Suresh chandra Padhy

Drama Crime

3  

Suresh chandra Padhy

Drama Crime

ପ୍ରତିଶୋଧ

ପ୍ରତିଶୋଧ

2 mins
836



ଅନେକ ଦିନ ତଳର କଥା । ସଦା ଶିବ ପୁର ଗାଁର ଝିଅ ତନୁ । ସେ ବହୁତ ଭଲ ଝିଅ ଟିଏ । ସେ ଭଲ ପାଠ ପଢି ନିଜ ବିଦ୍ୟାଳୟ ତଥା ଗାଁର ନା.କୁ ଆଗକୁ ନିଏ ।

ଗାଁରେ ସମସ୍ତ ଙ୍କୁ ବହୁତ ସମ୍ମାନ୍ ଦିଏ । ଘରେ ମା ଙ୍କୁ ସବୁ କାମରେ ସହ ଯୋଗ କରେ । ସେ କଲେଜ ପଢି ବାକୁ ଗଲା ।


   ସେହି କଲେଜରେ ଭଲ ପାଠ ସହିତ ନାଚ ଗୀତ କରି ତାର କଳାକୁ ଆଗକୁ ନେଲା । ସେ କଲେଜରେ

ଗୋଟେ ବିକ୍ରମ ନାମରେ ଖରାପ ପିଲା ଥିଲା । ତାର ନିଜର ତନୁ ଉପରେ ପଡିଲା । ସେ ତନୁକୁ କହିଲା ସେ ତାକୁ ଭଲ ପାଏ । କିନ୍ତୁ ତନୁ ତାର

କଥାକୁ ନ ଶୁଣି ଚାଲି ଗଲା । ସେ ସବୁ ବେଳେ ତନୁକୁ ହଇରାଣ କରେ । ତନୁ ସବୁ କଥା ତା ଘରେ କହିଲା ।

ତାକୁ ଘରେ ଆଉ କଲେଜ ଯିବାକୁ ଦେଲେ ନାହିଁ । କିଛି ଦିନ ପରେ ଭଲ ପ୍ରସ୍ତାପ ଟିଏ ତନୁ ପାଇଁ ଆସିଲା ।

ତନୁକୁ ବୋହୁ କରି ନେବାକୁ ସେମାନେରାଜି ହୋଇ ଗଲେ ।


କିଛି ଦିନ ପରେ ତନୁର ବାହା ଘର ହେଲା । ତନୁ ଶାଶୁ ଘର ଗଲା । ସେଇଠି ନୂଆଁ ସଂସାର କରି ବେଶ କିଛି ଦିନ ଖୁସିରେରହିଲା ।  ଦିନେ ତନୁ ଓ ତାର ସ୍ୱାମୀ ବୁଲି ବାକୁ ଦୂର ଜାଗାକୁ ଯାଇ ଥିଲେ । ବିକ୍ରମ ତନୁର ଖବର ସବୁରଖୁ ଥାଏ । ସେ ତନୁକୁ ତା ସ୍ୱାମୀ ସହ ବୁଲି ବାର ଜାଣି ସେହି ସ୍ଥାନକୁ ଗଲା ।


 ତନୁ ଓ ତାର ସ୍ୱାମୀ ଖୁବ ମଜାରେ ଥିବାର ଜାଣି ନିଜ ପ୍ରତି ଶୋଧ ନେବାକୁ ଚାହିଁଲା। ତନୁ ଓ ତାର ସ୍ୱାମୀ ଯାଉ ଥିବା ଗାଡିକୁ ପଛ ପଟୁ ଧକା ଦେଲା । ସେଠୀ ଦୁହେଁ ମରି ଗଲେ । ସେ ତାର ପ୍ରତି ଶୋଧକୁ ପୁରା କରିଲା ।

ପରେ ପୁଲିସ ଦ୍ୱାରା ଧରା ପଡି ଜେଲକୁ ଗଲା ।


ଜୀବନରେ ନିଜ ସ୍ୱାର୍ଥ ପାଇଁ କାହା ଠାରୁ ପ୍ରତିଶୋଧ ନେବା ବହୁତ ବଡ଼ ପାପ ଅଟେ ।



Rate this content
Log in

Similar oriya story from Drama