Sunanda Mohanty

Abstract Drama Children

3  

Sunanda Mohanty

Abstract Drama Children

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
120


  ପ୍ରେମର ସଂଜ୍ଞା କାହା ପାଇଁ କଣ ହୋଇପାରେ ,କାରଣ ସମାଜରେ ବଂଚିଥିଲା ବେଳେ ନିଜ ଚତୁପାର୍ଶ୍ଵ ର ପ୍ରତ୍ୟକ ଟି ସଜୀଵ ଓ ନିର୍ଜୀଵ ପ୍ରତି ଥାଏ ପ୍ରେମ ,ଆଉ ସେ ପ୍ରେମର ଗଭୀର ଗୁଢ ତତ୍ୱ ନଜାଣି ଦୁନିଆଁ ପଡିଛି ,ଭାଲେଣ୍ଟାଇନ ପାଳନରେ ,ଆଉ ପ୍ରେମ ସପ୍ତାହରେ ଅନ୍ତତଃ ଗୋଲାପ ଫୁଲ ଟେ ଦେଇନି ବୋଲି କାଲିଠୁ ସ୍ତ୍ରୀ ,ହାଣ୍ଡିପରି ମୁଁହ କରିଛନ୍ତି ,ତ କିଛି ଗୋଟାଏ କରିବି ଭାବିଲା ବେଳକୁ ପୁଅ ଝିଅ ଦଉଡି ଆସିଲେ ପାଖକୁ ଆଉ କହୁଥିଲେ ବାପା କିଛ ପଇସା ଦିଅ ,କେବେ କିଛି ପଇସା ମାଗୁନଥିବା ପିଲାଙ୍କୁ କିଛି ଦେଲା ପରେ ବଜାର ଚାଲିଗଲି l

ଭଲ ପ୍ୟାକେଟ ଟିଏ ହାତରେ ଧରି ଫେରିଲା ବେଳକୁ ନିଜ ଘରର ରୂପରେଖ ଦେଖି ଚମକି ପଡିଲି ,ନିଜ ପରିସର ଭିତରେ ଥିବା ଉପକରଣ କୁ ନେଇ ସୁନ୍ଦର ଭାବେ ସଜା ଯାଇଛି ଡ୍ରଇଂ ରୁମ ଟି ,ଆଉ କୁନି କୁନି ହାତରେ ଲେଖା ଯାଇଛି ପିତା ମାତା ପୂଜନ ଦିବସ ,ତ ପୁଅ ଝିଅ ଭିଡ଼ିନେଇଗଲେ ମତେ ,ସ୍ୱାଗତ ସଂଗୀତ ,ଚନ୍ଦନ ସିନ୍ଦୁର ଦେଇ ,ମାଆ ,ବାପାଙ୍କ ପାଦ ତଳେ ପଡି ଫୁଲ ଦେଇସାରିଲା ପରେ ଝିଅ ଗୋଟେ ଟ୍ରେ ରେ ଛୟାଳୀଶ ଟି ମହମ ବତୀ ସଜାଇ ଜାଳିବାକୁ କହୁଥିଲା ,ତ ସଂଖ୍ୟା ଟି ଦେଖି ଆଉ ମହମ ବତୀ ଜାଳିବାର ଉଦେଶ୍ୟ ବୁଝି ପାରୁନଥିଲି ତ ଝିଅ କହୁଥିଲା ,ଆଜିକୁ ଦୁଇବର୍ଷ ତଳେ ,ଦୁଇହଜାର ଉଣେଇଶ ରେ ଫୁଲୱାମା ରେ ଦେଶର ଜବାନମାନେ ଦେଶ ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିଲେ ନା ବାପା !

ସ୍ତ୍ରୀଙ୍କ ପାଇଁ ଆଣିଥିବା ଶାଢ଼ୀ ତ ସେ ଏ ଭିତରେ ପିନ୍ଧି ସାରିଥିଲେ ,ଆଉ ମୁଁ ମୋ ପୁଅ ଝିଅଙ୍କ ପାଇଁ କିଛି ଆଣିନଥିଲି ତ ଦୁହିଁଙ୍କୁ କୋଳକୁ ନେଇ ଢେରସାରା ଆଶୀର୍ବାଦ ଦେଇ ଚାଲିଥିଲି l


Rate this content
Log in

Similar oriya story from Abstract