଆନ୍ଧ୍ର ଦୁଇ ଯୁବକଙ୍କ ସହ ପଟ୍ଟନାୟକବାବୁଙ୍କ ପରିବାର ର ସମ୍ପର୍କ ଅଛି ବୋଲି ଭାବି ପୋଲିସ ପହରା ଦେବାକୁ ଲାଗିଲା, ତ ଅକାରଣରେ ପଟ୍ଟନାୟକବାବୁଙ୍କ ପରିବାର ମ୍ରିୟମାଣ ଆଉ ବ୍ୟସ୍ତ ଭିତରେ ରହିଲେ l

   ତେଣେ ଆନ୍ଧ୍ରର, ଓଡିଶା ର କୋଟିଆ କୁ ନେବାର ଚକ୍ରାନ୍ତ ଖବର ବାରମ୍ବାର ପ୍ରସାରିତ ହେଉଥାଏ ଟିଭିରେ, ପୁଣି ସେହିସମୟରେ ଆଫଗାନିସ୍ତାନ ଉପରେ ତାଲିବାନୀମାନଙ୍କ ହିଂସା ଓ ବର୍ବରତାର ଖବର ଭିତରେ, କିପରି ଆଫଗାନିସ୍ତାନୀ ମାନେ ଦେଶ ଛାଡି ଚାଲିଯାଉଥିବା ସମୟରେ ଏୟାରପୋର୍ଟ ର ଗହଳିରେ ନିଜ ଛୁଆ ର ପ୍ରାଣ ବଂଚେଇବା ପାଇଁ, ତାକୁ କେମିତି ଟେକିଦେଉଛି ଆରପଟ ସୈନିକ ମାନଙ୍କୁ ନିଜ ଜୀବନ ଧନ ଶିଶୁଟିକୁ, ପ୍ରାଣରକ୍ଷା ପାଇଁ ତାର, ସେହି ଦୃଶ୍ୟରେ, ସମଗ୍ର ଜନତା ଙ୍କ ଛାତି ଥରି ଯାଉଥିଲା ବେଳେ, ରମାକାନ୍ତ ବାବୁଙ୍କ ପୁଅ ନମିଳିବା ଆଉ ଆନ୍ଧ୍ର ଯୁବକ ଦୁଇଜଣ ନିଖୋଜ ହେବା ସହ ପଟ୍ଟନାୟକ ବାବୁଙ୍କ ପରିବାର ଲୋକଙ୍କ ହାତ ଥିବା ସନ୍ଦେହରେ ପରିବାର ସଦସ୍ୟମାନେ ଅପମାନିତ ଅବହେଳିତ ଅସମ୍ମାନିତ ହୋଇ ରହୁଥିବାବେଳେ ହଠାତ ସେଦିନ ପଛପଟେ ପାଣି ପାଇପ ଚଢି ପଟ୍ଟନାୟକବାବୁଙ୍କ ଦୁଆରେ, କେହି ହାଜର ତ ପଟ୍ଟନାୟକବାବୁଙ୍କ ସ୍ତ୍ରୀ ପାଟି କରି ଉଠିଲେ ସେପଟେ ବାହାର ପାଖେ କିଏ?, ତ ଦଉଡି ଆସିଲେ ପୋଲିସ ଆଉ ଅନ୍ୟ ପରିବାର ସଦସ୍ୟମାନେ, କାବୁ କରି ନେଲେ,ସେହି ଆନ୍ଧ୍ର ଯୁବକଦୁହିଁଙ୍କୁ, ଆଉ ନେଇଗଲେ ଥାନାକୁ l

  ନିର୍ଦୋଷରେ ସେ ଦୁହେଁ ଫେରିଲେ ସତ, ହେଲେ ରମାକାନ୍ତ ବାବୁଙ୍କ ପୁଅ ଏଯାଏଁ ଫେରିନି ତ ସମସ୍ତେ ତଥାପି ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ପଟ୍ଟନାୟକବାବୁଙ୍କ ପରିବାର ଆଉ ସେ ଯୁବକ ଦୁହିଁଙ୍କ ସମ୍ପର୍କକୁ ମାତ୍ର ପଟ୍ଟନାୟକ ବାବୁଙ୍କ ପରିବାର କାହାସହ, ମିଶି ପାରୁନଥିଲେ ଆଉ ଯୁବକ ଦୁହେଁ ମଧ୍ୟ ଆଗପରି ପଟ୍ଟନାୟକବାବୁଙ୍କ ପରିବାର ସହ ମଧ୍ୟ ଭଲ କରି ମିଶି ପାରୁନଥିଲେ ହେଲେ ପଟ୍ଟନାୟକବାବୁଙ୍କ ସ୍ତ୍ରୀଙ୍କ ଆଖିରେ ତଥାପି ଲୁହ ଦିଟୋପା ରାକ୍ଷୀ ଦୁଇଟିକୁ ଭିଜାଇ ଦିଏ ଅନେକଥର l


Rate this content
Log in

Similar oriya story from Abstract