The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kulamani Sarangi

Tragedy Inspirational

3  

Kulamani Sarangi

Tragedy Inspirational

ପୁଅ

ପୁଅ

4 mins
372



ଭାରତ ସରକାରଙ୍କର ବିଭିନ୍ନ ବିଭାଗରେ କାମ କରିବା ପରେ ଦୀର୍ଘ ପଞ୍ଚତିରିଶି ବର୍ଷର ଗୋଲାମୀରୁ ନିଜକୁ ମୁକ୍ତକରି ଅନିମେଶ ନିଜ ଭିଟାମାଟିକୁ ଫେରି ଆସିଛନ୍ତି। ଚାହିଁଥିଲେ ଆଲିସାନ୍ ବଙ୍ଗଳା ନିର୍ମାଣ କରି ରାଜଧାନୀ ଭୁବନେଶ୍ବରରେ ଆରାମରେ ସେବାନିବୃତ୍ତ ଜୀବନ ବିତାଇପାରିଥାନ୍ତେ ସେ। ଏକମାତ୍ର ସନ୍ତାନ 'ସୁମିତା'ର ପାଞ୍ଚବର୍ଷ ତଳେ ବାହାଘର ସରିଯାଇଛି।ତେଣୁ ସମସ୍ତ ଦାୟିତ୍ବରୁ ମୁକ୍ତ ହୋଇଥିବାରୁ ଡ୍ରଇଂ ରୁମରେ ଟିଭି ଆଗରେ ବସି, ଇଣ୍ଟରନେଟ ସର୍ଫିଙ୍ଗ୍ କରି ଆରାମରେ ଜୀବନ କଟାଇ ପାରିଥାନ୍ତେ ଅନିମେଶ। କିନ୍ତୁ ପ୍ରକୃତିପ୍ରେମୀ ଅନିମେଶ ନିଜର ଫାର୍ମଟିଏ କରି ସେଠାରେ ଋଷିପ୍ରତିମ ଜୀବନ ବିତାଇବାକୁ ଚାହୁଁଥିଲେ। ସହଧର୍ମିଣୀ 'ଚିତ୍ରା' ତାଙ୍କର ଏହି ଯୋଜନାରେ ସହଯୋଗ କରିଥିଲେ। ନୟାଗଡ଼ ଜିଲ୍ଲାର ବସନ୍ତପୁର ଠାରେ ପାଞ୍ଚ ଏକର ଜମି ନେଇ ତା ଭିତରେ ସୃଷ୍ଟି କରିଛନ୍ତି ଅତି ସୁନ୍ଦର ଫାର୍ମହାଉସଟିଏ।ସାଙ୍ଗରେ ଅଛନ୍ତି ସହଧର୍ମିଣୀ ଚିତ୍ରା ଏବଂ ସହାୟକ 'ଶଙ୍କର'।


ପୁତ୍ରସନ୍ତାନ ବିହୀନ ଜୀବନରେ ଶଙ୍କର ତାଙ୍କର ପୁଅଠାରୁ ଅଧିକ। ମନେପଡ଼େ ଅନିମେଶଙ୍କର...ବାହାଘରର ପାଞ୍ଚବର୍ଷ ବିତିଯାଇଥାଏ; ପୁତ୍ର ସନ୍ତାନଟିଏ ପାଇବା ପାଇଁ ବ୍ୟସ୍ତ ହୋଇ ଚିତ୍ରା ବହୁ ଦେବାଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାରେ ବ୍ୟସ୍ତ ରହୁଥିଲେ। କଣ୍ଟିଲୋ ଠାରୁ ତିନି କିଲୋମିଟର ଦୂରରେ ଥିବା ନାରାୟଣୀଙ୍କ ପୀଠକୁ ଥରେ ସ୍ବାମୀସ୍ତ୍ରୀ ସେହି ଉଦ୍ଦେଶ୍ୟରେ ଯାଇଥିଲେ। ମନ୍ଦିରର ପୂଜାରୀ ଭୋଗରାଗ କରିବା ପରେ କହିଥିଲେ... ଶୁଣନ୍ତୁ ମାଆ,ମନ୍ଦିରକୁ ଲାଗି ଏ ଯେଉଁ ପୋଖରୀଟି ଅଛି,ସେଥିରେ ସ୍ନାନ କରି, ଜାଗର ତିଥି ହେଉ କିମ୍ବା କାର୍ତ୍ତିକ ପୂର୍ଣ୍ଣିମା ତିଥି ହେଉ, ପୋଖରୀ ଗର୍ଭରେ ହାତ ବୁଲାଇ ଯାହା ପାଇବେ, ନାରାୟଣୀଙ୍କ ନାମ ସ୍ମରଣ କରି ଗିଳିଦେଲେ ନିଶ୍ଚିତ ଭାବରେ ପୁତ୍ର ସନ୍ତାନ ଲାଭ କରିବେ।


