STORYMIRROR

SUKANTA KHANDA

Tragedy

4  

SUKANTA KHANDA

Tragedy

ପ୍ରେମ

ପ୍ରେମ

4 mins
291

ଦିନେଶ ସେ ଦିନ ରତ୍ନାକର ବାବୁଙ୍କୁ କହିଲା,"ଜେଜେ ! ପ୍ରେମ କ'ଣ କି?" ଜେଜେ କହିଲେ,"ଦିନେଶ ! ମୋର ସହିତ ଆସ ଗାଁ'ଆଡେ଼ ଆଜି ଟିକିଏ ବୁଲିକି ଆସିବା ଆମେ ଘରେ ପହଞ୍ଚିବା ମାତ୍ରେ ତୁ ତୋର ପ୍ରଶ୍ନର ଉତ୍ତର ପାଇଯିବୁ।" ଦିନେଶ ତ ବିଦ୍ୟାଳୟରୁ ଏବେଏବେ ଆସି ଘରେ ପହଞ୍ଚିଛି ହାତ ଓ ଗୋଡ଼କୁ ଧୋଇ ଜଳଖିଆ ଖାଇନେଇ ଚଟାପଟ ବାହାରି ପଡି଼ଲା ଜେଜେଙ୍କ ସହ ଗାଁ' ପରିକ୍ରମା କରିବାକୁ ଯେଉଁଠୁ ପାଇବ ଅସଲ ପ୍ରେମର ପରିଭାଷା।

  ଦୁଇ ଜେଜେ ଓ ନାତି ଚାଲିଲେ ଗା' ଦାଣ୍ଡରେ। ସେମାନେ ଯାଉଯାଉ ଶୁଣିଲେ ଏକ ଶିଶୁର କ୍ରନ୍ଦନ ସ୍ୱର। ଯାହା ଖାଇବା ପିଇବା ବିନା କାନ୍ଦିଥାଏ। ଦାରିଦ୍ରର କଷାଘାତ ଯୋଗୁଁ ଦେହଟି ନୁଖୁରା,ମୁଣ୍ଡବାଳ ଝାମ୍ପୁରା। ପୋଷାକ ବିନା ପୁଙ୍ଗୁଳା ଓ ହାଡୁଆ କାଳିଆ ଦେହର ରଙ୍ଗ ସହିତ ଖାଲି କାନ୍ଦିବାରେ ମଗ୍ନ। ଜେଜେ କହିଲେ,"ଦିନେଶ ! ଏଠି କିଏ କାନ୍ଦୁଛି କି'ରେ ଚାଲ ତ ଯାଇ ଦେଖିବା?" ଦୁହେଁ ଚାଲିଲେ ସେଇ ନୁଆଁଣିଆ ଚାଳ ଛପର ଘରକୁ ଯାହା ଝାଟି ଓ ମାଟିରେ ଗଢା଼। ଚଟାଣ ତ ଆବୁଡା଼ ଖାବୁଡା଼। ଛୁଆ କି ମାଆର ଦେହରୁ ପୂରା ଦୁର୍ଗନ୍ଧ ଭାସି ଯାଉଛି ଖଣ୍ଡମଣ୍ଡଳକୁ। ମାଆ ତା ଛୁଆକୁ ଧରି ଗେଲରେ ଅତି ଶ୍ରଦ୍ଧାରେ ବାତ୍ସଲ୍ୟ ପ୍ରେମ ଓ ମମତାରେ ଆଖିରୁ ଲୁହ ପୋଛି ଦେଇ କହୁଛି କି ମୋ ଧନରେ,ମୋ ଗେଲୁରେ,ମୋର ରାଜକୁମାର,ମୋ ନୟନ ପିତୁଳା,ମୋର ଅନ୍ଧର ଲଉଡି଼। ଆହା ! ଏମିତି ତୋର କ'ଣ ହେଲାକି ଏତେ ଚିଲେଇକି କାନ୍ଦୁଛୁ? ଏବେ ତ ବାପା ଆସୁଥିବେ ତୋର ପାଇଁ ଖଜା,ଗଜା,ଲଡୁ,କାକରା ପୁଣି ରସଗୋଲା ଆଣୁଥିବେ। ଆଣିଲେ ତୁ ସବକୁ ହିଁ ତ ଖାଇବୁ,ହେଲା? ଆଉ କାନ୍ଦନା ମୋ ଧନଟା ପରା।

    ବାସ ! ଏତିକି କଥାରେ ଛୁଆଟିର କାନ୍ଦ ବନ୍ଦ ହୋଇଗଲା। ସେ ପିକକିନି ହସି ପକାଇ କହିଲା,"ମାଆ ! ବାପା ଆଣିଲେ ସବୁ ମୋର ଯଦି ବଳିବ ତ ତୋର ଭାଗ ଅନ୍ୟଥା ଖାଲି ଦେଖିବା ହିଁ ସାର ହେବ।" ଏଥର ମାଆ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣେଇଲେ ତ ଛୁଆଟି କହିଲା,"ମାଆ ! ତୁ ଯାଆ ତୋର କାମ କରିବୁ ମୁଁ ଯାଉଛି ଖେଳିବି।" ବାସ ! ଛୁଆଟି ସେଇ ଲଙ୍ଗଳା,ନୁଖୁରା ଦେହରେ ଦୌଡି଼ ପଳାଇଲା ପଡୋ଼ଶୀ ଘରକୁ। ଦିନେଶର ଆଖିରେ ଲୁହ। ସେ କହିଲା,"ଜେଜେ ! ମୋର ପକେଟରେ ଶହେଟଙ୍କା ଆଉ କୁରକୁରି ବି ଧରିଛି ଯିବି କି ଦେଇ ଆସିବି? ସେ ମାଆଙ୍କୁ ଦେଇ କହିବି ଏ ଟଙ୍କାରେ ସେ କୁନି ଭାଇଙ୍କ ପାଇଁ କିଛି କିଣି ଆଣିକି ଖୁଆଇବେ। ଜେଜେ ଦେଖିଲେ ଦିନେଶର ଦୁଃଖୀ ପ୍ରତି ବ୍ୟାକୁଳତା ଅଛି। ପର ଦୁଃଖରେ ଦୁଃଖୀ ତ ରତ୍ନାକର ବାବୁ ଦିନେଶ ହାତରେ ଆଉ ଦୁଇଶହ ବଢା଼ଇ ଦେଇ କହିଲେ,"ଦିନେଶ ! ୟାକୁ ନେଏ ମିଶାଇକି ଦେବୁ।" ଦିନେଶ ଆଗକୁ ବଢି଼ଲା। ସେ ମାଆ ଜଣଙ୍କ କେଉଁଠୁ ଖୁଦ ମୁଠାଏ ଆଣିଥିଲେ ତ ତାକୁ ଫୁଟାଇ ଖୁଆଇବା ନିଶାରେ କୁଲାରେ ଧରି ପାଛୁଡୁଥିଲେ। ଦିନେଶ ପାଖକୁ ଯାଇ ପାଦଛୁଇଁ ପ୍ରଣାମ କରି କହିଲା,"ମାଆ ! ଆପଣଙ୍କ କୁନିପୁଅ ଭୋକିଲା ଥାଇ ବି ଆପଣଙ୍କ ପ୍ରେମର କଥାକୁ ବୁଝି ପଡୋ଼ଶୀ ଘରକୁ ଖେଳିବାକୁ ଯାଇଛି। ମୁଁ ଦେଖିଲି ସେହି କୁନି ଭାଇଟିର ଆଶା,ଇଚ୍ଛା ଓ ଭରସା ଧରି କେତେ ବିଶ୍ୱାସରେ ଖେଳିବାକୁ ଚାଲି ଯାଇଛି,ନୁହେଁ? ସେ ଆସିଲେ ହୁଏତ ଖୋଜିପାରେ କି ଖଜା,ଗଜା,କାକରା ଓ ରସଗୋଲା ପରି ସୁଖାଦ୍ୟ। ଏଣୁ ମୁଁ ଆପଣଙ୍କୁ ଏ ଅର୍ଥ ଖୁସିରେ ଦେଉଛି କି କୌଣସି ସଙ୍କୋଚ ନ କରି ଗ୍ରହଣ କରନ୍ତୁ।" ଏ କଥା ଶୁଣି ସେ ମାଆଙ୍କର ଆଖି ଛଳଛଳ ହୋଇଗଲା। ଦିନେଶକୁ କୁଣ୍ଢାଇ ଭୋ..ଭୋ..କାନ୍ଦି ଉଠିଲା ଆଉ କହିଲା,"ପୁଅ ! ତୋର ଦୀର୍ଘଜୀବୀ ହେଉ। ସକଳ ସୁଖ ଈଶ୍ୱର ତୋ ହୃଦୟରେ ଭରି ଦିଅନ୍ତୁ। ଆମେ ଗରିବ ଓଳିଏ ଖାଇଲେ ଆର ଓଳିକି ଉପବାସ। ତୁ ତ ଭଗବାନ ସଦୃଶ ଆସି ସାମ୍ନାରେ ଉଭା ହୋଇଗଲୁ। ତୋର ମୁଖରେ କିଛି ବି ଦେବାକୁ ଏ ଅଧମ ମାଆ ପାଖରେ ହିଁ ନାହିଁ।" ବାସ ଏତିକି କହି ଭୋ..ଭୋ..କରି ଜୋରରେ କାନ୍ଦିଲା ତ ରତ୍ନାକର ବାବୁ ପାଖକୁ ଯାଇ ସାନ୍ତ୍ୱନା ଦେଇ କହିଲା, "ଝିଅ ! ତୁମେ କାନ୍ଦ ନାହିଁ ଦିନେଶ ଦେଉଥିବା ଅର୍ଥକୁ ସାଦରେ ଗ୍ରହଣ କରି ନିଜ ପୁଅର ଖାଇବା ସୁବ୍ୟବସ୍ଥା ଯଥାଶୀଘ୍ର କର।" ସେ ମାଆଟି ଦିନେଶକୁ ଏଥର ଛାଡି଼ଦେଲା ଆଉ ଯିବାକୁ ଅନୁମତି ଦେଲା ତ ଏଥର ଦିନେଶ ପୁଣି ପାଦଛୁଇଁ ମୁଣ୍ଡିଆ ମାରୁମାରୁ ସେଇ ମାଆଙ୍କୁ ଧରି କାନ୍ଦି ଉଠିଲା। ଦୁଇ ମାଆ,ପୁଅ ଓ ଜେଜେଙ୍କ ଆଖିରେ ଯେମିତି ଶ୍ରାବଣର ଧାରା ଅଜସ୍ର ପ୍ରେମରେ ପ୍ରେମରେ। 

    କିଛି ସମୟ ପରେ ଦିନେଶ ଓ ଜେଜେ ଘରକୁ ଫେରି ଆସିଲେ। ସେତେବେଳକୁ ସଞ୍ଜ ହୋଇ ସାରିଥାଏ। ଘରେ ପହଞ୍ଚି ଗୋଡ଼ହାତ ଧୋଇ ବହି ବସ୍ତାନୀ ଧରି ପଢି଼ବାକୁ ଦିନେଶ ଗଲା ହେଲେ ତାର ଆଖିରେ ନାଚିଗଲା ସେଇ କୁନି ଭାଇଟିର ମୁହଁ ଓ ମାଆଙ୍କର ଭୋକିଲା ଶୋଷିଲା ହୃଦୟ ତ ଝରଝର ଶ୍ରାବଣର ଧାରା ପୁଣି ଛୁଟି ଆସିଲା। ପାଖରେ ବସିଥିଲେ ଜେଜେ ସେ କହିଲେ,"ଦିନେଶ ! ଆଜିର ଭ୍ରମଣରୁ କ'ଣ ଶିକ୍ଷା କଲୁ ଶୁଣେ?" ଦିନେଶ କହିଲା,"ଜେଜେ ! ସେଇ କୁନି ଭାଇଙ୍କ ପ୍ରତି ମାଆଙ୍କର ଅଜସ୍ର ପ୍ରେମ। ଆଉ ବି କୁନି ଭାଇର ମାଆ ପ୍ରତି ଭକ୍ତିର ଭାବନା ଓ ବିଶ୍ବାସ ରୂପକ ପ୍ରେମ। ସେ ମାଆଙ୍କର ତ ବାତ୍ସଲ୍ଯ ମମତାର ପ୍ରେମ ଧାରା ଉଚ୍ଛୁଳି ପଡୁଥିଲା।" ଧାରେ ହସ ମେଲି ଜେଜେ କହିଲେ,"ଦିନେଶ ! ଖାଲି ସେତିକି ନୁହେଁ ତୋର ସେମାନଙ୍କ ପ୍ରତି ଅତୁଟ ସ୍ନେହ,ପ୍ରେମ ଓ ଭଲ ପାଇବା ତ କହିଲୁ ନାହିଁ?" ଦିନେଶ କହିଲା,"ଜେଜେ ! ସଂସାରରେ ଏମିତି ଲୋକ ବି ଅଛନ୍ତି ଯେଉଁମାନେ କି ବିଲକୁଲ ଖାଇବାକୁ ନ ପାଇ ବି ସଂସାର ଭିତରେ ସନ୍ତୋଷ ରହିବା ଦେଖିବାକୁ ମିଳୁଛି,ନୁହେଁ? 

   ଜେଜେ ଦିନେଶର ମୁଣ୍ଡ ଆଉଁସି କହିଲେ ୟାକୁ ହିଁ କହନ୍ତି ଅସଲ ପ୍ରେମ। ଈଶ୍ୱର ସଭିଙ୍କୁ ଗଢି଼ ତୋଳିଛନ୍ତି କି କାହାର ଧନ ଥାଇ ବି ଦୁଃଖୀ ତ କାହାର ଧନ ନ ଥାଇ ବି ସୁଖୀ। ଏହା ହିଁ ଈଶ୍ୱରଙ୍କ ପ୍ରେମର ସାଗର। ଦିନେଶ ଲୁହ ଓ କୋହରେ ଜେଜେଙ୍କୁ କୁଣ୍ଢାଇ ଭିଡି଼ ଧରିଲା ଅଥଚ ଦୂରରେ ଥାଇ ମାଆ କାନ୍ତିରାଣୀ ଓ ବାପା ସୁକାନ୍ତ ଜେଜେ ନାତିଆଙ୍କ ପ୍ରେମର ଡୋରୀକୁ ଅପଲକ ନୟନରେ ଚାହିଁ ରହିଥିଲେ।



Rate this content
Log in

Similar oriya story from Tragedy