STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ପରଘର

ପରଘର

3 mins
572

    ଦୁନିଆଁର ଶ୍ରେଷ୍ଠ ସୃଷ୍ଟି ନାରୀ ବୋଲି କୁହାଯାଏ , କାହିଁକି ନା ଆଉ ଗୋଟିଏ ଜୀବନ ସୃଷ୍ଟି କରିବାର କ୍ଷମତା ତା ପାଖରେ ଅଛି ।

  ନାରୀର ଜୀବନକୁ ଯଦି ପ୍ରଥମରୁ ଦେଖିବା ତେବେ କଣ ସହଜ ଲାଗିବ ତା ଜୀବନାଟା ?

  ସବୁ ଘରେ ନହେଲେ ବି ଅଧିକାଂଶ ଘରେ ଛୋଟ ବେଳଠୁ ଝିଅକୁ ଆକଟ ।ତୁ ପରା ଝିଅ ପିଲା,ଏମିତି ଚାଲି ଶିଖ,ଏମିତି କଥା କହ,ଏମିତି ବସ,ସେମିତି ହସ ଇତ୍ୟାଦି ଇତ୍ୟାଦି .......।

   ଯେତେ ପାଠ ପଢ଼ି ଚାକିରୀ କରିଲେ ବି ତାକୁ କୁହାଯାଏ ତୁ ପର ଘରର ସମ୍ପତ୍ତି ।

ସେହି ଦିନରୁ ହିଁ ଝିଅର ମନ ଭାଙ୍ଗିଯାଏ ।ଜନ୍ମ ହୋଇଥାଏ ଘରଟି ତାର ନୁହେଁ ଜାଣି ମନ ମରିଯାଏ । ହେଲେ କଣ କରିବ ଏ ତ ଦୁନିଆଁର ନିୟମ ।

   ତାପରେ ସମୟ କ୍ରମେ ପଠାଇ ଦିଆଯାଏ ଶାଶୁଘରକୁ ।

ଯେତେ ଯାନି ଯୌତୁକ ଆଣୁ କି ଯାହା କରୁ ପ୍ରତ୍ୟେକ ଦିନ ଯୌତୁକ ନିମନ୍ତେ ଶାଶୁ , ଶ୍ୱଶୁରଠୁ , ନଣନ୍ଦଙ୍କଠୁ ଶୁଣିବାକୁ ମିଳେ କଠୋର କଥା ଯାହାକି ଛାତିରେ କ୍ରୁଶ ବିଦ୍ଧ କରିଦେଲା ପରି ଲାଗେ ।ତଥାପି ସବୁ ସହିଯାଏ ।

  ଭାବେ ବାପା ମା ତ କହିଛନ୍ତି ଯିଏ ଯାହା କହିଲେ ବି ସହିଯିବୁ କାରଣ ସେଇଟା ତୋର ନିଜର ଘର ।

  ନିଜ ଘରକୁ ଯେତେବେଳେ ନିଜର କରିବାକୁ ଲାଗେ କେହି ବି ପାଦ ଆଗକୁ ବଢାନ୍ତିନି ବରଂ ପାଦରେ କୁରାଢୀ ଘାତ ମିଳେ ।

  ସବୁଦିନ ଶୁଣିବାକୁ ମିଳେ -- ତୋ ଘରୁ ତୁ ଏଇଟା ଶିଖିନୁ ?

ସେଇଟା ଶିଖିନୁ ? ତୋ ଘର ଲୋକେ ତୋତେ କିଛି ଶିଖେଇ ନାହିଁ  ।

ଏ ତୋ ଘର , ତୋ ଘର ଶୁଣି ସେ ଜାଣି ପାରେନି କଣ ବୁଝିବ ।

ବାପା ମା କହୁଛନ୍ତି ଶାଶୁଘରଟା ତୋ ଘର ହେଲେ ଏଇଠି କହିବେ ତୋ ଘରୁ (ବାପ ଘରୁ) କିଛି ଶିଖିନୁ ।

ତେବେ ତା ଘର କେଉଁଠି । କିନ୍ତୁ ସେହି ସ୍ଥାନରେ କାହିଁ ତା ନଣନ୍ଦକୁ ତ ଶିଖା ଯାଏନି କି ଏଇଟା ତୋ ଘର ନୁହେଁ କି ଶିଖା ଯାଏନି କି ଶାଶୁଘରଟା ତୋ ଘର ।

କାହିଁକି ପୁଅଟେ କୁ କୁହାଯାଏନି ଏଇଟା ବାପ ଘର ବୋଲି ,କେବଳ ଘର ବୋଲି କାହିଁକି କୁହାଯାଏ ....?

ଯଦି ଶାଶୁ ଘରଟା ନିଜର ତେବେ ଏଇଠି ମନ ଖୋଲି କାହାକୁ କଥା କାହିଁକି କହି ହୁଏନି....?

ପ୍ରତ୍ୟେକ କଥାରେ ଭୁଲ କାହିଁକି ବଛା ଯାଏ ... ?

ଆଗୁଆ ଖାଇ ପାରେନା ।

ଜୋରରେ କଥା କହି ପାରେନା ।

ମନ ଖୋଲି ହସି ପାରେନା ।

 କିଛି ପାଇଁ ତାକୁ ସ୍ୱାଧୀନତା ନଥାଏ ।

ଶାଶୁ ଘରର ବୋହୁଟେ ହୋଇଗଲା ପରେ ବାପଘରର ଏରୁଣ୍ଡି ପାରେଇ କିଛି ବି ଜିନିଷକୁ ଆଗ ପରି ଛୁଇଁ ଦେବାକୁ ସାହସ ହୁଏନି ।ସବୁ ଜିନିଷରେ ମାପି ଚୁପି ଚାଲିବାକୁ ମନ ହୁଏ ।

ବାପଘରେ ଯେତେବେଳେ ବାପା ମା କୁହନ୍ତି କି, ଏ ଘର ଏଥର ତୋ ଭାଉଜର , ତୁ କେବଳ ଦୁଇ ଦିନର କୁଣିଆ । ଯାହା ଦରକାର ଆଉ ଇଚ୍ଛା ମୁତାବକ ଆଉ କହିବାକୁ ଇଚ୍ଛା ହୁଏନା ।ସ୍ୱାଭିମାନ ବାଧା ଦିଏ । ଶାଶୁ ଘରର କଷ୍ଟ କହିବାକୁ ଇଚ୍ଛା ଥିଲେ ବି ମନ ମାରି ରହିଥାଏ କାରଣ ସେ ବାପା ,ମା ମନରେ ଦୁଃଖ ଦେବାକୁ ଚାହେଁନା । ମନରେ ଭାବେ ସେଇଟା ପରା ନିଜ ଘର ତେବେ ସେ କଥା ଆଉ କେଉଁଠି କେମିତି ରହିବି ।

ବାପଘରେ  ଟିକିଏ ବେଶୀ ଦିନ ରହିଗଲେ ମାଡି ମାଡି ପଡେ ।

ବାପଘର ବି ଲାଗେ ସେତେବେଳେ ଶାଶୁଘର ପରି ।

ଜାଣି ବି ପାରେନି କେଉଁଟି ତାର ଘର ।

ବାପଘର ତ କେବେ ବି ନୁହେଁ କାରଣ ଗୋତ୍ର କାଟି ପଠେଇ ଦେଇଛନ୍ତି ଆଉ ଗୋଟିଏ ଘରକୁ ।

ସାଥିରେ ଏ କଥା ବି କହିଥାନ୍ତି - ଆଜି ତୋର ଯେଉଁ ଘରକୁ ସବାରୀ ଉଠିଲା,ସେଉଠୁ ତୋର ଶବ ଉଠିବ ।

ତେଣୁ ଯଦି ଏ ଘର ତାର ତେବେ ଟିକିଏ କାମ ବିଳମ୍ବରେ ସ୍ୱାମୀ କହିଦିଏ , ମୋ ଘର ପାଇଁ ତୁମ କର୍ତ୍ତବ୍ୟ ଜାଣି ପାରୁନ ବୋଧେ  ?

ଇତ୍ୟାଦି ...ଇତ୍ୟାଦି ...ଇତ୍ୟାଦି ....

ତେବେ ସେ ଘର କଣ ଖାଲି ସ୍ୱାମୀର ସେ ସ୍ତ୍ରୀର ନୁହେଁ  ?

କେହି କାହିଁକି ବୁଝନ୍ତିନି କି ନିଜର ଜନ୍ମିତ ମାଟିକୁ ଛାଡି ଆସିଛି ଏ ଘରକୁ ନିଜର କରିବାକୁ ।

ବାପ ଘରୁ ଶୁଣେ ସେ ପରଘର ସମ୍ପତ୍ତି ଆଉ ଶାଶୁ ଘରେ ଶୁଣେ ସେ ପରଘରର ଝିଅ ।

ଏ ପର ଘର ଆଖ୍ୟା ଭିତରେ ସନ୍ତୁଳି ଉଠେ ନାରୀ ଟିର ମନ । କୁହୁଳି ଉଠେ ଭିତରଟା ।ଲୁହକୁ ଗରଳ ପରି ପିଇଯାଏ ସେ । ଦୁଃଖ ସବୁ ଖାଲି ରାତିରେ ପାଣି ଧାରରେ ବହିଯାଏ ତକିଆ ଉପରେ ।ପୁଣି ଥରେ ସକାଳରେ ଲାଗିଥାଏ କାମରେ । କିଛି ଅପମାନ , କିଛି ଅପବାଦ, କିଛି ଗାଳି , କିଛି ଧିକ୍କାରରେ ଭରିଯାଏ ତା ଝୁଲି । 

ପରଘର ଠେଲା ଠେଲି ଭିତରେ କେବଳ ଜୀବନକୁ ଅତିବାହିତ କରି ଚାଲେ ମନର ସବୁ କୋହକୁ ମନରେ ହିଁ ଚାପି ଧରି.............।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy