ପତି-ପତ୍ନୀ ଭାଗ ୧୬
ପତି-ପତ୍ନୀ ଭାଗ ୧୬
ଆଗରୁ ପଢିଥିଲେ ,ରୋଜି ହସ୍ପିଟାଲ ଯିବା ପାଇଁ ରେଡି ହେଉଛି ,ଆଉ ଅନୁ କୁ କହୁଛି ତୁ ନଥିଲେ ଆଜି ମୋର କଣ ହେଇଥାନ୍ତା ,ବୁଝିଲୁ ତୁ ଏଠି ଆସିକି ମୋ ପାଖରେ ରହି ଯା, ଅନୁ ର ଆଖି ରେ ଲୁହ ଆସିଯାଉଛି ରୋଜି କଥା ଶୁଣି ଆଉ ସେ ତା ପାଟି ରେ ହାତ ରଖି ଦେଉଛି ,କହୁଛି ଆରେ ମୁଁ କିଏ ,ଯାହାକୁ ରଖିବେ ଅନନ୍ତ, ତାର କି କରିପାରେ ବଳବନ୍ତ ।ତୁ ବ୍ୟସ୍ତ ହୁଅନା ,ଶାଢ଼ୀ ପିନ୍ଧି ନେ ଦୀପକ ଆସିଲେ ଗାଳି କରିବେ|
ଅନୁ ପାଟିରୁ ସରିନି ସଂଗେ ସଂଗେ ଦୀପକ ରୋଷେଇ ଘରୁ ରୋଜି ରୋଜି ରୋଜି ହଲା ଛାଡେ ରୋଜି କୁହେ କଣ ହେଲା ଏତେ ହୋ ହଲା କାହିଁକି ? କରୁଛ କଣ ରୋଷେଇ ଘରେ ଚୋର ପଶିଲା କି ? ଦିପକ ହଁ ବୋଧେ ଏତେ ଶୀଘ୍ର ଭାତ ଡାଲି ତରକାରୀ କିଏ ସବୁ କରିଦେଇଛି ,ରୋଜି କୁହେ ଚୋର କରିଥିବ ,ଦିପକ ହଁ ଚୋର ମାନେ ଆଜିକାଲି କଣ ରୋଷେଇ କଲେଣି ଚୋରି ଛାଡି ନାକଣ ,? ରୋଜି କୁହେ ତୁମେ ଖାଇ ନିଅ ,ସକାଳୁ କିଛି ବି ଖାଇନ ,ସେ କୁହେହଁ ମୁଁ ଗୋଟେ sandwich ଥିଲା ଖାଇଛି ।
ତମ ପାଇଁ ଆଣିବି ଚୋର ରାନ୍ଧିଥିବା ଖାଦ୍ୟ ରୋଜି କୁହେ ହେ ମୋ ସାଙ୍ଗ କୁ ଚୋର କହୁଛ ।ତୁମର ଭାରି ସାହସ ,ସକାଳୁ ପିଲା ଟା କେତେ କାମ କଲାଣି ଆମ ପାଇଁ।,ଦିପକ କୁହେ ତାଙ୍କୁ କିଏ କହୁଥିଲା କି କରିବାକୁ ମୁଁ ଆସିଥିଲେ କରି ନଥାନ୍ତି ,ଅନୁ ଏ କଥା ଶୁଣି ତା ମନ ଟା ଖରାପ ଲାଗେ ହେଲେ ସେ କିଛି କୁହେନି ରୋଜି ବୁଝିଲ ଦିପକ। ଅନୁ ,ନ ଥିଲେ,ଆଜି ମୋର ଆଉ ମୋ ପିଲାମାନଙ୍କର କଣ ଯେ ହେଇଥାନ୍ତା ।ଭାବିଲା ବେଳ କୁ ରୁମଟାଙ୍କୁରି ଉଠୁଛି ,ଆଉ ତୁମେ ତାକୁ ଏ ତେ କଥା କାହିଁକି ? କହୁଛ ହେଲେ ଦୀପକ କିଛି ନ କହି ଚାଲି ଯାଏ ,ମନେ ମନେ ଗୁଣଗୁଣ ହୁଏ ,ରୋଜି ଉପରେ ହେଲେ କିଛି କହିବା ପୂର୍ବ ରୁ ଅନୁ କୁହେ ମୁଁ ତା ହେଲେ ଯାଉଛି ମୋର ହାପ ଡେସ୍କୁଲ ଅଛି ।
ରୋଜି ହଁ କୁହେ ହଉ ଯା ହେଲେ ତତେ ଛାଡିବାକୁ ମତେ ଇଚ୍ଛା ହେଉନି ଦୀପକ ତୋ ଉପରେ କାହିଁକି ? ଏମିତି ହେଉଛନ୍ତି ମୁଁ ଜାଣିପାରୁନି ।ରୋଜି ବୁଝୁଥିଲା ତାର ଏ ଅସୁବିଧା ସମୟରେ ଅନୁ ହିଁ ଏକ ମାତ୍ର ସ୍ତ୍ରୀ ଲୋକ ଟେ ଯିଏ ତା ପାଖ ରେ ଅଛି ଅତି ନିଜର ହୋଇ ସେ ତାକୁ ଉଚିତ୍ ମାର୍ଗ ଦେଖେଇବ ,ସିଏ ବାହା ହେଇନି ସତ ହେଲେ କେତୋଟି କଥା ତାର ତାକୁ ଏ ସମୟ ରେ ଉପକାର ଦେଇଛି ,ଅନୁ ର ବି ରହିବାର ଟିକେ ଅବସ୍ଥା ଖରାପ ,ଦୁହେଁ ଦୁହିଁଙ୍କୁ ଅତି ଆବଶ୍ୟକ ମନେ କରନ୍ତି ସାଙ୍ଗ ହିସାବ ରେ ଆଉ ଏକ ନାରୀ ହିସାବରେ ମଧ୍ୟ ହେଲେ ଦୀପକ କୁ କିଏ ବୁଝେଇବ ,ସେ ଯେ ବଡ଼ ଅବୁଝା ରୋଜି ମନେ ମନେ ଏସବୁ ଭାବୁ ଭାବୁ ଦୀପକ କୁହେ ,ହଉ ମାଡମ ଏଥର ଭାବନା କଳ୍ପନା ରାଇଜରୁ ବାହାରି ସତ ଦୁନିଆଁ pratical ଦୁନିଆଁକୁ ଆସ ।
ତଳେ ଗାଡ଼ି ଅଛି ଚାଲ ହେଲେ ଶୀଘ୍ର ନୁହେଁ ,ତୁମ ପାଇଁ ମୋ ହାତ ଅଛି ଧୀରେ ଧୀରେ ଧରି ,ରୋଜି କୁହେ ଆରେ ଯାହା ରୋଷେଇ ହେଇଛି ସବୁ tiffin ରେ ରଖି ନିଅ ,ଆଉ ଟିକେ ପରେ ମତେ ଭୋକ ଲାଗିବ ।ମଣିଷ ଖାଇ ଖାଇ ବିରକ୍ତ ଲାଗିଲାଣି ,କେତେ ବେଳେ ମିଠା କେତେ ବେଳେ ଖଟା ,ଓଃ! ଦୀପକ କାସ ପୁଅ ପିଲା ମନେ ପିଲା ଜନ୍ମ କରିଥାନ୍ତେ କେତେ ଭଲ ହେଇଥାନ୍ତା ଜାଣି ଥାନ୍ତେ ଏ କଷ୍ଟ ଟା ଦୀପକ କୁହେ ତା ମାନେ କଣ ରୋଜି ,ତୁମେ ପିଲା ଜନ୍ମ ନ କରି ମୁଁ କରିଥାନ୍ତି ନା କଣ ଭଲ କଥା କହୁଛ ତୁମେ ବୁଝିଲ,ହଉ ଆଉ କିଛି କୁହନି ,ମୁଁ ଟିଂଫିନ ରେ ଖାଇବା ତାକ ରଖି ନେଉଛି ,ତମର ମୋର ଏକାଠି ଖାଇବା ।
ରୋଜି କୁହେ ଦୁଇ ଦିନ କହିଛନ୍ତି ଯଦି ବେସି ଦିନ ରଖିବେ ,ମତେ ହସ୍ପିଟାଲ ରେ ତା ହେଲେ ମୋ ଘର ର ଅବସ୍ଥା ଖରାପ ହେଇଯିବ ,ଝର୍କା ସବୁ ଭଲ ସେ ବନ୍ଦ କରି ନିଅ ,ଆଉ ସବୁ check କରିନିଅ କାରଣ ତମେ ବି ମୋ ସହିତ ମୋ ପାଖ ରେ ରହିବନା ,ଦୀପକ କୁହେ ,ହଁ ଯେ ମଝିରେ ମଝିରେ ଘର ଆଡ଼େ ଟିକେ ଆସିବି ,ଦେଖା ରେଖା କରିବାକୁ,ସେପଟେ ବଡ଼ ଭଉଣୀ ର ଦୁର୍ଘଟଣା ଆଉ ଏପଟେ ତୁମେ ।ରୋଜି କୁହେ ଭଲ କଥା କହୁଛ ତୁମ ଆମେ ଦୁଇ ଜଣ କଣ ଜାଣିକି ପଡ଼ିଗଲୁ ,ତୁମେ ହଇରାଣ ହେବେ ପାଇଁ ,ହଉ ମୋର ଟିକେ ଦେହ ଭଲ ରହିଲେ ,ତୁମେ ସମ୍ବଲପୁର ବୁଲି ଆସିବ ,ନାନୀ ଙ୍କର ପାଖକୁ ,ଦିଜଣ ଯାକ ବାହାରିଲେ ,ଘର ତାଲା ଦେଇ ହସ୍ପିଟାଲକୁ ଆଉ ତା ପରେ
କ୍ରମଶଃ

