STORYMIRROR

Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ରାଧା

ରାଧା

3 mins
4


    ବିବାହ ପରେ ରାଧା ବହୁତ ଦୁଃଖୀ ରହୁଥିବାର ଦେଖି କ୍ରିଷ୍ନା ପ୍ରଥମେ ପ୍ରଥମେ ଭାବି ନେଇଥିଲେ କି ପିତା ଶ୍ରୀକୁମାରଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ରାଧା କିନ୍ତୁ ରାଧା ଯେବେ କହିଥିଲେ ସେ କିଛି କାମ କରିବାକୁ ଚାହାଁନ୍ତି ଚମକି ପଡ଼ିଥିଲେ କ୍ରିଷ୍ନା. ସେ ନିଜେ ଛବି ଆଙ୍କିବା ସହ ପୈତୃକ ବ୍ୟବସାୟ ଯଦି ବୁଝିପାରୁଛନ୍ତି ତେବେ ରାଧା କାହିଁକି ନୁହଁନ୍ତି!ରାଧା ଦିବ୍ୟାଙ୍ଗ ବୋଲି କହିବାକୁ ମଧ୍ୟ ସାହାସ ନଥିଲା କ୍ରିଷ୍ନାଙ୍କର ତ କହିଥିଲେ ତୁମ ରୁଚିରେ ତୁମେ ଯେ କୌଣସି କାମ କରିପାର.ତ ପୁଅକୁ ସମ୍ଭାଳି ମଧ୍ୟ ରାଜୁଙ୍କ ସାହାୟତାରେ ବିୟୁଟି ପାର୍ଲରଟିଏ କରିବାକୁ ଇଛା କରିଥିଲେ ରାଧା . ଏଥିପାଇଁ ସେ ଗୋଟେ ଭିଡ଼ିଓ ଦେଖି ପ୍ରେରଣା ପାଇଥିଲେ. ଭିଡ଼ିଓଟି ଥିଲା ଜଣେ ମହିଳା ଇଞ୍ଜିନିଅରଙ୍କର. ସେ ଯେବେ ଇଞ୍ଜିନିଅର ଚାକିରୀ ଛାଡ଼ି ବିୟୁଟି ପାର୍ଲର କରିବେ କହିଥିଲେ, ତାଙ୍କ ନିଜ ପିତା ମାତା ତାଙ୍କୁ ପାଗଳ କହିଥିଲେ, ଶାଶୁଘର ଲୋକ ତ ଯାହା କହିଥିବେ ଅନୁମେୟ କିନ୍ତୁ ଦୁଇ ଦୁଇଟା ପିଲାଙ୍କର ଦାଇତ୍ୱ ସହ ବିୟୁଟି ପାର୍ଲର ଚଲେଇବାରେ ସେ ଏତେ ସଫଳ ହୋଇଥିଲେ ଯେ ସେହି ପିତା ମାତା ବାଃ ବାଃ କରିବାକୁ ଭୁଲିନଥିଲେ. ସେ ପ୍ରତ୍ୟେକ ଝିଅଙ୍କୁ ମେକ ଅପ ଲଗେଇ, କାଳୀ ଗୋରୀ ବିଭେଦ ଦୂରେଇ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ଫେରେଇ ଆଣିବାକୁ ସକ୍ଷମ ହେବା ସହ ଦିବ୍ୟାଙ୍ଗ ବାଳିକା ମାନଙ୍କୁ ଏହି କାମରେ ନିୟୋଜିତ କରିଥିଲେ.ତଥା ଏସିଡ ମାଡ଼ରେ ନିଜ ପୂର୍ବ ଚେହେରା ଫେରିପାଇବାକୁ ଅପରେସନ ପରେ ମଧ୍ୟ ମେକ ଉପ ନେଇ ଦୁନିଆଁରେ ବଞ୍ଚିବାର ସ୍ବପ୍ନ ଦେଖାଉଥିଲେ ସେମାନଙ୍କୁ. ତେବେ ରାଧା କାହିଁକି ପାରିବେନି??

   ପାରିଲା ପଣ ଦେଖାଇ ଆଉ ଟିକେ ଅଧିକା ଚିନ୍ତା କରିଥିଲେ ରାଧା. ନିଜ ହାତ କିମ୍ବା ଗୋଡ଼ ହରାଇ ସାରିବା ପରେ କୁତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ମାଧ୍ୟମରେ ଯୋଗ, ପ୍ରାଣାୟମ ସହ ନାଚ ବା ନୃତ୍ୟ ପରିବେଷଣ କରିବାର ଦକ୍ଷତା ରଖିବାକୁ ରାଧା ପ୍ରୋତ୍ସାହନ ଯୋଗାଇ ଆସିବା ବେଳେ କ୍ରିଷ୍ନା ଭାବୁଥିଲେ, ଏତେ ସବୁ ନାରୀଙ୍କ ଭିତରେ ଉତ୍ସାହ ଭରିଦେଉଥିବା ରାଧା ନିଜ କଥା ଭାବୁନାହାଁନ୍ତି କଣ ପାଇଁ? ନିଜେ କିନ୍ତୁ ଏ ବିଷୟରେ କିଛି ପରାମର୍ଶ ଦେବାକୁ କୁଣ୍ଠାବୋଧ କରୁଥିଲେ କ୍ରିଷ୍ନା. ସେ ଭାବୁଥିଲେ ସେକଥା ଖୋଲି କହିଦେଲେ କାଳେ ରାଧାଙ୍କ ମନରେ କିଛି ଦୁଃଖ ହେବ. ତେଣୁ ସେ ନିଜ ସାଙ୍ଗ ରାଜୁକୁ ଏସବୁ କହିଥିଲେ. ରାଜୁ ଭାଉଜ ରାଧାଙ୍କୁ ସାଙ୍ଗଭାଇର ମନକଥାକୁ ଏକ ଭିର୍ନ୍ନ ଶୈଳୀରେ ପ୍ରକାଶ କରିସାରିବା ପରେ ରାଧା ଏ ଦିଗରେ ନିଜକୁ ପ୍ରତିଷ୍ଠିତ କରିବାକୁ ମନୋବଳ ପାଇ ଆଗେଇ ଚଳିଲେ. ସ୍ୱାମୀ ଓ ରାଜୁ, ଦୁହିଁଙ୍କ ମହନୀୟତା ଗୁଣ ପାଇଁ ସେ ଖୁବ ଶୀଘ୍ର ନାଚିବାକୁ ସମର୍ଥ ହୋଇଥିଲେ.।

