Gitanjali Pujapanda

Drama Romance

3  

Gitanjali Pujapanda

Drama Romance

ପତି-ପତ୍ନୀ ଭାଗ ୦୭

ପତି-ପତ୍ନୀ ଭାଗ ୦୭

3 mins
187



(ପୂର୍ବ ରୁ ପଡ଼ିଥିଲେ।)


ରୋଜି ଦୀପକକୁ କୁହେ ତା ଦେହ ଅସୁସ୍ଥ, ହେବାକୁ ଲାଗିବ ଆଗାମୀ ଦିନ ରେ ତେଣୁ ସେ ଅନୁରାଧା କୁ କହିବ ଆସିକି ଘରେ ରହିବାପାଇଁ ଆଉ କେତେ ଦିନ ମାଇଁ ଙ୍କୁ କହିବ ରାନ୍ଧି କି ଦବା ପାଇଁ, ତାଙ୍କ ପୁଅ ର ବାହାଘର ଆସନ୍ତା ମାସ ରେ ଦୀପକ ଭାବିକି ପଛ ରେ କହିବ କହି ଚାଲି ଯାଏ । ଆଉ ରୋଜି ର ମାଇଁ ସବୁ ଶୁଣି ଆସି ରୋଜିପାଖ ରେ ବସନ୍ତି।


ଆଉ ରୋଜି କୁ ଗାଳି କରନ୍ତି ଅନୁରାଧା କଥା ରେ ରୋଜି ତମେ କାହିଁକି? ଆଉ ତମ କୁ କିଏ ମିଳିଲେନି ଅନୁରାଧା ଛଡା। ରୋଜି କୁହେ ମାଇଁ ତମେ ଅସୁବିଧା ସୁବିଧା ରେ ମତେ ବହୁତ ସାହାଯ୍ୟ କରିଛ କିନ୍ତୁ ଏବେ ତୁମେ ବ୍ୟସ୍ତ ରହିବ ଆର ମାସ ରେ ଲିପୁନ ର ବାହାଘର ନୂଆ ବୋହୁଟେ ଘର କୁ ଆସିବ ତା ଆଗେ ମୁଁ ତୁମକୁ ଏତେ କାମ ଲଗେଇ ପାରିବିନି ମତେ ଭଲ ଲାଗିବନି ମାଇଁ ତା ଉତ୍ତର ଦେବା କୁ ଯାଇ କୁହନ୍ତି ରୋଜି ତମେ ସେମିତି କାହିଁକି ଭାବୁଛ ?

ରୋଜି କୁହେ, ନା ମ ମାଇଁ ତମେ ଖରାପ ଭାବୁଛ କେତେ ଆମ କୁ ତୁମେ ସାହାଯ୍ୟ କରିବ, ଏବେ ତୁମର ଘରେ ନୂଆ ବୋହୂ ଟେ ଆସିବ ଆଉ ତା ଆଗେ ମୁଁ ତୁମ କୁ ଖାଇବା କରିକି ପଠାଇବାପାଇଁ କହିବି । ମତେ ଭାରି ଖରାପ ଲାଗିବ ରୋଜି ମାଇଁ କହିଲେ ଖରାପ ଲାଗିବାର କଣ ଅଛି ତୁମ ବୋଉ ଥିଲେ ତୁମ କଣ ତାକୁ ମାଗି ନ ଥାନ୍ତ ରୋଜି କୁହେ ନା ଯେ, ରୋଜି ତୁମେ ମତେ ପର ଭାବୁଚ କି?

ରୋଜି ଯେତେ ବୁଝେଇଲେ ସେ ମାନିଲେନି । ରୋଜି କୁହେ ବେଶୀ ବ୍ୟସ୍ତ ହୁଅନି ଘରକୁ ଯାଅ ମାମୁଁ ଅପେକ୍ଷା କରିଥିବେ ଡେରି ହେଲେ କାଳେ ରାଗିବେ ତୁମେ ବ୍ୟସ୍ତ ହୁଅନି ମୋର ଦରକାର ହେଲେ ମୁଁ ନିଶ୍ଚିତ ଭାବେ ତୁମ କୁ କହିବି । ରୋଜି ଦାଣ୍ଡ ଦୁଆର ପ୍ରଯ୍ୟନ୍ତ ଯାଇ ମାଇଁଙ୍କୁ ତାର ଛାଡି ଆସେ । ମାଇଁ ସିନା ତାକୁ ଭଲ ପାଆନ୍ତି । ହେଲେ ତାଙ୍କ ପୁଅ ତାକୁ ଭଲ ଲାଗେନି ଏତେ ତା ମାଆ ଅନ୍ୟ ପାଇଁ ଟେନସନ ନଉ। ଆଜି ସେ ଫୋନ ଯେତେବେଳେ କରିଥିଲା ପଛ ପଟୁ ଲିପୁନ କହିଲା କିଏ ରୋଜି ଦିଦି ଟି ହଁ କହୁଥିବ ଆକୁ କର ତାକୁ କର କରିକି ମୋ ପାଇଁ ଆଣିବ ।ରୋଜିକୁ ସେ ସବୁ ଖରାପ ଲାଗିଲା । ତେଣୁ ଭାବିଲା ମାଇଁ ତା ବୋଉ ନୁହେଁ ତେଣୁ ତାଙ୍କୁ ଆଉ କଷ୍ଟ ଦେବନି ବୋଲି

