Gitanjali Pujapanda

Abstract Romance

3  

Gitanjali Pujapanda

Abstract Romance

ପ୍ରେମ ର ପରିପୂର୍ଣ୍ଣତା ଭାଗ ୦୨

ପ୍ରେମ ର ପରିପୂର୍ଣ୍ଣତା ଭାଗ ୦୨

5 mins
125


ସୁଲୋଚନା ପାହାଚ ଉପରେ ପାହାଚ ଚଢିବା ସହିତ ବିନି କୁ ବଡ଼ ପାଟିକରି ତାଗିଦ କରନ୍ତି ଶୀଘ୍ର ଯାଇ ନିଜର ସକାଳ ର ନିତ୍ୟକର୍ମ ସାରିବା ସହିତ ଆଜି ଠାକୁର ଘରେ ମୁଣ୍ଡିଆ ଟିଏ ମାରିବା ପାଇଁ !ବିନି କୁ ସବୁବେଳେ ଟିପଟାପ ରହିବାକୁ ତାକୁ ଭଲ ଲାଗେ ମୁହଁ କୁ ତାର ଦେଖି ଦିନ ରାତି ମିରର ଆଗରେ ସଜାଇ ହୁଏ ! ସେ ଆଖିରେ ସରୁ ଧାର କଜଳ ର ଗାର କୁ ଓଠ ରେ ଗୋଲାପୀ ଲିପଷ୍ଟିକ ମୁହଁ କୁ ତାର ବହୁତ ସୁନ୍ଦର କରେ ନାକ ରେ ରୂପା ଏକ ରିଙ୍ଗ ମୁହଁ ଟି ତାର ଉଜ୍ଜ୍ୱଳ ଦିଶୁଥାଏ ତା 'ସହିତ ବିଦେଶୀ ପୋଷାକ ଛାଡି ଆଜି ସୂର୍ଯ୍ୟ ପଶ୍ଚିମ ଦିଗ ରେ ଉଦୟ ହେବା ଭଳି ୱେଷ୍ଟନ ଛାଡି ସାଲୁଆର ପିନ୍ଧିଛି ଆଉ ତା ସହିତ ମୁହଁ ରେ ଏକ ଛୋଟ ବିନ୍ଦି ଆହୁରି ସୁନ୍ଦର କରୁଛି ସତେ ଯେମିତି ପୂର୍ଣ୍ଣଚାନ୍ଦ!

ସୁଲୋଚନା କାଉ ପରା ଙ୍କୁ ରୁଟି ଦେବା ସହିତ ଓଦା ଲୁଗାପଟା ସବୁ ଛାତ ଉପରେ ଶୁଖେଇ ଦେଇ ତଳୁ କୁ ଆସିଲା ବେଳ କୁ ଆଉ ଥରେ ଝିଅ ର କବାଟ ପାଖ ରେ କହିଦେଇ ଆସନ୍ତି ଶୀଘ୍ର ଗାଧୋଇ ଆସିବା ପାଇଁ!!ସୁଲୋଚନା ତଳୁ କୁ ଆସି ତାଙ୍କ କାର୍ଯ୍ୟ ରେ ଲାଗି ଯାନ୍ତି ସବୁଦିନ ପରି ଆଜି ବି ତାଙ୍କ ଆସିବା ବାଟ କୁ ଚାହିଁ ବସିଛି ଜଣେ ଯୁବକ । ସୁଲୋଚନା ତଳ କୁ ଓଲ୍ଲେଇବା ସମୟ ରେ ଆଣ୍ଟି ଆଣ୍ଟି କହି କିଏ ତାଙ୍କ ପାଖ କୁ ଚାଲିଆସେ ସୁଲୋଚନା ତାକୁ ଦେଖି କିଏ ଅଭି ଆଜି କଣ ଏତେ ସକାଳୁ ସକାଳୁ ଚାଲିଆସିଛୁ ।ଆଣ୍ଟି ରାହୁଲ ଭାଇ ଅଛନ୍ତି କି ??ରାହୁଲ ଏକ ମାତ୍ର ପୁଅ ମିଶ୍ର ପରିବାର ର ଆକାଉଣ୍ଟ ରେ ଦୂତୀୟ ବର୍ଷ ର ଛାତ୍ର ଭଲ ପାଠ ସହିତ ଭଲ ପିଲାଟିଏ ମଧ୍ୟ ଅଭି ଅଜିତାଭ ବାବୁ ଙ୍କ ସାଙ୍ଗ ଅମରେଶ ବାବୁ ଙ୍କର ଏକ ମାତ୍ର ପୁଅ ତାର ଏବେ ଆକାଉଣ୍ଟ ରେ ପ୍ରଥମ ବର୍ଷ ସେ ପ୍ରାୟ ଅଜିତାଭ ବାବୁ ଙ୍କର ଘର କୁ ଆସେ ରାହୁଲ ଭାଇ ର ବହି ଖାତା ନେବା ପାଇଁ ଆଉ ତା ସହିତ ଆଉ କିଛି ଯାହା ସେ ଅନୁଭବ କରେ ମାତ୍ର କାହାକୁ କିଛି କୁହେନି ଖାଲି ଚାହିଁ ରହିଥାଏ ତାର ଆସିବା ବାଟ କୁ ଆଉ ତାର କାଚ ଝୁଣୁଝୁଣୁ ସହିତ ପାଉଜି ର ସ୍ପର୍ଶ ଯେତେ ବେଳେ ତା କାନ ରେ ବାଜେ ପାହାଚ ତଳ କୁ ଆସିଲା ବେଳେ ମନ୍ତ୍ରମୁଗ୍ଧ ହୁଏ ସେ ତାକୁ ଦେଖି !!ଆଜି ବି ବିନି ସେହି ପାଉଁଜି ସହିତ କାଚ ରୁଣୁଝୁଣୁ ଶୁଣିବାକୁ ଆସିଥିଲା ସେ, ମାତ୍ର ବାହାନା ଥିଲା ବହି ଖାତାର ।ଅଭି ବିନି କୁ ଦେଖିବା ମାତ୍ରେ ତାର ହୃଦୟ ର ସ୍ପନ୍ଦନ ର ଗତି ବଢି ଯାଏ କାରଣ ଆଜି ବିନି ଧଳା ରଙ୍ଗ ସହିତ ହଳଦିଆ ରଙ୍ଗ ର ସାଲୁଆରେ ରେ ଅପରୂପା ଦିଶୁଥିଲା !!ପାହାଚ ରୁ ତଳୁ କୁ ମମ ଡାକି ଡାକି ଆସିଲା ବେଳେ ଟିକେ ଦର୍ଶନ ର ଆଶା ନେଇ ଆସିଥିବା ପ୍ରେମ ଦିୱାନ ଅଭି ର ନେତ୍ର ଲାଖି ରହିଥିଲା ବିନି ର ମୁହଁ ର ପ୍ରତିଟି କାର୍ଯ୍ୟକଳାପ ରେ!! ତା ର ପ୍ରତି ଅକସ୍ମାତ ଭାବେ ସେ ଆକର୍ଷତ ହୁଏ ବିନି ପ୍ରତି ଚାଲିଚଳନ ରେ ।ସବୁ ଯେମିତି ଶବ୍ଦ ହୀନ ନିଶବ୍ଦ ହେଇଯାଏ ବିନି ର ପାଉଜି ର ଶବ୍ଦ ସହିତ କାଚ ର ରୁଣୁଝୁଣୁ ଶବ୍ଦ ଖାଲି ଶୁଭୁ ଥାଏ ଚାରିଆଡେ କିଛି ଜଣାପଡେ ନି ତାକୁ ମୃଦୁ ମଳୟ ର ସହିତ ପ୍ରେମ ର ଗୀଟାର ବାଜୁଥାଏ ଅଭି ର ଚାରିପଟେ ଆଜି ସେ ଖାସ ବିନି କୁ ଦେଖିବା ପାଇଁ ଆସିଛି ତା ନଜର ଆଉ ତା ଦେହ ର ପ୍ରତିଟି ବାସ୍ନା କୁ ଆଘ୍ରାଣ କରୁଛି ସେ ନିଜକୁ ଏକାକୀ କରି ! ବିନି କିନ୍ତୁ ଚପଳା ଖରସ୍ରୋତା ଝରଣା ପରି ଝରଝର ହୋଇ ପାହାଚ ରୁ ତଳ କୁ ଓଲ୍ଲେଇ ଆସି କୁହେ ଅଭି ଭାଇ କାହାକୁ ଦେଖୁଛ ମତେ ! ଅଭି ନିଜ କୁ ସ୍ୱପ୍ନ ଦୁନିଆଁ ରୁ ବାହାରି ଆସି ଲାଜେଇ ହସ ଦେଇ ଚାଲିଯାଏ ,ସତେ ତାକୁ ଗୋଟେ ପଦ କଥା ରେ ମିଳିଯାଏ କୋଟି ନିଧି ,ପ୍ରେମ ର ପରଶ ବଡ଼ ବିଚିତ୍ର ଅମାବାସ୍ୟା ରେ ଚାନ୍ଦିନୀ ର ଭ୍ରମ ସୃଷ୍ଟି କରେ !ସବୁ ଆଡେ ତାର ମୁହଁ ଟି ଦିଶୁଥାଏ ବାରମ୍ବାର ଅଭି ନିଜେ ଜାଣିପାରେ ନାହିଁ ,ବିନି କୁ ଦେଖିବା ପାଇଁ ସକାଳୁ ସକାଳୁ କିଛି ବାହାନା କରି କାହିଁକି ?ଚାଲିଯାଏ ରାହୁଲ ଭାଇଘର କୁ !ତା ମନ ରେ ବି ପ୍ରଶ୍ନ ଆସେ ବିନି କଣ ମତେ ଦେଖିବାକୁ ମୋ ପରି ପାଗଳ ! ବିନି ତ ଚଞ୍ଚଳା ଚାପଳା ତା କାନ ମୋ ହୃଦୟ ର ପ୍ରତିଧ୍ବନି ତରଙ୍ଗ କୁ କଣ ଜାଣିପାରେ !ସେ କଣ ଆନମନା ହୋଇ ମତେ ଖୋଜେ ଦେଖିବା ପାଇଁ !ଆରେ ଅଭି କୁଆଡେ ଯାଉଛୁ ସୁଲୋଚନା ବଡ଼ ପାଟି ରେ ଡାକ ଛାଡ଼ନ୍ତି !!କିନ୍ତୁ ଅଭି କୁ କିଛି ଶୁଭୁ ନାହିଁ ! କି କିଛି ଦେଖା ଯାଏ ନାହିଁ ଆଖିରେ ତାର ବିନି ର ସୁନ୍ଦର ମୁହଁ ନାଚିଯାଏ ! ସେ ଏବେ ବିନି ର ପ୍ରେମରେ ପାଗଳ ! ଅଭି ର ମନ କଥା ଅଭି ବିନା କେହି ଜାଣିପାରନ୍ତି ନାହିଁ ,ବିନି ବି ନୁହେଁ ! ଏକ ତରଫା ପ୍ରେମ ର କଷ୍ଟ ଯନ୍ତ୍ରଣା କିଏ ଜାଣିବ ପ୍ରତି ଟି ହୃଦସ୍ପନ୍ଦନ ତାର ନାମ ନେଉଥିବ ନା କିଛି ଖାଇବାକୁ ଇଛା ହେଉଥିବ ନା କିଛି ପିନ୍ଧିବାକୁ ମନ ଖାଲି ତାର ଘର ଆଡ଼େ ମାଡିଯାଉ ଥିବ ଅଜଣାତ ରେ ହେଉ ଅବା ଜଣାତ ରେ ! ପ୍ରତିଟି ସ୍ପନ୍ଦନ ର ଠିକଣା ତାକୁ ହିଁ ଖୋଜେ,ତା ସାନିଧ୍ୟ ପାଇବା ପାଇଁ କିଛି ବି

