Sanuja Meghamala

Inspirational

4.6  

Sanuja Meghamala

Inspirational

ପରିବର୍ତ୍ତନର ନୂଆ ସ୍ଵର

ପରିବର୍ତ୍ତନର ନୂଆ ସ୍ଵର

11 mins
677


ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ପ୍ରକାଶ ବାବୁ ଫେରିବା ବେଳେ କିଛି ସମୟ ପାଇଁ ଅଟକି ଯାଆନ୍ତି ପାର୍କ ପାଖ ରାସ୍ତା କଡରେ । ବହୁତ ଦିନ ହେଲା ତାଙ୍କ ଦୃଷ୍ଟିକୁ

ଭିଡ଼ି ଧରିଛି ଘଟଣାଟିଏ। ବ୍ୟସ୍ତ ବହୁଳ ଜୀବନ ଭିତରେ କର୍ମ ତତ୍ପରତା ହେଉ ବା ସମୟ ଅଭାବ କୁହନ୍ତୁ,କେଉଁଠି ଦୁଇ ଚାରି ମିନିଟ ଠିଆ ହେଇ ଯିବାକୁ ଫୁରୁସତ ନ ଥାଏ। ଯଦି କେଉଁଠି ପାଞ୍ଚ ମିନିଟ ଠିଆହୋଇକଥା ହେଲ,ସବୁ ଏପଟ ସେପଟ ,ବିଳମ୍ବ ହିଁ ବିଳମ୍ବ । ଅନେକ ସମସ୍ୟା ,ତେଣୁ ସକାଳେ କେହି ଚିହ୍ନା ପରିଚୟଙ୍କୁ ଦୂରରୁ ଦେଖି ଲୋକ ମାନେ ରାସ୍ତା ବଦଳାଇ ଦିଅନ୍ତି  ନ ହେଲେ ତଳ ମୁହାଁ ହୋଇ ଫୋନରେ ଗପି ଚାଲନ୍ତି ମିଛରେ, ୟା ଭିତରେ କୌଣସି ଅଭାବିତ ଘଟଣା ଟେ ଘଟିଯାଇଛି ଯେପରି ।କେଡ଼େସୁନ୍ଦର ଅଭିନୟନିଖୁଣ 

କଳାକାର ।


 ମୁହଁ ଅନ୍ଧାରରୁ ଘରୁ ବାହାରିଲା ବେଳେ ରାସ୍ତାରେ କେବଳ ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଓ କିଛି ପରମ ଭକ୍ତ (ଅନ୍ୟ ବାଡି ରୁ ଫୁଲ ତୋଳିବା ଅଭ୍ୟାସ ) ହିଁ ରାସ୍ତାର ଦୁଇ କଡ଼କୁ ଆବୋରି ବସିଥାନ୍ତି। କାଁ ଭଁ। କିଛି ଗାଡି ମଟର ଚଳାଚଳ କରିଥାଏ । ଦୋକାନ ବଜାର ପ୍ରାୟ ବନ୍ଦ କିନ୍ତୁ ଫେରିଲା ବେଳ କଥା ନିଆରା । କିଛି ଗହଳି ଲାଗିଥାଏ।ରାସ୍ତା କଡରେ ଖୁଚୁରା ପରିବା ବିକାଳୀ ଓ କିଛି ଜଳଖିଆ ଦୋକାନୀ ପସରା ମେଲିବା ଆରମ୍ଭ କରୁଥିବେ ।କେହି ଦୋକାନରେ ଧୂପ ଦେଉଥିବେ ତ କିଏ କିଏ ଛଣା ଛଣି ଆରମ୍ଭ କରିବେଣି ।ସେଠି ଭିଡ଼ ବି ଜମିବା ଆରମ୍ଭ ହେଇଯାଏ ଏତେ ସକାଳୁ ।କିନ୍ତୁ ଯେଉଁ ଦୃଶ୍ୟଟି ପ୍ରକାଶ ବାବୁଙ୍କୁ ଆବୋରି ବସିଛି କିଛି ଦିନ ହେଲା , ତା ହେଉଛି ସମ୍ପୂର୍ଣ୍ଣ ନିଆରା । ଛୁଆଟେ ବୟସ ୫ ରୁ ୭ ବର୍ଷ ଭିତରେ ହେବ ,ଦୁର୍ବଳ ସ୍ୱାସ୍ଥ୍ୟ ଯେମିତି ପବନରେ ଉଡିଯିବ । ଅଧା ବୋତାମ ଖୋଲା ଶାର୍ଟ୍ ଓ ଢିଲା ପେଣ୍ଟ ପିନ୍ଧିଥିବ। ଆହା ବିଚରା ! ତାର କୁନି କୁନି ହାତରେ ଝାଡ଼ୁ ମୁଠାକୁ ଦି ହାତରେ ଜାବୁଡ଼ି ଧରି ଠେଲା ଗାଡି ଚାରିପାଖ ଝାଡ଼ୁକରିବ, ବଡ଼ ରଙ୍ଗ ଡବାରୁ ପାଣିକୁ ବୋତଲ ରେ ଭରିବ ,ଚାମଚ୍ ଓ ଥାଳିଆ କୁ ସଜାଡି ରଖିବ। ଗରାଖମାନଙ୍କ ହାତକୁ ବାମ୍ଫ ବାହାରୁ ଥିବା ଗରମ ଜଳଖିଆ plateବଢ଼ାଇବା ତାର କାମ । ହାତରୁ ପଡି ଗଲେ ବାପା ଠୁ ମାଡ଼ ବି ଖାଇବ ଛୁଆଟି । ଘଡ଼ିଏ ଅଟକି ଏ ଦୃଶ୍ୟ ନିୟମିତ ଦେଖି ଦେଖି ,ପ୍ରକାଶ ବାବୁ ଙ୍କୁ ବ୍ୟସ୍ତ ଲାଗୁଥିଲା। କିନ୍ତୁ ପିଲାଟି ଫୁରସତ ପାଇଲେ ପେପରଟା ଏମୁଣ୍ଡ ସେ ମୁଣ୍ଡ ଫର୍ଦ୍ଦ ଉଠେଇ ଦେଖି ଦବ ପୁଣି ମୋଡ଼ି ମାଡି ଥୋଇଦେବ।


ଦିନେ ରବିବାର ନିଜର ନିତ୍ୟ କର୍ମ ସାରି ୧୧ ଟା ବେଳେ ଆସି ଦୋକାନରେ ହାଜର ହେଲେ, ଭିଡ଼ ପ୍ରାୟ କମିଗଲାଣି।ନିଜ ଭିତରେ  ପୁଞ୍ଜିଭୂତ ଥିବା ସମସ୍ତ ବିଦ୍ରୋହକୁ ଦୋକାନୀ ଆଗରେ ଅଜାଡ଼ି ଦେଇ କହିଲେ ଛୁଆ ମାନଙ୍କୁ କାମ କରେଇବା ଆଇନିତଃ ଅପରାଧ ତାଛଡା ତମକୁ  ଖରାପ  ଲାଗିବ। କଥା , ଛୋଟ ପିଲାଟାକୁ ବିଛଣାରୁ ଉଠେଇ ଆଣି ଏଇ କାମ କରାଉଚ ।ଏବେ ତାର ସ୍କୁଲ ଯିବା ବେଳ, ପାଠ ଦି ଅକ୍ଷର ପଢିବ ।ସେ କଥା ଭାବୁଛ ନ ନାହି। ଦୋକାନୀଟି ଆଉ ସମ୍ଭାଳି ନ ପାରି କୋହ ଭରା କଣ୍ଠରେ କହି ପକେଇଲା, ମୁହଁ କୁ ଗାମୁଛା ପୋଛି ଆପଣଙ୍କ କଥା ଠିକ୍ ସାର୍ ,କିନ୍ତୁ କୁହନ୍ତୁ ଦେଖି କେଉଁଟା ଆଗ ଦାନା ମୁଠେ ପେଟରେ ଦେଇ ବଞ୍ଚେଇ ରଖିବା ନା ପାଠ ପଢିବା ।ସ୍ବଳ୍ପ ରୋଜଗାରରେ, ପାଠ ପଢାଇବା ସ୍ଵପ୍ନ ସାର୍ । ତା  ଛଡା ଗରିବ ଛୁଆ ପାଠ ପଢି କଣ ଅଫିସର ହବ ।ଛୁଆ ବେଳୁ ଏ ସବୁ କାମ ଶିଖି ଗଲେ ବଡ଼ ହେଲେ ଦି ପଇସା କମେଇ ପାରିବ ମୁଁ ଟିକେ ନିଃଶ୍ୱାସ ମାରିବି ।ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଆଜ୍ଞା , ବୋଉ ମୋର ବାତ ମରା ରୋଗିଣୀଟେ। ତାର  ଓଷଦ ନିତି ଦରକାର,ବଢିଲା ଝିଅଟେ ଘରେ, ରୋଷେଇ ବାସ ଓ ବୋଉ କାମରେ ତା ଦିନ ସରୁଚି । ଆଜିକାଲି ତାକୁ ବାବୁ ବାହାରକୁ ଆଣି ହଉନି।କେତେବେଳେ କଉ କଥା ,କଣ୍ ଅଘଟଣ ଘଟିଯିବ କିଏ କହିବ।ମାଇପିଟା ରାତିଦିନ ଏକ କରି ଛ ଘର ପାଇଟି କରୁଚି ।ତଥାପି ଘର ଖର୍ଚ୍ଚକୁ ସବୁ ନିଅଣ୍ଟ। ଯେତେ ଖଟିଲେ ପେଟକୁ ଦାନା ଆଉ ପିଠି ପାଇଁ କନା ଯୋଗାଡ଼ ସମ୍ଭବ ହେଉନି ପାଠ ପଢା ସାତ ସପନ।ପଢେଇବାକୁ ମନ ଥିଲେ ସାହସ କଳୁନି ବାବୁ।ଖାଲି ସ୍କୁଲ ଚାଲିଗଲେ ହବନି ବହି ଖାତା କଲମ ଦରକାର। ତା ବାଦେ ଦିଦିଙ୍କ ପାଖକୁ ପଢ଼େଇବାକୁ ଛାଡ଼ିବାକୁ ପଡ଼ିବ ।ଆମେ ଗଜ ମୂର୍ଖ ଆଜ୍ଞା , ଅକ୍ଷର ଚିହ୍ନିନୁ କେମିତି ଏତେ ସବୁ ଯୋଗାଡ଼ କରିପାରିବି ବାବୁ।


ସବୁ ଶୁଣି ପ୍ରକାଶ ବାବୁ ଚିହିଁଙ୍କି ଚାହିଁଲେ, ମନେ ମନେ ଲୋକଟାକୁ ଚାରି ଚଟକଣି ପକେଇବାକୁ ଇଚ୍ଛାହେଉଥିଲା। ନିଜ ରାଗକୁ ଚାପି ବୁଝାଇବାକୁ  ଚେଷ୍ଟାକଲେ , ଦେଖ ଆଜିକାଲି ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସ୍କୁଲପୋଷାକ ଆଦି ମାଗଣା ମିଳୁଛି, ତୁମକୁ ବିଶେଷ ଖର୍ଚ୍ଚ କରିବାକୁ ପଡ଼ିବନି ପିଲା ଟିକୁ ସ୍କୁଲ ପଠେଇ ଦିଅ । କିଛି ନହେଲେ ଅକ୍ଷର ଶିଖିବ ତୁମ ଠାରୁ ସହଜରେ ହିସାବ କରି ପାରିବ। ସକାଳ ବେଳା ଦୋକାନରେ ତୁମକୁ ଯେମିତି ସହଯୋଗ କରୁଚି କରିବ, ୯ ଟା ବେଳକୁ ସ୍କୁଲ ଯିବ, ସ୍କୁଲ ରୁ ଫେରି ତୁମକୁ ଯଦି ସାହାଯ୍ୟ କରିପାରିବ କରିବ, କିନ୍ତୁ ଅଫିସ ଫେରନ୍ତା ମୁଁ ଘରକୁ ନେଇ ତାକୁ ପଢେଇବି  ଆଉ କୁଆଡେ ପଇସା ଖରଚ କରି ପଢିବାକୁ ପଠେଇବ ଦରକାର ନାହିଁ ଓ ନିଜେ ଆଣି ତୁମ ଘରେ ଛାଡ଼ି ଦେଇ ଯିବି ।ଭରସା ରଖ ଏ ଦାୟିତ୍ଵ ମୁଁ ନେଇ ପାରିବି।ତାକୁ ପଢିବାକୁ ସ୍କୁଲ ଛାଡ ! ମୁଁ ଲକ୍ଷ୍ୟ କରୁଚି କିଛି ଦିନ ହେଲା ତାର ପଢିବାରେ ଆଗ୍ରହ ଅଛି ।ଭାବି ଦେଖ ପିଲାଟି ଯେତେ ବେଳେ ବଡ଼ ହେବ ,ତୁମେ ତାକୁ ଶିକ୍ଷିତ ହେବାର ସୁଯୋଗ ବୋଲି ତୁମକୁ କେତେ ଦୋଷ ନ ଦେବ। ସେତେ ବେଳେ ଆଉ ସମୟ ନ ଥିବ। ହୁଏତ ତୁମ ପାଖରେ ପଇସା ହେଇଯିବ, ତୁମେ ସ୍ୱଚ୍ଛଳ ଜୀବନ ବିତେଇବ । କିନ୍ତୁ ଅଧ୍ୟୟନ କରିବା ଆଉ ସହଜ ହେବନି । ସବୁ ଜିନିଷ ଠିକ୍ ସମୟରେ କଲେ ସୁଫଳ ମିଳେ ।ତୁମ ଇଚ୍ଛା ! ପିଲା ଟିର ବାପା ତୁମେ ଯାହା ଉଚିତ୍ ଲାଗିବ କରିବ । ପ୍ରକାଶ ବାବୁ ବୁଲି ପଡି ଚାଲି ଯାଉଛନ୍ତି, ପିଲାଟି କଣ ବୁଝିଲା କେଜାଣି ଦୌଡ଼ି ଯାଇ ତାଙ୍କ ହାତଟିକୁ ଜୋର ରେ ଭିଡ଼ି ଧରି କହିଲା ,ବାବୁ ମୁଁ ପାଠ ପଢିବି..... ମୁଁ ସ୍କୁଲ ଯିବି। ତାକୁ ଚାହିଁ ଅଟକି ଗଲେ ପ୍ରକାଶ ବାବୁ, ଦେଖିଲେ ସେ ପିଲାଟି ମେଞ୍ଚେ ସ୍ଵପ୍ନକୁ ମୁଁହରେ ବୋଳି ପକେଇ ଯେମିତି ଖୁସି ରେ ଆତ୍ମହରା । 


ଆହା ! ପିଲାଟିର କେତେ ଆଗ୍ରହ ଦି ଅକ୍ଷର ପଢିବାକୁ।ପିଲା ଟିର ସରୁ ହାତ ଟିକୁ ତାଙ୍କ ହାତ ମୁଠାରେ ବିଶ୍ୱାସ ରେ ଚାପି ଧରି  କହିଲେ ..... ହଁ  ତୁ ନିଶ୍ଚୟ ସ୍କୁଲ ଯିବୁ। ନାଁ କଣ ବୋଲି ପଚାରିଲେ , ପିଲାଟି ତାର ନାଁ ମାନସ କହିଲା, ସେ ଏଥର ମାନସର ବାପା ( ବାଦଲ)କୁ ଟିକେ ଚଷମା ଟେକି ଚାହିଁଲେ ଓ କହିଲେ ଦେଖୁଚ ତମ ପୁଅର ପଢିବାରେ କେତେ ଆଗ୍ରହ,ତୁମେ ବାପା ହୋଇ କେମିତି ବୁଝି ପାରିନ , ସେ ଯୁଗ ଆଉ ନାହିଁ ,ଦି ଅକ୍ଷର ନ ଶିଖି ଥିଲେ ବାହାରେ କଥା ହେବାକୁ ଖରାପ୍ ଲାଗିବ ।ନିହାତି ନିଜ ନାଆଁ ଲେଖିବା ଜାଣୁ ।ପୁଅକୁ ସ୍କୁଲକୁ ପଠେଇବା ଓ ପଢେଇବା ଦାୟିତ୍ଵ ମୋର।ତୁମେ ଜମା ଚିନ୍ତା କରନି, ଖାଲି ସ୍ଵୀକୃତି ଦେଇ ଦିଅ। ବାସ୍ ଦେଖ ଆଉ ସବୁ ମୁଁ କରିବାକୁ ଚେଷ୍ଟା କରିବି। ବାଦଲ  ର ମୁଣ୍ଡ ଟୁଙ୍ଗୁରା 'ହଁ 'ଟି ତାଙ୍କୁ ବାଟ ଦେଖେଇବା ଆରମ୍ଭ କଲା, ।ଈଶ୍ୱର ଙ୍କ ଉଦ୍ଦେଶ୍ୟ ରେ ହାତ ଟେକି କହିଲେ, ପ୍ରଭୁ ଛୋଟିଆ ପ୍ରୟାସ ଟିଏ କରୁଚି ,କମ୍ ସେ କମ୍ ପିଲାଟି ହାତରେ ଝାଡ଼ୁ ବଦଳ ରେ କଲମ ଧରେଇବା ରେ ସାହାଯ୍ୟ କରନ୍ତୁ। ହୁଏତ ମାନସକୁ ଦେଖି ଆଉ କିଛି ପିଲା ଆଗେଇ ଆସିବେ ପଢିବାକୁ ।


ବାସ୍ ଏହା ପରେ ଆରମ୍ଭ ହେଇ ଗଲା ପ୍ରକାଶ ବାବୁଙ୍କ ଯୋଜନା । ଅଫିସରୁ ଛୁଟି ନେଇ ମାନସ ର ନାଆଁ ସ୍କୁଲ ର ଲେଖା ହେଲା , ତା ସହିତ ବହି,ଖାତା ସିଲଟ ,ଖଡ଼ି କଲମ ସ୍କୁଲ ବ୍ୟାଗ୍ ଆଦି ସବୁ କିଣା ହେଇ ଗଲା । ଶ୍ରୀମତୀ ରୀତା ଦେବୀ ରାଗରେ ଖାଲି ଗର ଗର ହଉଥାନ୍ତି, ଦିନେ ଦିହ ଖରାପ୍ ହେଲେ ଛୁଟି ନେବା ପାଇଁ କହିଲେ ,କେତେ କାମର ଲିଷ୍ଟ ଦେଇଦେବେ,ଯେମିତି ତାଙ୍କ ବିନା ଅଫିସଟା ମିନିଟଟେ ବି ଚାଲି ପାରିବନି। କାଲି ପରି ଲାଗୁଚି ତାଙ୍କ ବାପା ଦିହ ଦେଖେଇବାକୁ ଆସିଥିଲେ ଯେ , ଅଡିଟ ଚାଲିଛି ବୋଲି ନେଇ ପାରିଲେନି,ସେ ନିଜେ ବାପାଙ୍କୁ ସାଙ୍ଗରେ ଧରି ଡାକ୍ତର ଙ୍କ ପାଖ କୁ ଯାଇ ଥିଲେ ଆଉ ଆଜି..... ହୃଦୟ ତରଳି ଯାଉଚି, ଦେଖିବା କେତେ ଦିନ ।ବଡ଼ ବଡ଼ ସ୍ଵପ୍ନ ... ବଡ଼ ବଡ଼ କଥା .... ମାସେ ଦି ମାସେ ରେ ସଉକ ପୁରା ହେଇଯିବ । ପ୍ରକାଶ ବାବୁ ଶ୍ରୀମତୀ ଙ୍କ  ମନ କଥା ଠଉରାଇ ପାରି ତାଙ୍କୁ ବୁଝାଇ ଚାଲି ଥାନ୍ତି, ତାଙ୍କ ସହଯୋଗ ବିନା କାମ କଲେ ସଫଳ ହେବେନି ବୋଲି ଗୋଟେ ବିଧି ବଦ୍ଧ ଧାରଣା ରହିଚି । ସେ ଜାଣନ୍ତି ରୀତା ଦେବୀ ଙ୍କୁ , ......ଆଗ ଆଗ ହୋଇ ନାହିଁ କଲେ ମଧ୍ୟ ସବୁ କାମ ରେ ସହଯୋଗ କରନ୍ତି। ଅବୁଝାମଣା ତ ସବୁ ସଂପର୍କ ରେ ଥାଏ, ମାତ୍ର ଦାମ୍ପତ୍ୟ ଭିତରେ ଅଭିମାନ  ଯେତିକି ଥାଏ ବିଶ୍ୱାସ ଓ ଭଲ ପାଇବା ସେତିକି ବେଶୀ ଥାଏ।ରୀତା ଦେବୀ ଙ୍କୁ ବୁଝାଇ ସେ ମାନସ ଘର କୁ ଗଲେ ତାକୁ ନିଜ ଘରକୁ ଆଣି  ଆସିଲେ ବିଧି ବଦ୍ଧ ଭାବରେ ସ୍କୁଲ ଯିବା ପୂର୍ବରୁ ଗୋଟେ ଦୁଇଟା ଅକ୍ଷର ଶିକ୍ଷା ସହିତ କିଛି ସାଧାରଣ ବ୍ୟବ ହାର ଶିଖାଇବା ପାଇଁ। କିନ୍ତୁ ଏ କଣ?

ତାଙ୍କ ଠାରୁ ବେଶୀ ଆଶ୍ଚର୍ଯ୍ୟ ହେଲେ ପିଲା ଟିର ନିଷ୍ଠା ଦେଖି ରୀତା ଦେବୀ। ଯେଉଁଠି ପ୍ରକାଶ ବାବୁ ବସିଲେ ପିଲାଟି ଆଣ୍ଠେଇ ପଡ଼ିଲା ତାଙ୍କ ପାଖରେ । ତାକୁ ବସିବା ପାଇଁ କହି ଆଶ୍ଚର୍ଯ୍ୟ ହେଲେ ପିଲା ଭିତରେ ପଢ଼ିବା ପାଇଁ ଆଗ୍ରହ ଦେଖି ।ମନେ ମନେ  ସ୍ବାମୀ ଙ୍କୁ ଧନ୍ୟବାଦ ଦେଉଥିଲେ,ଯାହା ହେଉ ଏତେ ଦିନେ ଭଲ ପଦକ୍ଷେପ ଟେ ନେଇ ଚନ୍ତି ।ଯଦି ଗୋଟେ ପିଲା କିଛି ଶିକ୍ଷା ଓ ସଂସ୍କାର ପାଇ ପାରିଲା ତାର ପ୍ରଭାବ ସାରା ପରିବାର ଉପରେ ହିଁ ପଡ଼ିବ ।କ୍ରମଶଃ ପରିବେଶ ବଦଳିଯିବ। ପ୍ରକାଶ ବାବୁ ପିଲା ଟିକୁ ଶିକ୍ଷିତ କରାଇବାକୁ ଗୋଟେ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ।ସିଲଟ ଟାକୁ ମୁଣ୍ଡିଆ ଟିଏ ମାରି ସିଲଟ ରେ O O O ଲେଖି ପିଲାଟିକୁ ତା ଉପରେ ମଡ଼େଇ ବାକୁ କହିଲେ । ତା ପରେ ଅ... ଆ ....କେତେ ଆଗ୍ରହ .... ଲେଖିଲା ..... ଯେ.. ଲେଖିଲା... କେତେ ଥର ଆଗ୍ରହ ରେ.. ଖୁସି ରେ ... ବିନା ସଙ୍କୋଚ ରେ... ପାଖରେ ବସି ରୀତା ଦେବୀ ଦେଖୁ ଥାନ୍ତି ,ମଝିରେ ବାଧା ଦେଇ କହିଲେ ଆଜି ସେତିକି ଲେଖିବା ଥାଉ କିଛି ସାଧାରଣ କଥା ଶିଖିବା ।ବିସ୍କୁଟ ଦି ଖଣ୍ଡ ଖାଇବାକୁ ଦେଇ ରୀତା ଦେବୀ ଆରମ୍ଭ କଲେ ନିଜ ପୁଅଙ୍କୁ ଯେମିତି ଶିଖେଇଥିଲେ ସେମିତି , ବଡ଼ ମାନ ଙ୍କୁ ଗୋଡ଼ ଛୁଇଁ ପ୍ରଣାମ କରିବୁ କେହି ଡାକିଲେ ଆଜ୍ଞା କରିବୁ, ମିଛ କହିବୁନି, କୌଣସି ପିଲା ସହିତ ମାଡ଼ ଗୋଳ କରିବୁନି, ବହି ଖାତା ଚିରିବୁନି, କାହାର କୌଣସି ଜିନିଷ ଭଲ ଲାଗିଲେ   ମାଗିବୁନି କି ଲୁଚେଇ କରି ଆଣି ବୁନି । ନହେଲେ ସରସ୍ଵତୀ ମାଆ ରାଗିବେ ଆଉ ପାଠ ଦେବେନି।ସବୁଦିନ ସ୍କୁଲ କୁ ଗାଧୋଇ , ପରିଷ୍କାର ହୋଇ ଯିବୁ ।ସବୁ ଦିନେ ମନେ ରଖିବୁ।ଯେତେ ବଡ଼ ହେଲେ ମଧ୍ୟ। ତା ଭିତରେ କିଛି ସାଧାରଣ ସଂସ୍କାର ଭରିବା ଉଦ୍ଦେଶ୍ୟ ।

 ଆସନ୍ତା କାଲି ସ୍କୁଲ ଯିବା ର ପ୍ରସ୍ତୁତି ସ୍ବରୂପ ତା ବ୍ୟାଗ୍ ରେ ସମସ୍ତ ଖାତା ବହି ,କଲମ ଓ ଖଡ଼ି ସିଲଟ ପୂରେଇ ତାକୁ  ନେଇ ଘରେ ଛାଡ଼ି ଆସିଲେ ।ଜାଣି ଜାଣି ରାତ୍ରୀ ଭୋଜନ କୁ ଡାକିଲେନି, ପ୍ରଥମ ଦିନରୁ ତା ପରିବାର ଯେମିତି ଅନୁଭବ ନ କରନ୍ତୁ କେହି ଦୟା ଦେଖାଉଛି, ତାଙ୍କର ଉଦ୍ଦେଶ୍ୟ ତାର ଅର୍ଥ ନୈତିକ ଅଭି ବୃଦ୍ଧି ନୁହେଁ ବରଂ ଶିକ୍ଷିତ କରିବା। ଶିକ୍ଷା ଦ୍ଵାରା ଅଜ୍ଞତା ଦୂର କରିବା ଓ କୁସଂସ୍କାର କୁ ହଟେଇବା ।


ରାତ୍ରୀ ଭୋଜନ ସମୟରେ ସ୍ଵାମୀ ସ୍ତ୍ରୀ ଦୁହେଁ କଥା ହେଲେ ଦେଖିବା ଆଗକୁ କଣ ହଉଚି ! ପିଲାଟି ନିୟମିତ ସ୍କୁଲ ଯାଇ ପାରୁଚି କି ନାହିଁ? କିନ୍ତୁ ସେମାନଙ୍କ ର ସବୁ ସଂଶୟ କୁ ଦୂର କରି ମାନସ କେବଳ ସେ ଦିନ ନୁହେଁ , ତା ପରଠୁ ପ୍ରତିଦିନ ସ୍କୁଲ ଗଲା  ଅନେକ ବାଧା ବିଘ୍ନ ଅତିକ୍ରମ କରି ଏବଂ ନିୟମିତ ସକାଳୁ ଦୋକାନରେ ବାପାକୁ ସାହାଯ୍ୟ କରୁଥିଲା ଏବଂ ସନ୍ଧ୍ୟା ହେଲେ ଏକା ଆସି ପହଂଚି ଯାଇଥିଲା ପ୍ରକାଶ ବାବୁଙ୍କ ଘରେ ପଢିବା ପାଇଁ । ପାଠ ଗୁଡ଼ିକୁ ଖୁବ୍ ଶୀଘ୍ର ମନେ ବି ରଖି ପାରୁଥିଲା । ଯେମିତି ତାକୁ  ପଢିବା ବ୍ୟତୀତ ଆଉ କିଛି ଦେଖା ଯାଉ ନ ଥିଲା। ବିଦ୍ୟା ଅଧ୍ୟୟନ ର ଆଗ୍ରହ ଓ   ଅବି ଚଳିତ ନିଷ୍ଠା ତାକୁ ବାଟ କଢ଼େଇ ନେଉଥିଲେ ଅଧିକରୁ ଅଧିକ ପଢିବା ପାଇଁ।ମାନସ ର  ପଢିବା ର ରୁଚି ଦେଖି ଉଭୟ ପ୍ରକାଶ ବାବୁ ରୀତା ଦେବୀ ଖୁସି ହେଉଥିଲେ ଏବଂ ମହାପୁରୁଷ ଙ୍କ ଜୀବନୀ ଓ ନୈତିକ ଶିକ୍ଷା ପୁରାଣ ମହାଭାରତ ,ରାମାୟଣ ର ସଂକଳିତ ଗପ ବହି ଆଣି ପଢି ତାକୁ ଶୁଣାଇଥିଲେ, ଓ ମଝିରେ ମଝିରେ ପଚାରୁ ଥିଲେ କେତେ ମନେ ରଖିଚି ଓ ବୁଝି ପାରୁଚି ବୋଲି। କ୍ରମଶଃ ବିଦ୍ୟାଳୟ ରେ ମାନସ ଏକ ଆଦର୍ଶ ଛାତ୍ର ରୂପେ ଗଣା ହୋଇପାରିଛି  ଅଳ୍ପ କେତେ ବର୍ଷ ରେ ।ସମୟ ଗଡି ଚାଲିଛି , ୟା ଭିତରେ ଆଉ କିଛି ଅର୍ଥନୈତିକ ଦୁର୍ବଳ ପିଲା ବି ଆସି ପଢି ବସୁଚନ୍ତି ତାଙ୍କ ପାଖରେ ।  ତାଙ୍କୁ ସହାୟତା କରନ୍ତି ଧର୍ମ ପତ୍ନୀ ବଡ଼ ଆଗ୍ରହ ରେ। ଦୁଇ ଜଣ ଙ୍କ ଲକ୍ଷ୍ୟ ଯେମିତି ଏକ । କି ସୁନ୍ଦର ବୁଝାମଣା ! ପ୍ରତି ଦିନ ପିଲା ମାନଙ୍କ ପାଇଁ କିଛି ହାତ ତିଆରି ଜଳ ଖିଆ କରନ୍ତି ରୀତା ଦେବୀ ଆଉ କେବେ କେବେ  ପୁନିଆଁ ପରବ ଓଷା ବାହା ଭଲ ମନ୍ଦ ଦିନରେ ପିଲାମାନଙ୍କ ପାଇଁ ଭୋଜନ ର ଆୟୋଜନ । କାହା ଠାରୁ କାଣି କଉଡ଼ି ଟିଏ ଗ୍ରହଣ କରନ୍ତି ନାହିଁ, ବରଂ ଛୁଆମାନଙ୍କ ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଅନ୍ତି ପାଠ ସରଞ୍ଜାମ ନିଜର କିଛି ବ୍ୟକିଗତ ଖର୍ଚ୍ଚ କଟା କଟି କରି। ଲକ୍ଷ୍ୟ କେବଳ ଗୋଟିଏ କୌଣସି ଗୋଟିଏ ଶିଶୁ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ ନ ହେଉ।ସରକାରୀ ସ୍ତର ରେ ମିଳୁଥିବା ସମସ୍ତ ପ୍ରୋତ୍ସାହନ ର  ତଥ୍ୟ ସବୁ ପରିବାର ରେ ପହଞ୍ଚୁ ।


ମାନସ ଭଲ ପାଠ କେବଳ ପଢି ସଫଳତା ପାଇଛି ତା ନୁହେଁ ମଣିଷ ପରି ମଣିଷ ଟିଏ ହେବାର ସବୁ ଲକ୍ଷଣ ତାର ଅଛି ଯେପରି ଭଦ୍ର ,ମାର୍ଜିତ, ସେପରି ପରିଶ୍ରମୀ କଷ୍ଟ ସହିଷ୍ଣୁ ଓ ଉଦାର ,ବୁଦ୍ଧି ବିବେକ ପରିପୂର୍ଣ୍ଣ ସରଳ ହୃଦୟ ର ଅଧିକାରୀ । ଅନେକ ତାର ସ୍ଵଭାବ ପାଇଁ ତାକୁ ପ୍ରଶଂସା କରନ୍ତି ।ବିଦ୍ୟାଳୟ ରେ ସେ ଏକ ଆଦର୍ଶ ଛାତ୍ର ରୂପେ ପରିଗଣିତ।ଅନ୍ୟ ପିଲା ମାନେ ତାକୁ ଦେଖି ଶିଖୁଛନ୍ତି ମଧ୍ୟ ସେତିକି ରେ ରୀତା ଦେବୀ ଖୁସି ହୁଅନ୍ତି ।ଯାହା ହଉ ଛୁଆଟା ମାର୍ଜିତ ଓ ଶୃଙ୍ଖଳିତ ,ଯାହା କହିଲେ ମାନେ।ତାର ପ୍ରଶଂସା ରେ ଉତ୍ଫୁଲିତ ହୁଅନ୍ତି ସେ। ଯାହା ହେଲେ ବି ମାନସ ଉପରେ ନିଜ ମାତୃତ୍ଵ ର ସ୍ନେହ ଅଜାଡ଼ି ଆଦର ଯତ୍ନ ରେ ବଢାଇଛନ୍ତି। ପ୍ରକାଶ ବାବୁଙ୍କ ସେବା ପ୍ରବୃତ୍ତି କୁ ସହଜରେ କିଛି ଅସହିଷ୍ନୁ  ଗ୍ରହଣ କରି ପାରିନାହାଁନ୍ତି ସୁଯୋଗ ଖୋଜି ଯାଇ ବାଦଲକୁ କହିଲେ ଦେଖ....    । ପ୍ରକାଶ ବାବୁ ବେପାର ଚଲେଇଚନ୍ତି, ୟା ଭିତରେ ତାଙ୍କ ଚାକିରି ସରି ଗଲାଣି ତମ ପୁଅ କୁ ଦେଖେଇ ପିଲା ମାନଙ୍କୁ ଆଣି ଶିକ୍ଷା ଦେଇ ଭଲ ଦି ପଇସା ରୋଜଗାର କରୁଛନ୍ତି । ତୁମ ପୁଅ ଟା ନଷ୍ଟ ହେଇଯିବ,ପାଠ ନା ଧରୁନି ଓଲଟା ସେଇ ପିଲା ମାନଙ୍କୁ ପଢଉଚି, ନିଜ ସମୟ ନଷ୍ଟ କରୁଛି । ଆଉ କି ପାଠ ପଢିବା!! ଏ ସବୁ କଥାକୁ ବିଶ୍ୱାସ ନକରି ବରଂ ସେମାନଙ୍କୁ ପାଲଟା ଜବାବ ଦେଇ ଦିଏ ବାଦଲ । ଜାଣେ ବାବୁ ତା ପୁଅ ପାଇଁ କଣ କରିଛନ୍ତି ଓ କରୁଛନ୍ତି ମଧ୍ୟ ଏମିତି କେହି ନିଜର ଆତ୍ମୀୟ ବି କରିବେ ନାହି ।ପୁଅକୁ ତାର ଏହି ଅଶିକ୍ଷା ରୂପକ ଅନ୍ଧାରୀ ଗଳି ରୁ ବାହାର କରି ଶିକ୍ଷା ର ଆଲୋକ ଦେଖେଇଚନ୍ତି ,ସେ ଆଜି ଭଲ ମନ୍ଦ ,ଭୁଲ୍ ଠିକ୍ ର ବିଚାର କରି ପାରୁଚି , ନ ହେଲେ ତା ପରି ସେ ମଧ୍ୟ ଏମିତି ଖରା ବର୍ଷା କାକର ରେ ଠେଲା ଗାଡି ରେ ଜଳଖିଆ ବିକୁ ଥାଆନ୍ତା ।ଏତେ ଦିନ ବେପାର କରି ମଧ୍ୟ ତା ଅବସ୍ଥା ଯେମିତି ଥିଲା ସେମିତି ,ପୁଅ ଟା ଘାଣ୍ଟି ହଉଥନ୍ତା । ପୁଅ ପାଠ ପଢ଼ାରେ ଆଜି ପର୍ଯ୍ୟନ୍ତ ସେ ପଇସା ଟେ ବି ଖର୍ଚ୍ଚ କରିନି। ଆଜି ମାଟ୍ରିକ ପାସ୍ କରି କଲେଜ ରେ ପଢିଲାଣି। ସେହି ବାବୁମାନଙ୍କୁ ଶୁଣେଇଦିଏ , ଜାଣିନ କି ବାବୁ ସେଦିନ ସାମ୍ବାଦିକ ମାନଙ୍କର କେତେ ଭିଡ଼ ମୋ ଦୋକାନ ପାଖରେ ହେଲା ।କାହା ପାଇଁ ? କେବଳ ତାଙ୍କରି ପାଇଁ ନ ହେଲେ  ମୁଁ କିଏ? ମୋ ପୁଅ ର ପାଠ କେଉଁଠି?। ଆପଣ ମାନେ ଜଣନ୍ତିନି ନିଜ ଖର୍ଚ୍ଚ କାଟି ସେ ଆମ ଛୁଆଙ୍କୁ ସ୍କୁଲ ଦେଖେଇଚନ୍ତି ନ ହେଲେ ପାଠ ଆମ ପାଇଁ ସପନ। ଦିଅଁ  ଗୁରୁଜୀ ଙ୍କୁ(ପ୍ରକାଶ ବାବୁ) କୋଟି ପରମାୟୁ ଦେଇ ଥାଆନ୍ତୁ ସେ ଆମ ପରି ଗରିବ ଗୁରୁବା ଙ୍କ ଛୁଆଙ୍କୁ ବାଟ କଢ଼େଇ ନିଅନ୍ତୁ ।ସେପଟେ ପ୍ରକାଶ ବାବୁ ବାହାରେ ରହୁଥିବା ନିଜ ପିଲା ମାନେ ଆସିଲେ ସମୟ ଦେଇ ପାରନ୍ତିନି ଏମିତିକି ସେମାନେ ଡାକିଲେ ମଧ୍ୟ ଯାଉନାହାନ୍ତି ବୋଲି ଅଭିମାନ ତାଙ୍କର  ।   କଣ ମିଳୁଛି କେଜାଣି ?ଆମଠୁ ବାପାମାଆ ସେ ପିଲା ମାନଙ୍କୁ ବେଶୀ  ଭଲ ପାଉଛନ୍ତି ,ପ୍ରକାଶ ବାବୁ, କିଛି ନ କହି ନୀରବ ରହିଲେ ବି ରୀତା ଦେବୀ ଉତ୍ତର ଦିଅନ୍ତି ତୁମ ପାଖରେ ମାସେ ଦି ମାସ ରହି ଆସିବୁ ,ତୁମେ ମାନେ ସବୁବେଳେ ବ୍ୟସ୍ତ, ସମୟ ନାହିଁ କଣ କରିବୁ ସେଠି କୁହ ! ବସି ବସି ଖାଦ୍ୟ ହଜମ ହେବନି କିନ୍ତୁ ଏମାନଙ୍କ ସହିତ ସମୟ ଭଲରେ ଯାଉଚି ରାତି ଦିନ ଜଣା ପଡୁନି। ଦିହ ପା ଖରାପ ହେଲେ ତମ ପାଖକୁ ଯିବୁ।  ସେତେ ବେଳେ ସେବା କରିବ ବ୍ୟସ୍ତ କାହିଁ ହେଉଛ? । ହାତ ଗୋଡ ଚଳୁଛି ନିଜ କାମ କରି ପାରୁଚୁ । କଥା ନ କହି କେତେ ସମୟ ପାଟି ଚୁପ୍ କରି ବସିବୁ କୁହ ? ତୁମେ ତ ଯିଏ ଯାହା କାମରେ ଯିବ ଆମକୁ ଜଗି ବସିବ ....ଛୁଆ ମାନେ ତାଙ୍କ ଆଗେ ଯୁକ୍ତି ରେ ହାରି ଯାନ୍ତି ଆଉ କୁହନ୍ତି ଯାହା ଭଲ ଲାଗୁଚି କର । ପିଲା ମାନଙ୍କ ସହିତ ଗୋଟେ ପ୍ରକାର ସାଲିସ ହେଇ ଯାଏ । ଏମିତି ବୁଝେଇକି ଜମା କହି ପାରନ୍ତିନି ପ୍ରକାଶ ବାବୁ।।ପତ୍ନୀ   ଙ୍କ ଆଡ଼କୁ ଚାହିଁ ଭାଵ ବିହ୍ୱଳ ହୋଇ ପଡନ୍ତି ସେ ।କେତେ ବୁଝନ୍ତି ରୀତା ଦେବୀ ତାଙ୍କୁ ନ କହିବା ଆଗରୁ ମନ କଥା ଜାଣି ନିଅନ୍ତି। ସାରା ଜୀବନ କାଟି ଦେଲେଣି ଏମିତି ତ୍ୟାଗ ଆଉ ସହଯୋଗ ରେ। ସତରେ କଣ ଛୁଆ ମାନଙ୍କୁ ଦେଖିବାକୁ ତାଙ୍କ ପାଖକୁ ଯିବାକୁ ମନ ହୁଏନି। ତାଙ୍କର ତ ଇଚ୍ଛା ହୁଏ, କେମିତି ପିଲାମାନେ ତାଙ୍କ ଘର ସଂସାର ଚଳାଉଛନ୍ତି ଦେଖିବାକୁ ।କିନ୍ତୁ ଗୋଟେ କର୍ତ୍ତବ୍ୟ ବୋଧ ଓ ସାମାଜିକ ଦାୟିତ୍ଵ ତାଙ୍କୁ ବାନ୍ଧି ରଖିଚି। ଏଟା ତାଙ୍କ ରୁଚି ,କେହି ବାଧ୍ୟ କରିନି କରିବାକୁ।


କିନ୍ତୁ ରୀତା ଦେବୀ ଙ୍କ ଉତ୍ତର ଅତି ସରଳ ।ଛୁଆମାନେ ଘର ସଂସାର କଲେଣି, ଚାକିରୀ ରେ ବ୍ୟସ୍ତ,ସେମାନେ କଣ ଆସି ଚାରି ଛ ଦିନରୁ ବେଶୀ ରହୁଛନ୍ତି।ଆମେ ବୁଢ଼ା ବୁଢୀ ଯାହା ମନ ହେଲା କରିବା ଖାଇବା।ପିଲା ମାନଙ୍କ ଉପରେ ବୋଝ ହେବା ନି ।ପଢେଇଲେ ଖୁସି ଲାଗୁଚି ତା ସହିତ ମୋ ଛୁଆ ଙ୍କ ପିଲା ଦିନର ଛବି ଆଖି ଆଗରେ କାଲି ପରି ନାଚି ଯାଉଚି ।ଛୁଆ ମାନେ ସବୁବେଳେ ଏମିତି ଛୋଟ ଥାନ୍ତେ କି ପାଖରୁ ଦୂର ହୁଅନ୍ତେନି।


            କୌଣସି ସରକାରୀ ପ୍ରୋତ୍ସାହନ ବା ସମ୍ମାନ ତାଙ୍କର ଉଦ୍ଦେଶ୍ୟ ନୁହେଁ,କେବଳ ଶିକ୍ଷିତ ଓ ଭଲ ମଣିଷ ହେବେ ବସ୍ତି ର ଏହି ପିଲା ମାନେ ,ମଣିଷ ପରି ବଞ୍ଚି ବେ କୁପଥକୁ ଯିବେ ନାହିଁ ଏତିକି ମାତ୍ର ଲକ୍ଷ୍ୟ । କେବଳ ପଢ଼େଇବା ଅର୍ଥ ନୁହେଁ ଦି ଘଣ୍ଟା ସମୟ ଅତିବାହିତ କରିବା ପା କେତିକି ଗ୍ରହଣ କରୁଛନ୍ତି ବଡ଼ କଥା ହେଲା ସକାଳ ୭ ଟା ରାତି ,୯ ଟା ପର୍ଯ୍ୟନ୍ତ ପିଲା ଙ୍କ ପାଠ ଦେଖନ୍ତି। ଯେଉଁ ପିଲା ଯେତେ ବେଳେ ଆସିଲା।କେତେ ପିଲା ନୂଆ ଆସି ତାଙ୍କ ପାଖରେ ପଢୁଛନ୍ତି, କେତେ ଅଧାରୁ ପାଠ ଛାଡୁଛନ୍ତି, ମାନସ ପାଇଁ ତାଙ୍କର ସ୍ଵତନ୍ତ୍ର ଦୁର୍ବଳତା। ଏବେ ତାଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ ହେଲା ପରି ଅନୁଭବାକରୁଚନ୍ତି,ମାନସ ସର୍ବ ଭାରତୀୟ ସ୍ତର ରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ ପ୍ରଥମ ୧୦ ଜଣ ଙ୍କ ଭିତରେ ରହି ତାଙ୍କ ପାଇଁ ଗର୍ବ ର କାରଣ ହୋଇଛି। ଆଜି ସମ୍ବାଦ ପତ୍ର  ଶିରୋନାମା ର ମୁଖ୍ୟ ବିଷୟ ହେଉଛି ମାନସ । ସବୁଠି ବାହାରିଛି ପଢିବା ପାଇଁ ତା ସଂଗ୍ରାମ ର କାହାଣୀ  ।କିନ୍ତୁ ପରଦିନ ଯେତେ ବେଳେ ପେପର ପଢ଼ିଲେ ନିଜର ଅଶ୍ରୁ କୁ ରୋକି ପାରିଲେ ନାହିଁ ପ୍ରକାଶ ବାବୁ।ତାର କୃତିତ୍ୱ ର ସମସ୍ତ ଶ୍ରେୟ ସେ ଦେଇଥିଲା ତାଙ୍କୁ ଓ ରୀତା ଦେବୀ ଙ୍କୁ।(ଗୁରୁମା)। ପ୍ରଥମ ଥର ପାଇଁ ସେ ମୁକ୍ତ ଭାବରେ ସ୍ୱୀକାର କରିଥିଲା, ତ ଜୀବନ ରେ ଯଦି ଗୁରୁଜୀ ଆସି ନ ଥାନ୍ତେ ତାହେଲେ ସେ ଆଜି ବି ଫୁଟ ପାଥ ରେ ବୁଲୁ ଥାଆନ୍ତା । ତାର ପରମ ସୌଭାଗ୍ୟ ଇଶ୍ଵରରୂପୀ ଗୁରୁଜୀ ଙ୍କ ସହିତ ତାର ଭେଟ ହେଲା ,ଗୁରୁମା ଙ୍କ ତ୍ୟାଗ ,ଆଦର୍ଶ ,କର୍ତ୍ତବ୍ୟ ବୋଧ, ସରଳ ଜୀବନ ଯାପନ ,ବିଶ୍ୱାସ ଓ ଆତ୍ମୀୟତା ପାଇଁ ଆଜି ସେ ଏତିକି ପଥ ଅତିକ୍ରମ କରିପାରିଛି।


        ପ୍ରକାଶ ବାବୁ ବହୁତ୍ ଖୁସି ଅଛନ୍ତି ,ମାନସ ତାଙ୍କ ସ୍ଵପ୍ନ କୁ ବ୍ୟର୍ଥ ହେବାକୁ ଦେଇନି।ବରଂ ଆଶା ଠାରୁ ବି ଅଧିକ କରି ଦେଖେଇଛି । ରୀତା ଦେବୀ ସଫଳତା ରେ ଖୁସି ହେଲେ ମଧ୍ୟ ମାନସ ଏବେ ଏ ସହର ଛାଡ଼ିବ ହଷ୍ଟେଲ ରେ ରହିବ ସେ ନେଇ ବିବ୍ରତ। ତା ପଢିବା ଓ ରହିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରୀତା ଦେବୀ।ପ୍ରକାଶ କରିପାରୁ ନାହାନ୍ତି ନିଜ ମନ ଭିତର କୋହ ,ପିଲାଟା ପାଞ୍ଚ ପିଲାଙ୍କ ସାଙ୍ଗରେ କେମିତି ଚଳିବ, ରହିବ କିଛି ଅସୁବିଧା ହେବନି ତ ।ଆଜି ପର୍ଯ୍ୟନ୍ତ ଖରା ବର୍ଷା ଶୀତ କାକର, ଘନ ଝଡ଼ ରାତି ଦିନ ଟେ ବି ତାର ଆସିବା  ବନ୍ଦ ,ହେଇନି ଡେରି ହେଲେ ଦଶ ଥର ବାଲ କୋନି ରୁ ରାସ୍ତା କୁ ଚାହୁଁ ଥିବେ। ଅନ୍ୟ ମାନଙ୍କ ପ୍ରତି ସେତିକି ଲଗାବ୍ ନାହିଁ। ନିଜ ଛୁଆ ମାନେ ଘର ଛାଡ଼ିଲା ପରେ ମାନସ ଯେମିତି ସେ ଜାଗା ଟା ମାଡ଼ି ବସିଚି,ଦିନ ରାତି ଏକ କରିଛନ୍ତି ସ୍ଵାମୀ ଙ୍କ ସହିତ ସେ ମଧ୍ୟ ।

ଚିଡ଼େଇ ବାକୁ ଯାଇ ପ୍ରକାଶ ବାବୁ ଆରମ୍ଭ କଲେ, କହିଲେ କଣ କହୁଚ ଆମେ ବି ମାନସ ସହିତ ସିଫ୍ଟି କରି ଯିବା ।ମୋର ତ ଚାକିରି ବାକିରି ନାହିଁ, ସେଠି ଆରାମ ରେ ରହି ଯାଇ ପାରିବା। ଖାଲି ଯାହା ଘର ଖଣ୍ଡେ ଦେଖିବା। ବୁଝିଲ ଶ୍ରୀମତୀ ଏତେ ମାୟା ଭଲ ନୁହେଁ, ତାର ବାପା ମା ଅଛନ୍ତି,ସମ୍ପୂର୍ଣ୍ଣ ପରିବାର ର ଦାୟିତ୍ଵ ତାର ।

ସମ୍ପର୍କ ସେମିତି ଥାଉ, ମାତୃ ସୁଲଭବନ୍ଧନ ରେ ବାନ୍ଧି ଦିଅନା।ଅଣ ନିଶ୍ୱ।ସୀ ହେଇଯିବ କିଛି କହିପାରୁ ନ ଥିବ । ତାକୁ ଖୋଲା ଆକାଶ ରେ ପକ୍ଷୀ ପରି ଉଡିବାକୁ ଛାଡ ।ସେ ତା ଆଖି ରେ ଦୁନିଆ ଦେଖୁ ଆମର ଯାହା କର୍ତ୍ତବ୍ୟ ଥିଲା କରିବାକୁ କଲେ , ଯେତିକି ପାରିଲେ, ହେଳା କରିନେ। ଏବେ ତାକୁ ଆର୍ଥିକ ସାହାଯ୍ୟ ଯାହା କରିପାରିବା କରିବା ନହେଲେ ଋଣ କରି ପଢିବ ।ଆଉ ତା ଉପରେ ଅଧିକାର ସାବ୍ୟସ୍ତ କରନି। ଏବେ ଏ ଗୋଟିଏ ପିଲା ରେ ଆମ ଦାୟିତ୍ଵ ସରିବନି ବରଂ ସଂକଳ୍ପ କରିବା ଆଗକୁ ବଢ଼ି ଆଉ ନୂଆ ମାନସ ମାନଙ୍କୁ ଗଢି ତୋଳିବାକୁ । ।କାରଣ ଖୋଜି ବାହାର କରିବା କାହିଁକି ଅଧା ପାଠ ପଢି ପିଲାମାନେ ବହିରେ ଡୋରି ବାନ୍ଧିଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେବା ମାନସ ର ଉଦାହରଣ ଦେଇ ଆଗକୁ ବଢ଼ିବାକୁ। ଏତିକି ରେ ହାତ ବାନ୍ଧି ବସି ପଡ଼ିଲେ ହବନି,ବରଂ ଭାଵ ଏତିକି ସଫଳତା ଆଗକୁ ଅଧିକ ଶିଶୁ କିପରି ଶିକ୍ଷିତ ହେଇ ପାରିବେ ଆମଠୁ ଆଶା ରଖୁଛି,ନହେଲେ ଆମେ ସ୍ବାର୍ଥ ସର୍ବସ୍ବ ହୋଇଯିବା ଶ୍ରୀମତୀ । ରୀତା ଦେବୀ ପ୍ରକୃତିସ୍ଥ ହୋଇ କହିଲେ ତୁମେ ଠିକ କହୁଛ  କ୍ଷଣିକ ମାୟା ରେ ମୁଁ ବିହ୍ଵଳିତ ହୋଇଥିଲି। ଏବେ ମୁଁ ବୁଝିଛି ମୋର କର୍ତ୍ତବ୍ୟ କୁ। ଆମର ଗୋଟିଏ ଲକ୍ଷ୍ୟ ହେବ ଶିକ୍ଷା ଅପହଞ୍ଚ ଇଲାକା ରେ ଶିକ୍ଷା କୁ ସାର୍ବଜନୀନ କରିବା।



Rate this content
Log in

Similar oriya story from Inspirational