STORYMIRROR

Sunanda Mohanty

Abstract Romance Others

3  

Sunanda Mohanty

Abstract Romance Others

ପ୍ରେମ

ପ୍ରେମ

2 mins
398

   ଅରୁଣିତା ଚାକିରୀ କରିବାର ଅଳ୍ପ ଦିନ ଭିତରେ ସ୍କୁଲ ପରିଦର୍ଶନରେ ବ୍ଲକ ଶିକ୍ଷାଅଧିକାରୀ ଆସିଥିଲେ ଆଉ ସିଧା ଅରୁଣିତା କ୍ଲାସରେ ପଶିଗଲେ ତ ଅରୁଣିତା ଭୟରେ ଜଡ଼ସଡ଼ ହୋଇ ପଡୁଥିଲା । ସେ ଆଗରୁ ପରିଦର୍ଶନ ବିଷୟରେ ଅନେକ କଥା ଶୁଣିଥିଲା ଆଉ ତାର ଭୟ ହେଉଥିଲା ପିଲାମାନେ ଉତ୍ତର ଦେଇନପାରିଲେ ପିଲାମାନଙ୍କ ଆଗରେ ହିଁ ଶିକ୍ଷାଅଧିକାରୀ ତାକୁ ଗାଳିଦେବେ ଯାହା ସେ ସହିପାରିବ ନାହିଁ । ସେ ଥରିବାକୁ ଆରମ୍ଭ କଲାବେଳେ ଶିକ୍ଷାଅଧିକାରୀ ପିଲାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ।


   ହାତଟେକିଲ ପିଲାମାନେ ଆଜି କେତେଜଣ ପଖାଳ ଖାଇ ଆସିଛ? ପଚାଶ ଭାଗ ପିଲା ହାତ ଟେକିଥିଲେ, ହାତ ଟେକିଲ ପିଲାମାନେ କେତେଜଣ ଚୁଡା ଖାଇ ଆସିଛ, ତିରିଶ ଭାଗ ପିଲା ହାତ ଟେକିଲେ, ପୁଣି ଯେବେ ପଚରାଗଲା ଆଛା କହିଲ, କେତେଜଣ କିଛି ନଖାଇ ଆସିଛ ତ କୋଡିଏ ଭାଗ ପିଲା ହାତ ଟେକିଥିଲେ ଆଉ ଅରୁଣିମା ଏସବୁ ପ୍ରଶ୍ନ ଓ ଉତ୍ତର ଶୁଣି ରୀତିମତ କାନ୍ଦି ପକାଇଥିଲା । ସେ କେବେ କଳ୍ପନା କରିନଥିଲା ପିଲାମାନେ ଏମିତି ଅବସ୍ଥାରେ ସ୍କୁଲ ଆସୁଛନ୍ତି ବୋଲି ।


  ଶିକ୍ଷାଅଧିକାରୀ ସମସ୍ତ ପିଲାମାନଙ୍କୁ ମାଧ୍ୟାର୍ଣ୍ଣ ଭୋଜନ ଖାଇବାକୁ ଉପଦେଶ ଦେଇ ଅରୁଣିତା ଉଦେଶ୍ୟରେ କହିଥିଲେ ଆମ ରାଜ୍ୟ ଗରୀବ ରାଜ୍ୟ ବୋଲି ଏଇ ପ୍ରଥମ ଜାଣିଲକି ମ୍ୟାଡ଼ାମ !ତା ପରେ ପଚାରିଥିଲେ ଅରୁଣିତା ର ଶିକ୍ଷାଗତ ଯୋଗ୍ୟତା, ଆଉ ବାହାରିଯାଇଥିଲେ କ୍ଲାସରୁ ଆଉ ତାଙ୍କ ଫେରିପାଡିବା ପଥକୁ ଚାହିଁରହି ଅନ୍ୟମନସ୍କ ହୋଇପଡୁଥିଲା ଅରୁଣିତା ।


   ଅରୁଣିତା ପାଇଁ ଯେତେ ସବୁ ପ୍ରସ୍ତାବ ଆସୁଥିଲା, ତାହା ଅରୁଣିତା ନିଜେ ହିଁ ଭାଙ୍ଗୁଥିଲା ତ ବାଧ୍ୟ ହୋଇ ପିତାମାତା ଉଚ୍ଚଅଧିକାରୀଙ୍କୁ ଏ ବିଷୟ ଜଣାଇଥିଲେ ତ ଅରୁଣିତା କୁ ଫୋନ କରିଥିଲେ ଶିକ୍ଷାଅଧିକାରୀ । ମନ୍ତ୍ରମୁଗ୍ଧା ଚକିତା ଅରୁଣିତା. ତେବେ ସେହି ଦିନଠୁ କିଛି ଛୋଟମୋଟ କାମ ବାହାନାରେ ଫୋନ କରୁଥିଲେ ଶିକ୍ଷାଅଧିକାରୀ ଆଉ ଯେବେ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଝିଅଟିଏ ଖୋଜି ଦେବାକୁ ଅରୁଣିତାକୁ କହିଥିଲେ ବାପାମାଆଙ୍କୁ ଅରୁଣିତା ସବୁ କହିଦେଇଥିଲା ଆଉ ଶିକ୍ଷାଅଧିକାରୀଙ୍କ ସହ ତାର ବିବାହ ପକ୍କା ଖବରରେ ସେ ବିହ୍ଵଳିତ ହୋଇପଡ଼ିଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract