Papu parida

Tragedy inspirational others

4.4  

Papu parida

Tragedy inspirational others

ପ୍ରେମର ପଞ୍ଜୁରୀ

ପ୍ରେମର ପଞ୍ଜୁରୀ

4 mins
209


     ବହୁ ବର୍ଷ ତଳେ ସୁଦୂର ଏକ ରାଜ୍ୟରେ ଏକ ସୁନ୍ଦରୀ ରାଜକୁମାରୀ ଥିଲେ । ସ୍ଵଭାଵ ତାଙ୍କର ସରଳ, ସୁନ୍ଦର ଓ ସାବଲୀଳ ଥିଲା । ତାଙ୍କ ପାଖରେ ଏକ ସୁନା ତିଆରି ପଞ୍ଜୁରୀଟିଏ ଥିଲା । ରାଜକୁମାରୀଙ୍କ ଅନୁସାରେ ତାଙ୍କ ପଞ୍ଜୁରୀରେ ଯେଉଁ ପକ୍ଷୀଟିଏ ରହିବ ସେ ସ୍ୱଇଚ୍ଛାରେ ଆସି ରହିବ । ସେ ଉକ୍ତ ପକ୍ଷୀଟିକୁ ସବୁ ପ୍ରକାର ସୁବିଧା ଯୋଗାଇଦେବେ । ଯେହେତୁ ପକ୍ଷୀ ଏକ ଉନ୍ମୁକ୍ତ ପ୍ରାଣୀ, ବହୁ ଚେଷ୍ଟା ପରେ ମଧ୍ୟ କୌଣସି ପ୍ରାଣୀ ଉକ୍ତ ପଞ୍ଜୁରୀରେ ରହିବା ପାଇଁ ଚାହୁଁନଥିଲେ । ଏଥିପାଇଁ ରାଜକୁମାରୀ ଦୁଃଖ ଓ ବିଳାପରେ ନିଜ ଜୀବନ କାଟୁଥିଲେ ଓ ସବୁ ଦିନ ଏକ ପକ୍ଷୀର ଅପେକ୍ଷାରେ ମନ ମାରି କାନ୍ଦୁଥିଲେ । ଏତି ମଧ୍ୟରେ କିଛି ଦିନ ବିତିଗଲା । 

   କିଛିଦିନ ପରେ ଉକ୍ତ ରାଜ୍ୟକୁ ଏକ ସୁନ୍ଦର ପକ୍ଷୀ ଉଡ଼ି ଉଡ଼ି ଆସି ପହଞ୍ଚିଲା । ତା ରୂପ, ଗୁଣ, ଗାୟିକି ଚାତୁରୀ ପାଇଁ ସେ ସବୁ ଲୋକଙ୍କ ମନ ଜିଣିବାର ଶକ୍ତି ନିଜ ମଧ୍ୟରେ ସାଇତି ରଖିଥିଲା । ଉକ୍ତ ପକ୍ଷୀଟିର ନାମ ଥିଲା #ପରିବର୍ତ୍ତନ । ନିଜ ସାଙ୍ଗ ମେଳରେ ଉଡ଼ିଗଲା ବେଳେ ସେ କିଛି ସମୟ ପାଇଁ ରାଜଉଆସ ଛାତ ଉପରେ ବିଶ୍ରାମ ନେଲା । ସେହି ସମୟରେ ସେ ଦେଖିଲା ଯେ ରାଜଉଆସ ମଧ୍ୟରେ ରାଜକୁମାରୀ ମନ ମାରି କାନ୍ଦୁଛନ୍ତି ଏବଂ ପାଖରେ ସୁନା ପଞ୍ଜୁରୀଟିର କବାଟ ଖୋଲା ହୋଇ ରହିଛି । କିଛି ସମୟର ଅନୁଧ୍ୟାନ ପରେ ପରିବର୍ତ୍ତନ ସବୁ କଥା ଜାଣିପାରିଲା । ପରିବର୍ତ୍ତନ ପାଖରେ ଖୋଲା ଆକାଶର ସ୍ୱାଧୀନତା ଓ ବିଶ୍ୱସାରା ବୁଲିବୁଲି ନିଜ ରୂପ ସୌନ୍ଦର୍ଯ୍ୟ ଦେଖାଇବାର ସୁଯୋଗ ଥିଲା । କିନ୍ତୁ ରାଜକୁମାରୀଙ୍କ ଆଖିର ଲୁହ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଥିଲା । ତେଣୁ ସେ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଛାଡ଼ି ପଞ୍ଜୁରୀର ଅନ୍ଧକାର ଦୁନିଆକୁ ଆପଣେଇନେବାର ନିଷ୍ପତ୍ତି ନେଲା । ତା ଭିତରେ ସୁନା ପଞ୍ଜୁରୀର ମୋହ ନଥିଲା, ସେ କେବଳ ରାଜକୁମାରୀଙ୍କ ସରଳତା, ଦୁଃଖ, ପ୍ରେମର ନିଆଁରେ ତରଳି ଯାଇଥିଲା । କିନ୍ତୁ ସେ ବୋଧହୁଏ ଜାଣି ନଥିଲା ଏହା ତାର ଜୀବନର ସବୁଠୁ ବଡ ଭୁଲ ହୋଇପାରେ । 

  


    କିଛିଦିନ ରାଜକୁମାରୀଙ୍କ ସହ ହସଖୁସିରେ ଗାଈ ଗାଇ ଦିନ କଟିଗଲା । ଏବେ ରାଜକୁମାରୀଙ୍କ ମନରେ ସେ ଦୁଃଖ ନଥିଲା । ରାଜକୁମାରୀଙ୍କ ସୁନ୍ଦରତା ଓ ଚପଳତା ଧୀରେ ଧୀରେ ବହିବାକୁ ଲାଗିଲା । କିଛି ବର୍ଷ ପରେ ରାଜକୁମାରୀଙ୍କ ମନରୁ ଦୁଃଖର କଳା ବାଦଲ ସମ୍ପୂର୍ଣ୍ଣ ରୂପେ ହଟିଯାଇଥିଲା । ଏଣୁ ପରିବର୍ତ୍ତନ ନିଜ ସାଙ୍ଗମାନଙ୍କ ପାଖକୁ ଉଡିଯିବାର ପ୍ରସ୍ତାବ ରଖିଲା । କିନ୍ତୁ ରାଜକୁମାରୀ ଉକ୍ତ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ରାଜକୁମାରୀ ପୁଣିଥରେ ଶୋକ ଜର୍ଜରିତ ହୋଇ ଉଠିଲେ । ଏଣୁ ବାଧ୍ୟ ହୋଇ ପରିବର୍ତ୍ତନ ସବୁଦିନ ପାଇଁ ରାଜକୁମାରୀଙ୍କ ପାଖରେ ରହିଯିବାର ନିଷ୍ପତ୍ତି ନେଲା । କିଛିଦିନ ପୁଣି ଦୁହେଁ ହସଖୁସିରେ କାଟିନେଲେ । କିନ୍ତୁ ଏ ଖୁସି ବେସି ଦିନ ରହିଲା ନାହିଁ । ଯେପରି ଖରା ପରେ ବର୍ଷା,ବର୍ଷା ପରେ ଶୀତ ଠିକ ସେହିପରି କିଛି ଦିନର ସୁଖ ପରେ ଉଭୟ ରାଜକୁମାରୀ ଓ ପରିବର୍ତ୍ତନର ଜୀବନରେ ଦୁଃଖର ଲହରୀ ଆସିବାର ଥିଲା । ଇତି ମଧ୍ୟରେ ଏ ସମସ୍ତ ଘଟଣା କ୍ରମ ରାଜ୍ୟରେ କାହାକୁ ଅଛପା ନଥିଲା । ରାଜ୍ୟର ସମସ୍ତ ସୁନ୍ଦର ପକ୍ଷୀ ଯଥା #ରାଜନୀତି, #କୂଟନୀତି,#ଛଳନା,#ଧୋକା,#ଇର୍ଷା,#ବିରୋଧୀ ଏମାନଙ୍କ କାନରେ ମଧ୍ୟ ପଡିଲା । ଏ ସମସ୍ତ ପକ୍ଷୀ ରାଜକୁମାରୀ ଓ ପରିବର୍ତ୍ତନର ପ୍ରେମ ସମ୍ପର୍କକୁ ସହଜରେ ଗ୍ରହଣ କରିପାରୁନ- ଥିଲେ । ଧୀରେ ଧୀରେ ସେମାନଙ୍କ ମନରେ ଈର୍ଷାନ୍ୱିତ ଭାବ ଜାଗ୍ରତ ହେଲା । ସେମାନେ ଏକ ଉଚିତ ସମୟର ଅପେକ୍ଷାରେ ରହିଲେ । 

