STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ପୁସ୍ତକ

ପୁସ୍ତକ

2 mins
128

 ମାଆର ଅନେକ ଅବଶୋଶ ଭିତରେ ତା ପୁଅ ଝିଅ ତାକୁ ବାସି ମଡାରେ ଦେଖିବେ ଭାବନାରେ ସେ ଅତିଷ୍ଠ ଥିଲା। ସବୁବେଳେ କହେ ଗୋଟିଏ ବୋଲି ପୁଅ ଦିଲ୍ଲୀରେ ରହିଲୁ, ମୋ ମୁହଁରେ ନିଆଁ କିଏ ଦେବ? ସେମିତି କୁହେ ଗୋଟିଏ ବୋଲି ଝିଅ ଯେ ଓଡ଼ିଶାରେ ଥାଇ ବି କୋରାପୁଟରୁ ଆସିଲାବେଳକୁ ହୁଏତ ମୋ ମରଶରୀର, ବୈକୁଣ୍ଠକୁ ନହେଲେ ବି ନର୍କକୁ ଯିବଣି।

ମାଆର ଏକଥା ସବୁ ଶୁଣି ପୁଅ ଝିଅ ଅଭିଯୋଗ କରନ୍ତି କୋଉ ଯୁଗରେ ଅଛୁ ମାଆ ତୁ କହନ୍ତି, ତୁ ଜଣେ ସାହିତ୍ୟିକା ହୋଇ ଏତେ ଗଳ୍ପ ଗୀତ କବିତା ପ୍ରବନ୍ଧ, ଉପନ୍ୟାସ ଲେଖୁଥିଲେ ବି ତୋର ଭୌଗଳିକ ଜ୍ଞାନ ନାହିଁ ନା କଣ??

ପୁଅ କଥା ଶୁଣି ମାଆ କହନ୍ତି, ତୋ କଥା ମୁଁ ବୁଝୁଛି, ଦିଲ୍ଲୀରୁ ଓଡ଼ିଶା ମାତ୍ର ଦୁଇ ଘଣ୍ଟାର ବାଟ ଭୁବନେଶ୍ୱର ଯାଏଁ, ହେଲେ ସମୟ ନିର୍ଘଣ୍ଟ ଅନୁଯାୟୀ ଫ୍ଲାଇଟ୍ ମିଳିଯିବ ବୋଲି କିଛି ଗ୍ୟାରେଣ୍ଟି ଅଛି?? ପୁଅ ଚୁପ୍ ରହେ ତ ମାଆ ଲେଖାଲେଖି ଭିତରେ ବୁଡ଼ିଯାନ୍ତି। ଏଥର ବାପାଙ୍କୁ ରାଜି କରେଇ ଦୁଇ ତିନିଥର ଦିଲ୍ଲୀ ନେଇ, ଯିବା ଓ ଆସିବା ତଥା ଫେରିବା କେତେ ସହଜସାଧ୍ୟ ବୁଝାଇଲେ ବି ବୁଝେନି ମାଆ।

ମାଆର ଆଶଙ୍କାକୁ ଅମୂଳକ ପ୍ରତିପାଦିତ କରିବାକୁ ଯାଇ ଝିଅ ମଧ୍ୟ ନିଜେ ଗାଡ଼ି କିଣି ଚଲେଇ ଦିନକ ଭିତରେ ଘରେ ପହଞ୍ଚିହେଉଛିର ପ୍ରମାଣ ରଖିବା ଭିତରେ, ନିଜେ ଯେଉଁଦିନ ଦୁର୍ଘଟଣାର ଶୀକାର ହେଲା, ମାଆ ଅନୁନୟ କରିଥିଲେ ଘାଟି ଟପି ଝିଅ ବା ଜୋଇଁ ନଆସନ୍ତୁ ଘରକୁ।

ବହି ପରେ ବହି ଛପା ଚାଲିଥାଏ ମାଆର। ବେଳେ ବେଳେ ବାପାଙ୍କ ସହ ମିଶି ପୁଅ ଝିଅ ଏତେ ସବୁ ବହି କଣ ହେବ, କଣ ପୁସ୍ତକ ମେଳା କରିବୁ କହି ହସନ୍ତି, ତ ମାଆ କୁହେ ସେଗୁଡିକ ଭିତରେ ମୁଁ ନିଜ ଜୀବନ ପାଏ। ମୋ ନିଜ ଲିଖିତ ଓ ପ୍ରସ୍ତୁତ ପୁସ୍ତକ ମୋର ଚିର ସହଚର। ମୋ ମୃତ୍ୟୁ ପରେ ମୋ ଜୁଇରେ ଜାଳିଦେବ ଏଗୁଡ଼ିକ, ମୁଁ ଶାନ୍ତି ପାଇଯିବି।

ସତକୁ ସତ ମାଆ ଚାଲିଗଲା। ତା ଆଶଙ୍କାର ପୂର୍ଣ୍ଣଛେଦ ପକେଇ ପୁଅ ଓ ଝିଅ ତିନି ଚାରିଘଣ୍ଟା ଭିତରେ ଆସିଗଲେ ସୁଦୂର ଦିଲ୍ଲୀ ଓ କୋରାପୁଟରୁ। ମାଆର ଇଚ୍ଛା ପୂରଣ ହେଲା ସତ ହେଲେ ପୁସ୍ତକଗୁଡ଼ିକ ଜୁଇରେ ନପକାଇ ବାପା ଗଢିଲେ ଗ୍ରନ୍ଥଗାର, ପୁଅ ଓ ଝିଅ ଦୁହିଁଙ୍କର ସ୍ୱୀକୃତିରେ। ଉଦଘାଟନ ଦିନ ବୁନ୍ଦା ବୁନ୍ଦା ବର୍ଷା ସହିତ ଆଖି ଯୋଡ଼ା ମାନଙ୍କରୁ ବୁନ୍ଦା ବୁନ୍ଦା ଲୁହ ଗୁଡା ବରଷା ଟୋପି ପରି ଝରି ପଡୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy