STORYMIRROR

Nityananda Sahu

Tragedy Inspirational Others

3  

Nityananda Sahu

Tragedy Inspirational Others

ରାଜ ଜୋଟକ

ରାଜ ଜୋଟକ

9 mins
203

ବେଳେ ବେଳେ ଜୀବନରେ ଏମିତି କିଛି ମୋଡ ଆସିଥାଏ ଯାହାକୁ ବୁଝିବା ଭାରି କଷ୍ଟ ହୋଇ ଥାଏ । ବୟସର ମଧ୍ୟ ଭାଗରେ ଜୀବନ ସାଥି ସହ ହସ ଖୁସିରେ ଘର ସଂସାର କରି ରହିବାକୁ ସମସ୍ତେ ସ୍ବପ୍ନ ଦେଖି ଥାନ୍ତି । ଭଲ ପାଇବାର ମଧୁରତା ସମ୍ପର୍କରେ ଉତ୍ତମ ବୁଝାମଣା ହୋଇ ପାରିଲେ , ବୈବାହିକ ଜୀବନ ସୁଖମୟ ହୋଇଥାଏ । ଯୌବନ ପ୍ରାପ୍ତି ପରେ ପରେ ସମସ୍ତେ ନିଜର ଜୀବନ ସାଥିକୁ ନେଇ ଅନେକ ସ୍ବପ୍ନ ଭିତରେ ବଞ୍ଚି ଥାନ୍ତି । ବାହାଘରର ସମସ୍ତ ପର୍ବକୁ କେମିତି ସମ୍ପାଦନ କରିବେ ତାକୁ ନେଇ ଆଗରୁ ଅନେକ ଭାବନାର ସମୁଦ୍ରରେ ଭାସ ମାନ ହୋଇ ସଂସାର କୂଳରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି ।

   ଆଜି ସୁମନ୍ତ ମନରେ ଅନେକ ପ୍ରଶ୍ନ ? ଉତ୍ତର କିଏ ଦେଇପାରିବ ! ବାହାଘର ଦିନେ ତା ପାଇଁ ଏକ ସୁନେଲି ସ୍ବପ୍ନ ଥିଲା । ଯୌବନରେ ସେ କୌଣସି ଜଣେ ଝିଅକୁ ପ୍ରେମ କରି ବିବାହ କରିବାକୁ ଇଛୁକ ଥିଲେ ବି , ତାର ସରଳ ବ୍ୟକ୍ତିତ୍ୱ କେବେ କାହାକୁ ଜୀବନରେ ଆସିବାକୁ ତାର ସୁଯୋଗ ଦେଇ ନାହିଁ । ତା ମାନେ ନୁହେଁ କି ? ସେ ଭଲ କାହାକୁ ପାଇ ନାହିଁ ! କେବଳ ଯାହା ଏକତରଫା ଭଲ ପାଇବାରେ ସନ୍ତୁଷ୍ଟ ହୋଇଛି । ଆଜି ଯେତେବେଳେ ଘର ଲୋକ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ , ସୁମନ୍ତର ମନର କଥା ଜାଣିବାକୁ ଇଛୁକ ଥିଲେ । ସେତେବେଳେ ସୁମନ୍ତ ନିଜର ପରିବାର ପ୍ରତି ଥିବା ଭଲ ପାଇବାର ଦ୍ୱାହିରେ କହିଲା, ଆପଣ ମାନେ ଯେଉଁଠି ଠିକ ଭାବିବେ ସେଠି କରନ୍ତୁ ମୋର କିଛି ଆପତ୍ତି ନାହିଁ । ଆପଣଙ୍କର ପସନ୍ଦ ହିଁ ମୋ ପସନ୍ଦ । ସୁମନ୍ତଙ୍କର ଉତ୍ତର ଶୁଣିବା ପରେ ଝିଅ ଖୋଜା ଚାଲିଲା ।ଶେଷରେ ଘର ଲୋକଙ୍କ ମନକୁ ଛୁଇଁଲା ପରିକା ମାନିନୀ ନାମ୍ନୀ ଝିଅ ଟିଏ ପସନ୍ଦ ଆସିଲା ।

ଦୁଇ ପରିବାର ମଧ୍ୟରେ ସମସ୍ତ ପ୍ରସ୍ତାବ ରଖାଗଲା । ଆଉ ଶେଷରେ ବାହାଘର ଠିକ ହେଲା । ପରିବାର ଲୋକେ ଜାତକ ଦୁହିଁଙ୍କର ନେଇ ପଣ୍ଡିତ ପାଖରେ ଦେଖେଇବାରୁ ଜଣାଗଲା ।

   ଦୁହିଁଙ୍କରର ରାଜ ଜୋଟକ ପଢ଼ିଛି । ବୈବାହିକ ଜୀବନ ଖୁସିରେ କଟବି । ଜାତକ ବିଚାରରୁ ଉଚ୍ଚ ଘରେ ରାଶି ନକ୍ଷେତ୍ର ମାନେ ଥିବାରୁ ମାଙ୍ଗଳିକ ଯୋଗ ଭଲ ଅଛି । ତା ଛଡା ଦୁହିଁଙ୍କର ଗୋଟିଏ ରାଶି ଆଉ ଗୋଟିଏ ନକ୍ଷେତ୍ର , ଯାହାକି ସବୁ ଠାରୁ ଶୁଭ ।

     ଜାତକ ଗଣନା ସରିଲା ପରେ ଦିନ ଧାର୍ଯ୍ୟ କରାଯାଇ ସୁମନ୍ତ ଆଉ ମାନିନୀର ବିବାହ ଖୁବ ଧୁମ ଧାମରେ ରୀତି ନୀତି ଅନୁସାରେ ସମ୍ପୂର୍ଣ ହେଲା ।

   ବାହାଘରର କେତେ ଦିନ ଯାଏ ,ଦୁହେଁ ବହୁତ ଖୁସିରେ ଥିଲେ । ସୁମନ୍ତ ଥିଲେ ପେସାରେ ସରକାରୀ ସ୍କୁଲର ଶିକ୍ଷକ ଆଉ କଟକ ବିଦ୍ୟାଧର ପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ମାନିନୀ ଡିଗ୍ରି ଧାରୀ ଉଚ୍ଚ ଶିକ୍ଷିତା ଝିଅ ଥିଲେ । ଦୁହେଁ କଟକ ଲିଙ୍କ ରୋଡ଼ରେ ଏକ ଭଡା ଘରେ ରହୁଥିଲେ । ପ୍ରଥମେ ପ୍ରଥମେ ଦୁହେଁ ପ୍ରେମର ରଙ୍ଗରେ ରଙ୍ଗେଇ ହୋଇ ମୁକ୍ତ ଆକାଶରେ ଘୁରି ବୁଲୁଥିଲେ । ନୂଆଁ ନୁଆଁ ବହାଘର ପରେ ସ୍ୱାମୀ ସ୍ତ୍ରୀଙ୍କର ପାଦ ତଳେ ଲାଗୁ ନ ଥାଏ । ଅନେକ ଥର ଘରେ ନ ଖାଇ ବାହାରେ ନାମୀ ଦାମୀ ହୋଟେଲରେ ବୁଲି ବୁଲି ଖାଉଥିଲେ । ମାନିନୀ ମନକୁ ଛୁଇଁଲା ପରି ବିଭିନ୍ନ ଉପହାର ଆଣି ସୁମନ୍ତ ଦେଉଥିଲେ । ଦୁହିଁଙ୍କର ସଂସାର ଖୁସିରେ କଟୁ ଥିଲା । ସମୟର ଗତି ଧୀରେ ଧୀରେ ଆଗକୁ ବଢିଚାଲିଥାଏ । ଦୁହିଁଙ୍କର ଅନ୍ତରଙ୍ଗ ମୁହୁର୍ତ୍ତ ବି ନିବିଡ଼ତର ହେବା ସହ , ମାନିନୀ ଘର ଭଲ ଭାବରେ ଚଳେଇ ନେଇପାରୁଥିଲେ । କଣ୍ଟ୍ରାକଚୁଆଲ ଚାକିର ନିୟମିତ ହୋଇ ନ ଥିବାରୁ ବେଳେ ବେଳେ ସୁମନ୍ତକୁ ଦରମା ଠିକ ସମୟରେ ମିଳେନାହିଁ । ତା ପରେ ବି ମାନିନୀ କେବେ କୌଣସି ଜିଦି କରୁନଥିଲେ । ଉତ୍ତମ ପତ୍ନୀର ଧର୍ମ ସେ ପାଳନ କରୁଥିଲେ । ସ୍ୱାମୀର ସମ୍ବଳ ଜାଣି ଘରକୁ ସମ୍ଭାଳି ନେବାର କଳା ମାନିନୀଙ୍କୁ ଭଲ ଭାବରେ ଜଣା ଥିଲା ।

      ଦରମାକୁ ନେଇ ଥିବା ଅସନ୍ତୋଷ ପାଇଁ ମାନିନୀ ପାଖ ଟିଉସନରେ ପଢେଇବା ପାଇଁ ସୁମନ୍ତକୁ କହିଥିଲେ । ତୁମେ ତ ସ୍କୁଲ ଯାଉଛ । ମୁଁ ଖାଲିଟାରେ ଘରେ ବସି ବିରକ୍ତ ହୋଉଛି । ଟିଉସନ ବୁଝିଦେଲେ ମୁଁ ଯାଇ କରି ପାରିବି ତା ଛଡା ଭଲ ଦି ପଇସା ବି ଘରକୁ ଆସିଯିବ । ସ୍ୱାମୀ ସହ ପାଦରେ ପାଦ ମିଶେଇ ଚାଲି ଯଦି କିଛି କରି ପାରିଲି ମତେ ବହୁତ ଖୁସି ଲାଗିବ । ସହରୀ ଜୀବନ ଦୂରରୁ ଯେତିକି ସୁନ୍ଦର ଦେଖା ଯାଏ କିନ୍ତୁ ପାଖକୁ ଅତ୍ୟନ୍ତ ଯନ୍ତ୍ରଣା ପୂର୍ଣ ଲାଗେ । ମାନୁଚି ତୁମେ ଶିକ୍ଷିତା କିନ୍ତୁ କାହା ଘରେ ଯାଇ ଟିଉସନ କରିବା ମତେ ଆଦୌ ଠିକ ଲାଗୁନି ମାନିନୀ ?

     ମୋ ପାଇଁ ଜମାରୁ ଚିନ୍ତା କରନି ମୁଁ ନିଜକୁ ନିଜେ ଆର୍ଜେଷ୍ଟ କରିନେବି । ତୁମ ଭରସା କେବେ ଭାଙ୍ଗିବାକୁ ଦେବି ନାହିଁ ।ପରିସ୍ଥିତି ଆଉ ଅର୍ଥ ଅଭାବକୁ ପରିଲକ୍ଷିତ କରି ଶେଷରେ ମାନିନୀଙ୍କର ଯୁକ୍ତିରେ ସୁମନ୍ତ ରାଜି ହୋଇ ଯାଇଥିଲେ । କଥାରେ ଅଛି ପତ୍ନୀକୁ ବୁଝେଇବା ଭାରି କଷ୍ଟ । ଆଉ ତାଙ୍କ ସହ ଯୁକ୍ତି କରି ଜିତିବା ମଧ୍ୟ । ଶେଷରେ ସୁମନ୍ତଙ୍କର ବହୁତ ବୁଝା ବୁଝି ପରେ ପାଖରେ ଗୋଟେ କୋଚିଂ ସେଣ୍ଟରେ ମାନିନୀ ଶିକ୍ଷାଦାନ କରିବା ପାଇଁ କୋଚିଂ ଇନଷ୍ଟିଚ୍ୟୁଟର ହେଡ ରାଜି ହୋଇଗଲେ । ଦୁହିଁଙ୍କର ଖୁସି କହିଲେ ନ ସରେ ।

    ଧୀରେ ଧୀରେ ପଇସାର ଅଭାବ ଟିକେ କମିବାକୁ ଲାଗିଲା। ମାନିନୀ ବି ଖୁସି ଥିଲେ । ଦୁହେଁ ନିଜ ନିଜର ଜୀବନ ଶୈଳୀରେ ବ୍ୟସ୍ତ ରହିବାକୁ ଲାଗିଲେ । ଦୈନଦିନ ଜୀବନରେ ତାର ପ୍ରଭାବ ବି ଦେଖିବାକୁ ମିଳିଲା । ସମୟ ଆଉ କର୍ମ ମୟ ଜୀବନ ମଧ୍ୟରେ ଛନ୍ଦି ହୋଇଗଲେ ଦୁହେଁ । ଦୁହେଁ ପାଖେ ପାଖେ ଥାଇ ମଧ୍ୟ ବ୍ୟସ୍ତତା ଜୀବନରେ ଦୈହିକ ସୁଖ ଉପଭୋଗ କରୁଥିଲେ ବି ହୃଦୟରୁ ଆଉ ଆନ୍ତରିକତା କମିଯିବାର ମାନିନୀଙ୍କର ସୁମନ୍ତ ବେଳେ ବେଳେ ଅନୁଭବ କାଉଥାଏ । କିନ୍ତୁ ମାନିନୀକୁ କିଛି କହିବା ଆଗରୁ ନିଜକୁ ନିଜେ ସେ ବୁଝାଇ ଦିଏ , ଝିଅ ପିଲା ସିଏ ଘର କାମ , କ୍ଳାସ ନୋଟ ଭିତରେ ସେ ବି ଛନ୍ଦି ହୋଇଯାଇ ହୁଏତ ସମୟ ଦେଇ ପାରୁ ନାହାନ୍ତି । ତା" ଛଡା ଆମର ସବୁ ପରିଶ୍ରମ ତ ଭବିଷ୍ୟତର ସୁନେଲି ସଂସାର ପାଇଁ ନା" , ଆଉ ଏଥିରେ ମନ ଉଣା କରିବାର କଣ ଅଛି ? ଦେଖୁ ଦେଖୁ ବୈବାହିକ ଜୀବନର ପ୍ରଥମ ବର୍ଷ କଟି ଗଲା ।


   ପ୍ରଥମ ବିବାହ ଆନିଭର୍ସରିରେ ସୁମନ୍ତ ବି ମାନିନୀର ମନକୁ ବୁଝିଲା ପରି ଗୋଟେ ଦାମୀ ଶାଢ଼ୀ ଆଣିଛି କେକ ସହ ଉପାହାର ଦେବା ପାଇଁ । ସ୍କୁଲ ସାରି ଗିଫ୍ଟ କିଣି ଆସିଲା ବେଳକୁ ରାତି ସାତଟା ବାଜିଗଲାଣି । ମାନିନୀ କୋଚିଂରୁ ଫେରିଲା ବେଳକୁ ରାତି ନଅଟା ହୋଇଯିବ। ଆଜି ସମୟ ଅଛି ଧର୍ମ ପ୍ରତ୍ନୀ ପାଇଁ କିଛି ସ୍ପେଶାଲ ଆଇଟମ ପ୍ରସ୍ତୁତ କରି ତାଙ୍କ ମନକୁ ଖୁସି କରିବାର ସୁଯୋଗ ଆଉ ହାତ ଛଡା କରି ହେବ ନାହିଁ ।

   ମାନିନୀ ଆସିବା ଆଗରୁ ସମସ୍ତ ରୁଚିକର ଖାଦ୍ୟ ସୁମନ୍ତ ନିଜ ହାତରେ ପ୍ରସ୍ତୁତ କରି ଟିଭି ଲଗେଇ ନିୟୁଜ ଦେଖି ମାନିନୀ ଆସିବାକୁ ଅପେକ୍ଷା କରି ବସି ଥାନ୍ତି ।

   ବ୍ୟସ୍ତତା ଭିତରେ ବାରମ୍ବାର ଘଣ୍ଟାକୁ ଦେଖି ବିରକ୍ତି ହେବା ସ୍ବାଭାବିକ । ଆଜି ସକାଳୁ ମାନିନୀକୁ ସାପ୍ରାଇସ ଦେବା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ବି କହି ନାହିଁ । ବୋଧ ହୁଏ ସେ ମୋ ଉପରେ ରାଗି ଥିବେ ନିଶ୍ଚୟ ।

   ହଉ ତାଙ୍କ ରାଗ ଶାନ୍ତ କରିବା ମତେ ଭଲ ଭାବରେ ବି ଜଣା।

ସମୟ ଆସି ରାତି ଦଶଟା ହେବ । ଅପେକ୍ଷାରେ ଧର୍ଯ୍ୟ ହରା ହୋଇପଡି ଥାଏ ସୁମନ୍ତ । ମୋବାଇଲରେ ମାନିନୀକୁ ଫୋନ କରିବାରୁ ପ୍ରତିତ୍ୱରରେ ଶୁଣିବାକୁ ପାଇଲେ , ଆପଣ ଯେଉଁ ଉପଭକ୍ତାଙ୍କୁ କଲ କରୁଛନ୍ତି , ସେ ଏବେ ଅନ୍ୟ ଏକ କଲରେ ବ୍ୟସ୍ତ ଅଛନ୍ତି । ଦୁଇ ତିନି ଥର ଚେଷ୍ଟା କଲା ପରେ ବିରକ୍ତ ହୋଇ ଫୋନ କାଟଦେଲେ ସୁମନ୍ତ । କଣ ଯେ ଏତେ ବ୍ୟସ୍ତ ମୋ ଫୋନ ଦେଖି ବି ରିସିଭି କରୁ ନାହାଁନ୍ତି। ହଁ କହୁଥିଲେ ପିଲା ମାନଙ୍କର ପରୀକ୍ଷା ଅଛି ଟିକେ ଅଧିକ ସମୟ ପଢେଇଲେ ସେମାନେ ଭଲ ମାର୍କ ରଖି ପାରିବେ । ଜଣେ ଶିକ୍ଷୟିତ୍ରୀ ଭାବେ , ପିଲା ମାନଙ୍କୁ ତାଙ୍କ ଯୋଗ୍ୟତା ଅନୁସାରେ ଭଲ ରେଜଲ୍ଟ କରେଇ ପାରିଲେ କୋଚିଂ ଇନଷ୍ଟିଚ୍ୟୁଟର ନାଁ ହେବା ସହ ଆମକୁ ବି ଭଲ ଆହୁରି ଅଧିକ ଦି ପଇସା ମିଳିବ । ସତରେ ମାନିନୀ ତୁମ ପରି ସୁ ଗୃହିଣୀ ଆଉ ଶିକ୍ଷିତ ଜୀବନ ସାଥି ପାଇ ଆଜି ମୁଁ ଗର୍ବିତ।

