STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ପୂଣ୍ୟଫଳ

ପୂଣ୍ୟଫଳ

3 mins
177

  ବଡ ଭାଇର ଗୋଟିଏ ବୋଲି ଝିଅ ତା ପାଇଁ ଫଙ୍କକ୍ସନ, ପୁଣି "ସୁଇଟ୍ ସିକ୍ଟିନ"ସମାରୋହ ତ ବୋଉ ପଚାରିଲା ସେଇଟା କଣ ମ ଝିଅ। ତ ମୋ ଝିଅ ଆଈକୁ ବୁଝାଇଦେଲା ଆରେ ସିଦ୍ଧିକୁ ଷୋହଳ ବର୍ଷ ପୁରିଲା ତ, ସେଥିପାଇଁ। ବୋଉ ମୋର, ହେଁ ହେଁ ହୋଇ ହସିଲା କହିଲା ଯୁଗ ବଦଳି ଗଲାଣି ଏ ଭିତରେ ଅନେକ ,ତ ଆମେ ଅଜା ଆଈ ଦିଜଣ କିଛି ବୁଝିପାରୁନୁ ଲୋ ନାତୁଣୀ ଆଜିକାଲି। ମୋ ଝିଅ କହୁଥିଲା, ସେଇଥି ପାଇଁ ତୁମ ମାନଙ୍କୁ ମରହଟ୍ଟୀ କୁହାଯାଏ। ମୋ ମାଆ ଆଉ କଣ କି, ଠିକ୍ ତୋରି ପରି। ମୋତେ ସବୁଥିରେ କଟକଣା କରେ। ମାମୁଁ ମାଇଁ ଠିକ ଯୁଗପୋଯୋଗୀ। ବୋଉ ହୁଏତ କେତେ ଢଗ ମେଲେଇ ଥାନ୍ତା କିନ୍ତୁ ନିଜ ପୁଅ ଓ ନାତୁଣୀ କଥା ବୋଲି ମୁଚୁକୁନ୍ଦିଆ ହସ ହସୁଥିଲା ପାନଖିଆ ପାଟିରେ। ଗାଡି ଲାଗିଗଲା ତ ମୁଁ ମୋ ବୋଉ, ମୋ ଝିଅ ସହ ମୋ ସ୍ଵାମୀ ବାହାରିପଡିଲୁ। ବାପା ଯିବାକୁ ରାଜି ହେଲେନି କିନ୍ତୁ ଗୋଟେ ଲଫାପାରେ କଣ ସବୁ ଲେଖି ସିଦ୍ଧିକୁ ଦେଇଦେବାକୁ କହିଥିଲେ। ପୁରୀରେ ପହଞ୍ଚି, ଫଙ୍କକ୍ସନ ସହ, ନୀଳ ଜଳଧିର ଆକର୍ଷଣ ଭିତରେ, ଗାଡି ଗଡୁଥିଲା ଆଗକୁ।

ମୋ ବୋଉ ସିଦ୍ଧିକୁ ଦେଖୁ ଦେଖୁ ଖୁସି ହୋଇଗଲା କାରଣ ଶାଢ଼ୀ ପିନ୍ଧିଥିଲା ସେ। ପାଖକୁ ଯାଇ ଶାଢ଼ୀ ଟେକି ଦେଉଥିଲା ହେଲେ ମୋ ଝିଅ ତାକୁ ଭିଡି ଆଣିଲା ବେଳେ ସିଦ୍ଧିର ସବୁ ସାଙ୍ଗ ମାନେ ହସି ହସି, ସିଦ୍ଧିର ଶାଢ଼ୀ ଠିକ କରିନେଉଥିଲେ ଫାଳେ ବ୍ଲାଉଜ ଦେଖାଇ ସମସ୍ତେ ଶାଢ଼ୀ ପିନ୍ଧିଥିଲେ ତ ମୋ ବୋଉ କହୁଥିଲା ଛିଆଲୋ। ଘୋଡ଼ିଘାଡି ଶାଢ଼ୀ ପିନ୍ଧାରେ ଯୋଉ ସୌନ୍ଦର୍ଯ୍ୟ, ଏମିତି ତୁଚ୍ଛା ପାଣିଚିଆ। ମୋ ଝିଅ ତାକୁ ଖାଇବା ଆଡ଼େ, ନେଇଯାଇଥିଲା। ଦାସକାଠିଆ, ପାଲା, ସଂଗୀତ ସହିତ ମକଟେଲ ଇତ୍ୟାଦିରେ କିଏ କୁଆଡେ ହଜି ଗଲା ବେଳେ, ଆମେ ତିନି ପୁରୁଷି , ମୁଁ ମୋ ବୋଉ ଓ ମୋ ଝିଅ, ନୀଳ ଜଳଧି ଓ ଜଗନ୍ନାଥ ଦର୍ଶନ ମଧ୍ୟ କରିସାରି ଫେରିଲା ବେଳକୁ ମୋ ସ୍ଵାମୀ ପାଲା ପରିବେଷଣ ସରିବା ଯାଏଁ ଉଠୁ ନଥାନ୍ତି ତ ଫେରୁ ଫେରୁ ରାତି ଗୋଟେ। ଧଡପଡ ହେଲାବେଳକୁ ମୋ ବୋଉ ସିଦ୍ଧି ପାଖକୁ ଯାଇ କହୁଥିଲା ଏଣିକି, ଜେଜେ ଯାହାସବୁ ଉପଦେଶ ଭରା କଥା ଲେଖି ଲଫାପା ଦେଇଛନ୍ତି ତାହା ସବୁ ମାନୁଥିବୁ। ସିଦ୍ଧି ଲଫାପାରୁ ଛୋଟ ଗୋଟେ କାଗଜ କାଢ଼ି ଦେଖାଇଲା, ସମସ୍ତେ ପଢ଼ିପାରୁଥିଲେ, ଲେଖାଥିଲା,"ବେଷ୍ଟ ୱିସେସ ଟୁ ମାଇଁ ଡାର୍ଲିଙ୍ଗ"ଶହ ଗୋଟେ ଚେକ୍। ସମସ୍ତେ ହସୁଥିବା ବେଳେ ବୋଉ ମୁହଁ ମୋଡୁଥିଲା।

ଗାଡି ଚାଲୁଥିଲା ଆଗକୁ। ମୋର ଆଉ ମୋ ଝିଅର ବାନ୍ତି ହେଉଥାଏ। ମୋ ବୋଉ ଆମ ସେବା ଉପଚାର କିଛି କିଛି କରୁଥିବା ବେଳେ, ହଠାତ୍ ଗାଡ଼ିଟା ରହିଯାଇଥିଲା। ଆଲୁଅରେ ଗୋଟେ ବୁଢ଼ୀ ମଣିଷ ଗାଡି ସାମ୍ନାରେ। ମୋର ଆଉ ମୋ ଝିଅର ଭୂତ ଭୂତ କହୁଥିବା ବେଳେ ମୋ ବୋଉ ପଚାରୁଥିଲା ତୁମେ ଏତେ ରାତିରେ ଏଠି କେମିତି ମାଉସୀ??

ବୁଢ଼ୀ ତା ଦୁଃଖ କହୁଥିଲା। ପାଖ ଗାଁକୁ ଭିକ ମାଗିବାକୁ ଆସି, ସନ୍ଧ୍ୟା ଗଡି ରାତି ହୋଇଗଲା ମାଆ। ବସ ବାଲା କି କୋଉ ଗାଡି ଅଟକୁ ନାହିଁ। ବାଧ୍ୟ ହୋଇ ତୁମ ଗାଡି ସାମ୍ନାକୁ ଚାଲିଆସିବା ଫଳରେ ତୁମ ଗାଡି ଅଟକିଛି। ମୁଁ ଭୂତପ୍ରେତ ନୁହେଁ, ମୋତେ ଟିକେ ସାହାଯ୍ୟ କର। ଡ୍ରାଇଭର ଜମା ରାଜି ହେଉନଥିବା ଅବସ୍ଥାରେ ଘଟିଗଲା ଅଘଟଣ। ବୁଢ଼ୀ କଚାଡି ହୋଇ ପଡ଼ିଲା। ମୋ ବୋଉ ଅନୁରୋଧ କରୁଥିଲା ଡ୍ରାଇଭର ପୁଅ, ବୁଢ଼ୀକି ଉଠା। ସେ ଆମ ସହ ଏକମତ ହୋଇ ଡାହାଣୀ କି ପିଶାଚୁଣୀ ହୋଇଥିବ କହି ବୁଢ଼ୀକି ଗାଡି ଡିକିରେ ପୁରେଇଲା। ମୋ ସ୍ଵାମୀ ଆମକୁ ପ୍ରବୋଧନା ଦେଇ, ଆଗକୁ ଗାଡି ଗଡେଇଲେ ହସ୍ପିଟାଲ ଯାଏଁ। ମୋ ବୋଉର ଉପସ୍ଥିତି ବୁଦ୍ଧି ଓ ମୋ ସ୍ୱାମୀଙ୍କର ଶାଶୁଙ୍କ କଥାର ମର୍ଯ୍ୟାଦା ରକ୍ଷାକରିବା ସହ ମାନିବୃତ୍ତି ସହ ଜଗନ୍ନାଥ ଙ୍କ ବଦମନ୍ଦିର ଦର୍ଶନ ସାଙ୍ଗକୁ ଲକ୍ଷ୍ମୀ ମହାମାୟୀଙ୍କର ବାପଘର ମହୋଦଧି ଦର୍ଶନର ପୁଣ୍ୟ ଯୋଗୁଁ ବୁଢ଼ୀଟି ସେଦିନ ବଞ୍ଚିଗଲା। ତାର ସମ୍ପୂର୍ଣ୍ଣ ରକ୍ଷଣା ବେକ୍ଷଣ ଦାଇତ୍ୱ ନେଇ ତାକୁ ବୃଦ୍ଧାଶ୍ରମ ରେ ଛାଡିଥିଲେ ମୋ ବୋଉ ଓ ମୋ ସ୍ଵାମୀ। ସବୁ କଥା ଦେଖି ମୋ ଝିଅ ଯେବେ ମୋ ବୋଉକୁ ଆଈ ତୁ କେଡ଼େ ସାହାସୀ କହୁଥିଲା ତ ମୁଁ ମୋ ଝିଅକୁ କହୁଥିଲି ଝିଅ ହେବ ତ ଏମିତି। ମୋ ଝିଅ କଣ ବୁଝିଲା କେଜାଣି କହୁଥିଲା ଅନୁଭୂତି ହିଁ ଆଈଙ୍କୁ ସାମର୍ଥ୍ୟରେ କରିଛି ସମର୍ଥ। ସିଦ୍ଧି ଜେଜେମାଙ୍କୁ ଫୋନ କରି କହୁଥିଲା "ହାଲୋ ମାଇଁ ଡିଅର ସୁଇଟ୍ ସିକ୍ଟିନ"ମୋ ବୋଉ କହୁଥିଲା , ହଁ ଲୋ ନାତୁଣୀ, ମୁଁ ପରା,ମୋ ବାପା,ମାଆ ଓ ତୋ ଜେଜଙ୍କ ଶିକ୍ଷା ସହ ଜଗନ୍ନାଥଙ୍କ କରୁଣା ପାଇଛି ମାଆ। ସିଦ୍ଧି ଓ ମୋ ଝିଅ ସମସ୍ୱରରେ କହୁଥିଲେ, ଆମେ ଦୁହେଁ ତୋରି ପରି ହେବୁ। ମୋ ବୋଉ ହସୁଥିଲା , ଆଶୀର୍ବାଦ ଭରା ବିଜୟିନୀର ହସ।



Rate this content
Log in

Similar oriya story from Inspirational