STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ରାକ୍ଷୀ ଭିଜିଗଲା ଆଖି ଲୁହରେ

ରାକ୍ଷୀ ଭିଜିଗଲା ଆଖି ଲୁହରେ

8 mins
12


ନୀଳକଇଁ ସିନା ତୋଫା ଜହ୍ନକୁ ଭଲପାଏ ହେଲେ ଆନି ଭଲପାଏ ସେଇ ଭଗବାନ କଳାଜହ୍ନଙ୍କୁ. ଆଜି ନୁହେଁ ବରଂ ପିଲାଦିନରୁ. ସେଇଥିପାଇଁ ଫରକ ପଡ଼ିନଥିଲା ତା ମାଆ ଯେବେ ବାପା, ସାନଭାଇ ଓ ତାକୁ ଛାଡି ଚାଲିଯାଇଥିଲେ ଯଦିଓ ସେତେବେଳେ ସେ ପିଲା ଥିଲା. ଫରକ ପଡଡିଥିଲା ମାଆ ଯେବେ ଚାଲିଗଲା କାରଣ ସେହି ସମୟରେ ମାଆର ପଣତ ତାର ଖୁବ ଦରକାର ଥିଲା. କଥାରେ ଅଛି ପୁଅ ହେଉ ଅବା ଝିଅ, ଥିଲେ ଥାଉ ଅବା ନଥିଲେ ନାହିଁ କିଛି କିନ୍ତୁ ଶାଗତୋଳି ମାଆଟିଏ ଥିଲେ ସନ୍ତାନର ଡର କାହାକୁ ଭୟ କାହାକୁ!ମାମୁଁ ବୁଝେଇ ଦେଇଥିଲେ ଅତୀତର ଜିନିଷ ପତ୍ର ହେଉ କି ଵ୍ୟକ୍ତି ବିଶେଷ ହୁଅନ୍ତୁ ତାଙ୍କୁ ସାଙ୍ଗରେ ରଖି ଅର୍ଥାତ ତାଙ୍କ ସ୍ମୃତିକୁ ଜାବୁଡି ବସି କଷ୍ଟ ପାଇଲେ ବାଟର ବାଟୋଇ ହୋଇ ଲକ୍ଷ ହାସଲ କରିହୁଏନି ମାଆ . ତୁ ମନଦେଇ ପାଠ ପଢେ ଆନି , ସବୁ ଠିକ ହୋଇଯିବ କହି ଗପଟିଏ କହିଥିଲେ.
       ଥରେ ଜଣେ ଧନୀ ଵ୍ୟକ୍ତି ସାଧୁବାବାଙ୍କୁ ପଚାରି ଥିଲେ କି ଅତୀତର ସ୍ମୃତି ବା ଖୟାଲ ବା ଜିନିଷ କି ଘଟଣା ଓ ଵ୍ୟକ୍ତି ବିଶେଷଙ୍କୁ ଛାଡି ବଞ୍ଚିବା ମୁସ୍କିଲ କାହିଁକି ଲାଗୁଛି ଆଜ୍ଞା?ତ ପଥର ପଥିକ ବାବାଜଣକ କହିଥିଲେ ମୋ ସହ ଆଶ୍ରମ ଯାଏଁ ଆସିପାରିଲେ ତୁମେ ତୁମର ଉତ୍ତର ପାଇଯିବ ବତ୍ସ. ରାଜି ହୋଇ ଧନୀ ଯୁବକ ଗାଡ଼ି କାଢ଼ୁଥିଲେ ତ ସାଧୁ ବାରଣ କରି ପାଦରେ ଚାଲି ଚାଲି ଗଲେ ନିଜ ପ୍ରଶ୍ନର ଉତ୍ତର ମିଳିଯିବ କହିବାରୁ ସାଧୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଯୁବକ . ଖରାରେ ବାଟ ଚାଲୁ ଚାଲୁ ଧନୀ ଯୁବକ ଜଣକ ହାଲିଆ ହୋଇ ପଡ଼ୁ ପଡ଼ୁ ସାଧୁ ମହାରାଜା ଦେଖେଇ ଦେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟ ନହେଲେ ବି ଓଜନିଆ ପଥରକୁ ଆଉ କହିଲେ ଏଇଟା ଏଠାରୁ ଉଠେଇ ନିଅ. ଯୁବକଜଣଙ୍କ କିଛି ପ୍ରତିବାଦ ନକରି ଖରା ଗରମ ଓ ପଥଶ୍ରାନ୍ତରେ ଆକତା ମାକତା ହୋଇ ପଥର ଉଠେଇ ଚାଲୁ ଚାଲୁ ସାଧୁଙ୍କ ସହିତ ପାଦ ମିଳାଇ ଚାଲିବାରେ ଅକ୍ଷମ ହୋଇ ବସିପଡିଲେ ସେଇଠି, ଠିକ ଗଛର ଛାଇରେ.ଥଣ୍ଡା ପବନରେ.ଶାନ୍ତିରେ ଆଖିପତା ମୁଦି ହୋଇ ଆସୁଥିବା ବେଳେ ସାଧୁ ପଛକୁ ଫେରି ଆସି ପଚାରିଲେ ଅଟକି ଗଲ ଯେ ବତ୍ସ!ହଁ ମହାଭାଗ ଏ ପଥର ବୋହି ଖରାରେ କଷ୍ଟ ଯୋଗୁଁ ଚାଲିନପାରି ଏଇଠି ରହିଗଲି. ତେବେ ତ ତୁମ ଉତ୍ତର ପାଇ ସାରିଥିବ ଯୁବକ. ଆଶ୍ଚର୍ଯ୍ୟ ଚକିତ ହୋଇ ଯୁବକ ଚାହିଁଲେ ସାଧୁଜୀଙ୍କୁ ତ ସାଧୁ ବୁଝାଇ ଦେଲେ ପଥରଟିକୁ ସେଠାରୁ ଉଠାଇ ନେବାକୁ କହିଥିଲି ମାତ୍ର କିନ୍ତୁ ସାଙ୍ଗରେ ବୋହି ନେଇ ଆସିବାକୁ ନୁହେଁ. ପଥର ପରି ପୁରୁଣା ବସ୍ତୁ, ଜିନିଷ, ଵ୍ୟକ୍ତିଙ୍କ ସ୍ମୃତି.ମନ ହୃଦୟରେ ସ୍ଥାନ ଦେଇ ଝୁରିଲେ ପଥର ବୋହି ଆଗକୁ ବଢିନପାରିଲା ଭଳି କଥାଟିଏ . ଏଥର ଯୁବକ ବୁଝିଗଲେ ହରାଇ ସାରିଥିବା ପିଲାଦିନ, ବl ମାଆ ଓ ଅନ୍ୟାନ୍ୟ ବସ୍ତୁ ପଦାର୍ଥ କଥା ନଭାବି କି ବିତି ଯାଇଥିବା ସୁଖ ବା ଦୁଃଖର ଘଟଣା ସବୁକୁ ମନ ହୃଦୟରୁ କାଢି ଆଗେଇ ଚାଲିଲେ ହିଁ ଗଛ ତଳ ଛାଇ ଓ ଶୀତଳ ପବନ ଭଳି ଶାନ୍ତି ଦେଇ ଓ ସଫଳତା ପାଇ ହେବ. ଏ ଗପରୁ ଆନି ବି ବୁଝିଯାଇଥିଲା କିଛି ଯେ ଗଛ ତ ସେହି କଥା କହେ. କହେ ଅତୀତକୁ ଭୁଲି ଯିଏ ଆଗେଇ ପାରିବ ସଫଳତା ନିଶ୍ଚୟ ଆସିବ ତା ଜୀଵନରେ.ତ ଭଗବାନଙ୍କୁ ସ୍ମରଣ କରି ମନେ ମନେ ଆନି  କହୁଥିଲା ତୁମକୁ କାନ୍ଥେଣି ଠଣାରେ ରଖି ପିଲାଦିନେ ମିଛି ମିଛି ଭୋଗ, ପୂଜା କେତେ କରିଛି ଠାକୁର. ମତେ ସଦଵୁଦ୍ଧି ଦିଅ. ସଦବୁଦ୍ଧି ପ୍ରାପ୍ତ ହେବା ଓ ଭାଗ୍ୟ ଭଲ ରହିବା ଏକକଥା ନୁହେଁ ବୋଲି ବୁଝିନଥିବା ଆନି ବଡ଼ ହେଲାପରେ ଅସ୍ମିତ ଭଳି ଧନୀ ଯୁବକ ଓ ସୁନ୍ଦର ସ୍ୱାମୀ ପାଇ ଉଲ୍ଲସିତ ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲା.କିଛି ନେଲେ କିଛି ଦିଅନ୍ତି ଠାକୁର ବିଶ୍ୱାସରେ ବାଟ ଚାଲୁଥିଲା ଆନି.  
      ସେଦିନ ଆନି ସ୍କୁଲରେ ପହଁଛି ତାର ସାର୍ଟିଟିଫିକେଟ ପାଇଁ ଆବେଦନ କଲା ତ  ସେ ଏହି ସ୍କୁଲର ଛାତ୍ରୀ ହେତୁ ତାକୁ ମୋ ସ୍କୁଲ ପାଇଁ ମେମ୍ବର କଲେ ଭଲ ହୁଅନ୍ତା ବୋଲି ବଡଗୁରୁମା କହିବାରୁ ଜଣେ ସହକର୍ମୀ କହିଥିଲେ ନାହିଁ ଗୁରୁମା ଝିଅଟି ସଦ୍ୟ ବିଧବା ହୋଇଛି, ସେ ମୋର ଦୁରସମ୍ପର୍କୀୟ ବନ୍ଧୁ ବାନ୍ଧବ ହେବ.ତାକୁ ବର୍ତ୍ତମାନ ମୋ ସ୍କୁଲ ପାଇଁ ସହାୟତା ପାଣ୍ଠି ମାଗିହେବନି. ହଉ ହଉ କହି ବଡ଼ ଗୁରୁମା ଲଜ୍ଜିତ ଓ ଦୁଃଖିତ ହେଲେ ଝିଅଟି ପାଇଁ ତ ସହକର୍ମୀ ଶିକ୍ଷୟିତ୍ରୀ ଜଣଙ୍କ ପୁଣି କହି ଚାଲିଥାନ୍ତି ତା ସହ ଘଟିଥିବା ସେହି କାଳ ରାତ୍ରୀର ଘଟଣା.    
        ସେଦିନ ଢ଼ାବା ବନ୍ଦ ହେବା ପରେ, ସ୍ୱାମୀ ସ୍ତ୍ରୀ, ଦୁଇ ପୁଅଙ୍କୁ ନେଇ ଶୋଇବାକୁ ଗଲେ.ସକାଳ ପାଇବା ପୂର୍ବରୁ ସ୍ୱାମୀଙ୍କୁ ବିଞ୍ଚ୍ଛଣାରେ ନଦେଖି, ବ୍ୟସ୍ତ ବିବ୍ରତ ହେଲେ ବି ସାହାସର ସହିତ ବାହାରକୁ ଆସିଲା ଆନି.କେହି କୁଆଡେ ନଥିଲେ.ଢାବା ଚାବି ପଡିଛି ଯେମିତି ସବୁଦିନ ପଡେ. ଅନ୍ଧାର ଛାଡୁ, ସକାଳ ଆସୁ,ସ୍ୱାମୀଙ୍କ ଫୋନ ଘରେ ହିଁ ରହିଯାଇଛି ତ କିଛି ଗୁରୁତର କାମରେ ବୋଧହୁଏ ଯାଇଛନ୍ତି  କାମରେ ବାହାରକୁ ଭାବି ଦାମ୍ଭିକା ଝିଅଟି ଆନି ପୁଅ ଦୁହିଙ୍କ ପାଖକୁ ଫେରିଆସି ତାଙ୍କୁ ଉଠେଇ, ସକାଳ ନିତ୍ୟକର୍ମ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ବହୁ ଲୋକଙ୍କ ଆଗମନ ତାକୁ ବିଚଳିତ ନକରି ତାର ପ୍ରଶ୍ନ ଥିଲା ଭାଇ ନାହାଁନ୍ତି, ଫେରନ୍ତୁ, ଅପେକ୍ଷା କରନ୍ତୁ. ସମସ୍ତେ ନତମସ୍ତକ ହୋଇ କହୁଥିଲେ, ଅସ୍ମିତ ଭାଇ ଆଉ ନାହାଁନ୍ତି ଭାଉଜ.ତାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଟ୍ରେନ ଲାଇନ ତଳେ ପଡ଼ିରହିଛି. ବନ୍ଦ କରନ୍ତୁ କହି ବଡ଼ ଗୁରୁମା କାନ ଚାପି ଧରିଥିଲେ ଦୁଃଖରେ ଓ କହୁଥିଲେ ତା ପିଲାଙ୍କର ଏକମାତ୍ର ସାହା ମାଆ ଆନି ଅଛି ମାନେ ସନ୍ତାନ ଦୁଇଟିଙ୍କର ଚିନ୍ତା ନାହିଁ ଯା ହେଉ. ହେଲେ ଠିକ ସେତିକିବେଳେ ସେହି ଝିଅ ଆନି  ତଡିତ ବେଗରେ ଅଫିସକୁ ପଶି ଆସି ବଢ଼େଇ ଦେଇଥିଲା ଦୁଇହାଜାର ଟଙ୍କା, ମୋ ସ୍କୁଲ ପାଇଁ. ରଖିବା ନରଖିବା ଦୋଦୁଲ୍ୟମାନ ପରିସ୍ଥିତିରେ ଭିତରେ ଥିଲାବେଳେ ସେହି ଝିଅ ଆନି ସାର୍ଟିଫିକେଟ ନେଇ ମୁଣ୍ଡିଆ ମାରି ଫେରି ପଡ଼ୁ ପଡୁ କହୁଥିଲା ଟଙ୍କା ଦେବାର ହକ କଣ ମୋର ନାହିଁ ଆଜ୍ଞା!ମୁଁ ଏ ସ୍କୁଲର ଛାତ୍ରୀ. ମୋ ସ୍କୁଲ ଅଭିଯାନର ଉର୍ନ୍ନତି ପାଇଁ ଏହା ମୋର ସମ୍ୟକ ଦାନ. ମୋ ଅଧିକାରରୁ ମତେ ବଞ୍ଚିତ କରନ୍ତୁ ନାହିଁ. କହି ଫେରିଯାଇଥିଲା ଆନି.ସ୍ତବ୍ଧ ପରିବେଶ ଭିତରେ ମୁଗ୍ଧ ତା କଥା ଓ କାମ ବଡ଼ ଗୁରୁମାଙ୍କୁ ଚକିତ କରିଥିଲା ସେଦିନ.
     ତାକୁ ଜାଣିଥିବା ଶିକ୍ଷୟତ୍ରୀ ସହକର୍ମୀ କହୁଥିଲେ, ତାର ମନ ବହୁତ ବଡ଼ ଗୁରୁମା. ସ୍ୱାମୀର ମୃତ୍ୟୁ ପାଇଁ କେହି କେହି ତାକୁ ଦାୟୀ କଲେବି, ସେସବୁ ପ୍ରତି ଭ୍ରୁକ୍ଷେପ ନକରି, ପୁଅ ଦୁହିଙ୍କି ଲାଳନ ପାଳନ ସହ, ଢ଼ାବା ଚଳେଇବା , ସ୍ୱାମୀଙ୍କ ସମସ୍ତ କର୍ମକୁ ମଧ୍ୟ ଆପଣେଇ ନେଇଛି ଆନି. ତା ସହିତ ପୋଷିଛି ଗୃହପାଳିତ ଜନ୍ତୁ ହିସାବରେ ବିଲେଇ ଓ କୁକୁର. କୌତୁହଳ ତଥା ବିସ୍ମୟ ସହିତ ବଡ଼ ଗୁରୁମା କହୁଥିଲେ, ମାଆ ଭିତରେ ଥିବା  ଧର୍ଯ୍ୟ, ସାହାସ ଓ ନିର୍ଭିକତାର ପରୀକ୍ଷା ଭଗବାନ ନେଉଛନ୍ତି ନିଶ୍ଚୟ. ନହେଲେ ଏତେ କମ ବୟସରେ ଏକେଲା, ଦୁଇଟି ଛୋଟ ପୁଅ, ଢାବା ଚଲେଇବା, ପୋଷା ଗୃହପାଳିତ ପ୍ରାଣୀ ମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ଏକ ଅଲୌକିକ ଗୁଣ ମାଆ ସାଜିଥିବା ଆନି ପାଇଁ.
     ଆଜି ହଠାତ କମନ ରୁମରେ ମିଟିଙ୍ଗ ପରେ ପରେ ବଡ଼ ଗୁରୁମା, ସେହି ସହକର୍ମୀ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ, ସେଦିନର ସେହି ଝିଅଟି ଆନିକୁ ଟିକେ ଡାକନ୍ତେ.ତାର ଦସ୍ତଖତ ରହିଯାଇଛି. ମୋ ସ୍କୁଲ ପାଇଁ ସେ ଦେଇଥିବା ଦୁଇହାଜାର ଟଙ୍କା ବ୍ୟାଙ୍କରେ ଦାଖଲ ହୋଇଥିଲେ ମଧ୍ୟ ତା ଦସ୍ତଖତ ରହିଲେ ବିଭାଗୀୟ ଚିଠି ପ୍ରସ୍ତୁତ କରିବାକୁ ହେବ. ସିଟରୁ ଉଠିପଡିଲେ ଶିକ୍ଷୟତ୍ରୀ ଭଉଣୀ. ଲୁହ ଛଳ ଛଳ ଆଖିରେ କହିଲେ, ସେ ଆଉ ନାହିଁ ଗୁରୁମା ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିବା ପରେ, ପୁଅ ଦୁହେଁ ମାମୁଁ ଘରେ. ଢ଼ାବା ଓ ଢାବା ସଲଗ୍ନ ଏକେଲା ଘରୁ ଖାଲି ଶୁଭୁଛି ବିଲେଇର ବିକଳ ମ୍ୟାଉଁ ମ୍ୟାଉଁ ଶବ୍ଦ ସାଙ୍ଗକୁ କୁକୁମାନଙ୍କର କାନ୍ଦେଣା. କିଏ କୁଆଡେ ଗଲେଣି ଗୁରୁମା, ହେଲେ ଯାଉନି ଏକେଲା ଘରୁ ବିଲେଇଟା ଓ କୁକୁଟି. ଗୁରୁମା ବ୍ୟାଗରୁ ବ୍ଲଡ଼ ପ୍ରେସର ଔଷଧ କାଢ଼ୁଥିଲେ. ଦୁଇ ହାତରେ ମୁଣ୍ଡକୁ ଜାବୁଡି ଧରିଥିଲେ.ସେହି ଝିଅଟିର ଅଧା ଅଧୁରା ମର୍ମନ୍ତୁଦ କାହାଣୀ ସହିତ ଏକେଲା ଘରେ ବିଲେଇ ଓ କୁକୁରଙ୍କର ଆତ୍ମିୟତା କଥା ଶୁଣୁ ଶୁଣୁ ଦୁଇ ଆଖିରୁ ଦୁଇଧାର ଲୁହ ଗଡି ଆସିଥିଲା ବଡ଼ଗୁରୁମାଙ୍କର.
   ଆନିକୁ ଚିହ୍ନିଥିବା ଓ ତା ବିଷୟରେ ସବୁ ଜାଣିଥିବା ଶିକ୍ଷୟତ୍ରୀ ଗପି ଚାଲିଥିଲେ ଆନି ଅତୀତ ଜୀଵନର ଅନ୍ୟ ଏକ ପୃଷ୍ଠା. ସେଦିନ ଆନି ପାଇଁ ବାହାରି ଶିକ୍ଷୟିତ୍ରୀ ଭଉଣୀ କହୁଥିଲେ ତାର ମଧ୍ୟ ଏ ଘରେ ଅଧିକାର ଅଛି. ଝିଅ ହେଲେ ମଧ୍ୟ ସେ ବାପାଙ୍କ କାନ୍ଧକୁ କାନ୍ଧ ମିଶାଇ ଏ ଘର ଠିଆ କରିବାରେ ସହାୟ ହୋଇଛି. ସହାୟ ହୋଇଛି ବାପାଙ୍କ ମାନସିକ, ଶାରୀରିକ ଓ ଆର୍ଥିକ ବଳ ହୋଇ. ବୋଉ ଚାଲିଗଲା ପରେ ବାପା, ଝିଅ ପୁଅଙ୍କ ମୁଁହକୁ ଚାହିଁ ବାପା ତାର ଦ୍ୱିତୀୟ ବିବାହ କରିନଥିଲେ ବୋଲି ସେ ତାର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ବାପା ଚାଁହୁଥିବା ପୁଅକୁ ବିବାହ କଲା ବେଳେ ଭୁଲିଗଲା ଏଇ ଗାଁର ପୁଅ ରବି ତାକୁ ଆଜିଯାଏଁ ମାଆ ପରି ସାଙ୍ଗଟିଏ ହୋଇ ହାତରେ ହାତ ମିଶାଇ ଆସିଥିଲା. ତାର ଚିତ୍ରକରିବା ଇଛା ପୁରଣ କରିବା ପାଇଁ ରଙ୍ଗ ତୁଳୀ ହାତରେ ଦେଇ ନିଜେ କାନଭାସରେ ପୋଟ୍ରେଟ ହେଉ ହେଉ ହୃଦୟରେ ପୋଟ୍ରେଟ ହୋଇସାରିଥିଲେ ମଧ୍ୟ ବାପାଙ୍କ କଥା କାଟି କହିପାରିନଥିଲା ଆନି କି କହିପାରିନଥିଲା ମୁଁ ରବିକୁ ଭଲ ପାଏ ବାପା,ବରଂ ବାପା ଆଣିଥିବା ପ୍ରସ୍ତାବକୁ ସ୍ୱୀକୃତି ସହ ସମ୍ମତି ଜଣାଇ ବିବାହ କରିଥିଲା ଅସ୍ମିତକୁ.
    ରବିର ସହଯୋଗରେ ତୁଳୀଧରି ରଙ୍ଗ ଦେଉ ଦେଉ ଏମିତି ରଙ୍ଗ ଦେଲାଯେ ସୁନ୍ଦର ସୁନ୍ଦର ଚିତ୍ରପଟ କରୁ କରୁ ସେହି ରଙ୍ଗ ତୁଳୀ ପାଇଁ ଆନି ପଢିଥିଲା ଆର୍ଟ କଲେଜରେ ଓ ପାଇଲା ଚାକିରୀ. ବାପାଙ୍କ ସାଙ୍ଗକୁ ନିଜର ଆର୍ଥିକ ସହାୟତା କରି ଚାଳଘର ପକ୍କା ଘର ହେଲା ଓ ସାନଭାଇ ଶୋମେଶ ପାଠ ପଢି, ଚାକିରୀ କରି ବିବାହ କଲା କିନ୍ତୁ ବାପାଙ୍କ ବାର୍ଦ୍ଧକ୍ୟରେ ତାଙ୍କର ହେପାଜତ କରିବାକୁ ଭାଉଜ ସକ୍ଷମ ନୁହେଁ. ଗାଁରେ ଅଙ୍ଗନବାଡିରେ ପାଠପଢା ସାଙ୍ଗକୁ ନିଜର ମାତୃତ୍ୱ କଷ୍ଟ ଭିତରେ ଭାଉଜର କାମକୁ ହାଲକା କରିବା ପାଇଁ ଆନି ଘେନି ଗଲା ବାପାଙ୍କୁ ସାଙ୍ଗରେ. ତାରି ପାଖରେ ବାପା ଶେଷନିଶ୍ୱାସ ଶାନ୍ତିରେ ନେଲାବେଳେ କହିଥିଲେ ମାଆରେ ଏ ବକ୍ସ ଭିତରେ ଥିବା ଚିଠି କଥା କାହାକୁ ଜଣେଇବୁ ନାହିଁ. ଏଇଟା ବୋଉର ଇଛା ଆଉ ମୋର ମଧ୍ୟ.ବାପାଙ୍କ କଥା ମାନି ଏଯାଏଁ ସେ ବକ୍ସ ଖୋଲି କି ଚିଠି ଖୋଲି କେଵେ ପଢ଼ିବାର ସାହସ କରିନଥିଲା ଆନି ବରଂ ସବୁ ବର୍ଷ ପରି ଦଉଡି ଯାଇଥିଲା ଗାଁକୁ.ରାକ୍ଷୀ ପୁନେଇଁରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ବାପା କରିଥିବା ଗୁହାଳରେ ବାପାଙ୍କ ପ୍ରିୟ ଗାଇ ରମା ଓ ଉମାଙ୍କୁ ପିଠା ଖୁଆଇ, ଚନ୍ଦନ ଲଗାଇ ରାକ୍ଷୀ ବାନ୍ଧିବାକୁ.
    ଭାଉଜ ଗର୍ଜନ କରୁଥିଲେ. ବାପାଙ୍କୁ ନେଇ ପାଖରେ ରଖି ତାଙ୍କ ବାକ୍ସରେ ଥିବା ସବୁ ଅମୁଲ୍ୟ ସମ୍ପତ୍ତି ଲୁଟି ନେଲ ପୁଣି ଭାଇ ହାତରେ ରାକ୍ଷୀ ବାନ୍ଧି କଣ ଘର ଭାଗ କରିବାକୁ ଚାଲିଆସିଲ? ସ୍ଥାଣୁ ପାଲଟି ଯାଇଥିଲା ଆନି. ବାପାଙ୍କ ବକ୍ସରେ ଥିବା ଏକମାତ୍ର ଚିଠିରେ ଥିଲା ତା ଜନ୍ମ ବୃତ୍ତାନ୍ତ. ବାପା କାଳେ ମେଳାରୁ ପାଇଥିଲେ ତାକୁ.ଯେତେ ଚେଷ୍ଟା କଲେବି ଝିଅର ପରିଚୟ ମିଳିବା ଦୂରେ ଥାଉ ଦାଵୀଦାର କେହି ନଥିଲେ.ବୋଉ ଝିଅକୁ ପାଇ କୃତ୍ୟ କୃତ୍ୟ ହୋଇ ନିଜର କରି ନେଇଥିଲା ଓ ପରେ ପରେ ସାନଭାଇ ତା କୋଳକୁ ଆସିଥିବାରୁ ମୋ ଝିଅ ଭାରି ଲଷ୍ମୀବନ୍ତ କହୁଥିବା ବୋଉ ସିନା ଅନାଥ କରି ଚାଲିଗଲା ହେଲେ ଏକା ଥାଳିରେ ଖାଇ, ଏକାଠି ବଢିଥିବା ଭାଇ ଆଜି ଭାଉଜ କଥାରେ ପ୍ରତିବାଦ କରୁନଥିଲା ତ ଆନି ଫେରିଆସିଥିଲା ଗାଁ ମନ୍ଦିରକୁ ଯୋଉଠି ବାଧିକା ସାନଭାଇ ଶୋମେଶକୁ ଭଲ କରିବା ପାଇଁ ବାପାଙ୍କ ସହ ତିନିଦିନ ଗୁହାରିଆ ପଡିଲା ପରେ ଶୋମେଶ ଆଖି ଖୋଲିଥିଲା ଓ କଥା କହିଥିଲା.
     ଭାବୁ ଭାବୁ ସନ୍ଧ୍ୟା ହୋଇସାରିଥିଲା. ଶ୍ରାବଣୀ ବର୍ଷା ମଧ୍ୟ ଲାଗିରହିଥିଲା ତ ମୁଣ୍ଡରେ ହାତ ଦେଇ ଆନି ସେଦିନ ଭାବୁଥିଲା ସହରକୁ ଯିବା ଶେଷ ବସ ବି ଛାଡିଦେବଣି ଏଭିତରେ ତ ରାତିରେ କୁଆଡେ ଯିବ ସେ!ଠିକ ଏତିକି ବେଳେ କିଶୋରୀ ଝିଅଟିଏ ଛତା ଧରି କହୁଥିଲା ଘରକୁ ଆସ ଅପା. ବାପା ବୋଉ ଅପେକ୍ଷା କରିଛନ୍ତି. ବାଧ୍ୟ ହୋଇ ଉଠିଲା ଆନି. ରବି ଓ ତା ସ୍ତ୍ରୀ ପାଛୋଟି ନେଲେ ତାକୁ. ମୋ ହାତରେ ରାକ୍ଷୀ ବାନ୍ଧିବୁନିକି ବୋଲି ରବି କହୁଥିଲା ବେଳେ ଝିଅ ତାର କହୁଥିଲା ଅପା ତୁମେ ଖୁବ ସୁନ୍ଦର ପୋଟ୍ରେଟ କରିପାର ବୋଲି ବାପାଙ୍କଠୁ ଶୁଣିଛି. ରଙ୍ଗ ତୁଳୀ ଓ କାନଭାସ ପ୍ରସ୍ତୁତ. ଖାଲି ତୁମ ହାତ ଦରକାର ଅପା. ଖାଇବସିବା ବେଳେ ରବି ସ୍ତ୍ରୀ କହୁଥାଏ କଣ ବୋଲି ଭାବିଛି କେଜାଣି ତୁମ ନିଜ ଭାଉଜ ବୋଳାଉଥିବା ସେ ସ୍ତ୍ରୀ ଲୋକ! ଭାବିଛି ସବୁ ଖାଇ ଚଳୁ କରି ଯୁଗ ରାଇଜ ବଞ୍ଚିବ ଏ ସଂସାରରେ! ରବି କହୁଥିଲା ଆନିର କଣ ଅଧିକାର ନାହିଁ? ମୁଁ ଛାଡିବିନି ଜମା. ଗାଁ ସରପଞ୍ଚ ମୁଁ ସବୁ ଅଧା ଅଧା ହେବ. ତୋ ହକ ତୁ ପାଇବୁ ଆନି .ରବିଙ୍କ ପାଟିରୁ କଥା ଛଡେଇ ତାଙ୍କ ସ୍ତ୍ରୀ କହୁଥିଲେ ତୁମର ମଧ୍ୟ ଅଧିକାର ଅଛି ନା ସେ ଘରେ!ଆନି ପାଟିରୁ ବଚନ ବାହାରୁ ନଥିଲା. ରବିର ଝିଅ ନିକି ସକାଳୁ ରବି ହାତକୁ ଚିଠିଟିଏ ବଢ଼େଇ କହୁଥିଲା ଅପା ଭୋର ବସରେ ଚାଲିଗଲେ. ଏ ଚିଠିଟି ପଢିବାକୁ ତୁମକୁ କହିଦେଇ ଯାଇଛନ୍ତି ଓ ରାତି ସାରା ରଙ୍ଗ ତୁଳୀ ଦେଇ ମୋର କେଡେ ସୁନ୍ଦର ଛବିଟି ଆଙ୍କିଛନ୍ତି ଦେଖିବ ଆସ ବାପା. ରବି ଚିଠିଟି ପଢୁଥିଲେ, ସେଇ ଚିଠି ଯୋଉ ଚିଠିକୁ ଆନି ବାପା ଆଦିକନ୍ଦ ମଉସା ସାଇତି ସାଇତି ମରିବା ଯାଏଁ ବକ୍ସରେ ଚାବି ପକେଇ ରଖିଥିଲେ. ସ୍ଥାଣୁ ପାଲଟି ଯାଉଥିବା ରବିଙ୍କଠୁ ଚିଠିଟି ନେଇ ତାଙ୍କ ସ୍ତ୍ରୀ ପଢିକି କହୁଥିଲେ ଚାଲ ଏବର୍ଷ ସାବିତ୍ରୀ ଭାର ନେଇ ଆନିଙ୍କ ଘରକୁ ଯିବା. ଝିଅ ନିକି ଖୁସିରେ ତାଳି ମାରୁଥିଲା ହେଲେ ଆନି ସେତେବେଳକୁ ବିଧବା ହୋଇସାରିଥିଲା. ବଡ଼ଗୁରୁମା କହୁଥିଲେ ଭଗବାନଙ୍କର ଶେଷ ଇଛା ହୁଏତ ତାକୁ ତାଙ୍କ ପାଖକୁ ଫେରେଇ ନେବା. ହେଲେ ରବିଙ୍କ ସ୍ତ୍ରୀ କିଏ କହିଲେନି ତ କିଏ ଆଉ ଗୁରୁମା ମୁଁ ନିଜେ ବୋଲି କହୁଥିଲେ ସେହି ସହକର୍ମୀ ଶିକ୍ଷୟିତ୍ରୀ.


Rate this content
Log in

Similar oriya story from Tragedy