Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Banasmita Panda

Inspirational

3  

Banasmita Panda

Inspirational

ପ୍ରେମ

ପ୍ରେମ

8 mins
12.3K


ପ୍ରେମ ****** ସତରେ ଏ ପ୍ରେମର ପରିଭାଷା ଆଜି ପର୍ଯ୍ୟନ୍ତ ମୁଁ ବୁଝିପାରିନି ! କିଏ କେତେ ପ୍ରକାର ଅନୁଭବ, ବିଭିନ୍ନ ମନ୍ତବ୍ୟ ମୋ ସହ ବ୍ୟକ୍ତିଗତ ଭାବେ ବାଣ୍ଟିଛନ୍ତି ! ମୁଁ ସବୁ ଶୁଣେ ଏବଂ ମନେ ମନେ ଟିକେ ହସେ ! ସତରେ କଣ ପ୍ରେମ ଅନ୍ଧ... କାରଣ ଅନେକଙ୍କୁ ଦେଖିଛି ପ୍ରେମରେ ବିଭିନ୍ନ ଡାଇଲଗ ମାରିବାର କିଛିଟା ସତ୍ୟ ଥାଏ କିଛିଟା ପ୍ରହସନ, ଠିକ ସମୟରେ ପ୍ରେମର ପରୀକ୍ଷାରେ ଫେଲ !କିଛି ଙ୍କୁ ଦେଖିଛି ବୟସର କିଛି ମୁହୂର୍ତ୍ତର ଆକର୍ଷଣ କୁ ଭି ପ୍ରେମର ନାଁ ଦେଇ ଦିଅନ୍ତି ! ଆଉ ସମୟ ହେଲେ ଏ ରୋଗ ଯେତେ ଜୋରେ ଚଢି ଥାଏ ସେତେ ଜଲଦି ତାପମାତ୍ରା ଖସି ଯାଏ !କିନ୍ତୁ ହଁ ସେ ଦିନ ପ୍ରେମର ପରିଭାଷା ବୁଝିଥିଲି ଏବଂ ତାକୁ କିଛି ଲୁହ ଭିତରେ ଉଜ୍ୱଳ ଭାବେ ତାର ପ୍ରତିଛବିକୁ ଦେଖିଥିଲି ମଧ୍ୟ ! ******** ଆରେ ହେଇ କଥା ଭିତରେ ଭୁଲିଗଲି ମୋ ପରିଚୟ ଦେବାକୁ ! ମୁଁ ପ୍ରିୟା, ମୋ ବାବା, ମା ଙ୍କ ଅଳି ଅଳି କନ୍ୟା ! ମାଇଁ ରିପୋର୍ଟ ଖବରକାଗଜରେ ସମ୍ପାଦିକା ଭାବେ କାର୍ଯ୍ୟରତ ! ଛୋଟ ସଂସାର ବଡ଼ ବଡ଼ ଜୀବନ ! ବୟସ ପଚିଶ ଭିତରେ ଅନେକ ଜୀବନ ଏବଂ ଜୀବିକା ଉଭୟକୁ ନେଇ ଜ୍ଞାନ ମୋର ଜୋରେ ! ଆଉ ଯୋଉ ଉପରେ ପ୍ରେମ ବିଷୟରେ ଚର୍ଚ୍ଚା କଲି ସେ ସବୁଠୁ ମୁଁ ଅନେକ ଦୂରରେ ! ମୁଁ ଆଉ ମୋ ଘର, ଅଫିସ ଭଲ ତ ସବୁ ଭଲ ! ଏହା ଭିତରେ ଗୋଟେ ବଡ଼ ଦୁଃଖ ଭି ଅଛି ସକାଳୁ ସକାଳୁ ମୋ ମାମାଙ୍କ ପଡିଶା ଘର ମାଉସୀ ସୁଜାତା ମାଉସୀ ଙ୍କ ସହ ଝଗଡା ! ରାତି ପାହିଲେ ଦୁଇ ଜଣ, ଦୁଇ ଜଣଙ୍କୁ ଫୁଲ ଚୋରି ଠୁ ଆରମ୍ଭ କରି ଅଳିଆ ଡଷ୍ଟବିନ ପଯ୍ୟନ୍ତ ଦେଖେଇ ଶିଖେଇ କୁହନ୍ତି ! ଏବଂ ଅନ୍ୟ ମାନଙ୍କୁ ଡିଷ୍ଟ୍ୟୁର୍ଵ କରନ୍ତି ! ସୁଜାତା ମାଉସୀ ଏବଂ ପଟ୍ଟନାୟକ ମଉସା ଆମ ପଡିଶା ଘରେ ରୁହନ୍ତି ! ଗୋଟେ ପୁଅ ଅଭୟ ବିଦେଶରେ ସ୍ତ୍ରୀ, ପିଲା ନେଇ ରୁହେ ! ମଉସା, ମାଉସୀଙ୍କୁ ପ୍ରାୟ ତାଙ୍କ ବୟସ୍କ ବନ୍ଧୁ ମାନଙ୍କ ସହ ଅଧିକାଂଶ ବିତେଇବାର ଦେଖିଛି ! ବିଦେଶ ନ ଯାଇ କୁଆଡେ ମାଉସୀଙ୍କ ଇଚ୍ଛା ନିଜ ମାଟିରେ ଶେଷ ନିଶ୍ୱାସ ନେବେ କିନ୍ତୁ ପ୍ରତିଦିନ ରାତି ପାହିଲେ ଏ ଦୁଇ ନାରୀଙ୍କ ଝଗଡା ପାଇଁ ମୋତେ ଲାଗେ ଆମ ସମସ୍ତଙ୍କ ନିଶ୍ୱାସ ଦିନେ ବନ୍ଦ ହୋଇଯିବ. କେହି କାହାକୁ କମ ନୁହନ୍ତି ! ଶାଢ଼ୀ ଠୁ ଗାଡି ପର୍ଯ୍ୟନ୍ତ ପ୍ରତିଯୋଗିତା ! କିନ୍ତୁ ଏତେ ସବୁ ପରେ କହିବି ଆମ ଆପାର୍ଟମେଣ୍ଟର ଏ ଦୁଇ ଜଣ ଗୌରବ ! ଏମିତି କାହାର କୌଣସି ଦୁଃଖ ନ ଥିବ ଯାହାର ଠିକ ସମୟରେ ଏ ଦୁଇଜଣ ସାହାଯ୍ୟ କରିବାକୁ ଆଗ ପହଞ୍ଚି ନ ଥିବେ ! କିନ୍ତୁ ମୋ ବାବା ଏବଂ ପଟ୍ଟନାୟକ ମଉସା ବିଚାରା ଦୁଇ ଜଣ କି ପାପ କରିଥିଲେ କେଜାଣି ସବୁବେଳେ ଏମାନଙ୍କ ଉତ୍ପାତରେ ଦୁଃଖିତ ! ******** ସେ ଦିନ ମାମକୁ ଗର ଗର ହେବାର ଶୁଣି କହିଲି କଣ ହୋଇଛି କହି ଦେ, ନ ହେଲେ ତୋ ପେଟରେ କିଛି ହଜମ ହେବନି ! ମାମା ମୋ ଉପରେ ଗୋଟେ କଟାକ୍ଷ ନଜର ପକାଇ କହିଲା ସେ ସୁଜାତା ହିରୋଇନର ପୁଅ ବିଦେଶରୁ ଆସୁଛି ସେଥିପାଇଁ ଆଜି ପାର୍କ, ମନ୍ଦିର, ସାଇ ପଡିଶା ସୁବୁ ଆଡେ ଫୁଟାଣି ମାରୁଥିଲା ! ଯେମିତି ତାରି ଏକା ପୁଅ ବିଦେଶରେ ବଡ଼ ଚାକିରୀ କରିଛି, ତାରି ଏକା ନାତି, ନାତୁଣୀ ଅଛନ୍ତି ! ମୁଁ ସବୁ ଶୁଣି ଟିକେ ହସି ଦେଲି ଏବଂ କହିଲି ଏଥିରେ ଖରାପ କଥା କଣ ଅଛି? ମାମା ମୁହଁ ଏତେ ବଡ଼ କରି କହିଲା ହଁ ତୋର କଣ ଅଛି ତୁ ତ ବାହା ହବୁନି ମୋତେ କୋଉ ବିଦେଶୀ ଜ୍ୱାଇଁ ମିଳିବ ଆଉ ନା ନାତି, ନାତୁଣୀ ! ମୁଁ ଆହୁରି ଟିକେ ଚିଡ଼େଇବା ଭଳି ହସି ଦେବାରୁ ମାମା ସବୁ ରାଗ ବାବାଙ୍କ ଉପରେ ସୁଜିବା ଅଭିମୁଖେ ବାହାରି ପଡିଲା ! ମୁଁ ଅଫିସ ବାହାରି ପଡିଲି ! *********** ବାହାରେ ପଟ୍ଟନାୟକ ମଉସା ଏବଂ ମାଉସୀ ଦେଖା ହେଲେ, ମୋତେ ଭାରୀ ସ୍ନେହରେ କହିଲେ ମା ସମୟ ଦେଖି ଟିକେ ଘର ଆଡେ ଆସିବୁ, ଅଭି ଆଉ ତା ସ୍ତ୍ରୀ ଆସୁଛନ୍ତି ଆଜି, ବୋହୂ ପିଲାଟି ବିଦେଶର କେମିତି କଣ ଚଳିବ ଆମେ ତ କିଛି ଜାଣିନୁ ଆଜିକାଲିକା ପିଲାଙ୍କ ଚଳଣି ବିଷୟରେ ତୁ ଟିକେ ଆସି ତା ସହିତ ସାଙ୍ଗ ହେଲେ ତାକୁ ଭଲ ଲାଗିବ ! ମୁଁ ସବୁ ଶୁଣି କହିଲି ମଉସା ଜମାରୁ ଚିନ୍ତା କରନ୍ତୁନି, ଭାଉଜଙ୍କୁ ଆମର କିଛି ଅସୁବିଧା ହେବନି, ମୁଁ ସବୁ ପ୍ରକାର ସହଯୋଗ କରିବି ! ମୁଁ ଦୃଷ୍ଟି କଲି ମୋ କଥା ଶୁଣି ସେମାନେ ଆଶ୍ୱାସ ଅନୁଭବ କରୁଥିଲେ ! *********** ସନ୍ଧ୍ୟା ହେବା ପୂର୍ବରୁ ମୁଁ ମଉସା, ମାଉସୀଙ୍କ ଘରେ ପହଞ୍ଚିଗଲି, ଏ କଣ ଦେଖିଲି ମଉସା, ମାଉସୀ ଏ ପରିଣତ ବୟସରେ ଭି ଘରକୁ ସେ ଦିନ ଖୁବ ସଜାଇଥାନ୍ତି ପୁଅ, ବୋହୁ,ନାତି, ନାତୁଣୀ ଙ୍କ ସ୍ୱାଗତରେ ! ଭଳିକି ଭଳି ଖାଦ୍ୟ ବନାଇବାରେ ଲାଗିଥାନ୍ତି ମାଉସୀ ! ସତରେ ମା ମନ କେତେ ବିବ୍ରତ ! ଲାଗୁଥାଏ ପୁରା ସବୁ ବ୍ୟଞ୍ଜନ ଆଜି କରି ପୁଅକୁ ଖୋଇଦେବେ ! ମଉସା ମଧ୍ୟ୍ୟ କେତେ ଖୁସି ଦେଖା ଯାଉଥାନ୍ତି ! ଉଭୟ ଲାଗୁଥାଏ ଗୋଟେ ଅଲଗା ରାଇଜରେ ବିଭୋର ! ************* ଅଚାନକ ଗୋଟେ ଫୋନରେ ସମ୍ବାଦ ଆସିଲା ଏବଂ ମାଉସୀ ପଡିଗଲେ ଏବଂ ହୃତରୋଗ ରେ ମେଡିକାଲ ତୁରନ୍ତ ନିଆଗଲା ! ସବୁକିଛି ଯେମିତି ଲାଗୁଥିଲା ଧ୍ୱଂସ ହୋଇ ଯାଇଥିଲା ! କିନ୍ତୁ କଣ କରିବେ ତାହା ସତ୍ୟ ଥିଲା ଅଭୟ ଏବଂ ତା ପରିବାର ଆକ୍ସିଡେଣ୍ଟରେ ସବୁଦିନ ଲାଗି ଆଖି ବୁଜି ଦେଇଥିଲେ ! ମଉସା ବୁଝି ପାରୁ ନ ଥିଲେ କାହାକୁ କଣ କହିବେ? କୁଆଡେ ଯିବେ? ମାଉସୀଙ୍କୁ ଦେଖିବେ ନା ଅଭୟ ଏବଂ ତା ପରିବାରର ଶେଷ ଶରୀର କୁ ଶେଷ ଥର ଦେଖିବାକୁ ଯିବେ ! ସେ ଦିନ ପ୍ରଥମ ଥର ମଉସା, ମାଉସୀଙ୍କୁ ଛାତି ଫଟେଇ କାନ୍ଦିବାର ଦେଖିଥିଲି ଏତେ ପାଖରୁ, ସେ ଦିନ ପ୍ରଥମ ଥର ମାମା ଆଖିରେ ଅମାନିଆ ଲୁହ ଗୁଡିକ ବାରମ୍ବାର ଆସି ଯାଉଥିଲା ଏବଂ ସେ ଲୁଚାଇ ଲୁଚାଇ ପୋଛି ଦେଉଥିଲା ! ଏହା ଭାଗ୍ୟର ଏକ ବିଡମ୍ବନା ଥିଲା ଯାହାର ମାଡ଼ ମାଉସ, ମାଉସୀଙ୍କ ଉପରେ ପଡିଥିଲା ! ଦୁଃଖ ସବୁଦିନ ପାଇଁ ନ କହି ତାଙ୍କ ସୁଖୀ ଜୀବନରେ ରହିବାକୁ ଆସି ସାରିଥିଲା ! କଣ ଅବା କରି ପାରିବେ ଯାହା ବିଧିର ବିଧାନ.ମୁଁ ଏବଂ ମୋ ପରିବାର ଏବଂ ଆପାର୍ଟମେଣ୍ଟର ପ୍ରତ୍ୟେକ ଵ୍ୟକ୍ତି ଦୁଃଖରେ ଭାଙ୍ଗି ପଡିଥିଲା. ଗୋଟେ ମା ଗୋଡ଼ ତଳୁ ତା ବିନା ଅନୁମତିରେ ତାର ତା ହୃଦୟର ପ୍ରିୟ ସନ୍ତାନ ଗୁଡ଼ିଙ୍କୁ କିଏ ନେଇ ଯାଇଥିଲା ! ସେ ତାର ସର୍ବସ୍ବ ହରାଇ ସାରିଥିଲା ! ************* ଏ ସବୁ ଦେଖି ଆମ ଆପାର୍ଟମେଣ୍ଟ ସାରା ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ ! ମାଉସୀ ଡାକ୍ତରଖାନାରୁ ଆସି ନ ଥିଲେ ମଉସା ସାହି ପଡିଶା, ବନ୍ଧୁ ବାନ୍ଧବଙ୍କୁ ନେଇ ପିଲାଙ୍କ ସବୁ କ୍ରିୟା କର୍ମ ସାରି ଦେଇଥିଲେ ! ସେ ଜାଣିଥିଲେ ମାଉସୀ ନିଜକୁ ସମ୍ଭାଳି ପାରିବେନି ! କିଛି ଦିନ ଭିତରେ ମୋର ତାଙ୍କ ଘରକୁ ଯିବା ଆସିବା ବଢ଼ି ଯାଇଥିଲା ! ଘରେ ମାମା ଆଗ ପରି କିଛି କହୁ ନ ଥିଲେ ଚୁପ ହୋଇ ଯାଇଥିଲେ ! ବରଂ ରୋଷେଇ କରି ଅନେକ ଥର ମୋ ହାତରେ ମଉସା, ମାଉସୀଙ୍କ ପାଇଁ ପଠାଇ ଦିଏ ! କିଛି କୁହନି କି ମୁଁ ପଚାରେନି ! ମଉସା କିଛି ଦିନ ପରେ ମାଉସୀଙ୍କୁ ଘରକୁ ନେଇ ଆସିଥିଲେ ! ଏବଂ ମୁଁ ବୋଧେ ତାଙ୍କ ଜୀବନର ଗୋଟେ ବଡ଼ ସାହାରା ସାମୟିକ ସ୍ତରରେ ହୋଇ ଯାଇଥିଲି ! ************ ଆଉ ଆଗ ପରି କିଛି ନ ଥିଲା ! ମାଉସୀ ଦିନକୁ ଦିନ ଅସୁସ୍ଥ ହୋଇ ଚାଲିଥିଲେ ! ମଉସା ଆଗ ପରି ପାର୍କ, ଛକ,ରେ ତାଙ୍କ ବୟସ୍କ ବନ୍ଧୁ ମାନଙ୍କ ସହ ଦେଖା ଯାଉ ନ ଥିଲେ ! ମାଉସୀ ମଧ୍ୟ ଘରୁ ବାହାରୁ ନ ଥିଲେ ! ମାମା ଆଉ ମାଉସୀ ଝଗଡାତ ଯେମିତି କୋଉ ଯୁଗ ତଳୁ ଶୁଣା ଯାଉ ନ ଥିଲା ! ଛୋଟ ଛୋଟ କଥାରେ ମାଉସୀ ମଉସାଙ୍କ ଉପରେ ନିର୍ଭର ହୋଇ ପଡିଥିଲେ ! ରୋଷେଇ କୋଉଦିନ ହେଉ ଥିଲା ତ କୋଉଦିନ ନୁହେଁ ! କିନ୍ତୁ ସନ୍ଧ୍ୟା ବେଳେ ଉଭୟଙ୍କ ସହ ମୁଁ ଟିକେ ସମୟ ଅତିବାହିତ ନ କଲେ ଦୁଇ ଜଣ ଭାରୀ ବ୍ୟସ୍ତ ହୋଇ ଉଠିପଡନ୍ତି ! ମଉସା ଗୋଟେ ନିରୀହ ମଣିଷ ପରି ଆସି ଗେଟ ପାଖରେ ପ୍ରିୟା ଅଛି ଭଉଣୀ କହି ମାମାକୁ ପଚାରନ୍ତି ! ଥିଲେ ମାମା ଡାକି ଦିଏ କିଛି କୁହେନି ! ସେ ଦିନ ଭି ସେପରି କିଛି ଘଟିଥିଲା ! ମଉସା ଗଲା ପରେ ମୁଁ ମାମାକୁ ଦେଖିଛି ଲୁଚି ଲୁଚି ବହୁତ କାନ୍ଦୁଥିଲା ! କିନ୍ତୁ ବୋଧେ ମୋ ପାଖେରେ ସେ ଦିନ କିଛି ଶବ୍ଦ ନ ଥିଲା ! ଦେଖୁ ଦେଖୁ ୟା ଭିତରେ ଦୁଇ ବର୍ଷ ବିତିଗଲାଣି ! ମୋ ବାହାଘର ଲାଗି ଘରେ ଜୋରେ ବ୍ୟସ୍ତତା ବଢ଼ି ଚାଲିଥାଏ ! କିନ୍ତୁ ବୋଧେ କଣ କିଛି ଥିଲା ଗୋଟେ ଯାହା ମୋତେ ବାନ୍ଧି ସାରିଥିଲା ! ବହୁତ ମନେ ମନେ ଭାବିବା ପରେ ଜାଣି ପାରିଲି ମୁଁ ମୋ ଦୁଇ ବାବା, ଦୁଇ ମାମାକୁ ଛାଡି ଯିବାକୁ ପ୍ରସ୍ତୁତ ନ ଥିଲି ! ସେମାନଙ୍କ ସ୍ନେହତ ମୋତେ ବାନ୍ଧି ସାରିଥିଲା କିନ୍ତୁ ଏ ବୟସରେ ତାଙ୍କ ସାହାରା କେହି ନ ଥିଲେ ଆଉ ଲାଗୁଥିଲା ସେ ମୋ ଭିତରେ ଧୀରେ ଧୀରେ ଅଭିକୁ ଦେଖୁଥିଲେ ! ମୋତେ ନିଜ ପିଲାଠୁ ବଳିକି ସ୍ନେହ, ମମତାରେ ଭରି ଦେଇଥିଲେ ! ************ ମାମା ମୋର ପଟ୍ଟନାୟକ ମଉସାଙ୍କ ଘର ପ୍ରତି ଦାୟିତ୍ୱ ଏବଂ ଆକର୍ଷଣ ଦେଖି ମନେ ମନେ ଡରି ଯାଇଥିଲା ! ମୁଁ ବିଭାଘର ଲାଗି ରାଜି ନ ଥିଲି ! ତାହା ତାର ଚିନ୍ତାର ମୁଖ୍ୟ କାରଣ ହୋଇ ଯାଇଥିଲା ! ସେ ସେଥିପାଇଁ ମଉସା, ମାଉସୀଙ୍କୁ ଦାୟୀ ଅନୁଭବ କରୁଥିଲା ! ସେ ଦିନ ଘରେ ଜୋରେ ଝଗଡା ହୋଇଥିଲା ଏ ସବୁ କାରଣକୁ ନେଇ, ମାମା ମୋ ଉତ୍ତରରେ ବିରକ୍ତ ହୋଇ ଦୌଡ଼ି ଯାଇଥିଲା ମାଉସୀ, ମଉସାଙ୍କ ପାଖକୁ ଏବଂ ଯାବତୀୟ କଥା କହି ତାଙ୍କୁ ଅପମାନ ଦେଇଥିଲା ! ସେ ଦିନ ବାବା ମଧ୍ୟ୍ୟ ମାମାର ଏପରି ବ୍ୟବହାର ଦେଖି ତାଙ୍କ ହାତ ମଧ୍ୟ୍ୟ ମାମା ଉପରେ ଉଠି ଯାଇଥିଲା ! କିନ୍ତୁ ପଟ୍ଟନାୟକ ମଉସା ଏବଂ ମାଉସୀ ଏ ସବୁକୁ ରୋକି ଦେଇଥିଲେ ଏବଂ କହିଥିଲେ ସେ ମୋ ଠାରୁ ଦୁରେଇ ଯିବେ ! ଏହା ପରେ ପନ୍ଦର ଦିନ ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଦେଖିନି ! ଘର ଭିତରେ ରୁହନ୍ତି,ଆଉ ବାହାରକୁ ଆସନ୍ତି ନାହଁ !ବୋଧେ ଏଥିପାଇଁ ମାଉସୀ, ମଉସାଙ୍କୁ ଦଣ୍ଡେ ନ ଦେଖିଲେ ବ୍ୟସ୍ତ ହୋଇ ପଡୁଥିଲେ ! ତା ଉପରେ ମୋ ଠୁ ଦୂରତା ତାକୁ ବହୁତ କଷ୍ଟ ଦେଇଥିଲା ! ମୁଁ ମଧ୍ୟ୍ୟ ମନେ ମନେ ସେତିକି କଷ୍ଟ ପାଉଥିଲି କିନ୍ତୁ କଣ କରି ପାରିବି ମୁଁ ନିରୁପାୟ ଥିଲି ! *************** ହଠାତ ସେ ଦିନ ଫୋନ ଆସିଲା ମାଉସୀଙ୍କର କି ମଉସା ସକାଳୁ ଯାଇଛନ୍ତି,ସନ୍ଧ୍ୟା ହେବାକୁ ବସିଲାଣି ଆସି ନାହାନ୍ତି ! ମାଉସୀଙ୍କ ସ୍ୱର ଏବଂ ଶବ୍ଦରେ ସ୍ପଷ୍ଟ ଅନୁଭବ କରି ହେଉଥିଲା ସେ କେତେ ଡର ଏବଂ ଚିନ୍ତାରେ ! ଟିକେ ସମୟ ଡେରି ନ କରି ମୁଁ ତୁରନ୍ତ ଘର ଅଭିମୁଖେ ବାହାରି ଥିଲି ! ଯାଇ ଦେଖେ ମାମା ଆଉ ବାବା ଆଗରୁ ଉପସ୍ଥିତ ଥିଲେ ଏବଂ ମାଉସୀ କାନ୍ଦି କାନ୍ଦି ଅଧୀର ହୋଇ ପଡ଼ିଥିଲେ ! ମୋତେ ଦେଖି କୁଣ୍ଡାଇ ପକାଇଲେ ଏବଂ ଛୋଟ ପିଲା ପରି କଣ କଣ ସବୁ ଗାଈ ଚାଲିଥିଲେ ! ଖାଲି କହୁଥିଲେ ଆମର କିଛି ଝଗଡା ତ ହେଇନି, ଛୋଟ ମୋଟ କଳି କାଲି ରାତିରେ ହୋଇଥିଲା, ଔଷଧ ଠିକ ସେ ଖାଉ ନାହାନ୍ତି ବୋଲି, ରାଗିକି କିଛି ରାତିରେ ଖାଇଲେନି, ସକାଳ ଚା ସିଏ ବନାନ୍ତି ଆଜି ସକାଳୁ ଦେଖିଲି ଚା କପ ଟି ଥୋଇ ମୁଁ ନିଦରୁ ଉଠିବା ଆଗରୁ ସେ କୁଆଡେ ପଳାଇ ଯାଇଛନ୍ତି ! ମା ତୋ ମଉସାଙ୍କୁ ଟିକେ ଖୋଜି ଦେ,ଅଭି ତ ନାହିଁ ଏ ତୋ ବୁଢ଼ୀ ମା କୁ ଛାଡି ସବୁ ପଳାଇ ଯାଉଛନ୍ତି, ତୋ ମଉସା ଭି କୁଆଡେ ପଳାଇ ଗଲେ କେମିତି ଚାଲିବି ! ତୋ ଆଗେ ହାତ ଯୋଡୁଛି ! ବୁଢ଼ୀ ମା ଟିକୁ ସାହାଯ୍ୟ କରେ ! ସେ ଦିନ ମାଉସୀ ଗୋଟେ ପ୍ରକାର ପାଗିଳିଙ୍କ ପରି ଗପୁଥିଲେ ! ମାମାକୁ ମୋର ଗୋଟେ ଦିନ ଉପସ୍ଥିତି ପାଇଁ ଗୁହାରି କରିଥିଲେ ଏତେ ଦୁଃଖ ତାଙ୍କ ଜୀବନରେ ଥିଲା କି ସେ ମାମାର ପ୍ରତ୍ୟେକ ତିକ୍ତତା ଭୁଲି ସାରିଥିଲେ ! ମୁଁ ମାମା ଆଡେ ଅନାଇ ଥିଲି ତା ଲଜ୍ୟାରେ ତଳକୁ ହୋଇ ଯାଇଥିଲା ! ହଁ ମୁଁ ପ୍ରେମ କଣ ସେଇଦିନ ଦେଖିଥିଲି, ମାଉସୀଙ୍କ ଆଖିରେ ମଉସାଙ୍କ ପାଇଁ !ମମତା କଣ ଦେଖିଥିଲି ମାଉସୀ ଏବଂ ମାମା ଆଖିରେ ମୋ ପାଇଁ ! ମାନବିକତା କଣ, ବନ୍ଧୁତା କଣ ଦେଖିଥିଲି ଦୁଇ ପରିବାର ମଝିରେ ! ************* କିଛି ସମୟ ପରେ ମଉସା ଆସି ପହଞ୍ଚି ଥିଲେ ହାତରେ ଥାଏ କିଛି ଲାଲ ଗୋଲାପ, ସୁତା ଶାଢ଼ୀ ଖଣ୍ଡେ ଏବଂ କିଛି ମିଠା ! କିଛି ଆମେ କହିବା ଶୁଣିବା ପୂର୍ବରୁ ସେ ସେ ଶାଢ଼ୀ ଏବଂ ଗୋଲାପ ମାଉସୀଙ୍କ ହାତରେ ଦେଇ କହିଲେ ବିବାହ ବାର୍ଷିକୀ ପାଇଁ ଅଶେଷ ଶୁଭେଚ୍ଛା ଏବଂ ଅଭିନନ୍ଦନ ବୁଢ଼ୀ ! କହି ଜୋରେ ଜୋରେ ହସିଲେ, ମାଉସୀ ଅବାକ ହୋଇ ମୁଣ୍ଡିଆଟେ ପକାଇ ଜୋରେ ମଉସାଙ୍କୁ ଧରି ଜୋରେ ଜୋରେ କାନ୍ଦି ଉଠିଥିଲେ ! ଆମ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା, ପ୍ରକୃତରେ ପ୍ରେମର ଅର୍ଥ ସେ ଦିନ ମୁଁ ବୁଝି ପାରିଥିଲି ! ମାମା ଆଉ ମାଉସୀ ପରସ୍ପର ସହ ମିଶି ସାରିଥିଲେ, ବାବା ଆଉ ମଉସା ଏ ସୁଖକୁ ଖୁବ ଖୁସିରେ ଅନୁଭବ କରୁଥିଲେ ! ଏ ସମସ୍ତ ବୟସ୍କ ଲୋକ ଗୋଟେ ନୂଆ ସକାଳର ଆରମ୍ଭ କରିଥିଲେ ! କିଛିଦିନ ପରେ ମାଉସୀ,ମଉସା ଆମ ଘରକୁ ଆସିଥିଲେ ଏବଂ ତାଙ୍କ ସମସ୍ତ ସମ୍ପତି ଏବଂ ଘରବାଡ଼ି ମୋ ନାମରେ କରି ଦେଇ କାଗଜପତ୍ର ମାମା କୁ ଦେଇ ଗାଁ ଘରକୁ ସବୁଦିନ ପାଇଁ ଯିବାକୁ ବାହାରି ଥିଲେ କିନ୍ତୁ ମାମା ସେମାନଙ୍କୁ ହାତ ଯୋଡ଼ି ଯିବାକୁ ମନା କରିଥିଲା ଏବଂ କଣ ଗୋଟେ ଘରେ ଆମେ ସମସ୍ତେ ମିଳିମିଶି ରହି ପାରିବାନି ପ୍ରିୟା ଲାଗି ଏ ପ୍ରସ୍ତାବ ଦେଇଥିଲା ! ମୋତେ ମୋର ପୁରା ପରିବାର ମିଳି ଯାଇଥିଲା, ବୋଧେ ଦୂରରେ ରହି ଅଭି ମଧ୍ୟ ସେଇଆ ଚାହୁଁଥିଲା ଏବଂ ଖୁସି ଥିଲା ! ମୁଁ ମୋ ଦୁନିଆରେ ବହୁତ ଖୁସି ଥିଲି ଏବଂ ମୋ ପ୍ରେମକୁ ଅପେକ୍ଷା କରିଥିଲି ଯାହାର ପ୍ରକୃତ ଅର୍ଥ ସେ ମୋ ପରି ହୃଦୟରୁ ବୁଝିଥିବ !


Rate this content
Log in

More oriya story from Banasmita Panda

Similar oriya story from Inspirational