ଚିତ୍ରା ଅବିଶ୍ବାସପୂର୍ଣ୍ଣ ଆଖିରେ ସ୍ବାମୀଙ୍କ ଆଡ଼କୁ ଚାହିଁଲେ, ପୁଣି ଥରେ ଅନେଇଲେ ପୋଖରୀ ତୁଠକୁ।ତୁଠରେ ସ୍ନାନ କରୁଥିଲେ ଦୁଇ ତିନୋଟି ଲଙ୍ଗଳା ପିଲା ଏବଂ ମଳିମୁଣ୍ଡିଆଣୀ ଦୁଇଜଣ ମହିଳା।ପାଣିର ରଙ୍ଗ ନୀଳ ଏବଂ ବେଶ୍ ଅପରିଷ୍କାର ଥିଲା।ସ୍ବାମୀଙ୍କୁ ଚାହିଁ ଚିତ୍ରା କହିଲେ..."ଏଇ ପୋଖରୀରୁ?"ଅନିମେଶ କହିଲେ...ଚାଲ ଯିବା।ଜାଗର ଅମାବାସ୍ୟା ଆସୁ,ଏବେଠୁ କାହିଁକି ବାନ୍ତି କଲାପରି ମୁହଁକୁ କରୁଚ?


ପାଖରେ ଥିବା ସ୍ବପ୍ନେଶ୍ବର ଶିବଙ୍କ ମନ୍ଦିର ପାଖରେ ବସିଥିଲା ଗୋଟିଏ ପାଞ୍ଚ/ଛଅ ବର୍ଷର ମଳିମୁଣ୍ଡିଆ, ଛିଣ୍ଡା ପ୍ୟାଣ୍ଟ୍ ପିନ୍ଧିଥିବା କୋଚଟକଳା ପିଲାଟିଏ।ହାତ ପତେଇ ମାଗୁଥିଲା କିଛି ଖାଇବାକୁ।ଚିତ୍ରା ଭୋଗରୁ ଅଧାଅଧି ପିଲାଟିର କାନିରେ ଅଜାଡ଼ି ଦେଲେ।ତାର ଆନନ୍ଦ କହିଲେ ନସରେ।ଦର୍ଶନ ଶେଷ ହେବାପରେ ଅନିମେଶ ବା଼ହାରିଲେ ଫେରିବା ପାଇଁ।ପିଲାଟି କିନ୍ତୁ ପିଛା ଛାଡିଲାନି।ପଛେ ପଛେ ଆସିଲା ସେମାନଙ୍କର। ମନ୍ଦିର ପୂଜାରୀ କହିଲେ..ଛେଉଣ୍ଡ ପିଲାଟିଏ ଆଜ୍ଞା,ଦିନେ ଖାଇଲେ, ଦିନେ ଉପାସ୍। ଆପଣଙ୍କଠାରୁ ଏତେ ଭୋଗ ଖାଇ ମନ ତାର ଖୁସି ଅଛି।ଯଦି କିଛି ତାକୁ ସାହାଯ୍ୟ କରିପାରିବେ ସାଙ୍ଗରେ ନେଇ ଯାଆନ୍ତୁ।


