Dipti lekha Mishra

Tragedy

5.0  

Dipti lekha Mishra

Tragedy

ପ୍ରେମ

ପ୍ରେମ

4 mins
279


ଆଜିକା ପିଲା ଅଧିକ ପ୍ରେମ କରନ୍ତି । ଆଗ ଏମିତି ନ ଥିଲା । ଆଗ ଭଲ ପାଇବାରେ ପବିତ୍ରତା ଥିଲା । ଏ ସବୁ ଶୁଣି ଶୁଣି ମୋ କାନ ତାବଦା ହୋଇଗଲାଣି । ଓଃ , ସବୁବେଳେ ଖାଲି କେଚେରେ କେଚେରେ । ମୁଣ୍ତ ଖରାପ ହୋଇଗଲାଣି । ତୁ ଏମିତି କରେନା, ସେମିତି କରେନା, ଇଆଡେ ଯାନା , ସିଆଡକୁ ଦେଖନା ..ଭାରୀ ବିରକ୍ତ ଲାଗିଲାଣି ଏ ଏକା ପ୍ରକାରର ବାକ୍ୟ ଶୁଣି ଶୁଣି । ଭାବିଲି ବାହାଘର କରିବେ ପରା 

କରିଦିଅନ୍ତୁ । ଅନ୍ତତଃ ଜେଜେ, ବଡବାପା, ବଡମା, ବାବା ଆଉ ମୋତେ ଚିଡିବେନି । 

ବାହାଘର କହିଲେ କ’ଣ ? ତା’ର ଲାଭ କ୍ଷତିର ହାସାବ କଷୁ କଷୁ ଛନ୍ଦି ହୋଇଗଲି ପ୍ରେମରେ । ଗୋଟିଏ ସାବନା ରଙ୍ଗର ପୁଅଟି ହଠାତ ମୋ ଦେହ ସହ ଧକ୍କା ହୋଇଗଲା ସେଦିନ ମଲରେ । ପାଖରେ ଥାଏ ମୋ ସାନ ଭଉଣୀ । ସେ ପୁଅର ମୁହଁ ଖୋଜି ଖୋଜି ଶେଷରେ ତା’ ଠିକଣାରେ ପହଂଚିଗଲି । ସେ ଭାବନା କିଛି ଥିଲା ନିଆରା । ସାଙ୍ଗେ ସାଙ୍ଗେ ତା’ ଦେହର ସ୍ପର୍ଶ ରେ ପ୍ରେମ ହେବା ପୁଣି ମୋ ଭଳି ଝିଅ ସହ ଯିଏ ଏତେ ବଡ ହେଲା ପରେ ବି ବୁଝିନି ବାହାଘର କ’ଣ ?ସେ ଭଳି ଝିଅ କିନ୍ତୁ ଆଜି କାହା ପ୍ରେମରେ ପଡି ଛଟପଟ ହେଉଛି । ବେଳେ ବେଳେ ମୋତେ ଅବିଶ୍ୱାସ ବି ଲାଗେ । ଦେହର ବାସ୍ନା, ମଣର ଉତ୍ତେଜନାକୁ ପ୍ରେମ କହନ୍ତି ସେ କଥା ମୁଁ ଏବେ ଏବେ ବୁଝିଗଲିଣି । ଖାଲି ମୁଁ ନୁହଁ ସେ ପୁଅ ବି ମୋତେ ଆଗରୁ ପସନ୍ଦ କରିଛି ଏ କଥା ଶୁଣି ଗର୍ବରେ ଛାତି ଫୁଲାଯାଉଛି । ଏବେ ଏବେ ତା’ ହାତଧରିବା ଅଭ୍ୟାସ କରିଛି । ସେ ବି ମୋ ହାତ ଧରି ବେଶ ଖୁସି ଜଣାପଡୁଛନ୍ତି । ହାତ ଧରାଧରି ହେଉ ହେଉ କେତେବେଳେ ଯେ ପ୍ରେମର ନୀବିଡତା ବଢିଯିବ ଏକଥା ମୋତେ ଆଜି ବି ମନେ ପଡିଲେ ଅବିଶ୍ୱାସ ଲାଗୁଛି । 

ମୋ ବଡ ଭାଇ ସେ ତା’ ଯୌବନରେ ପହଂଚିଥିଲା । ମୁଁ କିନ୍ତୁ ଥିଲି ସଂପୁର୍ଣ୍ଣ ବୋକୀ ଝିଅଟେ । କେହି ମୋର ଏ କଥାକୁ ବିଶ୍ୱାସ କରିବେନି ଜାଣି କାହା ଆଗେ କିଛି କହାପାରୁନଥିଲି । ତଥାପି ସେ ସ୍ବଭାବରେ ଭଲ ବୋଲି ସମସ୍ତେ କହନ୍ତି । କିନ୍ତୁ ନା ସେ ଏକ ବିଷଧର ସର୍ପ ଥିଲା । ଭଗବାନଙ୍କ ଆଶୀର୍ବାଦ କୁହ କି ଅଭିଶାପ , ମୁଁ କିନ୍ତୁ ତା’ ଚକ୍ରାନ୍ତରୁ ଅତିଶୀଘ୍ର ମୁକ୍ତି ପାଇଯାଇଛି ଭଲ ହେଲା । ନ ହେଲେ ସେ ମୋତେ ଆଜି ତା’ ପିଲାର ମାଆ କରିସାରନ୍ତାଣି ବୋଧେ । ଯେତେ ସଭାରେ ଆଜି ଉପସ୍ଥିତ ହେଉଛି ସବୁ ବୁଦ୍ଧିଜୀବି ମାନେ କୁହନ୍ତି ନିଜ ଲୋକ ମାନେ ରେଫ୍ କରନ୍ତି, ଖରାପ ନଜରରେ ଦେଖନ୍ତି, ଖରାପ ସ୍ପର୍ଶ କରନ୍ତି । ଏକଥା ସଂପୁର୍ଣ୍ଣ ଠିକ ବୋଲି ଆଜି ଅନୁଭବ କରୁଛି । 

ସେ ମୋ କଜିନ ଭାଇ ହେଲେ ବି ଏତେ ଖରାପ ତା’ ଚିନ୍ତାଧାରା ଥିଲା ଆଉ ମୁଁ ବିପ୍ଳବୀ ନ ଥିଲି ଭାବିଲେ ଆଜି ହୃଦୟଟା ଖଣ୍ତ ଖଣ୍ତ ହୋଇଯାଉଛି । ଖାଲି ଭାଇ ନୁହଁ ତା’ ନିଜ ମଝିଆ ଜୋଇଁ ବି ମୋତେ ବାରମ୍ବାର ଖରାପ ସ୍ପର୍ଶ କରିଛନ୍ତି । ବାରମ୍ବାର ମୋତେ ନିଜର କରିବାକୁ ଚେଷ୍ଟା କରିଛନ୍ତି ଆଉ ଶେଷରେ ମୋ ବିବାହ ପରେ ସଂପର୍କ କାଟିବାକୁ ବାଧ୍ୟ କାରଣ କାଳେ କିଏ ତାଙ୍କ ଦୋଷ ଜାଣିଦେବ । 

ନିଜ ଘର ଲୋକମାନେ ଏତେ ଶତ୍ରୃୄୄୄୄୄୄୄୄୄୄତା କରପାରନ୍ତି ସେ କଥା ବୁଝିଲାବେଳକୁ ପାଦତଳୁ ମାଟି ଖସିଯାଉଛି । କି ସମୟ ଥିଲା ସତରେ । ଆଜି କିନ୍ତୁ ମୋ ପାଖରେ ଭୀମ ଭଳି ବଳ ଅଛି । ଥରେ ଯଦି ଦିଜଣ ଯାକ ସହ ଦେଖା ହୁଏ ଭାବିଛି ଖୁବ ବକିଦେବି । ସଂପର୍କ ଆଉ ପ୍ରେମ କେତେ ଭିନ୍ନ ବୁଝାଇଦେବି । ଭାବୁଛି ନିଜ ଝିଅର ଚିତ୍ରକୁ ନେଇ ଦୁହେଁ ଦୁହିଁଙ୍କ ଭୁଲ ବୁଝିସାରିଥିବେ । ତଥାପି ଦେଖା ହୁଅନ୍ତାକି ?

ଦିନେ ଆମେ ପିକନକ ବାହାରିଥିଲୂ । ବଡବାପା, ବଡମା, ତାଙ୍କ ପୁଅମାନେ ମୋ ସାନଭାଇ ସାଙ୍ଗରେ ଥିଲେ । ସମସ୍ତେ ଯାଇ ଗାଡିରେ ବସିଲେଣି । ବଡଭାଇର ଯୌନ ଲାଳସା ମେଣ୍ଟିବା ପାଇଁ ସେ ମୋତେ ଟାଣିନେଉଥିଲା ରୋଷେଇଘରକୁ । ଆ ଟିକେ ଆ ପ୍ଳିଜ କହି । ହଠାତ ମୋ ପାଟି କିନ୍ତୁ ଖୋଲିଲା । ତୁ ଭାଇ ହେଇ ଏମିତି କ’ଣ କରୁଛୁ ମୋତେ ଏ ସବୁ ଭଲ ଲାଗୁନି । ଜୋରରେ ଜାବୁଡି ଧରିଲା ମୋତେ । ସେ ଜାବୁଡାରୁ ମୁକ୍ତି ପାଇଁ ତାକୁ ଛିଣ୍ତାଇବାକୁ ବାଧ୍ୟ ହେଲି ଆଉ ରାଗରେ କହିଥିଲି ଆଉ କେବେ ମୋତେ ଛୁଇଁବୁନୁ । ବାସ !ସେତିକି ବଡପାଟି ଆଉ ମୋ କହିବାର ସାହସ ଜୁଟିଲାଣି ଭାବି କ୍ଷମା ମାଗିଥିଲା । ମୋରେ କ’ଣ ହୁଏ କେଜାଣି ତୋତେ ଦେଖିଲେ ଏମିତି କାହିଁକି ହୁଏ । ହଉ ଛାଡେ ଆଊ କେବେ ନୁହଁ। କିନ୍ତୁ ତୋତେ ମୋ ରାଣ କେବେ କାହରିକୁ କହିବୁନି ।  

ତଥାପି ଆଜି ସେ କଥାଗୁଡିକ ମନେ ପଡିଲେ ହଜମ ହୁଏନି । କହୁ କହୁ ସବୁତକ କହିଦେଲି ମୋ ପରିବାର ଲୋକଙ୍କୁ ଆଉ ସଚେତନ କରିଦେଲି ଆଗକୁ ମହାଭାରତ ହେବ । 

କିଛିଦିନ ପରେ ଜାଣିଲି ସେ ଗୋଟିଏ ଝିଅକୁ ଭଲ ପାଉଥିଲା । ତା’ ସହ ଶାରୀରିକ ସଂପର୍କ ବି ରଖିସାରିଥିଲା । ଝିଅଟିର ଜାତି ଅଲଗା ଥିବାରୁ ସେ ତାକୁ ବାହା ହୋଇପାରିଲାନି । ଝିଅଟିର ବାହାଘର ଅନ୍ୟତ୍ର ହୋଇଗଲା । ସେ ଦିନ ଠାରୁ ଦେହର ଭୋକ ସମ୍ଭାଳିପାରେନି ବୋଲି ଖରାପ ଚିତ୍ର ଦେଖୁଥିଲା ଆଉ ବାପାଙ୍କଠାରୁ ଗାଳି ବି ଶୁଣୁଥିଲା । 

ଭଲ ଚିତ୍ର କରିପାରୁଥିଲା ହେଲେ ସମାଜର ନଗ୍ନନାରୀଙ୍କ ଚିତ୍ର ଅଧିକ କରୁଥିଲା । ଶାରୀରିକ ସଂପର୍କର କିଛି ଚିତ୍ର କରିଥାଏ । ଏସବୁ ରଖିଥିଲା ତା’ ଡାଏରୀରେ । ବାସ ମୁଁ ଯେବେଠୁ ଦେଖିଦେଲି ସେଦିନ ଠାରୁ ମୋ ମୁଣ୍ତରେ ଟିକେ ଜ୍ଞାନ ଆସିଗଲା ଆଉ ତା’ ଠାରୁ ଦୂରେଇ ରହିବା ପାଇଁ ନିଜକୁ ନଡିଆ ଭଳି ମଜବୁତ କରୁଥିଲି । 

ଛି..ଛି.ଛି । ଏମିତି ସଂପର୍କର ଭାଇ କାହାରିକୁ ନ ମିଳୁ । ପ୍ରଭୂ ଏତିକି ହିଁ ନିବେଦନ । ମିନୁ (ମୋର)ର ଏ ପ୍ରାର୍ଥନା ଭଉଣୀ ଶୁଣିଥିଲା । ଆଉ ଦୁହେଁ ବସି କଥା ହେଉ ହେଉ ଆଉ ଗୋଟିଏ ସାନ ଭଉଣୀ ହାଜର । ତିନିଜଣ ସାଙ୍ଗ ହୋଇ ଏଥର ବିଦ୍ରୋହ କରିବେ ବୋଲି ପ୍ରତିଜ୍ଞା କଲେ । 

ସଂପର୍କ ସବୁବେଳେ ସୀମା ଭିତରେ ରହିଲେ ଏ ସମାଜର ଝିଅମାନେ ଆଉ ବଳାତ୍କାରର ଶିକାର ହେବେନି । ମିନୂ ଆଜି ଜଣେ ସମାଜ ସେବିକା । ସ୍ଥାନେ ସ୍ଥାନେ ଘର ଲୋକଙ୍କ ଠାରୁ ସତର୍କ ରୁହ କହି ଝିଅମାନଙ୍କୁ ବୁଝାଇଥିଲେ । 

ମିନୁର ବାହାଘର ହେଲା । ପବିତ୍ର ସଂପର୍କରେ ବାନ୍ଧି ହୋଇ ମାଆ ବି ହେଲା । ଆଜି ମୁଁ ବୁଝିପାରୁଛି ଘରଲୋକଙ୍କ ଶାସନ ଏତେ କଠୋର ଆଉ ସୁନ୍ଦର ଥିବା କାରଣ , ତଥାପି ମିନୁ (ମୁଁ)ଆଜି ବି କାନ୍ଦେ ଗୁମୁରି ଗୁମୁରି ଯେ ମୁଁ କେଡେ ବୋକୀଟେ ଥିଲି । ନୀରବ ରହୁଥିଲି । ଭୁଲକୁ ଗ୍ରହଣ କରି ପ୍ରତିବାଦ କରୁନଥିଲି । ଧିକ ଏ ସରଳପଣିଆ । 



Rate this content
Log in

Similar oriya story from Tragedy