Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ପ୍ରତାରଣା

ପ୍ରତାରଣା

3 mins
167



   ସେଦିନ ବନ୍ଦନା ଅନୁରାଗର ବାସ୍ତବ ପ୍ରେମ୍ ପ୍ରତ୍ୟାଖ୍ୟାନ କରି ରାଜେଶକୁ ବିବାହ କରିଥିଲା କେବଳ ଧନ ଲୋଭରେ। ଅନୁରାଗ, ଅନାଥାଶ୍ରମରେ ବଢିଥିଲା, କାରଣ ସେ ଗରିବ ଜନଜାତି ପିଲା ଥିଲା। ଆଉ ପାଠ ପଢା ଛଡା ଅନ୍ୟ କୋଉଥିରେ ତାର ମନ ଧ୍ୟାନ ବା ଆକର୍ଷଣ ନଥିଲା। ପାଠ ପଢିବା ସହ ଭଲ ଚିତ୍ରଆଙ୍କିବା, ଭଲ ଭାଷଣ କହିବା ତଥା ଭଲ ଗୀତ ଗାଉଥିବାରୁ, ଅନେକ ଝିଅ ତା ଚାରିପଟେ ଥିଲେ ବି ଆଖିଉଠାଇ ସେ କାହାକୁ ବି ଚାହୁଁନଥିଲା। ଆଦିବାସୀ ଜନଜାତିର ପିଲା ହେଲେ ମଧ୍ୟ ତା ଚେହେରା ଓ ଚାହାଣୀରେ ଗୋଟେ ଅଲଗା ଆକର୍ଷଣ ତାକୁ ବହୁ ସୁନ୍ଦରୀଙ୍କ ଆଡ଼କୁ ଆକର୍ଷିତ କରୁଥିଲେ ବି ସେ କେବେବି ପାଠପଢ଼ାରୁ ବିଚ୍ୟୁତ ହେଉନଥିଲା।


  ତାର ଏହି ଗୁଣ ଜାଣି କଲେଜ୍ କୁଇନ୍ ବନ୍ଦନା ସହ୍ୟ କରିନପାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲା ତାକୁ ସେ ଅନୁରାଗ ଦେଖିନି, ରୁହ ଥରେ ଦେଖୁ। କଲେଜ୍ ଗୋଟାକ ଯାକର ପୁଅମାନେ ଯେଉଁଠି ତାର ଟିକେ ସାନିଧ୍ୟ ପାଇବାକୁ ଭଅଁର ସଦୃଶ ଘୁରି ବୁଲୁଛନ୍ତି ଅନୁରାଗ କୋଉ ୠଷିଟାକି!


  ଅନୁରାଗ ଋଷି ହିଁ ଥିଲା। ଯେତେ କୌଶଳ ପକେଇ ବନ୍ଦନା ତାର ଦୃଷ୍ଟି ଆକର୍ଷଣ କଲେ ବି ସେ ମୁହଁ ଉଠାଇ ଦେଖୁ ନଥିଲା ତ ବନ୍ଦନା ତାର ଶେଷ ଚାଲ ଚଲେଇ ତାର ଛବିଟିଏ ବାହାଘର ପାଇଁ ଦରକାର କହି ଅବିକଳ ପ୍ରତିଛବି ଆଙ୍କୁଥିବା ଅନୁରାଗପାଖେ ମଡେଲ ହୋଇ ଠିଆ ହେଲା, ଚିତ୍ର କରୁ କରୁ ବନ୍ଦନା ରାଗିଯାଇ ତାକୁ ବ୍ରହ୍ମଚାରୀ କହି ତାତ୍ସଲ୍ୟ କରିଥିଲା ତ ଅନୁରାଗର ସରଳ ଉତ୍ତର ଥିଲା ତୁମ ବାହାଘର ପରା ଠିକ ହୋଇଯାଇଛି? ବନ୍ଦନା ମିଛ ନାଟକ କରୁଥିଲି ତୁମକୁ ପାଇବା ପାଇଁ କହିବାପରେ, ପ୍ରକୃତରେ ଅନୁରାଗ ଭଲ ପାଇବସିଲା ବନ୍ଦନାକୁ, ଆଉ ତା ପାଗଳ ପଣର ଫାଇଦା ଉଠାଇ ବନ୍ଦନା ସିନା ଜିତିଗଲା କିନ୍ତୁ ଅନୁରାଗ ତା ପ୍ରେମରେ ହାରିଗଲା, ଯେଉଁଦିନ ମିଛ ଅଭିନୟ କରି, ତା ବାହାଘର ରାଜେଶ ସଙ୍ଗେ ଠିକ୍ ହୋଇଯାଇଛି, ସେଠି ବାହା ନହେଲେ ମୋ ବାପାମାଆ ଆତ୍ମହତ୍ୟା କରିବେ କହି ଅନୁରାଗ ହୃଦୟ କୁ ଛିନଛତ୍ର କରି କେବଳ ଧନୀ ବୋଲି ଅନୁରାଗକୁ ଧୋକା ଦେଇ, ହେରାପଞ୍ଚମୀ ଦିନ ରାଜେଶକୁ ବହାହୋଇ ଅୟସ ଆରାମରେ ରହିବା ବେଳେ ଅନୁରାଗ କଷ୍ଟକୁ କେବେ ବି ଭାବିନଥିଲା।


  ବିଧିର ବଡ ବିଚିତ୍ର ନିୟମ। ଆକ୍ସିଡେଣ୍ଟ ରେ ଦୁଇଗୋଡ ହରାଇଲେ ସ୍ଵାମୀ ରାଜେଶ। ତାଙ୍କ ପାଇଁ ଖର୍ଚ୍ଚ ହେଲା ଅଜସ୍ର। କାଠ ଗୋଡ ଦ୍ଵାରା ସେ ଚାଲିଲେ ସତ ହେଲେ କମ୍ପାନୀ ତାଙ୍କୁ ଚାକିରୀରୁ ବାହାର କରିଦେଲା। ବସି ଖାଇଲେ ନାଇବାଲି ବି ନିଅଣ୍ଟ ହୁଏ। ତ ବହୁ ପରିଶ୍ରମ ରେ ଜଣେ ଧନୀ ଲୋକର କାର ଚାଳକ ରୁପେ ରାଜେଶଙ୍କୁ ଛୋଟ,ଡ୍ରାଇଭର୍ ଚାକିରୀଟିଏ ମିଳିଗଲା।


   ସେଦିନ ଥିଲା ହେରା ପଞ୍ଚମୀ। ରାଜେଶଙ୍କର ବିବାହ ବାର୍ଷିକୀ ଜାଣି ସେଦିନ ମାଲିକ ନିଜ କାର ଦେଇ ସ୍ତ୍ରୀ ଙ୍କ ସହ ବଡ଼ଦାଣ୍ଡରେ ତିନିରଥ ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖାଇ ପୁଣ୍ୟ କରାଇବାକୁ ଗାଡ଼ି ଦେଇ ଛାଡିଥିଲେ ରାଜେଶଙ୍କୁ।