ସେଦିନ ପିଲାଟିକୁ ସାଙ୍ଗରେ ନେଇ ଆସିଥିଲେ ଅନିମେଶ। ନାଁ ପଚାରିବାରୁ ପିଲାଟି କହିଲା... "ଜାଣିନି"।ଶଙ୍କର ଭୋଳାନାଥଙ୍କ ମନ୍ଦିର ପାଖରୁ ପିଲାଟି ଆସିଥିବାରୁ ଅନିମେଶ ତାକୁ 'ଶଙ୍କର' ନାମରେ ସେହି ଦିନଠାରୁ ଡାକିଲେ।


ସେହି ଦିନଠାରୁ ଶଙ୍କର ଅନିମେଶଙ୍କ ପରିବାରର ଅଭିନ୍ନ ଅଙ୍ଗ ହୋଇଗଲା।ଅନିମେଶ ଚାକିରି ଜୀବନରେ ଯେତେ ଯୁଆଡେ ବୁଲିଥିଲେ, ସବୁଆଡେ ସାଙ୍ଗରେ ରହିଛି ଶଙ୍କର।ଘର ବାହାର,ହାଟ ବଜାର ସବୁ କାମ କରେ ଶଙ୍କର।ତାକୁ ପାଠ ପଢେଇବାକୁ ଚେଷ୍ଟାକଲେ ଅନିମେଶ, କିନ୍ତୁ ପାଠ ତା' ଜାତକରେ ନଥିଲା। କିଛି ଲେଖାପଢ଼ା ଓ ହିସାବପତ୍ର ଶିଖିଯିବା ପରେ ଆଉ ଆଗକୁ ପଢିବାକୁ ଇଚ୍ଛା କଲାନି ଶଙ୍କର। ଦିନେ କହିଲା...ବାବୁ,ପାଠ ମୋ'ଦେଇ ହବନି, କାହିଁକି ମତେ ବାଧ୍ୟ କରୁଚ?"


ପାଠ ନହେଲେ କଣ ହେଲା,ଅନ୍ୟ ସବୁ କାମରେ ଧୂରନ୍ଧର ଥିଲା ଶଙ୍କର।ଶଙ୍କର ଆସିବାର ଦି'ଚାରିବର୍ଷ ଭିତରେ ଝିଅ ସୁମିତା, ଚିତ୍ରାଙ୍କ କୋଳ ମଣ୍ଡନ କଲା।ଝିଅଟି ଜନ୍ମ ହେବାପରେ, ପୁଅ ପାଇଁ ଆଉ ଇଚ୍ଛା କରିନାହାନ୍ତି ଚିତ୍ରା।ଶଙ୍କର ଆଗରେ ଏଡେରୁ ଏଡୁଟିଏ ହୋଇଛି ସୁମିତା।ସ୍କୁଲରୁ ଆରମ୍ଭ କରି କଲେଜ ଶେଷ ହେବା ପର୍ଯ୍ୟନ୍ତ ସୁମିତାର ବଡ଼ିଗାର୍ଡ ଭଳି ପାଖେ ପାଖେ ସବୁବେଳେ ଜଗି ରହିଛି ଶଙ୍କର।ଏସବୁ ସତ୍ତ୍ୱେ ଅନିମେଶଙ୍କ ପରିବାରରେ ପୁଅର ଆସନ ପାଇଁ ପାରିନାହିଁ ଶଙ୍କର।ସୁମିତା କେବେହେଲେ ଶଙ୍କରକୁ ଭାଇର ସମ୍ମାନ ଦେଇନି।


 ସୁମିତାର ବାହାଘର ସମୟରେ କଥା।ସବୁ ସାଙ୍ଗସାଥୀ ମାନେ ଯେତେବେଳେ ଶଙ୍କରର ପରିଚୟ ଜାଣିବାକୁ ଚାହିଁଲେ,ସୁମିତା କହିଥିଲା...ଏ ଆମର ଚାକର ପିଲା।" ଶଙ୍କରଟା ସରଳ ବୋକାଟା, ତେଣୁ ଏକଥା ତାକୁ କିଛି ଖରାପ୍ ଲାଗିନଥିଲା।