ତାପରେ ମେଡ଼ିସିନେ ନେଇ କବାଟ ବନ୍ଦ କରି ଶୋଇବାକୁ ଗଲା ସେ, ଦୀପକ କେତେ ବେଳେ ଘରକୁ ଆସିବେ ପଚାରିବାକୁ ଫୋନ କଲା । ଦୀପକ ର ଫୋନ ଟି ନଟ ରେଚେଅଵଲ ଆସୁଥିଲା । ଭାବିଲା ଦୀପକ ତା ଉପରେ ରାଗିଛନ୍ତି । ହଉ ରାଗାନ୍ତୁ, ଆସିଲେ ବୁଝେଇ ଦେବ। ସେ ଭାବି ବେଡ଼ ଉପରକୁ ଯାଇକି ଶୋଇବାକୁ ଚେଷ୍ଟା କଲା ।

କେତେବେଳୁ ତାକୁ ନିଦ ହେଇଯାଇଥାଏ, କଳିଂଗ ବେଲର ଶବ୍ଦ ନିଦ ଭାଙ୍ଗିଲା ତାର, ଯାଇ ଦେଖେ ତ ଦୀପକ । ଦୀପକ ରାଗିଯାଇ କହିଲା ଅଧଘଣ୍ଟା ହେବ ବେଲ ମାରିଲିଣି କେତେଟା ମିସ କଲ ଅଛି ତମ ଫୋନରେ ଟିକେ ଦେଖିଲ ରୋଜି କହିଲା, ହଁ ଟିକେ ନିଦ ଲାଗିଯାଇଥିଲା। ଦୀପକ ଆରେ ନିଦ ଲାଗି ଯାଇଥିଲା, ତ ଫୋନ ଟା ପାଖ ରେ ରଖିଲନି। ହଁ କହିଲି ରଖି ଥିଲି ଯେ ମତେ ଜୋର ନିଦ ଲାଗିଯାଇଥିଲା ବୋଧେ ମୁଁ ଶୁଣି ପାରିଲିନି। ଦୀପକ କହିଲା ଥଙ୍କ ଗଡ଼ ଅଧଘଣ୍ଟା ରେ ଭାଙ୍ଗି ଗଲା। ଯଦି ଆଉ କିଛି ସମୟ ହେଇଥାନ୍ତା । ମୋ ଅବସ୍ଥା ବାର ବାଜିଯାଇ ଥାନ୍ତା କହି ସିଧା ବାର୍ଥ ରୁମକୁ ଚାଲିଗଲା।

ରୋଜି କହିଲା ମୁଁ ଚାହା ବସାଉଛି । ତୁମ ପେଟ ଖରାପ କି? ପିଇବ ଚାଆ । ଦୀପକ ବାର୍ଥ ରୁମ ରୁ ନା ନା ମୁଁ ଯାଉଛି ରୁହ ଟିକେ, ରୋଜି ଚାଆ କରିବାକୁ ଗଲା ଦୀପକ କଥା ନ ଶୁଣି । ଦୀପକ ଆସି ଦେଖେତ ରୋଜି ନାହିଁ ରୋଷେଇ ଘରେ ରୋଜିକୁ ନିଜ ଆଡକୁ ଟାଣି ଆଣି ବୁଝିଲ ତୁମେ ସୁଧୀରିବନି ମୁଁ କହୁଚି ରୁହ । ତୁମେ ଚାଲି ଆସିଲା ।ରୋଜି କହେ ମୋର ଭାରି ଗୁଜୁରାତି ପକେଇ କି ଚାଆ ଟିକେ ପିଇ ବାକୁ ଇଚ୍ଛା ହେଉଛି ସେଥିପାଇଁ ପାଇଁ ଚାଲିଆସିଲି । ଦୀପକ କୁହେ ତୁମେ ମହାରାଣୀ ଯାଇ ବାଲକୋନୀରେ ସୂର୍ଯ୍ୟ ଅସ୍ତ ଦେଖ ମୁଁ ଚାଆ ନେଇ ଯାଉଛି ଏକାଠି ପିଇ ବା।

ରୋଜି ରାଜି ହୋଇ ବାଲକୋନି ରେଯାଇ ବସେ । ଦୀପକ ଦୁଇ ମିନିଟ ରେ ଚା ସହିତ କିଛି କୁକିଜ ନେଇ ଆସେ ।ରୋଜି କି ବହୁତ ଭଲ ଲାଗେ ଦୀପକକୁ କହେ ସତେରେ ତୁମେ ମୋ ମନ କଥା କେମିତି ଜାଣୁଛ। ମୋର ଏବେ ମିଠା କୁକିଜ ଖାଇବାକୁ ଇଚ୍ଛା ଥିଲା ଦୀପକ ରୋଜିର ମଥାକୁ ଚୁମି କୁହେ ତୁମେ ମୋ ମନ ଭିତରେ ସବୁ ବେଳେ ଅଛ । ସେଥିପାଇଁ ପାଇଁ ବୋଧେ ମୁଁ ତୁମ କୁ ଜାଣି ପାରୁଛି । ରୋଜି ଦୀପକ କାନ୍ଧରେ ମୁଣ୍ଡ ରଖି ବସି ଯାଏ ତା ପାଖରେ । ଦୀପକ ରୋଜିକୁ ପାଖକୁ ଟାଣି ଆଣେ କୁହେ, ଦେଖାଏ ଗୋଲାପୀ ଆକାଶକୁ ଆଉ କୁହେ

ତୁମ ର ମୋର ପ୍ରେମ ସବୁ ବେଳେ ଗୋଲାପୀ ହୋଇ ରହିଥାଉ । କାହାର ନଜର ନ ଲାଗୁ ଆଉ ତାପରେ............


(କ୍ରମଶଃ)



Rate this content
Log in

Similar oriya story from Drama