   ଗାଁ ସ୍କୁଲର ବାର୍ଷିକ ଉତ୍ସବରେ ତିନିଜଣଙ୍କୁ ଆମନ୍ତ୍ରିତ କରାଯାଇଥିଲା. ବହୁ ନୂତନ ଓ ପୁରାତନ ଛାତ୍ର ମାନଙ୍କ ଭିତରେ ଉତ୍ସାହ ଓ ପ୍ରେରଣା ଭରିଦେଇ କ୍ରିଷ୍ନା ନିଜ ଜୀବନ ଗାଥା ସହିତ ଗୁରୁ ମାନଙ୍କ ଆଶୀର୍ବାଦ ସବୁଠୁ ମହନୀୟ ଓ ଗୁରୁଙ୍କ ଶିକ୍ଷା ଜୀବନ ପାଇଁ ସର୍ବଦା ହିତକର କହି ରାଜୁ ପରି ବନ୍ଧୁ ପାଇ ଓ ରାଧା ପରି ସ୍ତ୍ରୀ ପାଇଥିବାରୁ ନିଜକୁ ଧନ୍ୟ ମନେକରିଥିଲେ. ରାଜୁ ମଧ୍ୟ ନିଜ ଜୀବନର ଅନୁଶୀଳନ କରି ବନ୍ଧୁ ପ୍ରତି ବନ୍ଧୁ କିପରି ହେବା ଦରକାର ତାହା ଦିନେ ପ୍ରଭୁ ଶ୍ରୀକୃଷ୍ଣ ଓ ସୁଦାମା କାହାଣୀ ଉପରେ ପର୍ଯ୍ୟବେଶିତ ଥିବା ବେଳେ ଆଜି କ୍ରିଷ୍ନା ଓ ରାଜୁର ବନ୍ଧୁତ୍ୱ ଏକ ଆଲୋକ ବର୍ତ୍ତିକା ହୋଇ ପାରିବ କହି କହୁଥିଲେ କ୍ରିଷ୍ନା ପାଇଁ ଆଜି ସେ ବାପା ମାଆଙ୍କର ସୁଯୋଗ୍ୟ ସନ୍ତାନ ହେବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁ ବନ୍ଧୁପତ୍ନୀ ତଥା ସହପାଠିନୀ ରାଧାଙ୍କ ଠାରୁ ପ୍ରେରଣା ପାଇଛନ୍ତି. ନିଜର ଦିବ୍ୟାଙ୍ଗ ଶରୀରକୁ ଭ୍ରୁକ୍ଷେପ ନକରି ସେ ଯେପରି ସ୍ୱାମୀ ସଂସାର, ସନ୍ତାନ ସହ ସାମାଜିକ କର୍ତ୍ତବ୍ୟ କରି ଆଜି ନିଜର ଦିବ୍ୟାଙ୍ଗ ଶରୀର ସତ୍ୱେ ନାଚି ପାରୁଛନ୍ତି, ମୁଁ ମଧ୍ୟ ବନ୍ଧୁର ବ୍ୟବସାୟ ବାନ୍ଧବୀର ସାହାୟତାର ସୁପରାମର୍ଶରେ ଗୋ ସେଵା କରିପାରୁଛି.ଦୁଇ ବନ୍ଧୁଙ୍କ ଜୀବନୀ କାହାଣୀ ଆସନ୍ତା ଭବିଷ୍ୟତ ପିଢ଼ିଙ୍କ ଉପରେ ନିଶ୍ଚୟ ପ୍ରଭାବ ପାକଇବ ବୋଲି ଗୁରୁମାନେ ତାଙ୍କ ଭାଷଣରେ ସେମାନଙ୍କୁ ସାଧୁବାଦ ଦେଲାବେଳେ ରାଧା ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଲା ବେଳେ କେହି ବିଶ୍ୱାସ କରୁନଥିଲେ ତାଙ୍କର ଗୋଟିଏ ଗୋଡ଼ ହରାଇ ସେ ଦିବ୍ୟାଙ୍ଗ ବୋଲି.ନିଜ ମନ ହୃଦୟରେ ରହିଥିବା ବନ୍ଦ ଝରକା ଖୋଲି ମୁକ୍ତ ବାୟୁ ସେବନ କରିବାର ପ୍ରେରଣା ଏହାଠାରୁ ଆଉ ଅଧିକା କଣ ହୋଇପାରେ ବୋଲି ସମସ୍ତେ ବୁଝିଯାଇଥିଲେ.।


Rate this content
Log in

Similar oriya story from Abstract