STORYMIRROR

sushama Parija

Inspirational

2  

sushama Parija

Inspirational

ପଶ୍ଚାତାପ

ପଶ୍ଚାତାପ

2 mins
89


 ଗୁଜୁରାଟର ଦାହୋଡ ଷ୍ଟେସନ ରେ ଓହ୍ଲାଇ ଘଣ୍ଟା କୁ ଚାହିଁଲା ସରୋଜ। ସଂଧ୍ୟା ସାତଟା ବାଜି ତିରିଶ ମିନିଟ୍ । କାଲି ସକାଳେ ତାର ଜଏନ୍ କରିବାର ଅଛି ନୂଆ ଚାକିରି ରେ। ଚାରିଆଡକୁ ଆଖି ପହଁରେଇ ଆଣିଲା କାଳେ କେହି କୁଲି ମିଳିଯିବ ଯିଏ ଏଠାକାର କୌଣସି ଶସ୍ତା ହୋଟେଲର ଠିକଣା ବତାଇ ଦେବ ତାକୁ । ଆଜିର ରାତି ଟା ସେଇଠି କାଟି ସେ କାଲି ଅଫିସ୍ ରେ ଜଏନ୍ କଲାପରେ ନିଜ ରହିବାର ବନ୍ଦୋବସ୍ତ କରିବ। ହଠାତ୍ ଜଣେ କିଏ ତା ଦେହରେ ବାଡେଇ ହୋଇ ପଡି ଯାଉଯାଉ ଧରି ପକାଇଲା ତା'କୁ। ବିରକ୍ତ ହୋଇ କଣ କହୁ କହୁ ସାମନା ଲୋକର ମୁହଁକୁ ଅନାଇ ଏକ ସୁଖଦ ଆଶ୍ଚର୍ଯ୍ୟରେ ଭରିଗଲା ତା'ର ମନ। ସାମନା ଲୋକଟି ଥିଲା ତାର କଲେଜର ସହପାଠୀ ତଥା ତାର ରୁମ୍ ମେଟ୍ ସୁବଳ। ଚମକି ଉଠି ସୁବଳ କୁଣ୍ଢାଇ ପକାଇଲା ତା'କୁ ।କହିଲା ଆରେ ଏତେ ଦିନ ପରେ ତତେ ଦେଖିବି ବୋଲି ମନରେ ବିଶ୍ୱାସ ନଥିଲା । ତୁ ଏଠି କେମିତି ? କଥାରେ କଥାରେ ସବୁକଥା କହିଗଲା ସରୋଜ। 


--ଏଠି ମୋର ଘର ଥାଉ ଥାଉ ତୁ ହୋଟେଲରେ ରହିବୁ' ?

 ବାଧ୍ୟ କରି ରାଣ ନିୟମ ଦେଇ ତାକୁ ତ'ର ବସାଘରକୁ ନେଇଗଲା ସୁବଳ। ଏଠାରେ ଏକ ଘରୋଇ ସଂସ୍ଥା ରେ ଚାରିବର୍ଷ ହେବ ସେ କାମ କରୁଛି ଏବଂ ବାହାଘର ପରେ ସେ ତା'ର ପରିବାର ଧରି ଏଇଠି ରହୁଛି ବୋଲି ଜଣାଇଦେଲା । ଘରେ ପଶୁ ପଶୁ ପାଟିଟାଏ କରି ପତ୍ନୀ କୁ ଡାକ ପକାଇଲା


-- 'କୁଆଡେ ଗଲ ହୋ , ଆସ ଦେଖିବ କିଏ ଆସିଛି । ମୋ ପୁରୁଣା ସାଂଗ ,କଲେଜ ବେଳେ ଆମେ ଦୁଇଜଣ ପାଞ୍ଚ ବର୍ଷ ଏକାଠି ଗୋଟିଏ ରୁମ୍ ରେ କାଟିଛୁ। ଆଜି ତାକୁ ଜୋର ଜବରଦସ୍ତ କରି ଆଣିଛି ଆମଘରକୁ ସେଇ ପୁରୁଣା କଥା ସବୁକୁ ମନେପକେଇବା ଲାଗି । 

ଭରେଜ୍ ରଖି ହାତ ମୁହଁ ଧୋଇ ଆସି ଡ୍ରଇଂ ରୁମ୍ ରେ ବସିଲେ ଦି ଜଣ। ଚାରିଆଡକୁ ଚାହାଁଣି ବୁଲେଇ ଆଣିଲା ସରୋଜ। ବେଶ୍ ସୁନ୍ଦର ଭାବରେ ସଜାଇ ରଖିଛି ସୁବଳ ର ପତ୍ନୀ। ତାର ଘରକରଣା ଦେଖି ବିମୋହିତ ହେଲା ସରୋଜ ।ଯାହା ହେଉ ମନଲାଖି ସାଥୀ ଟିଏ ପାଇଛି ସୁବଳ।ଏବେ ପୁଣି ଛଅ ମାସ ତଳେ ପୁଅ ଟିଏ ହୋଇଛି ବୋଲି କହୁଥିଲା। କପାଳିଆଟାଏ ସୁବଳ। ଏଇ ଦାଦାଙ୍କୁ ଦେଖ୍ କହି ପରଦା ଆଡେଇ ପୁଅକୁ କାଖରେ ଧରି ହସି ହସି ଘରେ ପଶିଲା ସୁବଳ ଆଉ ପଛରେ ଧୂମାୟିତ ଚାହା କପ୍ ଦୁଇଟି ଧରି ତାର ପତ୍ନୀ।


 ଲାଜମିଶା ହସ ହସି ଦୁଇହାତ ଯୋଡି ନମସ୍କାର କରି ଯିଏ ମଥାନତ କରି ଠିଆ ହେଲେ ତାଙ୍କୁ ଦେଖି ସରୋଜ ର ପାଟି ଅଠା ଅଠା ହୋଇଗଲା । ସିଏ ହୁଏ ତ ତାକୁ ଚିହ୍ନି ପାରି ନଥିବେ,କିନ୍ତୁ ସେ ତାଙ୍କୁ ଠିକ୍ ଚିହ୍ନି ପାରିଥିଲା । ଭାବୁଥିଲା ଯଦି ପାଞ୍ଚ ବର୍ଷ ପୂର୍ବରୁ ସେ ଥରଟିଏ ମୁହଁଖୋଲି ବାପାଙ୍କ ତିନି ଲକ୍ଷ ଟଙ୍କା ର ଯୌତୁକ ଦାବୀ ର ପ୍ରତିବାଦ କରି ପାରିଥାନ୍ତା ତେବେ ଲଳିତା ଆଜି ତା'ର ପତ୍ନୀ ହୋଇ ତା'ରି ପୁଅକୁ ତା'ଘର ଅଗଣାରେ ଖେଳାଉଥାଆନ୍ତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational