Sunanda Mohanty

Inspirational Thriller

3  

Sunanda Mohanty

Inspirational Thriller

ପଶୁ

ପଶୁ

2 mins
173



   ଆତଙ୍କ ଶବ୍ଦର ଗୁଢ ଅର୍ଥ ଭୟ । ଆଜି ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଚାଲିଛି । କଳେ ବଳେ କଉଶଳେ ସ୍ୱାର୍ଥପାଇଁ ବିଶ୍ୱର ମଣିଷ ସାଜୁଛି ଆତଙ୍କବାଦୀ, କେବେ ଥିଲା ନାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବାପାଇଁ ମଣିଷ ଆତଙ୍କବାଦୀ ସାଜୁଥିଲା ହେଲେ ଆଜି ଲୋଭ,ନିଜ ଦାମ୍ଭିକତା, ନିଜ ପାରିଲାପଣିଆର ଦୃଷ୍ଟାନ୍ତ ଦେଖେଇବାକୁ ଯାଇ ଆତଙ୍କର ଝଡ଼ ସୃଷ୍ଟି କରୁଛି ଯାହା କାଳର କରାଳଠୁ ବି ଭୟଙ୍କର କିନ୍ତୁ ସେହି ମଣିଷ କେବେ ବି ଭାବୁନି ନିଜେ କାଳର କରାଳରେ ଦିନେ ବିଲୀନ ହେବାକୁ ଆଖିର ପଲକ ପରି ସମୟ ଦରକାର l

   ସମଗ୍ର ବିଶ୍ୱର ହର୍ତ୍ତାକର୍ତ୍ତା ଦୈବଵିଧାତା ଜଣେ, ସେ ହୁଅନ୍ତୁ ଭଗବାନ ଅବା ଆଲ୍ହା ଅବା ଯୀଶୁ ଅବା କେହି ଅଦୃଷ୍ଟନିୟନ୍ତା କିନ୍ତୁ ମଣିଷ ଜାଣିପାରୁନି ସେ ନିଜେ କେହି ନୁହେଁ । ସମୟର ଦାସ ପାଣିଫୋଟକା କହିଲେ ଅତ୍ୟୁକ୍ତି ହେବନାହିଁ। ବିଶ୍ୱକୁ ଚଳେଇବାକୁ ବୁଦ୍ଧିଜୀବୀମାନଙ୍କ ହସ୍ତକ୍ଷେପ ଫଳରେ, ଇତିହାସର ଫର୍ଦ୍ଦ ଫର୍ଦ୍ଦ ଓଲଟାଇଲେ ବିଭିର୍ଣ୍ଣ ଯୁଗରେ ବିଭିର୍ଣ୍ଣ ଗୋଷ୍ଠୀଙ୍କ ଦ୍ୱାରା ବିଶ୍ୱକୁ ବିଭାଜନ କରାଯାଇ ବିଶ୍ୱର ମଙ୍ଗଳ ନିମନ୍ତେ ଓ ସମସ୍ତ ମନୁଷ୍ୟଙ୍କର ସାର୍ଵଭୌମତ୍ୱ ରକ୍ଷାକରାଯାଇପାରିବା ଦିଗରେ ଏଯାଏଁ ଦୃଷ୍ଟି ନିକ୍ଷେପକରି ଆସୁଥିବାବେଳେ ଆତଙ୍କ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଏକ ଅମାନୁଷିକ ଓ ବର୍ବରତା କହିଲେ କିଛି ବି ଭୁଲ ହେବନାହିଁ l

  ସମୟ ଉପସ୍ଥିତ ବୁଝିଯିବାକୁ, ନିଜର ମନ ହୃଦୟ ପରି ପ୍ରତ୍ୟେକ ମନୁଷ୍ୟର ମନ ଓ ହୃଦୟ ସହ ସମସ୍ତ ଅଧିକାର ରହିଛି ତାହା ଜୋର ଜବରଦସ୍ତି ଛଡାଇନେବାର ବାହୁବଳକ୍ଷମତା ପ୍ରୟୋଗକରି ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା କେତେ ଦୂର ଯଥାର୍ଥ ତାହା ପ୍ରତ୍ୟେକ ମଣିଷ, ଗୋଷ୍ଠୀ, ଜାତି, ଦେଶ ହୃଦୟଙ୍ଗମ କରିବା ଉଚିତ l

   ଏହି ପରିପ୍ରେକ୍ଷୀରେ ମନେ ପଡନ୍ତି ଗାନ୍ଧୀ ଆଉ ଗାନ୍ଧିବାଦୀ ନେତା ଓ ସାଧାରଣଜନତା, ଯିଏ ବିନା ରକ୍ତପାତରେ ଅହିଂସା ମନ୍ତ୍ରରେ ଛଡାଇ ଆଣିପାରନ୍ତି ନିଜର ହକ । ଆଜି ବିଶ୍ୱର ପ୍ରତି କୋଣ ଅନୁକୋଣରେ ଗାନ୍ଧୀଙ୍କ ପରି ମାନୁଷୀ ଓ ତାଙ୍କ ଦର୍ଶନ ସମ୍ବଳିତ ପୁସ୍ତକର ଆଦର ଓ ପ୍ରଚାର,ନିହାତି ଆତଙ୍କ ଓ ଆତଙ୍କବାଦୀର ମୂଳତପାଟନରେ ନିଶ୍ଚିତ ନହେଲେ ବି ଅନେକାଂଶରେ ସଫଳତା ଓ ସହୃଦୟତା ଆଣିଦେଇପାରନ୍ତା ଏହା ହିଁ ମୋର ଦୃଢ଼ ବିଶ୍ୱାସ ବୋଲି କହୁ କହୁ ଆମ ଗାଡି ଆଗରେ ବିରାଟ ହାତୀପଲ । ଦଳରେ ବଡ଼ବଡ଼ ଦନ୍ତା ହାତୀ ସହ ଛୋଟ ଶିଶୁ ହାତୀ ଗୁଡିକ ଦଳ ବାନ୍ଧି ରାସ୍ତା ପାର ହେଉଥିଲେ, ତ ଆତଙ୍କ ଓ ଜନ୍ତୁ ବା ପଶୁ ତ ପଶୁ ହାତୀଦଳ ଦ୍ୱାରା ଆତଙ୍କବାଦୀର ଶୀକାର ହେବାର ଆଶଙ୍କାରେ ସେହି ସ୍ରଷ୍ଟାଙ୍କୁ ହସ୍ତଯୋଡି ନେହୁରା ହେଲାବେଳେ ମନେ ପଡୁଥିଲା ଆତଙ୍କ ଓ ଆତଙ୍କବାଦୀ ଦ୍ୱାରା ସାଧାରଣ ଜନତାଙ୍କ ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ କରୁଣ ଆତ୍ମରକ୍ଷାର ନିଶବ୍ଦ ପରିଣତି l

  ହେଲେ ହାତୀ ଦଳ ତାଙ୍କ ବାଟରେ ସିଏ ପାର ହୋଇଯାଇଥିଲେ ଶୃଙ୍ଖଳିତ ଭାବେ, ଦୁଇ ପଟେ ଭିଡ଼ଜମାଇଥିବା ଗାଡି ଗୁଡିକ ଆସ୍ତେ ଆସ୍ତେ ରାସ୍ତା ପାର ହେଉଥିଲା ବେଳେ ସେଥିରେ ବସିଥିବା ପ୍ରତ୍ୟକ ଯାତ୍ରୀଙ୍କର ନିଶ୍ଚୟ ହୃଦବୋଧ ହୋଇଥିବ ଆତଙ୍କ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଦିଗରେ ପଶୁ ମଧ୍ୟ ମଣିଷଠୁ ଉର୍ଦ୍ଧ୍ୱରେ l


Rate this content
Log in

Similar oriya story from Inspirational