STORYMIRROR

Trushna Das

Drama Romance Others

3  

Trushna Das

Drama Romance Others

ପୃଷ୍ଠା ପତ୍ର

ପୃଷ୍ଠା ପତ୍ର

6 mins
334

ଖରା ସମୟ। ମନ୍ଦିର ରୁ ଫେରୁ ଫେରୁ ଡେରି ହୋଇ ଯାଇଛି ଶାନ୍ତିଙ୍କର। ଶାନ୍ତି ତରତର ହୋଇ ଚାଲି ଥାନ୍ତି। ପଛପଟୁ ଆସି ଗୋଟିଏ ଗାଡି ଅଟକିଲା। କେହି ଜଣେ ଗାଡିରୁ ଓହ୍ଲାଇ ଆସି ଶାନ୍ତି ଙ୍କୁ ଜୁହାର ହେଲେ। ଶାନ୍ତି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ଏତେ ବର୍ଷ ପରେ ସେ ବିଭୁ କୁ ଦେଖିଲେ। ବିଭୁ ହେଉଛି ତାଙ୍କର ଗୋଟିଏ ବୋଲି ଝିଅ ଝୁମା ର ପିଲା ଦିନର ସାଙ୍ଗ। ବିଭୁ କୁ ରାସ୍ତା ମଝିରେ ଜାକି ଧରିଲେ। ଆଉ ତାଙ୍କ ଆଖିରୁ ଲୁହ ବହି ଗଲା। କିଛି ସମୟ ସେମିତି ଜାକି ହୋଇ ରହିଲେ। ତାପରେ ସେ କହିଲେ ଆଜିକୁ ଚାରି ବର୍ଷ ହୋଇଗଲାଣି ତୁ କେଉଁଠି ଥିଲୁ। ଆମ କଥା ତୋର ଟିକିଏ ବି ମନେ ପଡିଲା ନାହିଁ। ଆମେ କଣ କରିଥିଲୁ ତୁ ଆମକୁ ହଠାତ୍ ଛାଡି ପଳାଇଲୁ। 

ବିଭୁ ଶାନ୍ତିଙ୍କୁ ମାଆ ଆଉ ଶାନ୍ତିଙ୍କ ସ୍ୱାମୀଙ୍କୁ ବାପା ଡାକନ୍ତି । ଛୋଟ ବେଳୁ ବାପା ମାଆ ନ ଥିବାରୁ ଶାନ୍ତିଙ୍କ ପଡିଶା ଘରେ ମାନେ ବିଭୁ ନିଜ ମଉସା ମାଉସୀ ଘରେ ରହି ଝୁମା ସହ ଏକା ସାଙ୍ଗରେ ଗୋଟିଏ ଶ୍ରେଣୀରେ ପାଠ ପଢୁ ଥିଲେ। ଆଉ ଝୁମା ଙ୍କ ଘରକୁ ସବୁବେଳେ ଯିବାଆସିବା କରୁଥିବାରୁ ଝୁମାଙ୍କ ମାଆବାପା ଙ୍କୁ ନିଜ ମାଆ ବାପା ପରି ଭଲ ପାଉ ଥିଲେ। ଆଉ ସେମାନେ ବି କହୁ ଥିଲେ ବିଭୁ ଆମ ଜୀବନରେ ପୁଅର ଅଭାବ ଦୂର କରିଛି। 

ବିଭୁ କହିଲେ : ମାଆ ପୁଅକୁ ଏମିତି ଖରାରେ ଛିଡ଼ା କରିବ ନା କଣ ? ମୋତେ ଘରକୁ ଡାକିବ ନି କି? 

ଶାନ୍ତି : ପୁଅକୁ କ'ଣ ଡକା ଯାଏ। ଚାଲ ଯିବା। 

ଗାଡିରେ ବସି ବିଭୁ ପଚାରିଲେ ମାଆ ଘରେ ସବୁ କେମିତି ଅଛନ୍ତି। ଜେଜେମା ଆଉ ବାପା କେମିତି ଅଛନ୍ତି? ଶାନ୍ତି ଜେଜେମା ଝୁମାର ବାହାଘର କିଛି ମାସ ପରେ ଚାଲି ଗଲେ। 

ବିଭୁ ଆଖି ଛଳଛଳ କରି କହିଲେ ହେ ଭଗବାନ!

ଶାନ୍ତି : ଏବେ ଏଇଠି ରହିବୁ ତ? 

ବିଭୁ : ନାଇ ମାଆ । ମୋର ବ୍ୟବସାୟ ର କାମ ପାଇଁ କିଛି ଦିନ ପ୍ରୋଗ୍ରାମ ରେ ଆସିଛି। 

ଶାନ୍ତି : ଅହ ପଳାଇବୁ। ଆଉ ତୋର ବାହାଘର ହେଲା ନା ନାହିଁ?

ବିଭୁ: ନାଇ ମାଆ। ହୋଇ ଥିଲେ ମୁଁ କଣ ତୁମକୁ ଡାକି ନ ଥାଆନ୍ତି। ଆଉ ମୁଁ ସ୍ଥିର କରିଛି ଆଉ କେବେ ବି ବିବାହ କରିବି ନାହିଁ। 

ଶାନ୍ତି : କାହିଁକି? 

ବିଭୁ : ନା କିଛି ନାହିଁ। ଆଉ ଆମ ଝୁମା କେମିତି ଅଛି? 

ଶାନ୍ତି : ଝୁମାର ସମୟ ତ ଯେମିତି ଅଟକି ଯାଇଛି। ଜୀବନର ପର ପୃଷ୍ଠା ପତ୍ର ଯେମିତି ଲେଖା ହୋଇ ନାହିଁ। ପୁରା ଖାଲି। ସେଦିନର ଘଟଣା କହୁ କହୁ ଆଖିରେ ପାଣି ଚାଲି ଆସିଲା। 

ବିଭୁ : କ'ଣ ହେଲା । ଏମିତି କଣ ଘଟିଛି। 

ଏତିକିବେଳେ ଗାଡି ଘର ପାଖରେ ପହଞ୍ଚି ଗଲା। ଶାନ୍ତି କହିଲେ ଘରକୁ ଚାଲ ସବୁ ବୁଝି ଯିବୁ। 

ଘରେ ପଶି ଝୁମାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ଝୁମା ଚେୟାର ରେ ବସିଛନ୍ତି। ହେଲେ ବିଭୁଙ୍କୁ ଦେଖି ମଧ୍ୟ ସେମିତି ବସିଛନ୍ତି। ବିଭୁ ଯାହା ପଚାରିଲେ ବି ଉତ୍ତର ଝୁମା ଙ୍କ ଠାରୁ ଆଉ ପାଇଲେ ନାହିଁ। 

ଶାନ୍ତି ଦେବୀ କହିଲେ ଦେଖିଲୁ ତ କେମିତି ତା ସମୟ ଅଟକି ଯାଇଛି। ତା ଜୀବନର ପର ପୃଷ୍ଠା ପତ୍ର ସେଇ ଘଟଣା ଠାରୁ ଆଉ ଲେଖା ହୋଇ ନାହିଁ। 

ବିଭୁ : କ'ଣ ହୋଇଛି ମାଆ ? ମୋତେ ସବୁ କୁହ। 

ଶାନ୍ତି : ଝୁମାର ବାହାଘର ଠିକ ହେଲା ପରେ ତୁ ହଠାତ ପଳାଇଲୁ। ଝୁମା ମୁହ ଶୁଖାଇ ରହୁ ଥାଏ। ମୁଁ ଭାବିଲି ତୁ ତାର ଭଲ ସାଙ୍ଗ ତୁ ପଳାଇଛୁ ବୋଲି ବୋଧେ ସେ ମୁହଁ ଶୁଖାଇଛି। 

ଝୁମାର ବାହାଘର ସତ୍ୟେନ୍ଦ୍ର ଙ୍କ ସହ ହୋଇ ଥିଲା। ସତ୍ୟେନ୍ଦ୍ର ଙ୍କୁ ତାଙ୍କ ବାପା ଧନଞ୍ଜୟ ବାବୁ ପାଳି ଥିଲେ। ସତ୍ୟେନ୍ଦ୍ର ଧନଞ୍ଜୟ ବାବୁଙ୍କର ସବୁ ବ୍ୟବସାୟ ସମ୍ଭାଳୁ ଥିଲେ। 

ବାହାଘର ପରେ ମୁଁ ଝୁମାର ଡାଏରୀ ପାଇଲି। ଯେଉଁଥିରେ ସେ ତା ମନ କଥା ସବୁ ଲେଖୁଥିଲା। ସେଇ ଡାଏରୀରୁ ମୁଁ ଜାଣିଲି ଯେ ଝୁମା ତୋତେ ଭଲ ପାଉଥିଲା। ହେଲେ ସେଇ ସମୟରେ ତାର ଜେଜେମାଙ୍କ ବାହାଘର ଦେଖିବା ଜିଦ ଆଉ ତାଙ୍କ ଦେହ ଅବସ୍ଥା ଦେଖି ସେ କାହାକୁ କହି ପାରି ନ ଥିଲା। ତୋତେ କିନ୍ତୁ ସବୁ କହି ଦେବ ବୋଲି ଭାବି ଥିଲା। ତୋ କଥା ଶୁଣି ସେ ଘର ଲୋକଙ୍କୁ ସେ ବାହାଘର ପାଇଁ ମନା କରି ଥାଆନ୍ତା। ହେଲେ ତୁ ତାକୁ ନ କହି ଚାଲି ଗଲୁ। 

ଏ କଥା ଶୁଣି ବିଭୁଙ୍କ ଆଖିରୁ ଲୁହ ବହି ଗଲା। ସେ ଝୁମାଙ୍କ ହାତ ଧରି ତୋଳେ ଦୁଳ୍ କି ବସି ପଡିଲେ। ଆଉ ପଚାରିଲେ ତାପରେ କ'ଣ ହେଲା ମାଆ। 

ଶାନ୍ତି : ବିବାହ ଆଗରୁ ଝୁମା ସତ୍ୟେନ୍ଦ୍ର ଙ୍କୁ ସବୁ କଥା କହି ଦେଇ ଥିଲା। ସତ୍ୟେନ୍ଦ୍ର କହିଲେ ଦୁଇ ଘରର ସମ୍ମାନ ପାଇଁ ଆମେ ବିବାହ କରିବା। ହେଲେ ଯେବେ ତୁମେ ମୋତେ ନିଜର ଭାବିବ ସେବେ ଯାଇ ଆମ ମଧ୍ୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରହିବ। ବିବାହ ପରେ ସତ୍ୟେନ୍ଦ୍ର ଙ୍କ ଭଲ ବ୍ୟବହାର ଦେଖି ଆସ୍ତେ ଆସ୍ତେ ଝୁମା ତାକୁ ଭଲ ପାଇବାରେ ଲାଗିଲା। ଆଉ ପାଖାପାଖି ବର୍ଷେ ପରେ ତାଙ୍କ ମଧ୍ୟରେ ସବୁ ଠିକଠାକ ହୋଇ ଗଲା। ତାପରେ ଗୋଟିଏ ଖୁସି ଖବର ପାଇଲି ଯେ ଝୁମା ମା ହେବାକୁ ଯାଉଛି। ହେଲେ ସେ ଖୁସି ବେଶୀ ସମୟ ରହିଲା ନାହିଁ। ଦୁଇ ମାସ ର ଗର୍ଭ ଥାଏ। ହଠାତ ସିଡିରୁ ଓହ୍ଲାଉ ଥାଏ। ବୋଧେ ତେଲ ପଡି ଥିଲା। ତାର ଗୋଡ ଖସି ଗଲା ଆଉ ପଡି ଯାଇ ଗର୍ଭ ନଷ୍ଟ ହୋଇ ଗଲା। ବାହାଘରର ପର ପୃଷ୍ଠା ପତ୍ର ସବୁ ସତ୍ୟେନ୍ଦ୍ର ସହ ଭଲ ଥିଲା ହେଲେ ଧନଞ୍ଜୟ ବାବୁଙ୍କ ପୁଅ ନିତେଶ ବହୁତ ବଦମାସ ଥିଲେ। ହଠାତ୍ ଦିନେ ଗାଡି ଦୁର୍ଘଟଣାରେ ଧନଞ୍ଜୟ ବାବୁ ସବୁ ଦିନ ପାଇଁ ପଙ୍ଗୁ ହୋଇ ଗଲେ। ତାପରେ ଜାଣିବାକୁ ମିଳିଲା ଯେ ଧନଞ୍ଜୟ ବାବୁ ସବୁ ସମ୍ପତ୍ତିର 60 % ସତ୍ୟେନ୍ଦ୍ର ବାବୁଙ୍କ ନାମ କରିଛନ୍ତି। ଏ କଥା ନିତେଶ ସହି ପାରିଲେ ନାହିଁ। ତାପରେ ମୁଁ ଆଉ ତୋ ବାପା ଆମେ ତୀର୍ଥଯାତ୍ରାରେ ଯାଇ ଥାଉ। ସେ ଜାଗାରେ ମୋବାଇଲ ନେଟୱାର୍କ ନ ଥାଏ। ଆଉ ଯଦି ବି ଆସେ ଫୋନ ଲଗାଇଲେ ସତ୍ୟେନ୍ଦ୍ର କି ଝୁମା କେହି ଫୋନ ଉଠାଉ ନ ଥିଲେ। 

ମାସେ ପାଖାପାଖି ପରେ ଆମେ ଘରକୁ ଫେରି ଆଗ ଝୁମା ଆଉ ସତ୍ୟେନ୍ଦ୍ରଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଗଲୁ। ଯାଇ ଦେଖିଲୁ ଝୁମାର ଏମିତି ଅବସ୍ଥା। ନିତେଶ କହିଲେ ଗାଡି ଦୁର୍ଘଟଣାରେ ସତ୍ୟେନ୍ଦ୍ର ଆମ ସମସ୍ତଙ୍କୁ ଛାଡି ଚାଲିଗଲେ ଆଉ ସେଇ ଖବର ପାଇ ଝୁମାର ଏ ଅବସ୍ଥା। ଆମେ ଝୁମାକୁ ଆଣିବାକୁ ଚାହିଁଲାରୁ ନିତେଶ ବହୁତ ମନା କରୁ ଥିଲା। ହେଲେ କାହା ଭରସାରେ ମୁଁ ଝୁମାକୁ ଏମିତି ଅବସ୍ଥାରେ ସେଇଠି ଛାଡି ଥାଆନ୍ତି ।ପୁଣି ଆଗରୁ ବି ମୁଁ ଝୁମା ଠାରୁ ଶୁଣିବାକୁ ପାଇଥିଲି ଯେ ସତ୍ୟେନ୍ଦ୍ର ଙ୍କୁ ଲାଗୁଛି ଧନଞ୍ଜୟ ବାବୁଙ୍କ ଦୁର୍ଘଟଣାରେ ନିତେଶଙ୍କ ହାତ ଅଛି। ବହୁତ କିଛି ହେଲା ପରେ ପୋଲିସର ସାହାଯ୍ୟ ନେଇ ମୁଁ ଝୁମାକୁ ନେଇ ଆସିଲି। ପରେ ଶୁଣିବାକୁ ପାଇଲି ଯେ ସତ୍ୟେନ୍ଦ୍ର ମରି ଯିବାରୁ ଏବେ ସବୁ ସମ୍ପତ୍ତିର ମାଲିକ ନିତେଶ। ମୋତେ ଲାଗୁଛି ଏ ସବୁ ପଛରେ ନିତେଶ ର ହାତ ଅଛି। ଝୁମା ସିନା ଆମ ସହ ଚାଲି ଆସାଛି। ହେଲେ ତାର ସମୟ ଅଟକି ଯାଇଛି। ଆଉ ତାର ଜୀବନର ପୃଷ୍ଠା ଖାଲି ରହିଛି। ଆଉ ଗୋଟିଏ ନୂଆ ପୃଷ୍ଠା ପତ୍ର କିନ୍ତୁ ଯୋଡି ଯାଇଛି ଝୁମା ସହ। ସେ ତିନି ମାସର ଗର୍ଭବତୀ ଅଛି। ହେତେ ତାର ତ ନିଜ ଅବସ୍ଥା ଯାହା। ସତ୍ୟେନ୍ଦ୍ର ର ସନ୍ତକ। କଣ କରିବା ନ ଭାବି ତାକୁ ନଷ୍ଟ କରି ଦେବା ଭାବି ଡାକ୍ତର ସହ କଥା ହେଲୁ। ହେଲେ ସେ କହିଲେ ଏମିତି କଲେ ଝୁମାର ମୃତ୍ୟୁ ଘଟିବ। ତେଣୁ ଆମେ ଆଉ ଗର୍ଭ ନଷ୍ଟ କରି ନାହୁଁ ।

ବିଭୁ ନିଜକୁ ଦୋଷୀ ମାନିଛନ୍ତି କାରଣ ସେଦିନ ସେ ପଳାଇ ନ ଥିଲେ ଝୁମାର ଅବସ୍ଥା ଏମିତି ହୋଇ ନ ଥାଆନ୍ତା। 

ତାପରେ ବିଭୁ ଝୁମା ସହ ରହିଲେ। ଝୁମାକୁ ସେ ଡାକ୍ତର କହିବା ଅନୁଯାୟୀ ପିଲା ଦିନ କଥା ମନେ ପକାଇବାରେ ଲାଗିଲେ। ଏତେ ଦିନ ପରେ ଝୁମା ଟିକିଏ ଖୋଲି ହସିଲେ। ଆଉ ଛୋଟ ଛୁଆ ପରି ହେଲେ। ଡାକ୍ତର କହିଲେ ଯେ ଝୁମାଙ୍କ ପିଲା ଦିନ କଥା ସବୁ ମନେ ପଡି ଯାଇଛି। ଏମିତି କଲେ ସେ ଠିକ ହୋଇ ଯିବେ। ବିଭୁ ସ୍ଥିର କଲେ ଯେ ସେ ଝୁମାଙ୍କ ଜୀବନର ନୂଆ ପୃଷ୍ଠାରେ ପୁଣି ନୂଆ କାହାଣୀ ପତ୍ର ଆରମ୍ଭ କରିବେ। ଆଗପରି ସେ ତାଙ୍କୁ ଠିକ ନ କଲା ଯାଏଁ ସେ କୁଆଡେ ଯିବେ ନାହିଁ। ଇତିମଧ୍ୟରେ ଝୁମାଙ୍କ ଆଠ ମାସର ଗର୍ଭ ହୋଇ ଯାଇ ଥାଏ। ଡାକ୍ତର କହିଲେ ଯଦି ପ୍ରସବ ଆଗରୁ ଝୁମା ପୁରା ପୁରି ଠିକ ନ ହୁଅନ୍ତି ହୁଏ ତ ସେ ନିଜ ସନ୍ତାନକୁ ପରେ କେବେ ଗ୍ରହଣ କରିବେ ନାହିଁ। ଶାନ୍ତି ବିଭୁଙ୍କୁ କହିଲେ ସେ ଜାଣନ୍ତି ଯେ ବିଭୁ ବି ଝୁମାଙ୍କୁ ବାହାଘର ଆଗରୁ ଆଉ ଏବେ ବି ଭଲ ପାଉଛନ୍ତି। ସେ ତାଙ୍କ ଡାଏରୀ ଦିନେ ପଢି ଜାଣିଛନ୍ତି। ତାହା ହେଲେ ଦୁଇ ଜଣଙ୍କ ଜୀବନର ଖାଲି ପୃଷ୍ଠା ପତ୍ରରେ ଦୁଇ ଜଣଙ୍କ ନାମ ଲେଖି ଦେଲେ କେମିତି ହେବ। ଆଉ ହୁଏ ତ ଝୁମାର ସବୁ କଥା ମନେ ପଡି ଯିବ। ଆଉ ମନେ ନ ପଡିଲେ ବି ତାର ଛୁଆକୁ ତୁ ଆପଣାଇ ପାରିବୁ। ଶାନ୍ତି ସିନ୍ଦୂର ନେଇ ଦେଲେ ବିଭୁଙ୍କୁ ଝୁମାଙ୍କ ମୁଣ୍ଡରେ ଦେବା ପାଇଁ। ବିଭୁ ଯେମିତି ଝୁମା ମୁଣ୍ଡରେ ଦେଇଛନ୍ତି ସେ ପୁରା ଠିକ ହୋଇ ଗଲେ ଏବଂ ସେ ଆଶ୍ଚର୍ଯ୍ୟ ହୋଇ କହିଲେ ବିଭୁ ତୁମେ ଏ କଣ କଲ। ମୁଁ ପରା