STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ପ୍ରକୃତ ଭକ୍ତ

ପ୍ରକୃତ ଭକ୍ତ

3 mins
259


ଥରେ ସ୍ଵର୍ଗରେ ଗୋଟିଏ ସୁନାର ମହଲ ତିଆରି ହେଉଥିଲା । ତାହାକୁ ଦେଖି ନାରଦ ଭଗବାନ ବିଷ୍ଣୁଙ୍କୁ ପଚାରିଲେ - ପ୍ରଭୁ, ଏମିତି ଏକ ମହଲ କହାପାଇଁ ତିଆରି ହେଉଛି ?

           ଭଗବାନ ବିଷ୍ଣୁ ହସିଦେଇ କହିଲେ - ଜଣେ ପ୍ରକୃତ ଭକ୍ତ ପାଇଁ ତିଆରି ହେଉଛି । ସେହି ଉତ୍ତରରେ ନାରଦ ଆଦୌ ସନ୍ତୁଷ୍ଟ ହେଲେ ନାହିଁ । ସେ ମନକୁ ମନ ଭାବିଲେ, ମୁଁ ଦିନ ରାତି ସବୁବେଳେ ଭଗବାନଙ୍କର ନାମ ସ୍ମରଣ କରୁଛି । ମୋଠାରୁ ବଳି ଆଉ କିଏ ପ୍ରକୃତ ଉକ୍ତ ଅଛି ? ସେ ସେକଥା ପୁନର୍ବାର ପଚାରିବାରୁ ବିଷ୍ଣୁ କହିଲେ- " ଏହି ମହଲ ତୁମ ପାଇଁ ନୁହେଁ । ପୃଥିବୀରେ ପୁଣ୍ଡରୀକ ନାମରେ ଜଣେ ଗରିବ  ଜଣେ ଗରିବ ବ୍ରାହ୍ମଣ ରହୁଛି । ତା' ରି ପାଇଁ ଏହା ତିଆରି ହେଉଛି ।"

             ବିଷ୍ଣୁଙ୍କର ଏହି କଥା ଶୁଣି ନାରଦ ଆଶ୍ଚର୍ଯ୍ୟ ହେଲେ । ସେ ମନକଥା କାହାକୁ  ନ କହି ପୃଥିବୀକୁ ଯିବାକୁ ସ୍ଥିର କଲେ । ଦିନେ ସେ ଯାଇ ପୁଣ୍ଡରୀକର କୁଡ଼ିଆ ଆଗରେ ପହଞ୍ଚିଲେ । ପୁଣ୍ଡରୀକ ନିଜର ଦୁଇଟା ପିଲା ଓ ସ୍ତ୍ରୀକୁ ଧରି ସେଠାରେ ରହୁଥିଲା । ଧର୍ମକାର୍ଯ୍ୟ କରି ସେ ନିଜର ପରିବାର ଚଳାଉଥିଲା । ସକାଳୁ ଉଠି ଖୁବ୍ ଶ୍ରଦ୍ଧାରେ  ଭାଗବାନଙ୍କର ନାମ ସ୍ମରଣ କରୁଥିଲା । ତା'ପରେ ନିତିଦିନିଆ କାମରେ ବ୍ୟସ୍ତ ରହୁଥିଲା । ଧର୍ମ-କର୍ମ-ପୂଜା-ପାଠ କରି ଯାହା କିଛି ଦାନ ଦକ୍ଷିଣା ପାଉଥିଲା, ତାକୁ ଆଣି ନିଜର ସ୍ତ୍ରୀକୁ ଦେଉଥିଲା । ବ୍ରାହ୍ମଣୀ ରୋଷେଇ କଳା ପରେ ଖୁବ୍ ଶ୍ରଦ୍ଧାରେ ସେ ତାହାକୁ ଖାଉଥିଲା ସନ୍ଧ୍ୟାବେଳେ କିଛି ଲୋକଙ୍କୁ ଘରକୁ ଯାଇ ଆରତି କରୁଥିଲା । ସେଠାରୁ ଯାହାକିଛି ପାଉଥିଲା , ତାହାକୁ ଆଣି ପିଲାମାନଙ୍କୁ ଦେଉଥିଲା । ରାତିରେ ଖାଇ ସାରିବା ପରେ ନିଜ ପରିବାର ଲୋକଙ୍କ ସହିତ ପୁରାଣ ଶାସ୍ତ୍ର ଆଲୋଚନା କରୁଥିଲା । ତା'ପରେ ଶୋଇବା ଆଗରୁ ଠାକୁରଙ୍କର ନାମ ସ୍ମରଣ କରି ଶାନ୍ତିରେ ଶୋଇଯାଉଥିଲା ।

        ପୁଣ୍ଡରୀକର ଏପରି ନିତିଦିନିଆ କାମକୁ ଦେଖି ନାରଦ ମନେ ମନେ ଖୁବ୍ ଦୁଃଖିତ ହେଲେ । କାରଣ ଜଣେ ସାଧାରଣ ଗୃହସ୍ଥକୁ ତାଙ୍କଠାରୁ ଉଚ୍ଚଭକ୍ତର ସ୍ଥାନରେ ରଖି ପ୍ରଭୁ ବିଷ୍ଣୁ ଖୁବ୍ ଅନ୍ୟାୟ କରିଛନ୍ତି । ସେ ଆଉ ଡେରି ନକରି ସିଧା ସ୍ବର୍ଗପୁରକୁ ଗଲେ । ସେଠାରେ ଭଗବାନ ବିଷ୍ଣୁଙ୍କୁ ସବୁକଥା କହି ଦୁଃଖ ପ୍ରକାଶ କଲେ ।

          ନାରଦଙ୍କଠାରୁ ସବୁ ଶୁଣି ମଧ୍ଯ ବିଷ୍ଣୁ କିଛି ଉତ୍ତର ଦେଲେ ନାହିଁ । ସେ ଲକ୍ଷ୍ମୀଙ୍କୁ ଗୋଟିଏ ଦୁଧଭରା ପାତ୍ର ଆଣିବାକୁ କହିଲେ । ଲକ୍ଷ୍ମୀ ମଧ୍ୟ ସେ କଥା ଶୁଣି ସଙ୍ଗେସଙ୍ଗେ ଦୁଧଭରା ପାତ୍ରଟିଏ ଆଣି ଦେଲେ । ଭଗବାନ ବିଷ୍ଣୁ କହିଲେ -" ନାରଦ, ତୁମେ ଏହି ଦୁଧଭରା ପାତ୍ରକୁ ଧରିଦେବ ଲୋକ ପରିକ୍ରମା କରିପାରିବ ? ହେଲେ ମନେରଖ, ଏଥିରୁ ଗୋଟିଏ ହେଲେ କୁନ୍ଦା ଯେପରି ତଳେ ନ ପଡ଼େ । " 

           ନାରଦ ସେଥିରେ ରାଜି ହୋଇ ଦୁଧଭରା ପାତ୍ରଟିକୁ ଧରି ଦେବଲୋକ ପରିକ୍ରମାରେ ବାହାରି ପଡିଲେ । ସମଗ୍ର ଦେବଲୋକ ପରିକ୍ରମା କରି ନାରଦ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ । ଆଉ ଖୁବ୍ ଉତ୍ପାହର ସହିତ କହିଲେ - " ପ୍ରଭୁ ! ଏହି ଦେଖନ୍ତୁ । ବୁନ୍ଦାଏ ହେଲେ ଦୁଧ ତଳେ ପଡିନାହିଁ । " 

            ବିଷ୍ଣୁ କହିଲେ , " ତାହା ତ ଠିକ୍ ଭାବରେ କରିଛ । ହେଲେ ଦେବଲୋକ ପରିକ୍ରମା କଲାବେଳେ କେତେଥର ମୋର ନାମ କୁ ସ୍ମରଣ କରିଥିଲ ? " 

           ନାରଦ କହିଲେ - " ପ୍ରଭୁ , ଥରେ ହେଲେ ବି ଆପଣଙ୍କର ନାମଙ୍କୁ ସ୍ମରଣ କରିନାହିଁ । ମୋର ତ ଏକମାତ୍ର ଧ୍ୟାନ ଦୁଧପାତ୍ର ଉପରେ ରହିଥିଲା , ଆଉ ଆପଣଙ୍କର ନାମ ସ୍ମରଣ କରିଥାନ୍ତି କିପରି ? " 

            ଏଥର ବିଷ୍ଣୁ କହିଲେ - " ଏବେ ଟିକେ ଚିନ୍ତା କର । ତୁମ ଉପରେ ଦୁଧପାତ୍ରର ଭାର ରହିଥିବାର ତୁମେ ମୋର ନାମ ସ୍ମରଣ କରିବାକୁ ଭୁଲିଗଲ । କିନ୍ତୁ ସେହି ଗରିବ ବ୍ରାହ୍ମଣ ଉପରେ ତ ନିଜ ଘରର ବୋଝ ଲଦାହୋଇଛ । ସମସ୍ତଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାର ଚିନ୍ତା ରହିଛି । ଏହା ସତ୍ତ୍ଵେ ମଧ୍ୟ ସେ ଖୁବ୍ ଶ୍ରଦ୍ଧାରେ ମୋର ନାମକୁ  ନିୟମିତ ଦୁଇ ଥର ସ୍ମରଣ କରୁଛି । ତେଣୁ ସେ ହିଁ ପ୍ରକୃତ ଭକ୍ତ ଯିଏ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଃସ୍ଵାର୍ଥପର ଭାବରେ ମତେ ସ୍ମରଣ କରିବାକୁ ଭୁଲିଯାଇ ନ ଥାଏ 

                ଭଗବାନ ବିଷ୍ଣୁକର କଥା ଶୁଣି ନାରଦ ମନେ ମନେ ଖୁବ୍ ଲଜ୍ଜିତ ହେଲେ । ତାଙ୍କ ମନରୁ ସବୁ ଅହଂକାର ଦୂରେଇଗଲା ।


Rate this content
Log in

Similar oriya story from Inspirational