ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ପରୀ ଦେଇଥିବା ଆର୍ଶିବାଦ

ପରୀ ଦେଇଥିବା ଆର୍ଶିବାଦ

2 mins
7.2K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ବିଧବା ସ୍ତ୍ରୀ ଲୋକର ରଜନୀ ଓ ଧରଣୀ ନାମରେ ଦୁଇଝିଅ ଥିଲେ l ସେ ତାର ସାନଝିଅ ରଜନୀକୁ ବହୁତ ଭଲ ପାଏ l ମାତ୍ର ଧରଣୀକୁ ଦିନରାତି ଚାକର ଭଳି ଖଟାଏ l ଧରଣୀ ସ୍ଵଭାବରେ ବହୁତ ଶାନ୍ତ, ଦୟାଳୁ ତଥା ପରୋପକାରୀ ମାତ୍ର ରଜନୀ ଠିକ୍ ତାର ମାଆ ଭଳି ଉଗ୍ର ଓ ଅଳସୁଆ l

ସବୁଦିନ ସକାଳୁ ଧରଣୀ ବାସି କାମ ସାରି ଦୁଇକୋଶ ଦୂରରେ ଥିବା କୂଅକୁ ପଣି ଆଣିବାକୁ ଯାଏ l ଦିନେ ସେ ମାଠିଆରେ ପାଣି ନେଇ ଆସୁଥିବା ବେଳେ ଜଣେ ବୁଢ଼ୀ ତାକୁ ପାଣି ପିଇବାକୁ ମାଗିଲା l ଧରଣୀ ସଙ୍ଗେ ସଙ୍ଗେ ତାକୁ ପାଣି ପିଆଇଲା l ବୁଢ଼ୀଟି ଖୁସି ହୋଇଯାଇ କହିଲା- ମାଆ ! ତୁ ମତେ ପାଣି ପିଆଇ ମୋ ଜୀବନ ରକ୍ଷା କଲୁ l ତେଣୁ ତୁ ମତେ କ’ଣ ମାଗୁଛୁ ମାଗ ! ଏହା ଶୁଣି ଧରଣୀ କହିଲା ଶୋଷିଲାକୁ ପାଣି ପିଆଇବା ତ ମଣିଷର କର୍ତ୍ତବ୍ୟ l ତାଛଡା ତୁମେ ଜଣେ ଗରିବ ବୁଢ଼ୀl ତୁମେ ମତେ କ’ଣ ଦେବ ?

ପ୍ରକୃତରେ ସେ ବୁଢ଼ୀଟି ଛଦ୍ମବେଶୀ ପରୀ ଥିଲା l ସେ ତାର ଅସଲି ରୂପକୁ ଆସି କହିଲା- ମୁଁ ତୋତେ ଏହା ଆର୍ଶିବାଦ କରୁଛି କି ତୁ କଥା କହିବା ମାତ୍ରେ ତୋ ମୁହଁରୁ ଫୁଲ ଓ ମୁକ୍ତା ଝରିବ l ଧରଣୀ କହିଲା- ନା ନା ! ମୋର ଏସବୁ କିଛି ଦରକାର ନାହିଁ କହି ସେ ପୁଣି ଥରେ ମାଠିଆରେ ପାଣି ଭର୍ତ୍ତି କରି ଘରକୁ ଗଲା l ଏତେ ଡେରି ହେବା ଦେଖି ତାର ମାଆ ଏହାର କାରଣ ପଚାରିବାରୁ ଧରଣୀ ଭେଟିଥିବା ବୁଢ଼ୀକଥା ମାଆ ଆଗରେ କହିବା ମାତ୍ରକେ ତା ମୁହଁରୁ ଫୁଲ ଓ ମୁକ୍ତା ଖସିବାରେ ଲାଗିଲା l ଏହା ଦେଖି ତାର ମାଆ ଆଶ୍ଚର୍ଯ୍ୟ ହୋଇ ଏହା କିପରି ସମ୍ଭବ ହେଲା ପଚାରିବାରୁ ଧରଣୀ ମାକୁ ପରୀ ଦେଇଥିବା ଆର୍ଶିବାଦ କଥା କହିଲା l ତାର ମାଆ ରଜନୀକୁ ଡାକି ସେହିଭଳି ଶୋଷିଲା ବୁଢ଼ୀକୁ ପାଣି ପିଆଇ ତୋ ମୁହଁରୁ ବି ଫୁଲ ଓ ମୁକ୍ତା ବାହାରିବ କହି ପାଣି ଆଣିବାକୁ ପଠାଇ ଦେଲା l ରଜନୀ ମାଠିଆରେ ପାଣି ଭରି ଆସୁଥିବା ବେଳେ ଏକ ରୋଗିଣା ଝିଅ ତାକୁ ପାଣି ପିଇବାକୁ ମାଗିଲା l ରଜନୀ କହିଲା- ନା ! ମୁଁ କେବଳ ବୁଢ଼ୀକୁ ହିଁ ପାଣି ପିଆଇବି l ଝିଅଟି ଯେତେ କାକୁତି ମିନତି ହୋଇ ମାଗିଲା ସେ ପାଣି ନ ପିଆଇ ଗାଳି ଓ ଗୋଇଠା ଦେବାକୁ ଲାଗିଲା l ପ୍ରକୃତରେ ସେ ଝିଅଟି ଛଦ୍ମବେଶଧାରୀ ପରୀ ଥିଲା l ସେ ନିଜର ପ୍ରକୃତ ରୂପକୁ ଆସି କହିଲା- ତୁ ମତେ ପାଣି ନ ପିଆଇ ଆକାରଣରେ ଗାଳି ଗୋଇଠା ମାରିଲୁ l ତେଣୁ ତୁ କଥା କହିଲେ ତୋ ମୁହଁରୁ ସାପ ଓ ପଥର ବାହାରୁ ଥାଉ l ଏହା ଶୁଣି ରଜନୀ ଦଉଡି ଯାଇ ତା’ ମାଆ ଆଗରେ ସବୁ କଥା କହୁଥିବା ସମୟରେ ତା’ ମୁହଁରୁ ସାପ ଓ ପଥରସବୁ ବାହାରିବାକୁ ଲାଗିଲା l ଏହା ଦେଖି ମାଆ ରାଗିଜାଇ ବଡ ଝିଅ ଧରଣୀକୁ ଘରୁ ବାହାର କରିଦେଲା l

ଧରଣୀ ନିଜ ଭାଗ୍ୟକୁ ଆଦରି ଜଙ୍ଗଲକୁ ପଳାଇ ଗଲା l ଜଙ୍ଗଲର ଫଳମୂଳ ଖାଇ ଦିନ କାଟିଲା l ଦିନେ ରାଜପୁଆ ଜଙ୍ଗଲରୁ ଶିକାର କରି ଫେରୁଥିବା ସମୟରେ ଧରଣୀକୁ ଦେଖି ସବୁ କଥା ପଚାରିଲା l ଧରଣୀ ନିଜର ଦୁଃଖ କଥା କହୁଥିବା ସମୟରେ ତା’ ମୁହଁରୁ ମୁକ୍ତା ଓ ଫୁଲ ଝରିବାକୁ ଲାଗିଲା l ଏହା ଦେଖି ରାଜାପୁଅ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ, ଧରଣୀର ସମ୍ମତି ପାଇ ଦୁହେଁ ବିବାହ କରି ଖୁସିରେ ରହିଲେ l

ସେପଟେ ରଜନୀର ମୁହଁରୁ ସାପ ବାହାରୁ ଥିବାରୁ ତା’ ମାଆ ଭୟଭୀତ ହୋଇ ତାକୁ ବାଧ୍ୟ ହୋଇ ଘରୁ ବାହାର କରିଦେଲା l ରଜନୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ବାଘର ଶୀକାର ହୋଇଗଲା l


Rate this content
Log in

Similar oriya story from Children