STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

2 mins
143


ଅନେକ ଦିନ ତଳର କଥା ।ଚମ୍ପାପୁର ନାମକ ଗାଁରେ ଘନବାବୁଙ୍କ ଘର।ସେ ଜଣେ ଚାଷୀ ଲୋକ।ଚାଷ କରି ପରିବାର ପୋଷଣ କରନ୍ତି।

  ମିତା ତାଙ୍କର ଏକ ମାତ୍ର ଝିଅ।ଭାରି ଗେହ୍ଲେଇ ଝିଅଟେ।ଅତି ଅଲିଅଳ ଝିଅ।ଗାଁର ସବୁଠୁ ଭଲ ଝିଅଟେ।ଦେଖିବାକୁ ବହୁତ ସୁନ୍ଦର ଥିଲା।ସେ କଲେଜ ପଢିବାକୁ ଗଲା।

ବିଜ୍ଞାନ ବିଭାଗରେ ପାଠ ପଢେ।ବହୁତ ଭଲ ପାଠ ପଢି ସମସ୍ତଙ୍କ ନା ରଖେ।ସେହି କଲେଜରେ ଅଜୟ ନାମରେ ଗୋଟେ ପୁଅ ଥିଲା।ସେ ଝିଅ ମାନଙ୍କ ପ୍ରେମିକ ହେବାକୁ ବହୁତ ଭଲ ପାଏ।

  ମିତା ଉପରେ ତାର ନଜର ପଡିଲା।ସେ ବହୁତ ଶାନ୍ତ ଝିଅ।ଖୁବ ସୁନ୍ଦର ଝିଅ।ମିତାକୁ ଅଜୟ କହିଲା, ସେ ତାକୁ ଭଲ ପାଏ।ମିତା ତା କଥାକୁ ବିଶ୍ୱାସ କଲା ନାହିଁ।ସେ ସବୁ ବେଳେ ମିତା ପାଖେ ପାଖେ ବୁଲେ।ମିତାକୁ ସବୁ କାମରେ ସେ ସାହାଯ୍ୟ କରି ତା ମନକୁ ଛୁଇଁ ଗଲା।ଧୀରେ ଧୀରେ ମିତା ବି ଅଜୟକୁ ଭଲ ପିଲା ଭବିଲା।ଦୁହେଁ ସାଥି ହୋଇ ବୁଲନ୍ତି।

ଧୀରେ ଧୀରେ ଭଲ ପାଇବା ବଢିଲା।ଥରେ ଅଜୟ ମିତାକୁ ବାହା ହେବ କହି ତାକୁ ଦୁଷ୍କର୍ମ କଲା।ସେ କାହାକୁ ସେ ବିଷୟରେ କହିବାକୁ ମନା କଲା।ମିତା ଅଜୟକୁ ବିଶ୍ୱାସ କରି କାହାକୁ କିଛି କହିଲାନି।

ଦିନ ଆସିଲା ମିତା ଗର୍ଭବତୀ ହୋଇଗଲା।ସେ କଥା ଗାଁ ସାରା ଲୋକ ଜାଣିଲେ।ମିତାର ବାପା ମିତାକୁ ସତ କଥା ପଚାରିଲେ।ମିତା ସବୁ କଥା କହିଲା।ଅଜୟ ଖୁବ ଭଲ ପିଲା ସେ ତାକୁ ବାହା ହେବ।

ମିତାର ବାପା ଅଜୟ ପାଖକୁ ଗଲେ।ମିତାକୁ ବାହା ହେବା ପାଇଁ କହିଲେ।ଅଜୟ କହିଲା ମିତାକୁ ସେ ବାହା ହେବନି ।ମିତା କିଏ ସେ ଜାଣିନି ବୋଲି କହିଲା।ମିତାର ବାପାକୁ ଖୁବ ଗାଳି ଦେଇ ବିଦାୟ କଲା।ମିତାର ବାପା ଗାଁ ଲୋକଙ୍କ କଥାକୁ ସହି ନ ପାରି ଆତ୍ମହତ୍ୟା କଲେ। ମିତା ମଧ୍ୟ ଗାଁ ପୋଖରୀରେ ଡେଇଁ ଆତ୍ମହତ୍ୟା କଲା।ଅଜୟ 

ଭବିଲା ସେ ରକ୍ଷା ପାଇଯିବ।ମିତା ମରିବା ଆଗରୁ ଅଜୟ ତାର ସର୍ବ ନାଶ କରିଛି ବୋଲି ଏକ କାଗଜରେ ଲେଖି ଥିଲା।ପୋଲିସ ଗାଁ ରେ ପହଞ୍ଚି

ସେ କାଗଜ ପାଇ ଅଜୟକୁ ଗିରଫ କଲେ।ନିରୀହ ଝିଅ ମିତା ପ୍ରେମ ନାରେ ପ୍ରତାରଣା ପାଇଲା।ମଥାରେ ଭାବିଥିଲା ପବିତ୍ର ସିନ୍ଦୁର ପିନ୍ଧିବ ହେଲେ ତା ପ୍ରେମ ଧୋକା ଥିଲା ।ଅଜୟ ପାଇଁ ତା ଦେହରେ କଳଙ୍କ ସବୁଦିନ ପାଇଁ ଲାଗିଲା।


 ଆଜି ବି ମିତା ପରି କେତେ ଝିଅ ପ୍ରେମ କରି ଅସୁବିଧାରେ ପଡୁଛନ୍ତି।ପ୍ରେମ ଏକ ପବିତ୍ର ବନ୍ଧନ ।ପ୍ରେମ ଦୁଇ ଆତ୍ମାର ମିଳନ ।ପ୍ରେମ ନା ରେ

ଯନ୍ତ୍ରଣା ଦେବା ।କାହାର ସରଳ ମନକୁ ନେଇ ଖେଳିବା ଉଚିତ ନୁହେଁ।

ପ୍ରେମ ନାରେ କାହାର ସର୍ବନାଶ କରିବା " ପ୍ରେମ ନୁହେଁ ପାପ ଅଟେ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational