STORYMIRROR

Muna Bhoi

Drama Inspirational Others

2.3  

Muna Bhoi

Drama Inspirational Others

ପ୍ରକୃତ ଖୁସି

ପ୍ରକୃତ ଖୁସି

3 mins
213



ଟଙ୍କା ପଇସା।ଆଜିର ଜୀବନରେ ଟଙ୍କାକୁ କିଏବା ନ ଚିହ୍ନେ। ଟଙ୍କାର ମାୟାରେ ,ସତ ବି ବଙ୍କା। ଟଙ୍କା ଥିଲେ ସବୁ ସମ୍ଭବ। ଆଉ ଟଙ୍କା ଆଶୀର୍ବାଦେ ସୁଖ ଶାନ୍ତି ଖୁସି ବି କିଣିହୁଏ,ବୋଲି ଆମ କଲିକତା ସହରର ନାମୀ ବ୍ୟବସାୟୀ ରମେଶ ବାବୁଙ୍କ ବିଶ୍ୱାସ।ଆରେ ବିଶ୍ୱାସ କ'ଣ ତାଙ୍କ ସଫଳତାର ସୂତ୍ର। ଟଙ୍କା ପାଇଁ ତ ସେ ,କଲିକତା ସହରର ବେଶ୍ ପ୍ରସିଦ୍ଧି ଲାଭ କରିଥିବା ବ୍ୟବସାୟୀଙ୍କ ମଧ୍ୟେ ଗଣା।

ଆରେ ଏତେ ବାଟ ଆସିଲା ପରେ,ତାଙ୍କ କ୍ଷୁଦ୍ର ପରିଚୟ ଦେବାଟା ତ ଭୁଲିଗଲି।ପ୍ରକୃତରେ ଆମର ରମେଶ ବାବୁଙ୍କ ପୁରା ନା ଟା,ରମେଶ ଚନ୍ଦ୍ର ମହାପାତ୍ର।କଟକ ସହର ଅନ୍ତର୍ଗତ ଜାମୁପୁରରେ ତାଙ୍କ ଘର।ଧର୍ମପତ୍ନୀ ମାଳତୀ ଦେବୀ ଆଉ ଦୁଇ ପିଲାଙ୍କୁ ନେଇ ତାଙ୍କ ଛୋଟ ପରିବାର।ବ୍ୟବସାୟ ଉଦ୍ଦେଶ୍ୟରେ ରମେଶ ବାବୁ କଲିକତାରେ ରହନ୍ତି।ଆଉ ଦୁଇ ପିଲାଙ୍କୁ ନେଇ ମାଳତୀ ଦେବୀ ନିଜ ଗାଁ ଜାମୁପୁରରେ।ଆଠ ଦିନେ ଥରେ ,ନହେଲେ ପନ୍ଦର ଦିନେ ଥରେ ରମେଶ ବାବୁ ଗାଁକୁ ଆସିଥାନ୍ତି।ଆଉ ପ୍ରତି ଦୁଇ ତିନି ଦିନରେ ଡାକ ମାଧ୍ୟମରେ ନିଜ ପରିବାରର ଭଲମନ୍ଦ ବୁଝିଥାନ୍ତି।

ଏ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟେ ଭାରି ମତାନ୍ତର ହୁଏ।ନିଜ ପାଖ ସହର ନହେଲେ ,କଟକରେ ବ୍ୟବସାୟ କର,ଏମିତି କ'ଣ ସ୍ତ୍ରୀ ପିଲାଙ୍କୁ ଘରେ ରଖି ବାହାରେ ବ୍ୟବସାୟ କରୁଛ ବୋଳି ମାଳତୀ ଦେବୀ ଥକି ଗଲେଣି।ହେଲେ ,ପ୍ରତିଥର ରମେଶ ବାବୁ;ଆରେ ଏସବୁ କାହାର ପାଇଁ କରୁଛି?ଆମ ଖୁସି ପାଇଁ,ଆମ ପିଲା ଛୁଆ ମାନଙ୍କ ପାଇଁ ତ?ଆଉ କଲିକତାରେ ଭଲ ବ୍ୟବସାୟ ହୁଏ। ସେଠି ସବୁ ପ୍ରୟୋଜନୀୟ ବସ୍ତୁ ଉପଲବ୍ଧ।ଏମିତି କହି ରମେଶ ବାବୁ ସ୍ତ୍ରୀଙ୍କ କଥାକୁ ଏଡେଇ ଦିଅନ୍ତି।

ମାଳତୀ ଦେବୀ,ସେ ପାଠ ପଢିନଥିଲେ ହେଁ, ବେଶ୍ ନ ବୁଦ୍ଧିମତି।ସେ ଠିକ୍ ଜାଣିଥିଲେ ପ୍ରକୃତ ଖୁସି ଏହି ଧନ , ସମ୍ପତ୍ତିରେ ନାହିଁ।କୁଡିଆ ଘରେ ହଉ ପଛକେ ପରିବାରର ସମସ୍ତେ ସାଙ୍ଗରେ ରହିବାରେ ଅଛି।ହେଲେ ଏ କଥା ରମେଶ ବାବୁଙ୍କ ତଣ୍ଟିକୁ ଗଳେନି।ସବୁବେଳେ ପଇସା ପଇସା।ଆଉ ସ୍ତ୍ରୀ କହିଲେ,ଆରେ ଏସବୁ ତ ତୁମରି ପାଇଁ।ତାଙ୍କ ନିତ୍ୟ ଉତ୍ତର। ଟଙ୍କା ପଇସା ଓ ବ୍ୟବସାୟ ପାଇଁ ସେ ଦୂର ସହରରେ ରହୁଥିଲେ ହେଁ, ପ୍ରକୃତରେ ସେ ଖୁସି ନଥିଲେ।ବ୍ୟବସାୟରୁ ଟିକେ ସମୟ ପାଇଲେ,ଘର ଚିନ୍ତା।ମୋ ପିଲା ଛୁଆ,ମୋ ସ୍ତ୍ରୀ...।ପୁଣି ତାଙ୍କ ମନ ଅଶାନ୍ତ ହୋଇଉଠେ।

ଆଜି ରମେଶ ବାବୁ କଟକ ଫେର

ୁଥାନ୍ତି।ଦୀର୍ଘ ପନ୍ଦର ଦିନ ପରେ ସେ ନିଜ ଘର ଅଭିମୁଖେ ଆଜି। ଭୋର୍ ସକାଳୁ , ସ୍ତ୍ରୀ ଓ ନିଜ ପିଲାଙ୍କ ପାଇଁ କିଛି ବସ୍ତ୍ର ଅଳଙ୍କାର ସାଥେ ରସଗୋଲା ଗୁଡ଼ାଏ ଧରି ସେ ବାହାରି ଯାଇଛନ୍ତି।

ବସ୍ ଯୋଗେ କଟକ ଆସିବା ପରେ ଦୁଇ କୋଷ ପାଦ ଚଲା ବାଟ।ତାପରେ ଗୋଟେ ଛୋଟ ନଦୀ ପାର ହେଲେ ଗାଁ।କଟକକୁ ଦୁଇ କୋଷ ପାଦ ଚଲା ପରେ ସେ ପହଞ୍ଚିଗଲେ ଗାଁ ନଦୀ ତଟେ।ଭୋକରେ ଶୋଷରେ ସେ ପୁରା ଥକି ପଡ଼ିଛନ୍ତି।

ନଦୀ ତଟେ ଥାଇ ,ସେ ଡାକ ପକେଇଲେ ଅଳ୍ପ ଦୂରେ ଥିବା ନାଉରୀଆକୁ।ଆରେ,ନାଉରୀ ଭାଇ ମୋତେ ଟିକେ ନଦୀ ପାର କରି ଦେବଟି।ରମେଶ ବାବୁଙ୍କ ଡାକ ଶୁଣି ନାଉରୀ ନାଆ ବଢ଼ାଇଲା।ହଁ ବାବୁ ,ଯାଉଛି ରୁହ।

କିଛି ସମୟ ପରେ ନାଆ ତଟରେ ଲାଗିଲା।ଭୋକରେ ଜୁଡୁବୁଡୁ ରମେଶ ବାବୁ ସଂଗେ ସଂଗେ ବସି ପଡ଼ିଲେ ନାଆରେ। ଚାଲ ନାଉରୀ ଭାଇ ,ମୋତେ ଟିକେ ପାରି କରିଦିଅ।ଆଉ ନୌକାଟି ବଢି ଚାଲିଲା,ସେ ନାଉରୀର ଗୀତ ତାଳେ।ନାଉରୀଟି ବେଶ୍ ଖୁସ୍ ମିଜାଜ୍ ଲୋକ।କଥା କଥାକେ ନାଉରୀର ସ୍ମିତହସ ଦେଖି ,ରମେଶ ବାବୁ ଆଉ ନିଜକୁ ରୋକି ପାରିଲେନି।ସାଙ୍ଗେ ସାଙ୍ଗେ ପଚାରିଲେ,ଭାଇ ତୁମେ ଏତେ ଖୁସି କେମିତି? ଏଠି ଖରା, ବର୍ଷା କାକର ସହି ମଧ୍ୟେ ଏତେ ଶାନ୍ତ ମିଜାଜ୍,ଏତେ ପ୍ରଫୁଲ୍ଲ ଚିତ୍ତ ?ତୁମ ଘର ସଂସାର?

ବାବୁ ମୁଁ ବି ପରିବାରୀ ଲୋକ।ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ମୋର ଟିକି ସଂସାର।ଏହି ନାଆରେ ଯାହା ପାଏ,ସେଥିରେ ଚଳିଯାଉ ଆମେ ଚାରି ପ୍ରାଣୀ।ଆଉ ଖୁସି କଥା ବାବୁ ପରିବାର ଖୁସିରେ ସବୁ ଖୁସି।ପରିବାରଠୁ ବଡ଼ ଧନ ସମ୍ପତ୍ତି କ'ଣ।ଆମେ ଚାରିପ୍ରାଣୀ ସବୁବେଳେ ଏକାଠି।ଭୋକ ଉପାସରେ ହେଉ କି ମଉଜ ମସ୍ତିରେ ସବୁବେଳେ ,ଏଇ ଟିକି ସଂସାର ସାଥେ ମୁଁ।ଆଉ ବାବୁ ଭାବେ ପ୍ରକୃତ ଖୁସି ,ଏହି ଧନ ସଂପତ୍ତିରେ ନଥାଏ।ନିଜ ପିଲା ଛୁଆ ସଂସାରରେ ଥାଏ।

ଏବେ କିନ୍ତୁ ରମେଶ ବାବୁ ଠିକ୍ ବୁଝି ପାରିଲେ ମାଳତୀ ଦେବୀଙ୍କ କଥା। ମନେ ମନେ ଠିକ୍ ବୁଝି ପାରିଲେ ପ୍ରକୃତ ଖୁସି କଥା।ବାସ୍ତବ ଖୁସି ଟଙ୍କା ପଇସାରେ ନାହିଁ।ନିଜ ପିଲା ଛୁଆ ,ପରିବାରରେ ଅଛି।ଆଉ ଏତେବେଳେ ପର୍ଯ୍ୟନ୍ତ ସେ ନିଷ୍ପତି ବି ନେଇ ସାରିଛନ୍ତି।ଏଥରକ ବ୍ୟବସାୟ କଟକରେ।ଏତେ କଥା ଭାବୁଣୁ ନାଆ ଆସି ଲାଗି ଯାଇଛି ନଦୀ ତଟରେ।ଆଉ ପାଞ୍ଚ ପଇଶିଟି ନାଉରୀ ହାତରେ ଦେଇ,ରମେଶ ବାବୁ ନିଜ ଘର ଅଭିମୁଖେ।ବେଶ୍ ପ୍ରଫୁଲ୍ଲିତ ବଦନେ,ବେଶ୍ ଆନନ୍ଦିତ ମନେ।



Rate this content
Log in

Similar oriya story from Drama