     

ହଠାତ ଦିନେ ପକ୍ଷୀବୃନ୍ଦ ଜାଣିବାକୁ ପାଇଲେ ଯେ ରାଜକୁମାରୀ କିଛି ଦିନ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ଏପଟେ ପରିବର୍ତ୍ତନ ନିଜ ପଞ୍ଜୁରୀ ଭିତରେ ଥାଇ ପୁରା ପରିବେଶକୁ କବଳିତ କରି ରଖିଛି । ସେମାନେ ଏ ପରିସ୍ଥିତିର ଫାଇଦା ଉଠେବାକୁ ଚାହିଁଲେ । ପ୍ରଥମେ ବିରୋଧୀ ଆସି ତାର ତୀକ୍ଷ୍ମ ବାଣୀରେ ପରିବର୍ତ୍ତନର ମନକୁ ଆଘାତ ଦେଲା । ପରେ ଇର୍ଷା ମଧ୍ୟ ଆସି ଆଘାତ ପରେ ଆଘାତ ଦେଲା । ଏ ସବୁ ଘଟଣା ସତ୍ତ୍ୱେ ମଧ୍ୟ ପରିବର୍ତ୍ତନ ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲା । ଛଳନା କଣ କାହାଠୁ କାମ ଥିଲା ? ସେ ପରିବର୍ତ୍ତନକୁ ମାଟିରେ କଚାଡିବାକୁ ଚେଷ୍ଟା କଲା । ଧୋକା ଆସି ତା ପର କାଟିବାକୁ ଚେଷ୍ଟା କଲା । ଯଦିଓ ପରିବର୍ତ୍ତନ ସମ୍ପୂର୍ଣ୍ଣ ଆଘାତପ୍ରାପ୍ତ ହୋଇଯାଇଥିଲା ସେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲା । ପ୍ରକୃତରେ କଣ ଘଟୁଛି ଜାଣିବା ପୁର୍ବରୁ କୂଟନୀତି ଆସି ତାର ଆଖିକୁ ନଷ୍ଟ କଟିବାର ପ୍ରୟାସ କଲା । ଶେଷରେ ରାଜନୀତି ପରିବର୍ତ୍ତନର ହୃଦୟରେ ଆଘାତ କରିବାକୁ ଚେଷ୍ଟା କଲା । ଦରମରା ପ୍ରାୟ ଅବଶ ହୋଇ ଶେଷରେ ପରିବର୍ତ୍ତନ ଉକ୍ତ ପଞ୍ଜୁରୀକୁ ଛାଡି ଖୋଲା ଆକାଶକୁ ଉଡ଼ିଯିବା ପାଇଁ ବାଧ୍ୟ ହେଲା । ଏପଟେ ରାଜକୁମାରୀ କିଛିଦିନ ପରେ ରାଜଉଆସକୁ ଫେରି ସମସ୍ତ ବିଷୟ ଜାଣିବାକୁ ପାଇଲେ ଓ ଏଥି ନିମନ୍ତେ ସେ ନିଜକୁ କ୍ଷମା କରିପାରିଲେ ନାହିଁ । ସେ ଭାବିଲେ କାହିଁକି ଏତେ ପ୍ରେମ, ଏତେ ଭଲ ପାଇବା । ସେ ଚାହିଁଥିଲେ ପୂର୍ବରୁ ଉଡି ଯାଇ ପାରିଥାନ୍ତା,ନିଜ ପ୍ରତିଭା ଜଗତରେ ଦେଖେଇ ପାରିଥାନ୍ତା । କାହିଁକି ସେ ମୋ ପାଇଁ ଏତେ ଆଘାତ ସାହୁଥିଲା । ଏହାକୁ ମୁଁ କି ନାଁ ଦେବି ପ୍ରେମ ନା ପାଗଳାମୀ । ସେ ଅନ୍ତରରୁ ବହୁତ ଦୁଃଖୀ ଥିଲେ ତାଙ୍କ ଜୀବନ ଚର୍ଯ୍ୟା ପୁଣିଥରେ ପୂର୍ବପରି ହୋଇଗଲା । ରାଜ୍ୟରେ ଆଉ ପରିବର୍ତ୍ତନର ମିଠା ସ୍ୱର ଶୁଭିଲା ନାହିଁ କେବଳ ଶୁଭିଲା ବିରୋଧୀ,ଇର୍ଷା,ଛଳନା,ଧୋକା,କୂଟନୀତି,ରାଜନୀତିର ଅଶ୍ରୁତିକର ଶବ୍ଦ । ରାଜକୁମାରୀ କେବଳ ମୃତପ୍ରାୟ ପଡିରହିଲେ । 

   

   ଏପଟେ ରାଜକୁମାରୀଙ୍କ ପାଇଁ ପରିବର୍ତ୍ତନର ପ୍ରେମ ତିଳେ ମାତ୍ର କମି ନଥିଲା । ସେ ଏବେ ଖୋଲା ଆକାଶରେ ବୁଲି ବୁଲି ଯେ କେବଳ ନିଜ ଗାୟିକି ଚାତୁରୀକୁ ସୁନ୍ଦର କରୁଥିଲା ତା ନୁହେଁ ସେ ନିଜର ବାହୁବଳକୁ ମଧ୍ୟ ସୁଦୃଢ କରିବାର ଉପାୟ ଖୋଜୁଥିଲା । ବାଟରେ ସେ ପରିଶ୍ରମ ନାମକ ଏକ ପକ୍ଷୀଠାରୁ ସାହସ ଓ ବାହୁବଳ ର ଶିକ୍ଷା ନେଲା । ବହୁ ବର୍ଷର ଉଡାଣ ପରେ ପକ୍ଷୀ ପୁଣି ରାଜକୁମାରୀଙ୍କ ପାଖକୁ ଫେରିଲା । କିନ୍ତୁ ପରିବର୍ତ୍ତନର ମୁହଁରେ ଏଥର ଏକ ନୂଆଁ ପ୍ରକାରର ଚମକ ଥିଲା । ତାର ଏ ନୂଆ ରୂପ ଦେଖି ଅନ୍ୟ ପକ୍ଷୀବୃନ୍ଦ ତା ସମ୍ମୁଖକୁ ଆସିବାକୁ ମଧ୍ୟ ଡରିଲେ । ପରିବର୍ତ୍ତନ ସେମାନଙ୍କୁ ହାତ ନ ଦେଇ ମଧ୍ୟ ଏକ ଗଭୀର ଆଘାତ ଦେଲା । ଏହା ପରେ ପରିବର୍ତ୍ତନର ଜୀବନରେ ଖୁସିର ଲହରୀ ଖେଳିଗଲା । ଏବଂ ବାକି ଜୀବନ ଦୁହେଁ ହସ ଖୁସିରେ କାଟି ନେଲେ । 


ସମାପ୍ତ


ଧନ୍ୟବାଦ ନିଜ ମୁଲ୍ୟବାନ ସମୟରୁ କିଛି ସମୟ ଦେଇ ଗଳ୍ପଟିକୁ ପଢିଥିବାରୁ । 



Rate this content
Log in

Similar oriya story from Tragedy