ପ୍ରଥମ ସ୍ପର୍ଶ
ପ୍ରଥମ ସ୍ପର୍ଶ
ଆୟୁଷ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ନିଜ ଗାଁ ସ୍କୁଲରେ ଶେଷ କରି ଉଚ୍ଚ ଶିକ୍ଷା ପାଇଁ ନିକଟସ୍ଥ ସହରକୁ ଗଲା । ନାମ ଲେଖା ପରେପରେ ତାର କଲେଜ ଜୀବନ ଆରମ୍ଭ ହେଲା। ଆୟୁଷ କଲେଜ ଖୁଲିବାର ପ୍ରଥମ ଦିନରୁ ହିଁ କଲେଜ ଯିବା ଆରମ୍ଭ କରିଥିଲା । ପ୍ରଥମ ଦିନ ହୋଇଥିବାରୁ ଛାତ୍ର ଛାତ୍ରୀ କେହି ଆସିନଥିଲେ ମୋଟ ସଂଖ୍ୟା କହିଲେ ଦଶ ଏଗାର ଜଣ ଛାତ୍ର ଛାତ୍ରୀ କଲେଜ ଆସିଥିଲେ । ସମସ୍ତେ ଭିନ୍ନ ଭିନ୍ନ ଅଞ୍ଚଳ ର ଭିନ୍ନ ଭିନ୍ନ ଭାଷାଭାଷୀ ସବୁ ଅଚିହ୍ନା ମୁହଁ ତେଣୁ କେହି କାହା ସହିତ ସେତେଟା ଭଲଭାବରେ କଥାବାର୍ତ୍ତା ହେଉନଥିଲେ ।ଏମିତି କିଛିଦିନ ବିତିଗଲା ଏବେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ କଲେଜ ଆସୁଛନ୍ତି ସେହି ଦଶ ଏଗାର ଛାତ୍ର ସଂଖ୍ୟା ଏବେ ଏବେ ଏକସହ ରୁ ଉର୍ଦ୍ଧ ହୋଇଯାଇଛି ଓ ପାଠ ପଢା ମଧ୍ୟ ଆରମ୍ଭ ହୋଇଗଲାଣି । ହଠାତ୍ ଦିନେ ଅଦିନିଆ ବର୍ଷା ବର୍ଷିବା ଆରମ୍ଭ କରିଛି ଓ ବର୍ଷା ର ପ୍ରଥମ ସ୍ପର୍ଶରେ ମାଟିର ବାସ୍ନା ଲୋଭନୀୟ ହୋଇଯାଇଛି ସତେକି କୋଟିକୋଟି ଫୁଲ ର ବାସ୍ନା ମାଟିରୁ ନିର୍ଗତ ହେଉଛି ।ସେହି ରିମ୍ ଝିମ୍ ବର୍ଷା ସହ ଝଙ୍କାର ଦେଇ ବହିଆସୁଅଛି ବାଆଁ । ତା ସହିତ ବହି ଆସୁଅଛି ଅନେକ ସାରା ବୃକ୍ଷର ଫୁଲ ପତ୍ର ସବୁ ସତେକି ବର୍ଷା ରେ ଜଳ ବର୍ଷୁ ନାହିଁ ବର୍ଷୁଛନ୍ତି ଫୁଲ ପତ୍ର ମାନେ ।ସମୟ ଏବେ ଏବେ ଦଶଟା ବାଜିଛି କିନ୍ତୁ ଲାଗୁଛି ସତେ ସନ୍ଧ୍ୟା ହେବାକୁ ଯାଉଛି ।ଏହି ସମୟରେ ସମସ୍ତ ଙ୍କ ଧ୍ୟାନ ସେହି ବର୍ଷୁ ଥିବା ଫୁଲ ପତ୍ର ଉପରେ ଥିବା ବେଳେ ହଠାତ୍ ଫୁଲ ମାନଙ୍କ ମଧ୍ୟରେ ନୂତନ ପୁଷ୍ପଟିତ କୋମଳ ଫୁଲ ଟିଏ ଚାଲିଆସୁଥିଲା ବୋଧେ ତାର ନାଁ ଆଇସା ।ତାର ଶରୀର ସତରେ ନୂତନ ପୁଷ୍ପଟିତ ଗୋଲାପ ପରି କୋମଳ। ସେ ବର୍ଷା ପାଇଁ ଶୀଘ୍ର ଧାଇଁ ଆସୁଥିଲା ଓ ଆସୁ ଆସୁ ଆୟୁଷ ସହ ତାର ପ୍ରଥମ ଦେଖା ହୋଇଥିଲା ।ଏହା କେବଳ ପ୍ରଥମ ଦେଖା ନୁହେଁ ପ୍ରଥମ ସ୍ପର୍ଶ, କାରଣ ଆଇସା ପାହାଚ ଚଢ଼ୁ ଚଢ଼ୁ ପାଣି ଯୋଗୁଁ ତାର ଗୋଡ଼ ଖସିଯିବା ପରି ହେଲା କିନ୍ତୁ ତାର ହାତ ଆୟୁଷ ଧରି ଦେବାରୁ ପଡୁ ପଡୁ ବଞ୍ଚି ଯାଇଥିଲା।ତା ପରେ ନିଶବ୍ଦ ହୋଇଯାଇଥିଲା ପରିବେଶ କେହି କାହାକୁ କିଛି କହୁନଥିଲେ କେବଳ ଜଣେ ଆରକୁ ଦେଖୁଥିଲେ ।ଏହି ମୁହୂର୍ତ୍ତରେ ଦୁହିଁଙ୍କ ହୃଦୟ କମ୍ପନ ଏତେ ଜୋର ରେ ହେଉଥିଲା ଯେ ଅନୁଭବ ହେଉଥିଲା ସତେ ଅଦିନିଆ ବର୍ଷା ର ଘଡଘଡି ପରି । ଦୁହିଁଙ୍କ ପାଟିରେ ଶବ୍ଦ ନାହିଁ କହୁଥିଲା କଥା କେବଳ ହୃଦୟ।ସେହି ସମୟରେ ଆଇସା ର ଏକ ପୁରୁଣା ସାଙ୍ଗ ପୂଜା ହଠାତ ଆସି କହିଲା ହାଏ ଆଇସା । ଭୂମିକମ୍ପ ହେଲେ ଧରା ଯେମିତି ଥରିଉଠେ ସେହିପରି ଥରି ଉଠିଥିଲା ଆଇସା ।ଓ ଚମକି ପଡି ପ୍ରତି ଉତ୍ତର ଦେଇଥିଲା ହାଏ ପୂଜା। ପୂଜା ଓ ଆଇସା ଚାଲିଗଲେ ଅନ୍ୟ ପଟକୁ।
ଏବେ ବିତିିଯାଇଛି ସମୟ ଚକ୍ର ରେ ଘୁରିଘୁରି ଅନେକ ସମୟ ତା ପରେ ପରେ ଆଇସା ଓ ଆୟୁଷ ଘନିଷ୍ଟ ବନ୍ଧୁ ହୋଇଯାଇଛନ୍ତି । ସେ ଦୁହେଁ ଦୁହିଁଙ୍କୁ ସବୁ କଥା କହିଦେଉଥିଲେ ନିଦ୍ଵନ୍ଦ ରେ କିନ୍ତୁ ରହିଯାଇଥିଲା କିଛି ଅକୁହା କଥା । ସମୟ ତ କାହାପାଇଁ ରହିଯାଏନାହିଁ ସେ ଗତିଶୀଳ ସେ ଘୁରି ଘୁରି ବିତିଗଲାଣି ଅନେକ ସମୟ ।ଏବେ ଶିକ୍ଷା ଶେଷ ହେବା ସଙ୍ଗେ ସଙ୍ଗେ କିଛି ଟା ଦୂରତା ମଧ୍ୟ ବଢି ଯାଇଛି। ଏବେ ଦୁହେଁ ଜୀବନ ଯାତ୍ରା ରେ ସଫଳ ଅର୍ଜ୍ଜନ କରି ପ୍ରଥମେ ଆଇସା ବୈବାହିକ ଜୀବନ ଆରମ୍ଭ କରିଛି ଓ ପରେ ପରେ ଆୟୁଷ ମଧ୍ୟ ବୈବାହିକ ଜୀବନ ଆରମ୍ଭ କରିଛି । କିନ୍ତୁ ଦୁର୍ଭାଗ୍ୟ ଆୟୁଷ ଓ ଆଇସା ଶିକ୍ଷା ଶେଷ ଠାରୁ ଆଉ ଭେଟ ପଡିନାହାନ୍ତି ।ଏବେ ପୂଜାର ବିବାହ ନିମନ୍ତ୍ରଣ ଦୁହିଁଙ୍କ ନିକଟକୁ ପଠାଇଛି । ଦୁହେଁ ପୁଣି ଭେଟ ହେବେ ବୋଲି ଆଶା କରି ପରିବାର ସହ ପୂଜା ର ବିବାହରେ ଉପସ୍ଥିତ ହେଲେ। ଏତିକି ଦିନ ମଧ୍ୟରେ ଆୟୁଷର ଝିଅ ତିନି ବର୍ଷ ର ହୋଇଗଲାଣି ଓ ଆଇସାର ଗୋଟିଏ ପୁଅ ହୋଇଛି ଯିଏ ପ୍ରାୟ ଚାରି ବର୍ଷ ର ହେବ।
ହଠାତ୍ ଆଇସା ଆୟୁଷ ଓ ତାର ପରିବାର କୁ ଦେଖି ତାଙ୍କ ନିକଟକୁ ଗଲା । ଆୟୁଷ ଆଇସା କୁ ଦେଖି ବହୁତ ଖୁସି ହୋଇଯାଇଥିଲା । ଦୁହେଁ କଥା କଥା ରେ ଅନେକ ସମୟ ବିତେଇଦେଲେ ସତେକି ଚାତକ କରି ଚାହିଁ ରହିହିଥିଲେ ।ଆଇସା ଆୟୁଷର ଝିଅ କୁ ପ୍ରେମର ସହ ଡାକି ତୁମ ନାମ କ'ଣ ବୋଲି ପଚାରାଇଥିଲା ଓ ପ୍ରତି ଉତ୍ତର ରେ ଆୟୁଷର ଝିଅ କହିଥିଲା ଆଇସା ବୋଲି। ତାହା ଶୁଣି ଆଇସା ନିରବ ରହିଗଲା ।ଏହି ସମୟରେ ଆୟୁସ କହିଲା ତୁମ ପୁଅ ର ନାମ କ'ଣ ? ସ୍ମିତହାସ୍ୟ ରେ ଆଇସା କହିଲା ଆୟୁଷ..।
ଆୟୁଷ ଠିକ ବୁଝି ପାରିଥିଲା ସେ ଯେମିତି ଆଇସା କୁ ଭଲ ପାଉଥିଲା ସେହିପରି ଆଇସା ମଧ୍ୟ ତାକୁ ଭଲ ପାଉଥିଲା । କିନ୍ତୁ ସବୁ କଥା କହିପାରୁଥିବା ସତ୍ତ୍ୱେ ଏହି କଥା ଦୁହେଁ ସେହି କାଳରୁ ହୃଦୟରେ ଚାପି ରଖିଥିଲେ।ଏହି ସମୟେ ରେ ଦୁହେଁ ମନେପକାଉଛନ୍ତି ସ୍ମିତହାସ୍ୟରେ ସେ ପ୍ରଥମ ସ୍ପର୍ଶ।