        ହଉ କେତେବେଳେ ଆସିବେ ଆସନ୍ତୁ । ମୋବାଇଲରେ ମେଶଜ ଲେଖି ପଠେଇ ଦଉଚି ଶୀଘ୍ର ଆସିବା ପାଇଁ । ରାତି ଆସି ଏଗାରଟା ହେବ ।

      ରୁମ ବାହାରେ ଗାଡି ଶବ୍ଦ ଶୁଣି , ସୁମନ୍ତ ଜାଣିଗଲେ ଯେ ମାନିନୀ ଆସିଗଲେ । ସେଥିପାଇଁ ରୁମ ଭିତର ଲାଇଟ ବନ୍ଦ କରି ଦେଲେ । ଅନ୍ଧାର ଭିତରେ ଅପେକ୍ଷା କଲେ ।ମାନିନୀ କବାଟ ଖୋଲିବା ମାତ୍ରେ ଆଗରୁ ପ୍ରସ୍ତୁତ ବେଲୁନଟି ଫାଟି ଗଲା , ସେଥିରେ ଥିବା ରଙ୍ଗ ବେରଙ୍ଗୀ କାଗଜ ଗୁଣ୍ଡ ସବୁ ମାନିନୀ ସମ୍ମାନରେ ଉଡ଼ିବାକୁ ଲାଗିଲା । ହାପି ମ୍ୟାରେଜ ଆନିଭର୍ସରି ମାନିନୀ । ଗୋଲାପ ଫୁଲ ଟିଏ ଧରି ସୁମନ୍ତ ଆଣ୍ଠୁ ମାଡି ପ୍ରୋପଜ କଲା ଭଳି ପ୍ରଦାନ କଲେ ।

   ହାଲକା ସ୍ମିତ ହସି ମାନିନୀ ଫୁଲଟିକୁ ଗ୍ରହଣ କଲେ । ଆଗ ଭଳି ଆଜି ମାନିନୀଙ୍କ ଓଠରେ ସେଇ ଚୁମ୍ବକୀୟ ହସ ଦେଖିବାକୁ ମିଳିଲା ନାହିଁ । ବୋଧ ହୁଏ କ୍ଲାନ୍ତ ହୋଇଯାଇଛନ୍ତି ।

     ତୁମେ ବୋଧ ହୁଏ କ୍ଲାନ୍ତ ଅଛ ମାନିନୀ ? ଚାଲ କେକ କାଟି ଦେଇ ମୋ ହାତ ପ୍ରସ୍ତୁତ ସୁ -ସାଦୁ ଖାଦ୍ୟ ଖାଇ ରେଷ୍ଟ ନିଅ ।

     କେକ କାଟିବାକୁ ଯିବା ମାତ୍ରେ ସୁମନ୍ତ ମାନିନୀ ପ୍ରଥ ରୋଧ କଲେ।

   ମୋ କଥା ଟିକେ ଶୁଣିବ ସୁମନ୍ତ । ଶୁଣିବି ହେଲେ କେକ କାଟିବା ପରେ । ଆହୁରି ବି ଅନେକ ସପ୍ରାଇଜ ଅଛି ।

    କିନ୍ତୁ ପ୍ରଥମେ ତୁମେ ମୋ କଥା ଶୁଣ ସୁମନ୍ତ ଦୟାକରି ।

ତୁମେ ଜଣେ ଭଲ ମଣିଷ ମୋର ବହୁତ ଭଲ ଯତ୍ନ ନେଉଛ । ମୁଁ ଘର ଛାଡ଼ି ଆସିଲା ପର ଠାରୁ ତୁମେ ମୋର ସବୁ ଖୁସିକୁ ପୁରାଣ କରିବାକୁ ଚେଷ୍ଟା କରିଛ । ମୁଁ ଜାଣେ ତୁମର ସ୍ୱଳ୍ପ ରୋଜଗାର ଅନେକ ସମୟ ଆମ ପାଇଁ ଜୀବନରେ ଅନେକ କିଛି କରିବାକୁ ବାଧା ସୃଷ୍ଟି କରୁଛି ।

   ତୁମେ ଜାଣ ସୁମନ୍ତ ? ମୋର ପିଲା ଦିନରୁ ଇଚ୍ଛା ଥିଲା ଗୋଟେ ଭଲ ପରିବାରେ ବାହା ହେବି । ଯେଉଁଠି କେବେ କିଛି ଅଭାବ ନ ଥିବ । ପରିବାରର ଅବସ୍ଥା ଏତେ ଭଲ ନ ଥିବାରୁ ଶେଷରେ ମୋ ଇଛା ବିରୁଦ୍ଧରେ ଯିବାକୁ ବାଧ୍ୟ ହେଲି ତୁମ ସହ ବିବାହ କରିବାକୁ ।

    ଆଉ ସେ ସବୁ ଖୁସି ମୁଁ ପାଇବାକୁ ଯାଇ ତୁମ ଅଜ୍ଞାତରେ ମୁଁ ଆଉ କାହାକୁ ମୋ ମନରେ ଜାଗା ଦେଇ ଦେଇଛି । ମତେ କ୍ଷମା କରିଦେବ ସୁମନ୍ତ । ତୁମେ ମୋ ପାଇଁ ପ୍ରଫେକ୍ଟ ନୁହଁ ।

     ଏ କଣ କହୁଛ ମାନିନୀ । ଆଜି ଆମ ଆନିଭର୍ସରିରେ ମୋ ସହ ମଜାକ କରନି ? ମୁଁ ଜାଣେ ତୁମେ ମୋ ଉପରେ ରାଗି , ଅଭିମାନ କରି ଏମିତି କହି ରାଗ ସୁଝୁଛ ନାହିଁ ?

      ଟିକେ ବୁଝିବାକୁ ଚେଷ୍ଟା କର ସୁମନ୍ତ । ମୋ ଜୀବନର ବଞ୍ଚିବାର ନିଷ୍ପତି ମୁଁ ତୁମକୁ କହି ସାରିଛି । ଆଶା କରେ ତୁମେ ବୁଝି ପାରୁଥିବ ।

     ହେଲେ ମୋ ଠାରୁ ତୁମକୁ ଆଉ କିଏ କେମିତି ଭଲ ଲାଗିଲା ,ସେ କିଏ ମାନିନୀ ?

   କୋଚିଂ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଭୟ , ସେ ମୋର ସମସ୍ତ ଦୁଃଖ ଆଉ ସୁଖକୁ ଆପଣେଇ ମତେ ଖୁସିରେ ରଖି ପାରିବେ । ତାଙ୍କ ପାଖରେ ପ୍ରଯ୍ୟାପ୍ତ ଧନ ଅଛି । ମୋର କୌଣସିରେ ବି କିଛି ଅସୁବିଧା ହେବ ନାହିଁ । ସାଧାରଣରେ ତୁମ ସହ ରହିବା ଅପେକ୍ଷା ପ୍ରାଚୁଯ୍ୟରେ ବଞ୍ଚିବାକୁ ମୁଁ ଭଲ ଭାବୁଛି ସୁମନ୍ତ । ତା ଛଡା କେହି କଣ କେବେ ଭଲ ପ୍ରସ୍ତାବକୁ ଉପେକ୍ଷା କରି ପରେ । ମୁଁ ବା କେମିତି ପାରିବି ସୁମନ୍ତ । ମାନୁଚି ମୁଁ ସ୍ୱାର୍ଥପର ହୋଇ ଯାଇଛି କିନ୍ତୁ ନିଜ ଖୁସି ପାଇଁ ହିଁ ମଣିଷ ବେଳେ ବେଳେ ଅନେକ ତଳକୁ ଖସି ଯାଇଥାଏ । ବୋଧ ହୁଏ ତୁମ ନଜରରେ ମୁଁ ବି ? କିନ୍ତୁ ଏହା ସମ୍ପୂର୍ଣ୍ଣ ମୋ ନିଜସ୍ୱ ମତ । ମତେ କ୍ଷମା କରି ଦେବି ସୁମନ୍ତ ।

     

    ସୁମନ୍ତ ନିଜ ଆଖି ସମ୍ନାରେ କଣ ସବୁ ଘଟୁଛି ଦେଖି ବିଶ୍ୱାସ କରି ପାରୁ ନ ଥାଏ । ଲଥ କିନି ସୋଫାରେ ବସି ପଡିଲା ସୁମନ୍ତ । କଣ ବା କହିବ ମାନିନୀକୁ । ଶେଷ ଯାଏ ବି ସେ ମାନିନୀର କଥାକୁ ବିଶ୍ୱାସ କରି ପାରୁ ନ ଥାଏ ।

       କିଛି ସମୟ ପରେ ମାନିନୀ ପୂର୍ବ ପ୍ରସ୍ତୁତ ଲଗେଜ ବ୍ୟାଗକୁ ଧରି ଘର ଭିତରୁ ବାହାରିବା ଦେଖି ସୁମନ୍ତ ଅଟକେଇବାକୁ ଚେଷ୍ଟା କରି ବିଫଳ ହୁଏ । ମାନିନୀ ଏବେ ଦୃଢ଼ ମନ ନେଇ ସାରିଥିଲେ ସୁମନ୍ତ ଠାରୁ ଅଲଗା ହେବା ପାଇଁ ।

       ଏତେ ରାତି ରେକୁଆଡେ ଯିବ ମାନିନୀ ? ରାତିଟା ତ ରହିଯାଅ !

     ତୁମେ , ମୋ ପାଇଁ ଚିନ୍ତା କରନି । ମାନିନୀଙ୍କ ପ୍ରସ୍ତାନକୁ ସୁମନ୍ତ ସହି ପାରୁ ନ ଥିଲେ । ଧୀରେ ଧୀରେ ମନ ଭିତରେ କୋହ ସମ୍ଭାରଣ କରି ଭାଙ୍ଗିବାକୁ ଲାଗୁଥିଲେ ।

        ଯେଉଁ ଘର ଏରୁଣ୍ଡି ଡେଇଁ ମାନିନୀ ଘରକୁ ଲକ୍ଷ୍ମୀ ହୋଇ ଆସିଥିଲେ ଆଜି ସେ ଘରକୁ ଲକ୍ଷ୍ମୀ ଛଡା କରି ଚାଲି ଯାଉଛନ୍ତି।

    ଦୌଡ଼ି ଯାଇ ସୁମନ୍ତ ହାତ ଧରି ଅଟକେଇବାକୁ ଚେଷ୍ଟା କରିବାରୁ ମାନିନୀ ହାତ ଛଡେଇ ନେଇ ଏରୁଣ୍ଡି ଡେଇଁ ଗଲେ ।

       ଲୋତକ ପୂର୍ଣ୍ଣ ଆଖିରେ ସୁମନ୍ତ ସେମିତି ଚାହିଁ ରହି ଥାଏ ମାନିନୀକୁ । ଘର ବାହାରେ ଅଜଣା ବ୍ୟକ୍ତି ଜଣକ (ଅଭୟ)ମାନିନୀ ହାତରୁ ଲଗେଜେ ନେଇ କାରରେ ରଖିଲେ ।

     ମାନିନୀ କାରରେ ବସିବା ଆଗରୁ କଣ ଭାବିଲେ କେଜାଣି ଆଉ ଥରେ ପଛକୁ ଫେରି ଆସିବାରୁ ସୁମନ୍ତ ଖୁସି ହୋଇ ଯାଇଥିଲେ । ବୋଧ ହୁଏ ମାନିନୀ ମତେ ବୁଝି ପାରି ଫେରି ଆସୁଛନ୍ତି । ଦୌଡ଼ି ଗଲା ସୁମନ୍ତ ମାନିନୀ ବେକରୁ ମଙ୍ଗଳ ସୂତ୍ର କାଢି ସୁମନ୍ତ ହାତକୁ ଦେଇ ଦେଲେ ।

    ତୁମର ବନ୍ଧକକୁ ନେଇ ମୁଁ ଚାଲିଗଲେ ବି ମୁକ୍ତ ହୋଇପାରିବିନି । ସେଥିପାଇଁ ତୁମକୁ ଦେଇ ଚାଲି ଯାଉଛି ।

     ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ତୁମର ବାକି ଜୀବନ ଭଲରେ କଟୁ । ମତେ ଭୂଲି ଯିବ ସୁମନ୍ତ ।

     ଏତକ କହି ମାନିନୀ ଦ୍ରୁତ ବେଗରେ ଯାଇ କାରରେ ବସି ପଡ଼ିବା ପରେ , କାରଟି ତତ୍କାଳୀନ ସେଠାରୁ ଚାଲିଗଲା ଆଖି ପିଛୁଳାକେ ।

    ସୁମନ୍ତ କିଛି ବାଟ ଦୌଡ଼ି ଗଲେ କାର ପଛେ ପଛେ , ହେଲେ କାରର ଗତି ପାଖରେ ମନର ଗତି ବି ତୀକ୍ଷ୍ଣ ହୋଇ ବି ହାର ମାନି ନେଲା ।

       ଲୁହ ଭିଜା ଆଖିରେ ସୁମନ୍ତ ଘରକୁ ଫେରି ଆସି ବେଡ଼ ଉପରେ ବସି ଗଲେ । ବେଡ଼ରେ ପଡିଥିବା ବାହାଘର ସମୟର ଫଟୋ ଆଉ କାର୍ଡକୁ ଦେଖି କାନ୍ଦିବାକୁ ଲାଗିଲେ ।

    ମନେ ମନେ ଭାବୁଥିଲେ ଯେଉଁ ନାହାକ ପଣ୍ଡିତ କହିଥିଲା ରାଜ୍ ଜୋଟକ ପଡିଛି ତାକୁ ଥରେ ଦେଖା କରି ପଚାରିବାକୁ କଣ ସତରେ ସେ ଗଣନା ଠିକ କରିଥିଲା ନା ତାଙ୍କୁ ଭବିଷ୍ୟତ ବିଷୟରେ କିଛି ଜ୍ଞାନ ହିଁ ନ ଥିଲା ।

       ସାତ କଳସ ଆଠ ଦୀପ ସାକ୍ଷୀ ରଖି ହୋମର ଅଗ୍ନି ରେ ସାତ ଭେରା ଦେଇ ତେତିଶ କୋଟି ଦେବା ଦେବୀ ଙ୍କୁ ସାକ୍ଷୀ ମାନି ଯେଉଁ ବିବାହ କରାଯାଇଥାଏ , ତାହା କଣ ସତରେ ଆଜିକା ଦୁନିଆଁରେ ମୂଲ୍ୟ ହୀନ ହୋଇ ଯାଇଛି ।

     ଏକ୍ସଟ୍ରା ମ୍ୟାରେଟାଲ ଅଫେର୍ସ ଆଜି ବୈବାହିକ ଜୀବନରେ ଅସନ୍ତୁଷ୍ଟ ସମସ୍ୟା ହୋଇ ଠିଆ ହୋଇଛି । ବିବାହ ର ପବିତ୍ରତା ବି ନଷ୍ଟ ହେବାକୁ ଲାଗିଛି କେବଳ ଏପରିକା ସମ୍ପର୍କ ପାଇଁ ।

          ମାନିନୀ ଏମିତି ହୃଦୟରେରେ ଘା" ଟିଏ କରିଦେଲେ ଯେ ଯାହାକୁ ବୁଝିବା ଭାରି କଷ୍ଟ ହେଉଥିଲା ଆଜିବି ପ୍ରେମରେ ହାରିବା ପରେ । ସେ ଯନ୍ତ୍ରଣାକୁ ନେଇ ବାକି ଜୀବନ କାଟିବା କେମିତି ବା ସହଜ ହେବ । ପବିତ୍ର ହିନ୍ଦୁ ସମାଜରେ ବହୁ ବିବାହ ଆଇନ ବିରୁଦ୍ଧ ଅଟେ । କିନ୍ତୁ ସମ୍ପ୍ରତି ସମାଜରେ ଆଜି ଅନେକ ଏମିତି ଘଟଣା ଦେଖିବାକୁ ମିଳୁଛି । ଯାହା କି ବାହାଘର ପରି ପବିତ୍ର ସମ୍ପର୍କର ବ୍ୟବସ୍ତାକୁ କଳୁଷିତ କରି ଦେଉଛି ।

        ଆଖିରେ ଲୁହ ସମୁଦ୍ର ଆଜି ଜୁଆର ହୋଇ ସୁମନ୍ତ ଆଖିରୁ ବୋହି ଚାଲିଛି ମାନିନୀର ବିରହ ଯନ୍ତ୍ରଣାରେ । ଏ ଦୁନିଆଁରେ ସମ୍ପର୍କ କଣ କେବଳ ଧନ ଆଉ ପ୍ରାଚୁଯ୍ୟରେ ଗଢ଼ା । ହୃଦୟ ଦେଇ ଭଲ ପାଇବାର ମୂଲ୍ୟ ତା" ହେଲେ କଣ ? ସମ୍ପର୍କ ବଡ଼ ନା" ଅଶ୍ଵର୍ଯ୍ୟ !

      ଆଜି ମନେ ମନେ ଭାବିବାକୁ ପଡୁଛି , ଭୂଲ କାହାର ?

ମାନିନୀର ନା ସୁମନ୍ତର ?

    ଏ ପ୍ରଶ୍ନ ଆଜିବି ଅଧୁରା ।

  ବିବାହ ପାଇଁ କଣ ଜରୁରୀ , ଜାତକ ନା ଉତ୍ତମ ସାଥି ।

   ଆଜି ସୁମନ୍ତର ସମସ୍ତ ମସ୍ତିଷ୍କ ଭିତରେ କେବଳ ଏଇ ଗୋଟେ ପ୍ରଶ୍ନ ?

   



    


Rate this content
Log in

Similar oriya story from Tragedy