Sunanda Mohanty

Inspirational

3  

Sunanda Mohanty

Inspirational

ପ୍ରଣାମ

ପ୍ରଣାମ

2 mins
164


ସେଦିନ ଅନେକ ଦିନ ପରେ ଘରୁ ବାହାରିଲା ବେଳେ ମାଆ ବାପାଙ୍କର ପାଦ ଛୁଇଁବା ଭୁଲିଯାଇଥିଲେ, ଉମାକାନ୍ତ, ଏପର୍ଯ୍ୟନ୍ତ ଯାହା ଭୁଲିନଥିଲେ ଆଜି ସେ କଥା ଭୁଲିଯିବାର କାରଣରେ ଟିକେ ବିଚଳିତ ହୋଇ ପଡ଼ିଥିଲେ ଉମାକାନ୍ତ, ବଦଳି ଅର୍ଡର ପାଇବା ପରେ ଏଇ ପ୍ରଥମ ଘରୁ ବାହାରିବା ବେଳେ, ସେ ଭୁଲିଯାଇଛନ୍ତି ପିତାମାତାଙ୍କୁ ପ୍ରଣାମ କରିବାକୁ l

 ପିଲାଦିନେ ଥରେ ଅଧେ ପିତାମାତାଙ୍କୁ ପ୍ରଣାମ ନକରି ଘରୁ ଚାଲିଆସିଥାନ୍ତି ସ୍କୁଲ ତ ଦଉଡନ୍ତି ଘରକୁ, ସାଙ୍ଗମାନେ ଯେତେ ବୁଝାନ୍ତି ଯେ ପ୍ରାର୍ଥନାରେ ଯୋଗ ନଦେଲେ ସାର ଗାଳିଦେବେ, ସେକଥାକୁ କର୍ଣ୍ଣପାତ ନକରି ସେ ଘରକୁ ଆସି ପ୍ରଣାମ କରି ଫେରିବା ପରେ ବିଳମ୍ବ ର କାରଣ ଯେବେ ସାର ପଚାରନ୍ତି, ସତ ମାନିଯାଆନ୍ତି ଉମାକାନ୍ତ ତ ସାର ତାଙ୍କ ମୁଣ୍ଡ ଆଉଁସି ଭଲ ମଣିଷ ହେବାକୁ ଆର୍ଶୀବାଦ ଦିଅନ୍ତି, ସାଙ୍ଗମାନେ ଯେବେ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଏତେ ରାଗୀ ସାରଙ୍କଠୁ ମାଡ ନଖାଇବାର କାରଣ କଣ?? , ସେ କୁହନ୍ତି, ଏକମାତ୍ର ପ୍ରଣାମ, ତ ସାଙ୍ଗ ମାନେ କୁହନ୍ତି ଆମେ ଯଦି ଏଥର ପିତା ମାତାଙ୍କୁ ପ୍ରଣାମ କରି ଆସୁ ତେବେ ସାର କଣ ଆମକୁ ଛାଡ଼ିଦେବେ ବିଳମ୍ବ କଲେ? ତ ଉମାକାନ୍ତ ବାବୁ ସେହି ପିଲାଦିନୁ ସାଙ୍ଗମାନଙ୍କୁ କୁହନ୍ତି ନିଶ୍ଚୟ, କିନ୍ତୁ ଜାଣିଶୁଣି ବିଳମ୍ବ କଲେ ସୁଫଳ ହେବନାହିଁ, ତ ସାଙ୍ଗମାନେ କିଏ କଣ ବୁଝନ୍ତି କି ନାହିଁ କେଜାଣି ହେଲେ ଜୀବନରେ ସେ କେବଳ ସୁଫଳ ହିଁ ଦେଖିଆସିଛନ୍ତି l

 ନୂଆ ଘରଟି ଅଧା ତୋଳା ଅବସ୍ଥାରେ ଅଛି, ନିଜେ ଦେଖାଶୁଣା କରି ସିମେଣ୍ଟ, ବାଲି, ପାଣି ଭାଗମାପ ଜଗି ରଖି ତୋଳୁଥିବା ଘରଟାକୁ ପୁରା ନକରି ଚାଲିଗଲେ ସବୁ ଗୋଳମାଳ ଧରିଯିବ, ତଥାପି ଅଫିସର ପାଖାପାଖି ହୋଇଯାଇଥିଲେ ମଧ୍ୟ ଦୌଡିଲେ ଉମାକାନ୍ତ ଘରକୁ, ପ୍ରଣାମ କଲେ ପିତାମାତାଙ୍କୁ, ହସିଲେ ବାପାମାଆ ଦୁହେଁ, ଆର୍ଶୀବାଦ ଦେଲେ ଆଉ ସେହି ପିଲାଦିନ ଭଳି ମୁଣ୍ଡରେ ହାତ ରଖି ବିଜୟୀ ହୁଅ କହିଥିଲେ ତ ପୁଣି ଫେରିଲେ ଅଫିସ ଡରି ଡରି, ଆଉ କହିଲେ ଅଫିସରଙ୍କୁ ସତ କଥା ତ ଅଫିସର ହସି ହସି ବଢ଼େଇ ଦେଇଥିଲେ ବଦଳୀ ସ୍ଥଗିତ ଅର୍ଡ଼ର, କହୁଥିଲେ, ଆପଣଙ୍କ ବିନା ଅଫିସରେ ସୁସ୍ଥବାତାବରଣ ତଥା ସ୍ଥିରତା ଓ ସମାୟାନୁବର୍ତ୍ତିତା ରଖିବା ସହଜସାଧ୍ୟ ନୁହେଁ ଉମାକାନ୍ତ ବାବୁ, ସେଇଥିପାଇଁ ବଡହାକିମ ଆପଣଙ୍କ ବଦଳି କ୍ୟାନସେଲ କରିଦେଇଛନ୍ତି ତ ଉମାକାନ୍ତ ବାବୁ କହୁଥିଲେ ନାହିଁ ନାହିଁ ପ୍ରଣାମ ପାଇଁ, ତ ସବୁ ସହକର୍ମୀ କହୁଥିଲେ ହଁ ହଁ ବାପା ମାଆଙ୍କ ଆର୍ଶୀବାଦ ବିନା କିଛି ବି ସମ୍ଭବ ନୁହଁ, ଘରେ ଆସି ସବୁକଥା ପିତାମାତାଙ୍କୁ ଜଣେଇଥିଲେ ତ ସେମାନେ କହିଥିଲେ ଆମେ ବସ୍ତି ବାସିନ୍ଦା ଭାରି ସରଳ ଓ ଅମାୟିକ ତଥା ଛନ୍ଦକପଟ ଜାଣୁନା, ତେଣୁ ଜଗନ୍ନାଥ ଆମର ସହାୟକ ଓ ନିୟନ୍ତ୍ରକ ତଥା ଏକମାତ୍ର ନିର୍ଣ୍ଣାୟକ ଅଟନ୍ତି l



Rate this content
Log in

Similar oriya story from Inspirational