Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ପୂର୍ବଜନ୍ମର ସ୍ମୃତି

ପୂର୍ବଜନ୍ମର ସ୍ମୃତି

3 mins
148



ସାମ୍ବାଦିକ, ସବୁ ମିଡିଆ ଭାଈ ମାନଙ୍କର ଉପସ୍ଥିତିରେ ଏରାଙ୍କୁ ଯେବେ ପଚରା ଗଲା, ମାଡାମ, ଆପଣଙ୍କ ସଫଳତା ପଛରେ କିଏ, ଆମେ ଶୁଣିଛୁକି ଆପଣଙ୍କ ବାପାଙ୍କୁ ଆପଣ ସବୁବେଳେ ଏହି ଶ୍ରେୟ ଦେଇଆସୁଛନ୍ତି, ପ୍ରତ୍ୟେକଟି ଗଳ୍ପ ଓ କବିତା ବହିର ପ୍ରଥମ ପେଜରେ, ଆପଣ ତାଙ୍କୁ ଉତ୍ସର୍ଗ କରିଛନ୍ତି, ଏବଂ ଲେଖିଛନ୍ତି, ବାପାଙ୍କ ପ୍ରେରଣା ଯୋଗୁଁ ଆପଣ ଲେଖାଲେଖି କରନ୍ତି, କିନ୍ତୁ ଆପଣ ଷଷ୍ଠରୁ ଗଳ୍ପ କବିତା ଲେଖିବା ଆରମ୍ଭକରିଥିଲେ ବି, ଏବେ ଏବେ ନିଜର ସୃଷ୍ଟିକୁ ଲୋକଲୋଚନକୁ ଆଣି ଆଜି ସମ୍ମାନର ଶୀର୍ଷ ଅଧିକାରିଣୀ ହେଲା ବେଳେ କେବେ ମନରେ ଆସେନା ବାପାଙ୍କୁ ଉତ୍ସର୍ଗ କରି ଆସୁଥିବା ପ୍ରତ୍ୟେକଟି ବହି ବାପା ପଢ଼ି ପାରିଥାନ୍ତେକି ?

ନିଶ୍ଚୟ, ଏହା ମୋର ଅବଶୋଷ କହୁଥିଲେ ଏରା।

ତ ସାମ୍ବାଦିକ ଭାଇମାନେ ବେଢ଼ିଯାଇ କହୁଥିଲେ ତ ନିଶ୍ଚୟ ମନସ୍ତାପ ହେଉଥିବ। ଏରା କହୁଥିଲେ ହେଉଛି ନିଶ୍ଚୟ, ହେଲେ ତାଙ୍କୁ ପଢେଇବାର ସତ୍ସାହାସ ମୁଁ ଏଯାଏଁ ଯୁଟାଇ ପାରିନଥାନ୍ତି ? ତେବେ ଏହା ପଛରେ କାହାର ହାତ ଅଛି ? କିଏ ଆପଣଙ୍କୁ ଉତ୍ସାହିତ ତଥା ପ୍ରକାଶିତ କଲେ, ନିଶ୍ଚୟ ସ୍ଵାମୀ ହୋଇଥିବେ ତ ଏରା କହୁଥିଲେ ନା କେବଳ ମୋ ପ୍ରେମିକ।ସ୍ତବ୍ଧ ଜନତା ସ୍ତବ୍ଧ ମିଡିଆ ଭାଇମାନେ, ସ୍ତବ୍ଧ ଗଣମାଧ୍ୟମ ଓ ସାମ୍ବାଦିକ ଭାଇମାନେ। ଆଉ ସମସ୍ତେ ପଚାରୁଥିଲେ ସେ କିଏ?ସେ କଣ ଏବେବି ଆପଣଙ୍କ ଜୀବନରେ ଅଛନ୍ତି ? ନା ନାହାନ୍ତି, କିନ୍ତୁ ମୋ ଜୀବନରେ ଆସି ମତେ ପଛ ଜୀବନକଥା ମନେପକାଇ ମୋ ସୃଜନଶୀଳତାକୁ ପରିପ୍ରକାଶ କରିଦେଇ ଚାଲିଗଲେ। ସମସ୍ତେ ସ୍ଥାଣୁ ପାଲଟି ଯାଇଥିଲେ। ଏରା ମଧ୍ୟ ଏକଥା କିପରି କହିପାରିଲେ, ନିଜେ ବୁଝିପାରୁନଥିଲେ। ହେଲେ ଚାରି ପାଞ୍ଚ ବର୍ଷ ତଳକୁ ଫେରିଯାଇଥିଲେ। ସେହି ଲୋକ ଜଣକ ତାଙ୍କ ଘରେ ଭଡ଼ାରେ ଥିଲେ, ଆଉ ବିବାହିତ ଥିଲେ ମଧ୍ୟ ପିଲାମାନେ ଉଚ୍ଚତର ଶିକ୍ଷା ପାଇଁ ମାଆଙ୍କ ପାଖରେ ରହୁଥିଲେ। ମାଆ ଅର୍ଥାତ୍ ତାଙ୍କ ସ୍ତ୍ରୀ ଅନେକ ଥର ଆସିଛନ୍ତି , ତାଙ୍କ ପାଖକୁ, ଆଉ ବହୁତ୍ ସୁନ୍ଦର୍ ତଥା ସୁଶୀଳା ନାରୀ ସେ। ତାଙ୍କୁ ପାଇ ମଧ୍ୟ, ସେହି ପୁରୁଷ ଲୋକ ଏରାଙ୍କୁ ଏତେ ପସନ୍ଦ କରନ୍ତି, କଥାରେ କଥାରେ, ଶ୍ରେଷ୍ଠ ସୁନ୍ଦରୀ, ତଥା ଜ୍ଞାନ ଗାରିମାରେ ଉଚ୍ଚକୋଟୀର ବୋଲି ତାଙ୍କ ସ୍ଵାମୀ ଥିବା ଅବସ୍ଥାରେ ମଧ୍ୟ ଏରା ଙ୍କୁ ପ୍ରଶଂସା କରନ୍ତି। ଏରାଙ୍କର ଏତେ ବଡ ବଡ ପୁଅ ଝିଅ ପୁଣି ଏରାଙ୍କୁ ପଚାଶ ଛୁଇଁବା ଭିତରେ ସେହି ଲୋକଙ୍କ କଥାବାର୍ତ୍ତା, ଚାହାଣୀ, ବ୍ୟବହାର କେମିତି ଅଲଗା ଲାଗୁଥିଲା। ସ୍ୱାମୀ ଥିଲେ, ଗୋପବନ୍ଧୁଙ୍କ ଭଳି ଉଦାର, ଏସବୁକୁ ସେ ଏତେ ଗୁରୁତ୍ଵ ଦେଉନଥିଲେ ବି ଏରା କିଛି ଅନୁଭବ କରନ୍ତି। ସ୍ବାମୀଙ୍କୁ ଅଭିଯୋଗ ବାଢି ବସିଲେ, ସେ ବରଂ ଏରା ନିଚମନା କୁହନ୍ତି । ଆଉ ଏରାଙ୍କ ଲିଖିତ ପ୍ରତ୍ୟେକ ଗଳ୍ପ କବିତା, ଉପନ୍ୟାସ ଓ ପ୍ରବନ୍ଧ ପଢ଼ି ଭୂରି ଭୂରି ପ୍ରଶଂସା କରନ୍ତି, ତ ଏରାଙ୍କୁ କିଛି ଅଲଗା ଅନୁଭୂତ ହୁଏ। ସଭିଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜ୍ୟୋତିଷ ଡକେଇ ସବୁ କହନ୍ତି, ଏରା। ତ ଜ୍ୟୋତିଷ ମହାଶୟ ଏରାଙ୍କ କୋଷ୍ଠି ଓ କୌଣସି କାରଣରୁ ସେହି ବ୍ୟକ୍ତିଙ୍କ କୋଷ୍ଠା ହସ୍ତଗତ କରି ଗଣନା କରିବାରେ ଜ୍ୟୋତିଷ ଯାହା କହିଥିଲେ ଆଜିବି ଭୁଲି ପାରିନାହାନ୍ତି ଏରା।

  ଜ୍ୟୋତିଷ କହିଥିଲେ ମାଆ, ସମସ୍ତଙ୍କ ଜୀବନରେ ପ୍ରେମ ଆସେ। ହେଲେ କାହିଁକିର କାରଣ ପୂର୍ବଜନ୍ମର କର୍ମଫଳ। ପୂର୍ବ ଜନ୍ମରେ ତୁମେ ଗୁରୁ ଓ ସେ ଶିଷ୍ୟ ଥିଲେ କିନ୍ତୁ ଗୁରୁଙ୍କ ପ୍ରତି ଆକୃଷ୍ଟ ହୋଇ ଜୀବନ ସାଥୀ କରିବାକୁ ଚାହିଁ ଥିଲେ। କିନ୍ତୁ ଏହା ଅସମ୍ଭବ ଥିଲା ଓ ସେ ପ୍ରତ୍ୟାକ୍ଷିତ ହୋଇ ଫେରିଗଲେ ବି ତୁମ ଜ୍ଞାନ ଗରିମା ତଥା ବିଦ୍ୟା ବୁଦ୍ଧି ଓ ସୌନ୍ଦର୍ଯ୍ୟ ତଥା ଶାଳୀନତା ଭୁଲି ନଥିଲେ, ଆଉ ସେ ଗଲା ପରେ ,ତୁମେ ତାଙ୍କ ପ୍ରେମର ଗୁରୁତ୍ଵ ଓ ମହତ୍ତ୍ଵ କୁ ଝୁରି ହୋଇଥିଲ। ତେଣୁ ଏ ଜନ୍ମରେ ସେ ଓ ତୁମେ ବିବାହ କରି ଉତ୍ତୋରତ୍ତର ବୟସରେ ପହଞ୍ଚି ମଧ୍ୟ ତୁମକୁ ସେ ତୁମ ନିଜକୁ ଚିଂହେଇ ଦେବା ସହ, ତୁମ ଜ୍ଞାନର ପରିସର ବୃଦ୍ଧିରେ ସହାୟକ ହେବାକୁ ଆସିଛନ୍ତି ମାତ୍ର।

  ସତକୁ ସତ ବଦଳି ଯୋଗୁଁ, ସେ ଚାଲିଗଲେ, ଆଉ କାହିଁକି କେଜାଣି ତା ପରଠୁ ଏରା ଲେଖି ଚାଲିଲେ, ତାଙ୍କ ପଡିରହିଥିବା, ଗୀତ, କବିତା, ଗଳ୍ପ ଓ ଉପନ୍ୟାସ ତଥା ପ୍ରବନ୍ଧ।ଆଉ ଆଜି ତାଙ୍କ ପାଇଁ ଏରା ଙ୍କର ଏହି ସମ୍ମାନ। ସବୁଆଡ଼େ ନୀରବତାର ବାତାବରଣ ଛାଇ ଯାଇଥିଲା। ସାମ୍ବାଦିକ ଭାଇଙ୍କର କଲମ ମଧ୍ଯ ସ୍ଥିର ଓ ମିଡିଆ ଭାଇମାନେ ଆଁ କରି ସତେ ଯେମିତି ମହାଭାରତ କି ରାମାୟଣ ଶୁଣିଲା ପରି ପ୍ରତେୟ ହେଉଥିଲେ।


Rate this content
Log in

Similar oriya story from Drama