କରିବାକୁ ପ୍ରସ୍ତୁତ ହେଇଯାଏ ଏ ମନ!

ଅଭି ଚାଲିଯାଏ ଆଉ ବିନି ନିଜର ପ୍ରଜାପତି ପରି ରୂପ କୁ ନେଇ ଉଡ଼ିଆସି ବସେ ବଗିଚା ରେ ସୁଲୋଚନା ଡାକ ଛାଡ଼ନ୍ତି ବିନି ଠାକୁର ଘରେ ମୁଣ୍ଡିଆ ମାରି ଆସେ ଭାଇ ଡାକୁଛି ! ତୋର ଆଜି ମ୍ୟାଟ୍ରିକ ପରୀକ୍ଷାର ଫଳ ବାହାରିବ ! ସତେରେ ଏ ଝିଅ କୁ ମୁଁ କେତେ କହିବି ତାର କଣ ଡର ଭୟ ଅଛି କି ନାହିଁ ?ଅଜିତାଭ ବାବୁ ଆରେ ମୋ ଝିଅ ର ଫାଷ୍ଟକ୍ଲାସ ହେବ ତମେ କିଛି ବି ଚିନ୍ତା କରନି ଭାଇ ଆସୁ ଦେଖି ନେବ ନେଟ ରେ ଆଜିକାଲି ତ ଇଣ୍ଟରନେଟରେ ପରୀକ୍ଷା ରେଜଲ୍ଟ ବାହାରୁଛି ନା। ଆମ ବେଳେ କେତେ କଷ୍ଟ ସହିବାକୁ ପଡୁଥିଲା ଆଉ ସେ କଷ୍ଟ ଅଛି କି ଏବେ? ଆରେ ଏ ରାହୁଲ କୁଆଡେ ଗଲୁ ରେ ବାପ ବିନି ର ରେଜଲ୍ଟ ବାହାରିଲାଣି ନେଟ ରେ ଟିକେ ଦେଖି ନେଲୁ ରେ ।ବିନି ଯାଇ ଠାକୁର ଘର ମୁଣ୍ଡିଆ ଟେ ମାରିଲା ବେଳେ ଜେଜେମାଆ ସେଠି ବସି ଜପ କରୁ କରୁ ତାକୁ କୁହନ୍ତି ଭଲ ବରଟେ ମିଳୁ ମୋ କନକ ଗୋରୀ କୁ ! ବିନି କୁହେ ଜେଜେ ମାଆ ତୁ ଆଉ କିଛି ଆଶ୍ରିବାଦ ଦେଇପାରିଲୁନି ! ଏଇ ଆଶ୍ରିବାଦ ମୋର କଣ ହେବ ମ !ମୁଁ କଣ ବାହା ହେବି ଏବେ ତୋରି ମୁଣ୍ଡ ରେ ଆଉ ମମ ର ମୁଣ୍ଡ ରେ ବସିବି !କହି ଜେଜେମାଆ ର ପିଠି ରେ ଗେଲ ରେ ଆଉଜି ହୋଇଯାଏ ବିନି ! ଆଉ ଜେଜେମାଆ ତାକୁ ଗେଲ ରେ ଗାଳି କରି କୁହେ ଆଲୋ ହୁଣ୍ଡି ଝିଅ ଜନ୍ମ ତ ପର ଘର କୁ !ଜନ୍ମ ହେବେ ଗୋଟେ ଘରେ ଆଉ ଗୋଟେ ଘର କୁ ଯିବ କର୍ମ କରିବା ସହିତ ସଂସାର ର ସବୁ ପ୍ରକାର ଭୂମିକା ତୁଲାଇବାକୁ ! ତୁ ମତେ ଦେଖୁ ନୁ ମୁଁଏବେ ବୁଢ଼ୀ ହେଲାଣି ଜେଜେମାଆ ର ଭୂମିକା ତୁଲାଉଛି ଆଉ ତୋ ବାହାଘର ସରିଲେ ତୋ ପିଲା ମାନଙ୍କର ବୁଢୀଆଇ ର ଭୂମିକା ତୁଲାଇବି ସେମାନଙ୍କୁ ତେଲ ମାଲିସ କରି ଟାଣ କରିବି ବୁଝିଲୁ କନକ ଗୋରୀ !ବିନି ଲାଜେଇ ଯାଇ କୁହେ ଓଃ !ଜେଜେ ମାଆ !

ଆଉ ଜେଜେମାଆ ହସିଦେଇ ସବୁ ଝିଅ ଏମିତି କୁହନ୍ତି ବୁଝିଲୁ ହୁଣ୍ଡି ! ଜେଜେମାଆ ତୁ ବିନା ମ୍ୟାଟ୍ରିକ ରେଜଲ୍ଟ ବାହାରିବ ବୋଲି ମୋ ମୁଣ୍ଡ ଖରାପ ଆଉ ତୁ ମତେ ସକାଳୁ ସକାଳୁ ଏସବୁ କଥା କହି ଆହୁରି ମୁଡ଼ ଖରାପ କରନା !ମତେ ଭଲ ରେଜଲ୍ଟ ଆଣିବାର ଅଛି ! ଆଉ ମୁଁ ବାହା ନ ହେଇ ଚାକିରୀ ଟିଏ କରିବି ସେ ଆଶ୍ରିବାଦ ଦେ ମତେ !ସୁଲୋଚନା ରୋଷେଇ ଘରୁ ଅଜିତାଭ ବାବୁ ଙ୍କର ଟିଫିନ ରେଡି କରି କୁହନ୍ତି ଜେଜେମାଆ ଆଉ ନାତୁଣୀ ଙ୍କର ଗପସପ ସରିଲା ଏପଟେ ପୁରୀ ଆଉ ତରକାରୀ ଥଣ୍ଡା ହେବା କୁ ବସିଲାଣି !!ଆସ ଆଗ ଖାଇ ନିଅ ତା 'ପରେ ରେଜଲ୍ଟ ଦେଖିବା ଏ ବିନି ଉପରେ ମୋର ତିଳେ ହେଲେ ବିଶ୍ୱାସ ନାହିଁ ! କହି ସୁଲୋଚନା ରୋଷେଇ ଘରକୁ ଚାଲିଗଲେ ।

ବିନି ଏସବୁ ଶୁଣି ରାଗିକି ବୋଉ କୁ ଚାହିଁ ରହିଥାଏ ଆଉ ସୁଲୋଚନା ହସୁଥାନ୍ତି ତାଙ୍କ ଗେଲା ଝିଅ ର ଲାଲି ରାଗ ଗର୍ ଗର୍ ମୁହଁ କୁ ଦେଖି ହଉ ଆଉ ମୁହଁ କୁ ସେମିତି କରନା ସୁନ୍ଦର ମୁହଁ ତୋର ପତି ମାଙ୍କଡ଼ ପରି ଲାଲ ପଡ଼ିଗଲାଣି ବୁଝିଲୁ!!ବିନି ଆହୁରି ରାଗି ଯାଇ ବଗିଚା କୁ ଚାଲିଯାଏ ।

ଆଉ ତାପରେ ।

କ୍ରମଶଃ



Rate this content
Log in

Similar oriya story from Abstract