ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପରିବର୍ତ୍ତନ

ପରିବର୍ତ୍ତନ

4 mins
7.6K


ରୀମା ଜଲ୍‌ଦି ଜଲ୍‌ଦି ଅଳ୍ପ କିଛିଖାଇ ମନିପର୍ସ, ମୋବାଇଲ୍‌ଧରି ଅଫିସ୍‌କୁ ବାହାରି ପଡ଼ିଲା। ଶ୍ରୀକାନ୍ତଜୀଙ୍କ ଲୁକ୍‌କାୟିତ ଭାବନାର ଦୃଷ୍ଟିରୀମାର କାର ପୋଟିକରୁ ବାହାରକୁ ଯିବା ପର୍ଯ୍ୟନ୍ତ ଅପେକ୍ଷା ପରେ ଶାନ୍ତାଜୀଙ୍କୁଡାକ ଛାଡ଼ିଲେ। ସେ ରୋଷେଇ ଘରୁକାନିରେ ହାତ ପୋଛିପୋଛି ବାହାରକୁଆସିଲେ।

‘‘ଶାନ୍ତା, ମୁଁ ଭାବୁଛି ବୋହୂକୁ ଆଜି ଖାଇବା ପସନ୍ଦ ଆସିନାହିଁ। ଏବେ ବିଚାରୀ ସଂଧ୍ୟା ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବ। ତମେ କାହିଁକିତା’ ପସନ୍ଦର ତରକାରି ଟିକିଏ ରାନ୍ଧିଦଉନ? ସକାଳୁସଂଧ୍ୟା ପର୍ଯ୍ୟନ୍ତ କାମକରିଏପରି ଭୋକରେ ରହିଲେ ବେମାର ପଡ଼ିଯିବ।’’ ଶ୍ରୀକାନ୍ତଜୀଙ୍କ ବୋହୂ ପ୍ରତି ଏପରି ଚିନ୍ତିତ ହେବା ଦେଖିଶାନ୍ତାଜୀଙ୍କ ତନ, ମନ ନିଆଁରେ ଜଳିଉଠିଲା। ‘‘ଆ-ହା-ହା! କେତେ ସହାନୁଭୂତିଗେଲ ବୋହୂପ୍ରତି। କାହିଁଏତେ ବର୍ଷ ବିତିଗଲା ମୋ ପାଇଁତ କେବେ ଟିକିଏ ଚିନ୍ତା ନ ଥିଲା। ଆରେ ତା’ ଘର, ତା’ର ‘ବାଇ’ ଅଛି। ଯାହା ଇଚ୍ଛା ରୋଷେଇ କରିଖାଉ। ମୋର କ’ଣ ଅଛି...? ମୁଁତ ଚାରିଦିନ ପରେ ଚାଲିଯିବି। ସେ ଜାଣେ ତା’ ଘର କାମ ଜାଣେ।’’ ହାତ

ହଲେଇ ହଲେଇ ଶାନ୍ତାଜୀ ଏପରିକହିବା ଦେଖି, ଶ୍ରୀକାନ୍ତଜୀ ସେ ଏପରି କହିବେ ବୋଲିବିଶ୍ୱାସ କରିନ ଥିଲେ। କି ଆଶ୍ଚର୍ଯ୍ୟ! ଶାନ୍ତାଜୀ ମଧ୍ୟ ଈର୍ଷାବଶତଃ ଏପରିକହୁଥିବାରୁସେ ତତ୍‌କ୍ଷଣାତ୍‌ ନିଜକୁ ସମ୍ଭାଳିନେଲେ। ‘‘ମୁଁତ ରୋଷେଇ କରିଦେବି। କିନ୍ତୁଆମେ ତ କିଛିଦିନ ପାଇଁଆସିଛୁ। ପରେ ତାକୁତ ସେଇ ବାଇଠୁ ଖାଇବାକୁ ହେବନା।’’

ଶ୍ରୀକାନ୍ତଜୀ କହିଲେ, ‘‘ନା, ସେ କଥା ନୁହଁ। ଆମେ ଯେତେ ଦିନ ଏଇଠିଅଛୁ ତମେ ଟିକିଏ ଭଲ ରନ୍ଧାବଢ଼ା କର ଓ ସେଇ ବାଇକୁଶିଖେଇଦିଅ ଯେପରି ବୋହୂଓ ଅବିଆରାମରେ ଖାଇପାରିବେ। କିନ୍ତୁତମେ ଯଦିଚାହୁଁନା.....’’

ଶ୍ରୀକାନ୍ତଜୀ ବଲ୍‌ଟିକୁତାଙ୍କ ପାଲରେ ପକେଇ ଦିଅନ୍ତି। ଏତିକିରେ ଶାନ୍ତାଜୀ ପତିଙ୍କ ଇଚ୍ଛା ଅନୁସାରେ କାମରେ ଲାଗିଯାଆନ୍ତି। ରାତ୍ରିଭୋଜନ ପାଇଁବାଇକୁଶିକ୍ଷା ଦେଉଥିବା ଦେଖିଶାନ୍ତାଜୀଙ୍କ ହୃଦୟକୁ ଜିଣିଯାଇଛନ୍ତି ବୋଲି ଆନନ୍ଦ ଓ ଗର୍ବଅନୁଭବ କରନ୍ତିଶ୍ରୀକାନ୍ତଜୀ। ଶାନ୍ତାଜୀ ଦିନକ ପୂର୍ବରୁକିଛିପୁସ୍ତକ ଆଣିବାକୁକହିଥିଲେ ଓ ପାଇ ନ ଥିଲେ। ସେଦିନ ଅବିଓ ରୀମା ବିଳମ୍ବିତ ରାତିରେ ଘରକୁଫେରିଲେ। ଶାନ୍ତାଜୀ ଘର ବାରଣ୍ଡାରେ ରୋଷେଇ ଘରେ ଖୋଜିଖୋଜି କୌଣସି ପୁସ୍ତକ ନ ପାଇ ସେମାନଙ୍କ ଉଠିବା ପର୍ଯ୍ୟନ୍ତ ଅପେକ୍ଷାରେ ରହିଲେ କାଳେ ତାଙ୍କ ଶୋଇବା ଘରେ ଥିବ। ଅବିଉଠିରୋଷେଇ ଘରକୁଚା’ କରିବାକୁଯିବା ସମୟରେ ତାଙ୍କୁଶାନ୍ତାଜୀ ଧରିପକାଇଲେ।

‘‘ଓ..ଓ ମା’ ବହୁତ ରାତିହେଲା ତ’’ ଶୁଣିବା କ୍ଷଣିଖୁବ୍‌ ଜୋର୍‌ରେ ରାଗ ଆସିଗଲା। କିନ୍ତୁ, ବୋହୂଶୁଣିଲେ ଖରାପ ହେବ ଭାବିଚୁପ୍‌। ସଂଯମ ସ୍ୱରରେ କହିଲେ, ‘‘ଠିକ୍‌ଅଛି, ଆଜିଆଣିବୁ।’’ ଅବିକହିଲା, ‘‘ମା’ ଜିବି ଆଣିପାରିବି ନାହିଁ। କାରଣ ରୀମାର ଦେହ ଟିକିଏ ଅସୁସ୍ଥ ଅଛି। ଆସିବା ବେଳେ ଡାକ୍ତରଙ୍କ ପରାମର୍ଶନେବ।ିଆଉ ସେ

ଦୋକାନଟିଅନ୍ୟ ଦିଗରେ।’’ ଶାନ୍ତାଜୀ ଆଉ କିଛିକହିବା ପୂର୍ବରୁଶ୍ରୀକାନ୍ତ କହିଲେ, ‘‘ତମେ ମତେ କାହିଁକି

କହିଲନି। ମୁଁନିତିସଂଧ୍ୟାବେଳେ ମୋ ବନ୍ଧୁଙ୍କୁସାକ୍ଷାତ କରିବାକୁଯାଏ। ସେଠାରୁତ ନେଇ ଆସିଥାନ୍ତି, ଆଜିମୁଁ ଆଣିଦେବି।’’ ଏହାପରେ ଘରେ ଯେମିତିଏକ ଅନ୍ଧକାରର ଛାୟା ସୃଷ୍ଟିହୋଇଗଲା। ପରେ ପରେ ଅବି ଚା’ ତିଆରି କରି ବେଡ୍‌ରୁମ୍‌କୁ ଗଲା। ଦୁହେଁକ’ଣ ଫୁସୁର ଫୁସୁର କଥାବାତ୍ର୍ତା ହେଲେ। ବୋଧହୁଏ ଘରର କିଛିକାମ ମା’ କରିବା ପୂର୍ବରୁ କରିବାକୁରୀମାକୁଅବିକହୁଥିଲା। ରୀମା ଉଠିସମସ୍ତଙ୍କ ପାଇଁଜଳଖିଆ ଆଦି ପ୍ରସ୍ତୁତ କଲା ଓ ସେମାନେ ଖାଇ ଅଫିସ୍‌କୁ ବାହାରିଲେ। ଅବିକହିଲା, ‘‘ବାପା, ମୁଁସନ୍ଧ୍ୟାବେଳେ ମା’ଙ୍କ ପୁସ୍ତକ ଆଣିଦେବି।’’

ପର ଘରେ ଅନ୍ଧକାର ମଧ୍ୟରେ ବିଜୁଳିର ଏକ ଚମକପ୍ରଦ ରେଖା ଟାଣି ହୋଇଗଲା। ଶ୍ରୀକାନ୍ତଜୀ ଗର୍ଜିଉଠିଲେ, ‘‘ତମେ ବିବଡ଼ ଆଶ୍ଚର୍ଯ୍ୟ ଧରଣର ସ୍ତ୍ରୀ। ଆରେ, ତାଙ୍କର କେତେ ଦାୟିତ୍ୱପୂଣ୍ର୍ଣକାମ। ସେଥିରେ କ’ଣ ତୁମର ପୁସ୍ତକ ନିତାନ୍ତ ଆବଶ୍ୟକ? ମୁଁଆଣିଥାନ୍ତିକିମ୍ବା ଡାକରେ ମଗେଇଥାନ୍ତି। କାଲିପୁଣିଅବି କେଉଁଦୂର ସ୍ଥାନକୁଯାଉଛି।’’ ପୁଅ ବୋହୂଙ୍କୁ ସମର୍ଥନ କରିବାଟା ଶାନ୍ତାଜୀଙ୍କୁ ଆଦୌ ପସନ୍ଦ ନ ଥିଲା। ସେ କହିଲେ, ‘‘ଆରେ, ତା’ର କ’ଣ ଅସୁବିଧା ଯେ ଅବିତାକୁଡାକ୍ତରଖାନା ନେବ। ଜଳଖିଆ ଖାଇ ଯାଇଛି। ଏପରିକିମୋ ପୁଅ ଚା’ ତିଆରିକରି ଆଣିଲେ ପଉଛି । ବରଂ ମୋ ଶରୀର ଅସୁସ୍ଥ। ଆଣ୍ଠୁରେ ଦରଜ ଏପର୍ଯ୍ୟନ୍ତ ଉପଶମ ହୋଇନାହିଁ। ଘରର ସବୁକାମ ମୋ ଭରସାରେ ଛାଡ଼ିପର୍ସହ ଲେଇ ହଲେଇ କାରରେ ଚାଲିଯାଉଛନ୍ତିମହାରାଣୀ ।’ ‘‘ତମେ ବିଶାନ୍ତା, ସବୁକାମ ସାରିତ ସେ ଯାଉଛି। ଏବେ ତ ବାଇ ଆସି ସଫାସୁତୁରା ଓ ବାକିକାମ କରିଦେବ।’’ ‘‘ମୋତେ ସେକଥା କହନି। ମୁଁମୋ ଜୀବନସାରା ହାତଗୋଡ଼ ହଲାଇ ଏଡ଼େ ବଡ଼ ପରିବାର, ଶାଶୂ, ଶ୍ୱଶୁର, ନଣନ୍ଦ, ଦିଅର, ଦେଡ଼ଶାଶୂ, ଶ୍ୱଶୁର ପୁଣି ପିଲାଛୁଆଙ୍କ କପଡ଼ା ଲତା ସବୁତ ଏକା ଧୋଉଥିଲି, ବାକିସବୁକାମ ତ ଏକା କରୁଥିଲି। ଏପରି ନୁହଁକି ଫଟ୍‌କରି ବଟନ୍‌ ଦବାଇ କପଡ଼ାଲତା ଧୋଉଥିଲି। ମିକଶ୍ଚର ମେସିନରେ ର୍ଘ‌ର୍‌ କରିମସଲା ପିଠଉ ବାଟିଦେଉଥିଲି। ସବୁ ଖାଦ୍ୟପେୟ ଚୁଲିରେ ହିଁତ କରୁଥିଲି। କ’ଣ ମାଇକେ୍ରାଓଭେନ୍‌, ଇଣ୍ଡକ୍‌ସନ୍‌ ଚୁଲା ଥିଲା କି? ଏତେ କଲା ସତେ୍ତ୍ୱ ମୋ ପ୍ରତିତମର ଟିକିଏ ଚିନ୍ତା ଥିଲା କି?’’ ‘‘ମାନୁଛିଶାନ୍ତା, ତୁମ ପ୍ରତିଅସହିଷ୍ଣଥିଲି। ଏବେ କ’ଣ ଭୁଲ୍‌ର ସମାଧାନ ହୋଇପାରିବ ନାହିଁ? ଆରେ ଭାଇ ସେତେବେଳର ଦୁନିଆ ଆଉ ଆଜିର ଦୁନିଆ ଭିତରେ ଆକାଶ ପାତାଳ ଫରକ। ସେତେବେଳେ ଆମେ ଏକାନ୍ନବତ୍ର୍ତୀ ପରିବାରରେ ରହୁଥିଲେ। ସମସ୍ତଙ୍କର ସୁଖଦୁଃଖ, ଖାଦ୍ୟପେୟ, ବସ୍ତ୍ରର ତଦାରଖ କରୁଥିଲେ। ଆଜିତ ଏମାନେ କେଡ଼େ ବଡ଼ ବଡ଼ ନଗରୀରେ ଏକାକୀ ରହୁଛନ୍ତି। କେହିକାହାକୁସକାଳୁରାତିପର୍ଯ୍ୟନ୍ତ ଦେଖାଦେଖିନାହିଁ, ପଇସା ଅଛି, ଖଚ୍ର୍ଚକରିବାକୁସମୟ ନାହିଁ। କାମରେ ଘଣ୍ଟା ଘଣ୍ଟା ବୁଡ଼ି ରହୁଛନ୍ତି। କିଏ ହୋଟେଲ୍‌ରେ ଖାଇଲେ ତ କିଏ କ’ଣ ଟିକିଏ ଆଣିଖାଇ ଦଉଛନ୍ତି। ସେ ବାଇ ଯାହା କଲେ ସେଥିରେ ସନ୍ତୁଷ୍ଟ। ଯଦିସେମାନେ ଦୁହେଁପରସ୍ପର ଖୁସିସେଥିରେ କ’ଣ ଆମର ଖୁସିନାହିଁ? ତାଙ୍କର ପ୍ରଶଂସାରେ ଆମେ ଗର୍ବକରିବା ନା ଈର୍ଷା?’’

ବୋଧହୁଏ ଏହା ଥିଲା ପ୍ରଥମ ଅବସର, ଯେତେବେଳେ ଶ୍ରୀକାନ୍ତଜୀ ଗମ୍ଭୀରତା ସହ କିଛିକଥା ବୁଝାଉଥିଲେ ଓ ଶାନ୍ତାଜୀ ପ୍ରତିକ୍ରିୟା ବିହୀନ ଚୁପ୍‌ଚାପ୍‌ଶୁଣୁଥିଲେ । ସନ୍ଧ୍ୟାବେଳେ ଅବିମା’ଙ୍କ ପୁସ୍ତକ ଆଣିଦେବା ପରେ ବିତାଙ୍କର ଖୁସିନ ଥିଲା। ତାଙ୍କର ନିରବତା ଘରର ସମସ୍ତଙ୍କୁଆଶ୍ଚର୍ଯ୍ୟ କରିଦେଇଥିଲା । ଅବିକୁତିନିଦିନ ପାଇଁବାହାରକୁଯିବାର ଥିଲା ବୋଲିସେ ଦିନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲାପ୍‌ଟପ୍‌ରେ କାମ କରିବାକୁପଡ଼ିଥିଲା। ରୀମା ତା’ର ଜିନିଷପତ୍ର ଭର୍ତ୍ତିକରିଏୟାରପୋର୍ଟରେ ଛାଡ଼ିଆସିଥିଲା । ସେଇଠୁଶାନ୍ତାଜୀ ସବୁଦିନ ପରିସକାଳୁବଡ଼ିଭୋରରୁଉଠିଚା’ ତିଆରି କରିବା ସହ ରୀମାକୁଚା’ ଦେବା ପାଇଁ ତା’ ବେଡ୍‌ରୁମକୁଗଲାବେଳେ

ଦେଖିଲେ ସେ ହାଲିଆ ହୋଇ ପଲଙ୍କରେ ପଡ଼ିରହିଛି। ଧୀର ସ୍ୱରରେ ପଚାରିଲେ ‘‘କ’ଣ ହେଲା ଝିଅ।’’

‘‘ମା’ କେତେଦିନ ହେଲା ସକାଳେ ବ୍ରସ୍‌କରିଆସିଲେ ଅବଶ ଲାଗୁଛିଓ ପଲଙ୍କରେ ପଡ଼ିଯାଉଛି। ଅବିମୋ ପାଇଁଚା’, ବିସ୍କୁଟ୍‌ ଆଣିଲେ ଖାଇଲା ପରେ ଟିକିଏ ଆରାମ ଲାଗୁଛି।’’ ଡାକ୍ତରଙ୍କୁ... କହିଜିଭ କାମୁଡ଼ିଦେଲେ ଶାନ୍ତାଜୀ। ମନକୁମନ କହିଲେ ‘‘ଓ, ସେଥିପାଇଁଅବିସମୟ ଅଭାବରୁରୀମାକୁଦେଖାଇ ପାରିନ ଥିଲା ଓ

ବାହାରକୁଚାଲିଗଲା। ଠିକ୍‌ ଅଛି। ଆଜିମୁଁତୋତେ ସନ୍ଧ୍ୟାରେ ଡାକ୍ତରଙ୍କ ପାଖକୁନେବି। ମୋତେ ତ ଖୁସିର ଖବର ଭଳିଆ ଜଣାପଡୁଛି...।’’ ତାଙ୍କର ଖୁସିର ଉତ୍ସାହ ଦ୍ୱି’ଗୁଣିତ ହୋଇଗଲା। ରୀମା ଏ ସମସ୍ତ ଦେଖିଆଶ୍ଚର୍ଯ୍ୟ। ମମି, ଆମେ କାଲିଗୋଟିଏ ପେ୍ରାଜେକ୍ଟ କାମରେ ବ୍ୟସ୍ତଥିବାରୁମୋତେ ନିସେ୍ତଜ ଲାଗିଲା ଓ ଶୋଇ ରହିଲି। ଆଜି

ଫେରିଲା ବେଳେ ଡାକ୍ତରଙ୍କ ସହ ପରାମର୍ଶକରିଆସିବିଯେ, ମା’ ଯାହା ଭାବୁଛନ୍ତିସେ ତାହା ଚିନ୍ତା କରିନାହିଁ। ‘‘ଆଚ୍ଛା, ଆ, ମୁଁତୋ ପାଇଁଚା’, ବିସ୍କୁଟ୍‌ଆଣୁଛ। ତୁ ବିଶ୍ରାମ କର।’’ ‘‘ମମି, ମୁଁତିଆରିକରିଦେବି। ମୋତେ ଟିକିଏ ଆରାମ ଲାଗିଲାଣି।’’ ‘‘ନା, ନା, ତୁଥା। ମୁଁଥିବା ପର୍ଯ୍ୟନ୍ତ ତୁକିଛିକରିବୁନି। ଏମିତିବିମୁଁତ ଖାଲିଟାରେ ବସିଛି।’’ ରୀମାକୁଖାଇବାକୁଦେଇ ଅଫିସ୍‌କୁପଠାଇଲେ। ସତର୍କତା ବାଣୀ ଶୁଣାଇ ବାଇକୁବିଭିନ୍ନ କାମରେ ସାହାଯ୍ୟ କଲେ ଓ ସନ୍ଧ୍ୟାବେଳେ ରୀମାକୁଅପେକ୍ଷା କରିବାକୁଲାଗିଲେ ଶାନ୍ତାଜୀ। ଶ୍ରୀକାନ୍ତ ବାବୁଏ ବୁଦେଖିକିଛିବିକହିବାକୁସାହସ କରିନ ଥିଲେ। କେଉଁ ଜ୍ୱାଳାମୁଖୀ ଭିତରେ ଭିତରେ ବିସେ୍ଫାରଣ କରୁଛିକିଛିଭାବିପାରିଲେ ନାହିଁ। ରୀମା ଆସିଗଲା ମାତ୍ରକେ ଶାନ୍ତାଜୀ ପଚାରିଲେ ‘‘ଡାକ୍ତର କ’ଣ କହିଲେ ଝିଅ?’’ ‘‘ଡାକ୍ତର? ଆରେ , ମୁଁତ ଯିବାକୁଭୁଲିଗଲି, ମମି।’’ ‘‘ହଉ ହଉ, ତୁଚା’ ପିରହ। ମୁଁପିଲାକୁକହିଟେକ୍ସିଅଣାଉଛି। ଏବେ ତୁ ଫେରିଛୁ। କାର୍‌ନେଇ ଯାଇପାରିବୁନାହିଁ ।’’ ତାଙ୍କର ସନେ୍ଦହ ଠିକ୍‌ଥିଲା। ରୀମା ଦୁଇମାସର ଗର୍ଭବତୀ, ଡାକ୍ତର ଦୁଇମାସ ସମ୍ପୂଣ୍ର୍ଣବିଶ୍ରାମ ନେବା କହିଛନ୍ତି। ଏଥିରେ ଖୁସିସହିତ ଟିକିଏ ଚିନ୍ତାର ରେଖା ଟାଣିହୋଇଛିମନରେ। ଘରକୁଫେରିଉତ୍ସାହର ସହିତ, ‘‘ଆରେ, ମୁଁତ ପ୍ରଥମରୁହିଁକହିଛି। ଏ କାଳ ସକାଳରେ ସୂର୍ଯ୍ୟକିରଣରେ ପାଚିନାହିଁରେ ମା’। ତୁଚୁପ୍‌ଚାପ୍‌ ଶୋ। ମୁଁକେଶର, ଅଳାଇଚ ପକାଇ ଚା’ ଆଣୁଛି...। ଆଉ ତମେ ଚୁପ୍‌ଚାପ୍‌ଦେଖୁଛ କ’ଣ? ଏ ବ୍ୟାଗ୍‌ନେଇ ବଜାରକୁଯାଇ ଫଳମୂଳ, ଭଲ ଘିଅ କେଶର ଆଦିଆଣ। ଲଡୁ, ଜୁସ୍‌କରିବାର ଅଛି। ତମେ ତମର ଛୁଟିକିଛିଦିନ ବଢ଼ାଇ ଦିଅ। ବୋହୂର ଖାଇବା, ପିଇବା, ରହିବା ସବୁ ବନେ୍ଦାବସ୍ତ କରିହିଁଯିବାକୁପଡ଼ିବ।’’ ମମିଙ୍କ ଏ ଅବସ୍ଥା ଦେଖିରୀମା ମୋବାଇଲ୍‌ବଟନ୍‌ଟିପିଲା ଅବି ପାଇଁ। ଏପଟେ ମମିଙ୍କ ପାଟି ଯେମିତି ଚାଲୁଛି, ତା’ଠୁ ବେଶି ହାତ ଗୋଡ଼ ଚାଲୁଛି। ଶିଡ଼ିରୁ ଓହ୍ଲାଇଲାବେଳେ ଶ୍ରୀକାନ୍ତଜୀ ଭାବୁଥିଲେ, ବଡ଼ ଆଶ୍ଚର୍ଯ୍ୟ! ଶାନ୍ତାଜୀଙ୍କ ଆଣ୍ଠୁଦରଜ କୁଆଡ଼େ ଛୁମନ୍ତର। ଠିକ୍‌ ଯେପରିଗୋଟିଏ ଲମ୍ବ ରେଖା ପାଖରେ ଆଉ ଏକ ବଡ଼ ରେଖା ଟାଣିଦେଲେ ପ୍ରଥମଟି ତା’ଠୁ ଛୋଟ ପଡ଼ିଯାଏ। ଶ୍ରୀକାନ୍ତଜୀ ଭାବୁଥିଲେ, ଶାନ୍ତାଜୀଙ୍କ ଏପରି ହାବଭାବ ଦେଖି ମନେହେଲା ସତେ କିତାଙ୍କର ଜେଜେମା’ ହେବାର ଉତ୍ସାହ ଥିଲା।

ମୁଁ ବୁଝିପାରିନ ଥିଲି। ଯାହା ବିହେଉ ତାଙ୍କର ପରିବର୍ତ୍ତନ ସୁଖଦ ଥିଲା।


Rate this content
Log in

Similar oriya story from Classics