STORYMIRROR

Gitanjali Pujapanda

Drama Romance Classics

3  

Gitanjali Pujapanda

Drama Romance Classics

ପତି-ପତ୍ନୀ ଭାଗ ୩

ପତି-ପତ୍ନୀ ଭାଗ ୩

2 mins
245


ରୋଜି ର ବ୍ଲଡ଼ଟେଷ୍ଟ ପାଇଁ ବ୍ଲଡ଼ ନେଲା ବେଳେ ରୋଜି ଆଖିରୁ ଦୁଇ ବୁନ୍ଦା ଲୁହ ଝରି ଆସେ ।ତାକୁ ଦେଖି ଦୂର ରେ ଛିଡା ହୋଇଥିବା ଦୀପକ ସାମାନ୍ୟ ହସି ଦିଅନ୍ତି ।ହେଲେ ରୋଜି କି ଏସବୁ ଭଲ ଲାଗେନି ସେ ସଙ୍ଗେ ସଙ୍ଗେ ମୁହଁ ଟି କୁ ଫୁଲେଇ ଦିଏ।ମନେ ମନେ ଭାବେ ମୁଁ ଏଠି କଷ୍ଟ ପାଉଛି ,କଷ୍ଟ ଦବା ଲୋକଟି ଛିଡା ହୋଇ ଦୂରରେ ହସୁଛି ।ମନେ ମନେ ରାଗେ ବହୁତ ହେଲେ କିଛି କହି ପାରେନି ।ଦୀପକ ଠାରୁ ଟିକେ ଦୂରରେ ରହି ବାକୁ ଚେଷ୍ଟା କରେ ,ଦିପକ ରୋଜି ର ହାବଭାବ ରୁ ବୁଝି ନିଅନ୍ତି ଯେ ରୋଜି ତାଙ୍କ ଉପରେ ରାଗିଛି ବୋଲି ।ବ୍ଲଡ଼ ଟେଷ୍ଟ ର ରିପୋର୍ଟ ରେ କନ୍ଫୋର୍ମ ହୋଇଯାଏ ଯେ ରୋଜି ଗର୍ଭବତୀହେଲେ ତା ମନ ଦୁଃଖ ର କାରଣ ଦୀପକ ତାକୁ କଷ୍ଟ ରେ ଦେଖି ହସିଥିଲେ ।ମନେରେ ରଖେ କିଛି କହେ ନାହିଁ ଏବେ ଭୀଷଣ ଭୋକ ରୋଜି କୁ କ'ଣ କରିବ ଅସମୟେ ରେ ଭୋକ ଲାଗିବା କି ଆଶ୍ଚର୍ଯ୍ଯ ଲାଗେନି ରୋଜିକୁ ତା ବୋଉ ତାକୁ ଆଗୁଆ ବୁଝେଇ ଦେଇ ଥିଲେ ଏ ସମୟ ରେ ବେଶି ଭୋକ ଲାଗେ ବୋଲି ତେଣୁ କୁଆ ଡେ ଯିବା ପୂର୍ବ ରୁ ବ୍ୟାଗ ରେ କିଛି ଖାଇବା ଜିନିଷ ଆଉ ପାଣି ବୋତଲ ରଖି ବାକୁ ମାତ୍ର ସେ ପୁରା ଭୁଲି ଯାଇଛି କଣ କରିବ ଏବେ ତ ଯୋଉ ରୋଗ ସବୁ ବାହାରୁଛି ବାହାରୁ କିଛି ଖାଇବା ମନା ଦୋକାନ ବଜାର ବି ବନ୍ଦ କିଛି ବୁଝି ପାରେନିଏଣେ ଦୀପକ ସହ କଥା ହଉନି ରାଗିକି କ'ଣ କରିବାକୁ ଭାବିଲା ବେଳ କୁ ଦିପକ ଗୋଟେ ସେଓ ଆଣି ତା ହାତ କୁ ବଢ଼େଇ ଦେଲେ ତାଙ୍କ ଆଖି ରେ ଥିଲା ଅନା ବଳ ପ୍ରେମ ରୋଜି ପାଇଁ। ଆଉ କହିଲେ ଖାଇ ନିଅ ଆଉ ରାଗନିନ ହେଲେ ପେଟ ରେ ଯୋଉ ଛୁଆଟେ ଅଛି ଭୀଷଣ ରାଗି ଟେ ହୋଇ ଜନ୍ମ ନେବ।ରୋଜି ର ମୁଡ ଟିକେ ବଦଳିଲା ଆଉ ଦୀପକ କୁ ଗୋଟେ ପ୍ରେମ ରାଗ ର ମିଶ୍ରିତ ଚାହିଁନି ରେ ଚାହିଁଲା ସେ ସେତେବେଳେ ଦୀପକ ଙ୍କର ଆଖି ରେ ଥିଲା କିଛି ନଟ ଖଟ ଅନୁଭୂତି ରୋଜି କୁ ନେଇ।


ଡାକ୍ତର ସେତେବେଳେ କୁ ଡାକିଲେ ଅଲ୍ଟ୍ରାସାଉଣ୍ଡ ପାଇଁ ଦୀପକ ରୋଜି ର ହାତ ଧରି ସେ କ୍ୟାବିନ କୁ ପଶିଲେ ।ନିଜ ପିଲା ର ପ୍ରତିଛବି ଟି ଦେଖିବା ପାଇଁ ମନ ରେ ବହୁତ ଉତ୍ସାହ ଝିଅ ହଉ କି ପୁଅ ସେଥିରେ କିଛି ଫରକ ନାହିଁ ଅଲ୍ଟ୍ରାସାଉଣ୍ଡ ଆରମ୍ଭ ହେଇଗଲା ।ଦୀପକ ପିଲା ଟିକୁ ଦେଖି ବହୁତ ଖୁସି ହେଲେ ରୋଜି ଦେଖି ପରି ନଥିଲା ପିଲା ଟିକୁ । ଡ଼କ୍ଟର ଙ୍କର ମୁହଁ ର ଭାବ ଦେଖି ଦୀପକ କୁ ଡର ଲାଗୁଥାଏ ।ଦୀପକ ଏବେ ନୂଆ ନୂଆ ବାପା ହବା କୁ ଯାଉଛି ଡର ତ ନିଶ୍ଚିତ ଲାଗିବ କାଳେ କିଛି ଅସୁବିଧା ଅଛି ରୋଜି ପାଇଁ ଓ ତା ପିଲା ପାଇଁ ତାକୁ ନେଇ ଚିନ୍ତା ସହିତ ହସ ହସ ମୁହଁ ଟି ତାଙ୍କର ଡାକ୍ତର ବାବୁ ଙ୍କର ମୁହଁ ଦେଖି ଦୁଃଖ ର ବାଦଲ ଢାଙ୍କି ସାରି ଥାଏ ଦୀପକ ମୁହଁ ଦେଖି ରୋଜିର ମୁହଁ ବି ଦୁଃଖ କଣ ହେଲା ଡ଼କ୍ଟର କିଛି କହୁନାହାନ୍ତି କାହିଁକି??????


ଆଉ ତାପରେ,,,,,,,,,,,,,





Rate this content
Log in

Similar oriya story from Drama