   ଗହଳି ଯୋଗୁଁ ରାଜେଶ ରହିଲେ ଗାଡ଼ିରେ, ବନ୍ଦନା ଗଲେ ଦର୍ଶନ ପାଇଁ। କାଲିଆଙ୍କ ରଥ ପାଖେ ଭୀଷଣ ଭିଡ଼ ଦେଖି, ବଳଭଦ୍ର ଓ ସୁଭଦ୍ରାଙ୍କୁ କୌଣସିମତେ ଦର୍ଶନ କରି, ଜଗନ୍ନାଥ ଙ୍କ ରଥ ପାଖରେ ଦର୍ଶନ କରୁ କରୁ ଗହଳିରେ ପଡ଼ି ଯାଉ ଯାଉ ଯିଏ ତୋଳି ଧରିନେଲେ ତାଙ୍କୁ, ଅନେକ ବର୍ଷ ହେଲେ ମଧ୍ୟ ତାଙ୍କୁ ଠିକ୍ ଚିହ୍ନିଲେ ବନ୍ଦନା। ଆସନ୍ତୁ ମୁଁ ଆପଣଙ୍କ ସ୍ଵାମୀଙ୍କ ପାଖରେ ଆପଣଙ୍କ ନିଜ ଗାଡ଼ି ପାଖେ ଛାଡ଼ିଦେବି କହି ପ୍ରକୃତରେ ଚାଲି ପାରୁନଥିବା ବନ୍ଦନାଙ୍କୁ ସାହାରା ସ୍ବରୂପ ଆଗେଇ ନେଉଥିଲେ ଅନୁରାଗ । ବନ୍ଦନାଙ୍କ କଥା ଅନୁଯାୟୀ ତାଙ୍କ ଗାଡ଼ି ପାଖକୁ, ଆଉ ସେଠାରେ ଛାଡି ଦେବା ପରେ ପରେ ପ୍ୟାକେଟ ଟିଏ ବଢେଇ ଦେଇଥିଲେ ଅନୁରାଗ। ଲଜ୍ୟା ସରମ ତଥା ସନ୍ତୁଳିତ ବନ୍ଦନା ସେଇଟିକି ଗ୍ରହଣ କରିବାକୁ ବାଧ୍ୟ ହେଲେ କାରଣ ସେତେବେଳକୁ ଗାଡ଼ିଟା ଅନୁରାଗଙ୍କର୍ ଓ ଅନୁରାଗଙ୍କ ଦୟାରେ ରାଜେଶ ଆଜି ତାଙ୍କ ଗାଡିର ଡ୍ରାଇଭର ବୋଲି ବନ୍ଦନା ଜାଣିସାରିଥିଲେ।


   ଘରେ ପ୍ୟାକେଟ ଖୋଲି ଦେଖିଥିଲେ, ସେହି ଗାଡିର ଚାବି ସହ ଗାଡ଼ିର କାଗଜପତ୍ର ସହ ଲାଇସେନ୍ସ ମଧ୍ୟ ସବୁକିଛି ରାଜେଶ ନାମରେ ଥିଲା। ତା ସହ ଗୋଟେ ଛୋଟ କାଗଜ, ଯେଉଁଥିରେ ଲେଖାଥିଲା, ପ୍ଲିଜ୍ ବନ୍ଦନା ମୋ ପରି ଜନଜାତି ଆଦିବାସୀ ପିଲାଙ୍କୁ କିଛି ଦିଅ ନଦିଅ, କିନ୍ତୁ ମିଛ କୁହନାହିଁ। ରାଜେଶଙ୍କୁ ଗାଡ଼ି କାଗଜ ପତ୍ର ସବୁ ବଢେଇ ଛୋଟ କାଗଜ ଟିକୁ ପାଟିରେ ପକାଇ ଦେଇଥିଲେ ବନ୍ଦନା। ରାଜେଶ କିନ୍ତୁ କହୁଥିଲେ ସାର ସତ କହୁଥିଲେ।ଆଜି ଗୋଟେ ବଡ ସର୍ପ୍ରରାଇଜ ଦେବେ ଆମ ବିବାହ ବାର୍ଷିକୀ, ହେରାପଞ୍ଚମୀରେ , କାରଣ ତାଙ୍କ ପ୍ରେମିକା ତାଙ୍କୁ ମିଛ କହି ଏହି ଦିନ ବିବାହ କରିଯିବା ପରେ, ସେ ଆଉ କାହାକୁ ତାଙ୍କ ଜୀବନରେ ଆସିବାକୁ ଦେଇନାହାନ୍ତି। ବନ୍ଦନା ଲୁହ ପୋଛିଵାକୁ ବାଥରୁମରେ ପଶୁଥିଲେ।


Rate this content
Log in

Similar oriya story from Drama