ଆଜି ସେଇ ସୁମିତା ସ୍ବାମୀ ସହିତ ଆସୁଚି ଫାର୍ମ ହାଉସରେ ବାପା ବୋଉଙ୍କ ସହିତ କିଛି ଦିନ କଟାଇବା ପାଇଁ।ଶଙ୍କରର ପାଦ ତଳେ ପଡୁନଥାଏ।ଫାର୍ମ ପୋଖରୀରୁ ମାଛ, ପନିପରିବା ଇତ୍ୟାଦି ସଂଗ୍ରହ କରି ନେଇଆସିଲା, ପୋଖରୀ ପାଖ ନଡ଼ିଆ ବଗିଚା ସଫାକରି ଚଉକି ପକେଇ ଦେଲା, ସେମାନଙ୍କ ଆରାମ୍ କରିବାପାଇଁ;ସୁମିତାକୁ କରିଡ ଭଲ ଲାଗେ ବୋଲି ଖୋଜି ଖୋଜି କରିଡ ସଂଗ୍ରହ କରି ରଖିଲା।


ସୁମିତା ଓ ଜୋଇଁ ସଂଗ୍ରାମ ପହଞ୍ଚିବାପରେ ଚଳଚଞ୍ଚଳ ହୋଇପଡିଛି ପରିବେଶ।ସୁମିତା ଦୂରରୁ ପାଟିକରି ଡାକିଲା...ଏ ଶଙ୍କରା, ବାବୁଙ୍କ ସୁଟକେସ୍ ନେଇଯା।

ଜୋଇଁଙ୍କ ସାମ୍ନାରେ ସୁମିତାର ଶଙ୍କର ପ୍ରତି ଏଭଳି ବ୍ୟବହାର ଅନିମେଶଙ୍କୁ ମର୍ମାହତ କରିଛି, କିନ୍ତୁ ପରିସ୍ଥିତି ଦୃଷ୍ଟିରୁ କିଛି କହିପାରୁ ନଥିଲେ ସେ।


ତା'ପରଦିନ କଥା।ସୁମିତା ହଠାତ୍ ଡ୍ରେସିଂ ରୁମରୁ ପାଟିକଲା..ମାମା ମୋ ସୁନା ଚେନଟା କିଏ ନେଇଗଲା।କାଲି ଆସିବା ପରେ ବେକରେ ଥିଲା, ଆଜି ନାହିଁ।ମୋ ପଚାଶ ହଜାର ଟଙ୍କାର ଚେନଟା କିଏ ନେଲା ମାମା".. କାନ୍ଦିବା ଆରମ୍ଭ କରିଦେଲା ସୁମିତା।ହଇଚଇ ପଡିଗଲା ଘରେ..କିଏ ନବ ଚେନଟା!!

ସୁମିତା କହିଲା..ଆଉ କେହି ନୁହେଁ,ଏ ହେଉଛି ସେ ଚାକରର କାମ,କାଲି ବେକରେ ଚେନଟା ଦେଖି କ‌ହୁଥିଲା..କେଡେ ସୁନ୍ଦର ହେଇଚି ଚେନଟା?ଆଉ ନବ କିଏ,ତାରି କାମ ଇଏ।


ଶଙ୍କର କହିଲା...ଆମଘରେ ତ କେହି ଚାକର ନାହାଁନ୍ତି ଦେଈ,ନବ କିଏ?

ଚିହିଁକି ଉଠିଲା ସୁମିତା...ବେଶି ଚାଲାକୀ ଦେଖଉଚୁ?ତୁ ଚାକର ନୁହଁ କଣ ମାଲିକ?

ଲଥ୍ କରି ତଳେ ବସି ପଡିଲା ଶଙ୍କର... ହଁ ଦେଈ ଭୁଲ୍ ହେଇଗଲା,ଭୁଲରେ ମୁଁ ନିଜକୁ ଘର ମଣିଷ ବୋଲି ଭାବି ବସିଲି। ମୁଁ ନେଇଚି ତମ ଚେନ,ମତେ ପୋଲିସ ଡାକି ଥାନାକୁ ପଠେଇ ଦିଅ।


ଅନିମେଶ ବାବୁ ରାଗରେ ନିଆଁବାଣ....କାହାକୁ କ'ଣ କହୁଚୁ ତୁ ସୁମିତା?ଶଙ୍କରକୁ ଚିହ୍ନିନୁ ତୁ ,ତାକୁ ସନ୍ଦେହ କରୁଚୁ!!

ସୁମିତା କହିଲା...ତମେ ଜାଣିନ ବାପା,ଏମାନେ ଛୋଟ ଲୋକ,ଘରେ ଆମର ରହିଗଲା ବୋଲି କଣ ସଂସ୍କାରୀ ହେଇଯିବ? ସଂସ୍କାର ରକ୍ତରେ ଥାଏ, ଘୁଷୁରୀକୁ ତୁଳିତଳ୍ପ ଦେଲେ ସେ କଣ ପଙ୍କରେ ଲୋଟିବା ଛାଡିବ?ତମେ ଡାକ ପୋଲିସକୁ,ଦି'ଚାରିପାହାର ବସିଗଲେ ଆପେ ଆପେ ମାନିଥିବ।


ଅନିମେଶଙ୍କର ଆଉ ଧୈର୍ଯ୍ୟ ନଥିଲା,ସହଜେ ରକ୍ତଚାପ ରୋଗୀ,ରାଗ ମୁଣ୍ଡକୁ ଚଢିଗଲା, ବେହୋସ୍ ହୋଇ ତଳେ ପଡିଗଲେ ସେ।ଶଙ୍କର କାଳ ବିଳମ୍ବ ନକରି ମୋଟର ସାଇକେଲ ଷ୍ଟାର୍ଟ କରି କହିଲା... ଜୋଇଁ ବାବୁ,ପରେ ମତେ ଥାନାରେ ଦବ ,ଆଗେ ବାବୁଙ୍କୁ ଧରି ମୋ ପଛରେ ବସ।

ଦଶମିନିଟ୍ ଭିତରେ ଅନିମେଶ ବାବୁଙ୍କୁ ଡାକ୍ତରଙ୍କ ପାଖରେ ପହଞ୍ଚାଇ ଦେଲା ଶଙ୍କର। ଔଷଧ ଇଞ୍ଜେକସନ୍ ଦେବାପରେ ଅନିମେଶଙ୍କ ସ୍ବାସ୍ଥ୍ୟରେ ସ୍ଥିରତା ଆସିଲା। ସେତେବେଳକୁ ଚିତ୍ରା ସେଠାରେ ପହଞ୍ଚି ଗଲେଣି। ଡାକ୍ତର କହିଲେ..ଆଉ ପାଞ୍ଚ ମିନିଟ୍ ଡେରି ହୋଇ ଥିଲେ ଅନିମେଶ ବଞ୍ଚି ନଥାନ୍ତେ।


ଲୁହ ଡବ ଡବ ଆଖିରେ ଶଙ୍କରକୁ ଚାହିଁ ଚିତ୍ରା କହିଲେ.. ମୁଁ ତୋ ଋଣ ଜୀବନରେ ଶୁଝି ପାରିବିନି ବାବା।

ଅନିମେଶ କହିଲେ...ଭୁଲଟା ଆମର ଚିତ୍ରା,ଶଙ୍କର ପୁଅର କର୍ତ୍ତବ୍ୟ କରିଚାଲିଚି,ଆମେ ବାପମାଆର କର୍ତ୍ତବ୍ୟରେ ହେଳା କରିଚେ।ଆରଥର ସୁମିତା ଆସିଲା ବେଳକୁ ଶଙ୍କର ଏ ଘରର ପୁଅର ଅଧିକାର ପାଇ ସାରିଥିବ।ତାକୁ ଚାକର କହି ଘୃଣା କରିବାରେ ଅଧିକାର ଆଉ କାହାର ନଥିବ।

କିଛି ଦୂରରେ ଦୋଷୀ ଭଳି ଠିଆ ହୋଇଥାଏ ସୁମିତା।


Rate this content
Log in

More oriya story from Kulamani Sarangi

Similar oriya story from Tragedy