Asish Behera

Romance Inspirational Others

3  

Asish Behera

Romance Inspirational Others

ପ୍ରେମ ନା ଇଏ ଛଳନା

ପ୍ରେମ ନା ଇଏ ଛଳନା

3 mins
275


କଳ୍ପନା ପୁର ଗ୍ରାମର ସ୍ୱନ୍ଦର୍ଯ୍ୟର ତାରକା ଗୋଟିଏ ଚାଉଳରେ ଯିଏ ଗଢ଼ା ସେହିଁ ସ୍ମିତା । 

ପୂର୍ଣ୍ଣ ଚନ୍ଦ୍ରମାର ରୂପକୁ ବହିକି 

ସ୍ମିତ ହସେ ସିଏ ନାୟକ ମୋହିକି

କହୁଥାଏ ସିଏ ପ୍ରମ ବୋଲି ୟାକୁ

ପୁଣି ମୋହି ବୁଲେ ଅନ୍ୟ ୟାକୁ ତାକୁ ।

ସେ ସ୍ମିତହାସ୍ୟ ମୟୀ ସ୍ମିତାର ପ୍ରଥମ ନାୟକ ରୋସନ ।ଏ ନାମ କଳ୍ପନାପୁର ଗାଁରେ କେବଳ ଜଣାଶୁଣା ନଥିଲା ଏ ନାମ ତ ପାଖ ପଡୋଶୀ ଗାଁରେ ମଧ୍ୟ ଜଣା। କିନ୍ତୁ ଏ ନାମ ତାର ଉତ୍ତମ ଗୁଣ ପାଇଁ ପରିଚିତ ନୁହେଁ ସେ ନିଶା ଦ୍ରବ୍ୟ , ବାଳୁଙ୍ଗା ଓ ଗୁଣ୍ଡା ପ୍ରକୃତି ପାଇଁ ସବୁ ଆଡେ ଜଣାଶୁଣା ।କିନ୍ତୁ ସ୍ମିତା ଓ ରୋସନର ପ୍ରେମ ଚାଲିଲା ଏକ୍ସପ୍ରେସ ଟ୍ରେନ ପରି, ସେ ମାନୁନଥିଲା ଛୋଟ ଛୋଟ ଷ୍ଟେସନ ସେ ଖାଲି ଆଗକୁ ମାଡିଚାଲିଥିଲା ।କିନ୍ତୁ ଏ ପ୍ରେମ ହୃଦୟର ନଥିଲା ଥିଲା କେବଳ ଶରୀରର ଶାରୀରିକ ପ୍ରମ ।ଆମ ବ୍ୟବହାର୍ଯ୍ୟ ବସ୍ତୁ ଯେମିତି ପୁରୁଣା ହେଲେ ନୂତନତ୍ୱ ଆଡେ ଆକୃଷ୍ଟ ହେଉ ସେହିପରି ଏହି ନାୟକ ନାୟିକା ଅନ୍ୟଆଡ଼େ ଆକୃଷ୍ଟ ହେବାକୁ ଲାଗିଲେ । କିନ୍ତୁ ତାହା ବସ୍ତୁ ନୁହେଁ ତାହା ଥିଲା ଅନ୍ୟାନ୍ୟ ମାନବୀୟ ପ୍ରେମ ଚରିତ୍ର ।ନାୟିକା ସ୍ମିତା ଆକୃଷ୍ଟ ହେବାକୁ ଲାଗିଲା ରାଘବ ପ୍ରତି ।ଏହା ବନ୍ଧୁତ୍ୱ ପାଇଁ ନୁହେଁ ଏହା ଛଳନା ରୂପୀ ପ୍ରେମ ଘଟ ପରିବର୍ତ୍ତିତ ଭାବ ପାଇଁ ସେ ଆକୃଷ୍ଟ ହେବାକୁ ଲାଗିଲା।ରାଘବ ଏ ଚରିତ୍ର ସତେ ତ୍ରେତୟା ଯୁଗର ସେ ପୁରୁଷୋତ୍ତମ ରାମ ।ତା ମନ ଯେମିତି ପବିତ୍ର ଥିଲା ତା କର୍ମ ମଧ୍ୟ ତତ୍ୱଧିକ ପବିତ୍ର ଥିଲା।ମଣିଷକୁ ସ୍ବର୍ଗ ଠାରୁ ପାତାଳ ଗାମୀ କରିବାକୁ ଯେଉଁ କର୍ମ ବା ଯେଉଁ ଷଢରିପୁ ରହିଛନ୍ତି ତା ଠାରୁ ଏ ରାଘବ ମୁକ୍ତ, ନାତାର ଲୋଭ ଥିଲା ନା ସେ ମଦ ମସ୍ୟର୍ଯ୍ୟର ବଶବର୍ତ୍ତୀ ଥିଲା ।

ସ୍ୱନ୍ଦର୍ୟ୍ଯର ପରିପୂର୍ଣ୍ଣ ଗନ୍ତାଘର ପରି ସୁନ୍ଦର ବ୍ୟକ୍ତିତ୍ୱ ରାଘବକୁ ଯେବେ ପ୍ରଥମ ଥର ସ୍ମିତା ଦେଖିଛି ତେବେ ଠାରୁ ସେ ରାଘବକୁ ପାଇବା ପାଇଁ ଇଚ୍ଛା ପ୍ରକଟ କରିଛି।ସ୍ମିତା ବହୁ ଚେଷ୍ଟା ପରେ ରାଘବକୁ ପ୍ରେମ ନିବେଦନ କରିଛି ।ଏହି ପ୍ରମ ନିବେଦନ ରାଘବ ଶୁଣି କିଛି କ୍ଷଣ ସେ ନିରବ ରହିଲା ଓ ପରେ ତାକୁ ହଁ କହିଦେଲା । ଏହି ପ୍ରେମ କିଛି ଦିନ ବିତିବା ପରେ ଅତି ଘନିଷ୍ଟ ହେବାରେ ଲାଗିଲା। ପ୍ରେମର ଘନିଷ୍ଟ କେବଳ ରାଘବ ପାଇଁ ସ୍ମିତା ସେହି ପୁରୁଣା ନାୟିକା ଯେ ଘଟପରିବର୍ତ୍ତନ କରେ।ଧୀରେ ଧୀରେ ଦୁହିଁଙ୍କ ମିଳାମିଶା କମିବାକୁ ଲାଗିଲା ଓ ସ୍ମିତା ପୁଣି ଅନ୍ୟ ନାୟକର ଅପେକ୍ଷା ରତ ।ସ୍ମିତା ଏବେ ନୂତନ ନାୟକ ପାଇଯାଇଛି ଯାହାର ନାମ ନିରଞ୍ଜନ । ସେ ଉଚ୍ଚ ଓ ପ୍ରଶସ୍ତ ଶରୀର ବ୍ୟକ୍ତି ।ଦୁହିଁଙ୍କ ମଧ୍ୟରେ ଅଳ୍ପ ଦିନର ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ନିରଞ୍ଜନ ସ୍ମିତାକୁ ତ୍ୟାଗ କରିଦେଇଛି ।ଠିକ ରାଘବକୁ ଯେମିତି ସ୍ମିତା ତ୍ୟାଗ କରି ଦେଇଥିଲା । କିନ୍ତୁ ସ୍ମିତାକୁ କିଛି କଷ୍ଟ ଲାଗିନଥିଲା କାରଣ ଆରପାଟେ ସେ ଆଉ ଏକ ନାୟକ ରଖିଥିଲା ଓ ଯାହା ସହିତ ମିଛର ସେ ଘଟପରିବର୍ତନ ପ୍ରେମ ରଚିସରିଥିଲା ।ଏହି ପରି ଆଗକୁ ଆଗକୁ ବହୁ ନାୟକର ଆଗମନ ଓ ତ୍ୟାଗର ଖେଳ ରଚି ଚାଲିଥିଲା ସ୍ମିତା ।ଏହି ଖେଳ ଭିତରେ କେତେ ନାୟକ ଆସିଛନ୍ତି ଓ କେତେ ଚାଲିଯାଇଛନ୍ତି । ନାୟିକା ସ୍ମିତା କେବେ କାହାକୁ ହୃଦୟରୁ ପ୍ରେମ କରିନଥିଲା ସେ କେବଳ ଶରୀରକୁ ପ୍ରେମ କରୁଥିଲା ।କେତେ ନାୟକ ତାରି ପାଇଁ ଯନ୍ତ୍ରଣା ପାଇଛନ୍ତି କିନ୍ତୁ ସ୍ମିତାର କିଛି ଯାଏ ଆସେ ନାହିଁ ।

ସ୍ମିତା ଯେତେ ବି ପ୍ରେମର ଖେଳ ରଚିଛି ସେଠାରେ ସେ ହୃଦୟରୁ ପ୍ରେମ କରିନଥିଲା ତେଣୁ ସେ ତାର ନାୟକ ମାନଙ୍କ ପରି ବିରହ ଯନ୍ତ୍ରଣା ପାଇନାହିଁ ।ଏବେ ସବୁ ପ୍ରେମ ଖେଳ ଛାଡି ସେ ହୃଦୟରୁ ପ୍ରେମ କରିବାକୁ ଚାହିଁଛି ଯାହା ସହିତ ସେ ନିଜ ଜୀବନ ଅତିବାହିତ କରିବ। ସ୍ମିତାର ପୂର୍ବ ନାୟକ ମନେ କ୍ଷଣସ୍ଥାୟୀ ଥିଲେ ତେଣୁ ବୋଧେ ଶରୀର ପ୍ରେମ ପାଇଁ ରାଜି ହେଇଯାଉଥିଲେ ।କିନ୍ତୁ ଏବେ ଯେତେ ବେଳେ ସ୍ମିତା ହୃଦୟ ପ୍ରେମ ବା ଜୀବନ ଅତିବାହିତ କରିବାକୁ ଯେଉଁ ନାୟକ ଖୋଜୁଛି ତାକୁ କେହି ମିଳୁନହାନ୍ତି ।ତାର ମୁଖ୍ୟ କାରଣ ତାର ସେହିଁ ଅତୀତର ପ୍ରେମ ଖେଳ ।ଏବେ ନା ତାର ନାୟକ ଅଛି ନା ଜୀବନ ସାଥି ଏବେ ସେ ଏକାକୀ ହୋଇଯାଇଛି ଏହି ମିଛମାୟା ସଂସାରରେ ।ଏବେବି ସ୍ମିତା ର ଅତୀତର ନାୟକ ସେ ରାଘବ ପୂର୍ବ ପରି ପ୍ରେମ କରୁଛି ସେ ସବୁ କିଛି ଜାଣିବି ତାକୁ ଆପଣାଇବାକୁ ଚାହୁଁଛି ।ଦିନେ ଶ୍ରାବଣ ବର୍ଷା ରାତ୍ରିରେ ଦୁହିଁଙ୍କ ଭେଟ ହେଇଛି ଓ ସ୍ମିତା ତାର ଭୁଲ ପାଇଁ ରାଘବକୁ କ୍ଷମା ମାଗି ବହୁତ କାନ୍ଦିଛି ।ରାଘବ ସ୍ମିତାର ଅଶ୍ରୁକୁ ପୋଛି ସ୍ମିତାକୁ ଆପଣାଇ ନେଇଛି ।ଏବେ ସେ ଦୁହିଁଙ୍କ ବୟିବାହିକ ଜୀବନ ସୁଖ ମୟ ହୋଇଛି ।



Rate this content
Log in

Similar oriya story from Romance