ବିଧବା କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଶାନ୍ତି ସବୁ ବୁଝାଇ ଦେଲେ। ଝୁମା ନିଜ ଭିତରେ ଥିବା ସନ୍ତାନକୁ ଅନୁଭବ କରି ପାରି ତାକୁ ବହୁତ ଗେହ୍ଲ କଲେ। ଝୁମା ସବୁ କଥା କହିଲେ କେମିତି ନିତେଶ ଧନଞ୍ଜୟ ବାବୁଙ୍କୁ ପଙ୍ଗୁ କଲେ। ସେ ସବୁ ପ୍ରମାଣ ନେଇ ପୋଲିସ ପାଖକୁ ସତ୍ୟେନ୍ଦ୍ର ଯିବା ସମୟରେ ଦୁର୍ଘଟଣାରେ ସେ ମୃତ୍ୟୁବରଣ କଲେ।ଏଥିରେ ବି ନିତେଶର ହାତ ଅଛି। ଆଉ ତାପରେ ମୁଁ ସେଠାରୁ ପଳାଇବାକୁ ବାହାରିଲା ବେଳକୁ ତାଙ୍କୁ କ'ଣ ଗୋଟାଏ ଇଞ୍ଜେକସନ ଦେଲେ। ସେ କେବଳ ଏତିକି ଶୁଣି ଥିଲେ ଯେ ଏଇ ଇଞ୍ଜେକସନ ତିନି ଥର ଦେଇ ଥିଲେ ସେ ସବୁ ଦିନ ପାଇଁ ପଙ୍ଗୁ ହୋଇ ଯିବେ। ଆଉ ନିତେଶ ତାଙ୍କୁ ଦୁଇ ଥର ସେ ଇଞ୍ଜେକସନ ଦେଇ ସାରି ଥିଲେ। ହେଲେ ଭାଗ୍ୟ ଭଲ ଯେ ତୃତୀୟ ଥର ଆଗରୁ ବାପା ମାଆ ପହଞ୍ଚି ତାଙ୍କୁ ନେଇ ଆସିଲେ। ତାପରେ ସବୁ ପ୍ରମାଣ ନେଇ ଝୁମା ପୋଲିସଙ୍କୁ ଦେଲେ। ଆଉ ନିତେଶକୁ ପୋଲିସ ଗିରଫ କଲା। ଝୁମା ଆଉ ବିଭୁ ସ୍ୱାମୀ ସ୍ତ୍ରୀ ହୋଇ ରହିଲେ।ଝୁମାଙ୍କର ଗୋଟିଏ ପୁଅ ହେଲା। ତାର ନାମ ସତ୍ୟପ୍ରିୟ ଦେଲେ। ଧନଞ୍ଜୟ ବାବୁ ସତ୍ୟେନ୍ଦ୍ରଙ୍କର ପୁଅକୁ ଦେଖି ଧିରେ ଧିରେ ଠିକ ହେଲେ ଏବଂ ବିଭୁଙ୍କୁ କହିଲେ ତାଙ୍କ ପୁଅ ହୋଇ ତାଙ୍କ ଘରେ ରହିବା ପାଇଁ। ଏବେ ଧନଞ୍ଜୟ ବାବୁ, ଝୁମା, ବିଭୁ ଓ ସତ୍ୟପ୍ରିୟ ଏକାଠି ହସ ଖୁସିରେ ରହୁଛନ୍ତି। ଝୁମାଙ୍କ ଜୀବନର ପର ପୃଷ୍ଠା ପତ୍ର ରେ ଆଉ ଥରେ ନୂଆ କାହାଣୀ ଲେଖା ହେବା ଆରମ୍ଭ ହେଲା।


Rate this content
Log in

Similar oriya story from Drama