STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ପ୍ରେମିକ

ପ୍ରେମିକ

2 mins
113


ପାଖ ସିଟରେ ତାକୁ ଦେଖି ଚମକି ପଡିଲେ ବି କୌଣସି ପ୍ରତିକ୍ରିୟା ଦେଖାଇ ନଥିଲି, ହେଲେ ସେ ଆରମ୍ଭ କରିଦେଲା ତା ଚିରାଚରିତ ଢଙ୍ଗରେ କଣ ଏକୁଟିଆ,?, ତାକୁ ଉତ୍ତର ଦେବାକୁ ଉଚିତ ନମଣି, ଇଅର ଫୋନ କାନରେ ଦେଲି, ହେଲେ ସେ ଯେବେ ତା ସ୍ତ୍ରୀ ସହିତ ମୋ କ୍ଲାସମେଟ କହି ଚିହ୍ନେଇ ଦେଉଥିଲା ତ ବାଧ୍ୟ ହୋଇ ହାଏ ହାଲୋ କଲି, ହେଲେ ସୁଯୋଗ ଦେଖି ପୁଣି ଯେବେ ସେ ତା ପ୍ରଶ୍ନରେ ମତେ ବିରକ୍ତ କରୁଥିଲା ବାରବାର ତ ମୁଁ ସତରେ ତା ସ୍ତ୍ରୀ ସହ ଘନିଷ୍ଠ ହେବାକୁ ଚେଷ୍ଟା କଲି, ସ୍ତ୍ରୀ ଟି ପ୍ରଶଂସା ରେ ପୋତି ପକାଉଥାଏ ସ୍ବାମୀକୁ ଆଉ ମୁଁ କେବଳ ଦାନ୍ତ ନିକୁଟୁଥିଲି, ଭିତରେ ରକ୍ତ ଚାଉଳ ଚୋବେଇ ଚୋବେଇ, କାରଣ ମୁଁ ତା ସ୍ବାମୀକୁ ଭଲଭାବେ ଜାଣିଥିଲି l

   ମୋର ଘନିଷ୍ଠ ବାନ୍ଧବୀ ର ଆତ୍ମହତ୍ୟା ର କାରଣ ତ ଖୋଦ ଏଇ ଅଖିଲେଶ, ସାଙ୍ଗ ସହ ଏମିତି ଅଭିନୟ କରିଥିଲା, ସେ ବିଚାରୀ ବୁଝିପାରିନଥିଲା କେତେ ଖତରନାକ ଏଇ ପ୍ରେମିକ ମାନେ, ସେଦିନ କାଠଗଡରେ ଠିଆ ହୋଇ ମୁଁ ସବୁ ସତ୍ୟ ପ୍ରମାଣ କୋର୍ଟ କୁ ଯୋଗାଇ ସାଙ୍ଗକୁ ମୋର ନ୍ୟାୟ ଦେବି ଭାବିଲା ବେଳକୁ ମତେ ଧମକ ଦେଇଥିଲା, ମୋ ତରଫରୁ ତାକୁ ପ୍ରେମପତ୍ର ଦିଏ ବୋଲି ସମସ୍ତଙ୍କୁ ପ୍ରମାଣ ସ୍ୱରୂପ ବେନାମୀ ଚିଠି ଦେଖାଇଥିଲା ଆଉ ପରିଶେଷରେ ମୋ ଜୀବନ ବରବାଦ କରିଦେବ ବୋଲି ଧମକ ଦେଇଥିଲା ତ ମୋ ବାପା ମାଆ ଡରିଯାଇଥିଲେ ଆଉ ସହର ଛାଡି ଆସିବାକୁ ବାଧ୍ୟ ହୋଇଥିଲେ l

   ହେଲେ ବିବାହ ର ପ୍ରଥମ ରାତିରେ ଏ ସବୁ କଥା ମୁଁ ସବୁ ସତ ସତ ଅନିମେଷ ଙ୍କୁ କହିଦେଇଥିଲି ଆଉ ଏକଥା ବି କହିଥିଲିକି, ହୁଏତ ଆମ ସ୍ୱାମୀ ସ୍ତ୍ରୀ ଭିତରେ ସେ କେବେବି ପଶି ଆସିପାରେ ତ ସବୁ ଶୁଣି ସ୍ୱାମୀ ଅନିମେଷ ସାନ୍ତ୍ୱନା ଦେଇଥିଲେ, ସବୁ ଆଗରୁ ଜାଣିଛନ୍ତି ତ ହ୍ୟାଣ୍ଡେଲ କରିନେବେ କହିଥିଲେ ଆଉ ତା ପରଠୁ ଦେଖା ହୋଇନି କେବେ l

  ଏଆରପୋର୍ଟ ରେ ଅନିମେଷ ଅପେକ୍ଷା କରିଥିଲେ, ମୋ ସହ ଅଖିଳେଶ ବି ତାଙ୍କ ପାଖେ ପହଂଚି ଯାଇଥିଲା ସସ୍ତ୍ରୀକ, ଆଉ ଅନିମେଷ ତା ପରିଚୟ ପଚାରିବା ପୁର୍ବରୁ ମୁଁ ଦେଇସାରିଥିଲି, ମୋ ପ୍ରେମିକ ଅଖିଳେଶ, ଯାହା କଥା ମୁଁ ତୁମକୁ ସବୁ କହିସାରିଛି, ସେ କିପରି କଥାଟାକୁ ଗ୍ରହଣ କଲା ବୁଝିବା ପୁର୍ବରୁ ତା ପଛରେ ଠିଆ ତା ସ୍ତ୍ରୀ କିନ୍ତୁ ଫେରିପଡ଼ୁଥିଲା ବିପରୀତ ଦିଗରେ, ବାଟରେ ଅନିମେଷ କହୁଥିଲେ କୋୖର୍ଟ ରେ ନୁହେଁ ଆଜି ବିଚ ରାସ୍ତାରେ ସାଙ୍ଗ କୁ ନ୍ୟାୟ ଦେଇଦେଲେ ବିଚାରୀର ଆତ୍ମା ଶାନ୍ତି ପାଇଥିବ, ମୁଁ ଅନିମେଷଙ୍କ କୋଳରେ ମଥା ରଖି କାନ୍ଦୁଥିଲି କାହିଁକି ବୁଝିପାରୁନଥିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational